ସୁନ୍ଦରଗଡ଼ରେ ଜାତୀୟ ପତାକା ଉତ୍ତୋଳନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ସୁନ୍ଦରଗଡ଼,୧୫ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ସଦରମହକୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ପାଳିତ ହୋଇଯାଇଛି। ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତ୍ରାପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ ସମାରୋହରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ ପୋଲିସ ବିଭାଗର ମୋଟ ୩୧ ପ୍ଲାଟୁନ୍‌ ପରେଡ୍‌ ପ୍ରଦର୍ଶନ କରିଛନ୍ତି। ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ସ୍ବାଧୀନତା ଆନ୍ଦୋଳନର ମହାନ ସଂଗ୍ରାମୀମାନଙ୍କ ତ୍ୟାଗକୁ ସ୍ମରଣ କରି ଆଜିର ଯୁବପିଢ଼ି ସେମାନଙ୍କ ତ୍ୟାଗ ବଳିଦାନକୁ ମନେ ପକାଇ ଏକ ସମୃଦ୍ଧ ରାଷ୍ଟ୍ର ଗଠନରେ ବ୍ରତୀ ହେବାକୁ ଆହ୍ବାନ ଦେଇଥିଲେ। ଯୁବଶକ୍ତି ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ମହିଳା, ଯୁବକ, ଚାଷୀମାନଙ୍କ ପାଇଁ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ରାଜ୍ୟର ବରପୁତ୍ରମାନଙ୍କ ଜନ୍ମପୀଠ ବିକାଶ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ରାଜ୍ୟ ସରକାର ରାଜ୍ୟବାସୀ ମୌଳିକ ଆବଶ୍ୟକତା ପୂରଣ ପାଇଁ, ପଦକ୍ଷେପ ନେଉଛନ୍ତି। ରାଜ୍ୟର ଅର୍ଥନୈତିକ ବିକାଶ, ଗ୍ରାମୀଣ ବିକାଶ ଉପରେ ଗୁରୁତ୍ୱ ଦେଉଥିବା କହିଥିଲେ। ଏହି ସମାରୋହରେ ଜିଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର, ଏସ୍‌ପି ଅମ୍ରିତ ପାଲ କୌରଙ୍କ ସମେତ ଜିଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଛନ୍ତି।

Dharitri – Odisha’s No.1 Odia Daily

Share