Posted inଜାତୀୟ

ବ୍ୟାଙ୍କ ବୁଡ଼ିଗଲେ ବି ଜମାକାରୀଙ୍କ ଟଙ୍କା ସୁରକ୍ଷିତ…

ନୂଆଦିଲ୍ଲୀ, ୧୨।୧୨: ବ୍ୟାଙ୍କ ବୁଡ଼ିଗଲେ ବି ଏବେ ଜମା ରଖିଥିବା ଜମାକାରୀଙ୍କ ପାଇଁ ସେମାନଙ୍କର ଟଙ୍କା ନେଇ କୌଣସି ଚିନ୍ତା କରିବାର ନାହିଁ। ସେମାନଙ୍କର ଟଙ୍କା ସୁରକ୍ଷିତ ରହିବ। ପୂର୍ବରୁ ଜମା ଟଙ୍କା ଫେରସ୍ତ ପାଇବାର କୌଣସି ସମୟ ସୀମା ନ ଥିଲା। ମାତ୍ର ଏବେ ଭାଜପା ସରକାର ଜମାକାରୀଙ୍କ ଟଙ୍କା ଫେରସ୍ତା ପାଇଁ ୯୦ ଦିନ ଅର୍ଥାତ୍‌ ୩ ମାସର ସମୟ ସୀମା ଧାର୍ଯ୍ୟ କରାଯାଇଛି।

ଯାହାଫଳରେ ବ୍ୟାଙ୍କିଙ୍ଗ୍‌ ସେକ୍ଟରରେ ଗତ ୧୦ ବର୍ଷ ଧରି ଲାଗି ରହିଥିବା ସମସ୍ୟାର ସାଧାନ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବ୍ୟାଙ୍କ ଡିପୋଜିଟ୍‌ ଇନସ୍ୟୁରାନ୍ସ୍‌ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି କହିଛନ୍ତି। ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ଡିପୋଜିଟର ଫାଷ୍ଟ୍‌ ଭାବେ ନାମିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ କିଛି ଦିନ ମଧ୍ୟରେ ଏକ ଲକ୍ଷରୁ ଅଧିକ ଜମାକାରୀ ଫେରସ୍ତ ପାଇ ନ ଥିବା ସେମାନଙ୍କ ଟଙ୍କାକୁ ପାଇଛନ୍ତି। ଏହି ଫେରସ୍ତ ଟଙ୍କା ପରିମାଣ ୧୩୦୦ କୋଟିରୁ ଅଧିକ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ପାଇଁ ବ୍ୟାଙ୍କିଙ୍ଗ କ୍ଷେତ୍ର ତଥା ଦେଶର କୋଟି କୋଟି ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଦଶନ୍ଧି ଧରି ଚାଲିଆସୁଥିବା ଏକ ବଡ ସମସ୍ୟାର ସମାଧାନ ହୋଇପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଠିକ ସମୟରେ ଯେକୌଣସି ସମସ୍ୟାର ସମାଧାନ କରି ପାରିଲେ ଏହାକୁ ଅଧିକ ଗୁରୁତର ହେବାରୁ ରକ୍ଷା କରାଯାଇପାରିବ। କିନ୍ତୁ ବର୍ଷ ବର୍ଷ ଧରି ସମସ୍ୟାକୁ ଏଡ଼ାଇବା ପାଇଁ ଏକ ପ୍ରବୃତ୍ତି ଥିଲା। ଆଜିର ନୂଆ ଭାରତ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେଉଛି।

ଦେଶରେ ଏବେ କୌଣସି ସମସ୍ୟାର ସମାଧାନ ପାଇଁ ଟାଳଟୁଳ ନୀତି ଗ୍ରହଣ କରାଯାଉନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପୂର୍ବରୁ ବ୍ୟାଙ୍କ ବୁଡ଼ିଗଲେ ଜମାକାରୀଙ୍କ ପାଇଁ ମାତ୍ର ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫେରସ୍ତ ପାଇବାର ବ୍ୟବସ୍ଥା ଥିଲା। ଏହି ଟଙ୍କା କେବେ ମିଳିବ ତାହାର କୌଣସି ସମୟ ସୀମା ମଧ୍ୟ ନ ଥିଲା। ଗରିବଙ୍କ ଚିନ୍ତା ଏବଂ ମଧ୍ୟବିତ୍ତଙ୍କ ଚିନ୍ତାକୁ ବିଚାରକୁ ନେଇ ଭାଜପା ସରକାର ଏହି ପରିମାଣକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ସେ କହିଛନ୍ତି ଯେ ଆମ ଦେଶରେ ବ୍ୟାଙ୍କ ଜମାକାରୀଙ୍କ ପାଇଁ ବୀମା ବ୍ୟବସ୍ଥା ୬୦ ଦଶକରେ କରାଯାଇଥିଲା। ଏହାପୂର୍ବରୁ, ବ୍ୟାଙ୍କରେ ଜମା ହୋଇଥିବା ରାଶି ମଧ୍ୟରୁ କେବଳ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଗ୍ୟାରେଣ୍ଟି ଦିଆଯାଇଥିଲା। ତା’ପରେ ଏହାକୁ ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା ।

ଦେଶର ସମୃଦ୍ଧି ପାଇଁ ବ୍ୟାଙ୍କଗୁଡିକର ପ୍ରମୁଖ ଭୂମିକା ରହିଛି। ଜମାକାରୀଙ୍କ ଟଙ୍କା ସୁରକ୍ଷିତ ରହିବା ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ। ଯଦି ଆମେ ବ୍ୟାଙ୍କ ସଞ୍ଚୟ ବୃଦ୍ଧି କରିବାକୁ ଚାହୁଁ, ତେବେ ଜମାକାରୀଙ୍କୁ ସୁରକ୍ଷା ଦେବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଥ ରାଷ୍ଟ୍ରମନ୍ତ୍ରୀ ତଥା ଆରବିଆଇ ଗଭର୍ନର ମଧ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri