ଶିକ୍ଷାରୁ ବଞ୍ଚିତ କଲେ ସରକାର

ଅନୁଗୋଳ ଅଫିସ, ୮ା୨: ଘଞ୍ଚ ଜଙ୍ଗଲ ଭିତରେ ଥିବା ଆଦିବାସୀ ବହୁଳ ସିଟିକୋଇଲି ଗଁାର ପ୍ରାଥମିକ ବିଦ୍ୟାଳୟକୁ ସରକାର ବନ୍ଦ କରିଦେଲେ। ୩ କିଲୋମିଟର ଦୂରରେ ଥିବା କନ୍ଧକୋଇଲି ସ୍କୁଲ ସହିତ ଏହାକୁ ମିଶାଇଦେଲେ। ହେଲେ ସିଟିକୋଇଲିର ୨୦ ପ୍ରାଥମିକ ଛାତ୍ରୀଛାତ୍ର କିପରି ବଣ, ପାହାଡ଼, ୫ ବଡ଼ ନାଳ ଓ ହାତୀ, ଭାଲୁ ପରି ହିଂସ୍ର ଜନ୍ତୁଙ୍କ ଭୟକୁ ଭେଦକରି ଦୁର୍ଗମ ଅଞ୍ଚଳରୁ କନ୍ଧକୋଇଲି ସ୍କୁଲକୁ ଆତଯାତ କରିବେ ତାହା ବୁଝିଲେନି ସରକାର। ବାସ୍ତବତାକୁ ନ ଜାଣି ଓ ଠିକ୍‌ ଭାବେ ସ୍ଥିତି ଅନୁଧ୍ୟାନ ନ କରି ସରକାର ସିଟିକୋଇଲି ସ୍କୁଲକୁ ବନ୍ଦ କରିଦେଇଥିବାରୁ ବର୍ଷେ ହେଲା ଏଠାକାର ପିଲାଙ୍କ ପାଠପଢ଼ାରେ ଡୋରି ବନ୍ଧାଯାଇଛି। ଏ ନେଇ ବାରମ୍ବାର ପ୍ରଶାସନ, ଜନପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନ ଥିବା ସତ୍ତ୍ୱେ ମଙ୍ଗଳବାର ସିଟିକୋଇଲି ଗ୍ରାମବାସୀ ପୁଣି ଅନୁଗୋଳ ଜିଲା ପ୍ରଶାସନ, ଜିଲା ଶିକ୍ଷା ଅଧିକାରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବନ୍ଦ କରାଯାଇଥିବା ସ୍କୁଲ ଖୋଲା ନ ଗଲେ ଗ୍ରାମବାସୀ ଆନ୍ଦୋଳନ କରିବା ସହ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଅଭିଯୋଗପତ୍ରରେ ଦର୍ଶାଇଛନ୍ତି।
ଗ୍ରାମବାସୀଙ୍କ ପକ୍ଷରୁ ପ୍ରଦୀପ ଦେହୁରୀ, ବୈରାଗୀ ଭୋଇ ଓ ପ୍ରଫୁଲ୍ଲ ଦେହୁରୀ ଦେଇଥିବା ଅଭିଯୋଗରେ ଉଲ୍ଲେଖ କରିଛନ୍ତି, ଅନୁଗୋଳ ବ୍ଲକ ମାଣିକଯୋଡ଼ି ପଞ୍ଚାୟତରେ ଥିବା ସିଟିକୋଇଲି ଏକ ଆଦିବାସୀ ଗ୍ରାମ। ଘଞ୍ଚ ଜଙ୍ଗଲ ମଧ୍ୟରେ ଏହା ଥିବାରୁ ଗମନାଗମନର ସେପରି ସୁବିଧା ନାହିଁ। ୧୯୭୧ରେ ସରକାର ଗାଁରେ ଏକ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରିଥିଲେ। ସରକାରଙ୍କ ଏହି ପଦକ୍ଷେପ ଯୋଗୁ ଗଁାର ୯୫ ପ୍ରତିଶତ ଲୋକ ସାକ୍ଷର ହୋଇପାରିଛନ୍ତି। ଏପରି କି ରାଜ୍ୟ ସରକାରଙ୍କ ସଚିବାଳୟରେ ଏଠାକାର ଶିକ୍ଷିତଙ୍କୁ ଚାକିରି ମଧ୍ୟ ମିଳିପାରିଛି। ମାତ୍ର ସରକାରୀ ସ୍ତରରେ ଠିକ୍‌ ଭାବେ ସ୍ଥିତି ଅନୁଧ୍ୟାନ କରା ନ ଯାଇ ଏଠାରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ବର୍ଷେ ହେଲା ବନ୍ଦ କରି ୩ କିଲୋମିଟର ଦୂର କନ୍ଧକୋଇଲି ସ୍କୁଲ ସହିତ ମିଶ୍ରଣ କରାଯାଇଛି। ଫଳରେ ଘଞ୍ଚ ଜଙ୍ଗଲ, ନାଳ ଓ ହିଂସ୍ରଜନ୍ତୁଙ୍କ ଭୟ ଯୋଗୁ ସିଟିକୋଇଲିର ୨୦ ଛାତ୍ରୀଛାତ୍ର ସ୍କୁଲ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି। ସରକାରୀ ବାବୁମାନେ ଗାଁକୁ ଆଦୌ ପରିଦର୍ଶନରେ ନ ଆସି ରିପୋର୍ଟ ପ୍ରଦାନ କରିବା ଦ୍ବାରା ଏପରି ସ୍ଥିତି ସୃଷ୍ଟି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେଣୁ ଏହି ସ୍କୁଲ ପୁନର୍ବାର ଖୋଲା ନ ଗଲେ ଆନ୍ଦୋଳନ କରାଯିବା ସହ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଗ୍ରାମବାସୀ ନିଷ୍ପତ୍ତି ନେଇଥିବା ଉଲ୍ଲେଖ କରିଛନ୍ତି। ଜିଲାରେ ଯେଉଁସବୁ ସ୍କୁଲ ବିକଳ୍ପ ନ ଥାଇ ବନ୍ଦ କରାଯାଇଛି, ତାହାର ଅନୁଧ୍ୟାନ କରି ହାଇକୋର୍ଟରେ କେସ୍‌ କରାଯିବ ବୋଲି ଆଡଭୋକେଟ୍‌ ପ୍ରସନ୍ନ କୁମାର ବେହେରା ପ୍ରକାଶ କରିଛନ୍ତି। ଜିଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ କହିଛନ୍ତି, ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପଦକ୍ଷେପ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ପଶ୍ଚିମ ଏସିଆ ଯୁଦ୍ଧ, ଭାରତରେ ୨୦-୨୫% ମହଙ୍ଗା ହେବ କପଡ଼ା

ନୂଆଦିଲ୍ଲୀ,୭।୪: ପଶ୍ଚିମ ଏସିଆ ଯୁଦ୍ଧ ଏବେ ଭାରତର ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଉଛି। ଖାଦ୍ୟ, ପେଟ୍ରୋଲ ଏବଂ ଗାଡ଼ି ମରାମତି ପରେ ଏବେ କପଡ଼ା…

ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଇରାନର ତେଲ ଉପରେ ଟ୍ରମ୍ପଙ୍କ ନଜର!

ତେହରାନ,୭।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଚାଲିଥିବା ସଂଘର୍ଷର ପରିଣାମ ସ୍ବରୂପ, ଆମେରିକା ଇରାନର ତୈଳ ସମ୍ପଦ ଉପରେ ନିୟନ୍ତ୍ରଣ ନେଇପାରେ। ସେ ଏହାକୁ…

ପ୍ରଯୋଜକ ରବି ସ୍ବାଇଁଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଭୁବନେଶ୍ୱର,୭।୪: ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ରବି ସ୍ବାଇଁଙ୍କ ପରଲୋକ ଘଟିଛି। ସେ କିଛି ଦିନ ହେବ ଲିଭର ସିରୋସିସ୍‌ରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧିନ ଅବସ୍ଥାରେ…

ରେଳବାଇର ଅଣଦେଖା: ଉପଭୋକ୍ତା ସଂଘର ଆନ୍ଦୋଳନ ଚେତାବନୀ

ବରଗଡ଼,୬ା୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଓ ବଲାଙ୍ଗୀର ଜିଲା ରେଳ ଉପଭୋକ୍ତା ସଂଘର ମିଳିତ କାର୍ଯ୍ୟାନୁଷ୍ଠାନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାଋ ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ସଭାକକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri