‘ସୁଭଦ୍ରା ଯୋଜନା’କୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ: ତ୍ରୁଟି ଥିଲେ ଫୋନ୍‌ ଯିବ, ଯଦି…

ଭୁବନେଶ୍ୱର,୧୨।୧୦: ‘ସୁଭଦ୍ରା’ ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଯଦି କେହି ଯୋଗ୍ୟ ହିତାଧିକାରୀ ଥାଇ ବି ଟଙ୍କା ପାଇ ନ ଥିଲେ ତାଙ୍କୁ ଫୋନ୍‌ କଲ୍‌ ଯିବ। ଆବେଦନରେ ତ୍ରୁଟି କିମ୍ବା ଅନ୍ୟାନ୍ୟ ସମସ୍ୟା ଥିଲେ ଫୋନ୍‌ ଯିବ ବୋଲି ସେ କହିଛନ୍ତି।

ପ୍ରଭାତୀ କହିଛନ୍ତି, ଏଯାବତ ୧ କୋଟି ୬୦ ହଜାର ମହିଳା ‘ସୁଭଦ୍ରା ଯୋଜନା’ରେ ପଞ୍ଜୀକରଣ କରିଛନ୍ତି। ତେବେ ତୃତୀୟ ପର୍ଯ୍ୟାୟରେ ତ୍ରୁଟି ହେଲେ ଫୋନ୍‌ କଲ୍‌ ଯିବ। ଫୋନ୍‌ କରି ତ୍ରୁଟିକୁ ଠିକ୍‌ କରିବାକୁ ପରାମର୍ଶ ଦିଆଯିବ। ଘରକୁ ଘର ଯାଇ ଅଙ୍ଗନାଓ୍ବାଡି କର୍ମୀ ଭୁଲ୍‌କୁ ଠିକ୍‌ କରିବେ। ଯୋଗ୍ୟ ହିତାଧିକାରୀ ଶେଷ ଯାଏ ଟଙ୍କା ମିଳିବ। ପରବର୍ତ୍ତୀ କିସ୍ତି ପାଇଁ ଠିକ୍‌ ସମୟରେ ତାରିଖ ଘୋଷଣା ହେବ ବୋଲି ସେ କହିଛନ୍ତି।

କହିରଖୁଛୁ, ନିର୍ବାଚନ ସମୟରେ ଭାଜପା ସରକାର କ୍ଷମତାକୁ ଆସିଲେ ମହିଳାଙ୍କ ଲାଗି ‘ସୁଭଦ୍ରା ଯୋଜନା’ ଆଣିବାକୁ ଘୋଷଣା କରିଥିଲେ। ଶେଷରେ ନିଜର ପ୍ରତିଶ୍ରୁତିକୁ ସରକାର ପାଳନ କରୁଛନ୍ତି। ୫ ବର୍ଷରେ ମହିଳାଙ୍କୁ ୫୦ ହଜାର ମିଳିବ। ଏହାକୁ ନେଇ ପ୍ରଥମ ପର୍ଯ୍ୟାୟରେ ମହିଳାଙ୍କୁ ୫୦୦୦ ହଜାର ଟଙ୍କା ମିଳୁଛି। ଏଯାବତ ୨ଟି ପର୍ଯ୍ୟାୟରେ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳି ସାରିଛି। ଏମିତିରେ ୩ ପର୍ଯ୍ୟାୟକୁ ବାଦ୍‌ ପଡ଼ିଥିବା ମହିଳା ଚାହିଁ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଆମକୁ ୫ ବର୍ଷ ଅପେକ୍ଷା କରିବାକୁ ପଡ଼ିବନି, ଖୁବ୍‌ଶୀଘ୍ର ଫେରିବ ବିଜେଡି ସରକାର’

ଭୁବନେଶ୍ୱର,୩ା୧୧: ରାଜ୍ୟ ସଭା ଏମ୍‌ପି ମୁନ୍ନା ଖାଁ ପୁଣି ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଯାହା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ମୁନ୍ନା...

ଆମ୍ବଟାକୁଆ ଜନିତ ମୃତ୍ୟୁ ଘଟଣା: ପ୍ରଶାସନର ବଡ଼ ପଦକ୍ଷେପ, ଘରକୁ ଘର ବୁଲି ସଚେତନ କରୁଛନ୍ତି ଅଙ୍ଗନବାଡ଼ି କର୍ମୀ

ଦାରିଙ୍ଗବାଡ଼ି,୩ା୧୧(ଅରୁଣ ସାହୁ): ଆମ୍ବଟାକୁଆ ଖାଇ ମାଣ୍ଡିପଙ୍କାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଏବେ ବି ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଗାଁରେ ଏପରି...

ବଲାଙ୍ଗୀର ପ୍ରତି ଅବହେଳା ହୋଇଛି: ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର, ୩।୧୧(ସୁନିଲ କୁମାର ମହାନ୍ତି): ବିଭିନ୍ନ ସରକାର ଅମଳରେ ବଲାଙ୍ଗୀର ଜିଲା ପ୍ରତି ଅବହେଳା ହୋଇଛି। ବଲାଙ୍ଗୀରର ଯେତିକି ବିକାଶ ହେବା କଥା ହୋଇନାହିଁ। ତେବେ...

 ଦୁର୍ଗମ ଅଞ୍ଚଳ ବିକାଶ ପାଇଁ ଦାବି ଦୋହରାଇଲେ ବିଧାୟକ: ବ୍ରାହ୍ମଣୀଗାଁକୁ ବ୍ଲକ ଘୋଷଣା କରନ୍ତୁ ସରକାର 

ଦାରିଙ୍ଗବାଡ଼ି,୩ା୧୧(ଅରୁଣ ସାହୁ): ମାଣ୍ଡିପଙ୍କାରେ ଆମ୍ବଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଏବେ ମଧ୍ୟ ଚିକିତ୍ସାଧୀନ ଅଛନ୍ତି। ଏଭଳି ଅଭାବନୀୟ ଘଟଣା...

ଚିକିତ୍ସା ଅବହେଳାରୁ ଚାଲିଗଲା ମହିଳାଙ୍କ ଜୀବନ, ଟାଙ୍ଗୀ ଡାକ୍ତରଖାନାରେ ଚାପା ଉତ୍ତେଜନା

ନିରାକାରପୁର,୩।୧୧(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀ ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଡାକ୍ତରଖାନାରେ ରବିବାର...

ଅଧାରେ ରହିଗଲା ଜଗା ଦର୍ଶନ, ଅଟୋରେ ପୁରୀ ବାହାରିଥିବା ବେଳେ ପିଟିଦେଇ ଚାଲିଗଲା ଟ୍ରକ୍‌

ନିରାକାରପୁର,୩।୧୧(ମାନସ ଚନ୍ଦ୍ର ପଟ୍ଟନାୟକ): ଅଧାରେ ରହିଗଲା ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ। ପୁରୀକୁ ଯିବା ନିମନ୍ତେ ଘରୁ ବାହାରିଥିବା ବେଳେ ବାଟରେ ଘଟିଲା ଦୁର୍ଘଟଣା। ଖୋର୍ଦ୍ଧା ଜିଲା...

ମାଣ୍ଡିପଙ୍କାକୁ ନୂଆ ପଞ୍ଚାୟତ ଗଠନ ପାଇଁ ଜୋର୍‌ ଧରିଲା ଦାବି

ଦାରିଙ୍ଗବାଡ଼ି,୩ା୧୧ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ପଞ୍ଚାୟତଠାରୁ ବହୁ ଦୂରରେ ରହିଥିବା ମାଣ୍ଡିପଙ୍କା ଗ୍ରାମକୁ ପଞ୍ଚାୟତ ଭାବେ ଗଠନ କରାଯିବାକୁ ଅଞ୍ଚଳବାସୀ ଦାବି...

ଓଡିଶାରୁ ପଶ୍ଚିମବଙ୍ଗକୁ ଗଡୁଛି ଚୋରା ବାଲି ଗାଡ଼ି: ଜବତ ଗାଡି ଛାଡିଲେ ହେବ ଗଣ ଆନ୍ଦୋଳନ

ଭୋଗରାଇ,୩।୧୧(ପ୍ରଦୀପ ଦାସ): ବାଲେଶର ଜିଲାରେ ଚାଲିଛି ବାଲି ମାଫିଆଙ୍କ ରାଜୁତି। ଶତାଧିକ ଟ୍ରାକ୍ଟର ଓ ଡମ୍ପରରେ ବ୍ୟାପକ ଭାବେ ବାଲି ଦିନରାତି ପଶ୍ଚିମବଙ୍ଗକୁ ଚୋରା ଚାଲାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri