ସ୍ବାସ୍ଥ୍ୟସେବାରେ ଦନ୍ତ ଚିକିତ୍ସକ ନିଯୁକ୍ତି

ଜନସାଧାରଣଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାଳମାଳ ଯୋଜନା କରୁଛନ୍ତି। ମାତ୍ର ଡାକ୍ତରମାନଙ୍କ ନିଯୁକ୍ତିରେ ପ୍ରଶାସନିକ ଅଧିକାରୀମାନଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରରେ ରହି ଅନ୍ତରାୟ ସୃଷ୍ଟି କରୁଛ। ଭାରତରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସରକାର ପରେ ସରକାର ବଦଳୁଛନ୍ତି। ନୂଆ ସରକାର ଦାୟିତ୍ୱ ନିର୍ବାହ କଲାପରେ ସରଳ ଉପାୟରେ ଶାସନ ଚଳାଇବା ପାଇଁ ପ୍ରଶାସନିକ ଅଧିକାରୀ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସାହାଯ୍ୟ ଲୋଡ଼ନ୍ତି। ମାତ୍ର ସରକାର ବଦଳିଲେ ମଧ୍ୟ ପୂର୍ବ ସରକାରରେ ଥିବା ପ୍ରଶାସନିକ ଅଧିକାରୀ ଓ କର୍ତ୍ତୃପକ୍ଷଙ୍କ ହଠାତ୍‌ ମାନସିକତାରେ ପରିବର୍ତ୍ତନ ହୁଏ ନାହିଁ । ଚିକିତ୍ସା ବିଜ୍ଞାନରେ ଡାକ୍ତରୀ ଶିକ୍ଷା ଦେବାପାଇଁ ଯେଉଁ ପ୍ରକ୍ରିୟା ପ୍ରଣୟନ କରାଯାଇଛି ତାହା ହେଉଛି ଶ୍ରେଷ୍ଠ ପଦ୍ଧତ। ମାତ୍ର ଡାକ୍ତରୀ ଶିକ୍ଷା ସମାପ୍ତ ପରେ ଶୀର୍ଷ ସ୍ଥାନରେ ଥିବା ବିଭାଗୀୟ ଅଧିକାରୀମାନଙ୍କ ଚକ୍ରାନ୍ତ ଦ୍ୱାରା ନିଯୁକ୍ତିରେ ପାତରଅନ୍ତର କରାଯାଉଛି। ଡାକ୍ତରୀ ଶିକ୍ଷାରେ ଶିକ୍ଷାଦାନ ପାଇଁ ଗୋଟିଏ ପ୍ରକାର ସର୍ବଭାରତୀୟ ପରୀକ୍ଷା କରାଯାଇ ୨ ପ୍ରକାର ଶିକ୍ଷାଦାନ ପାଇଁ ଯୋଗ୍ୟତା ହାସଲ କରିଥିବା ଶିକ୍ଷାର୍ଥୀମାନଙ୍କୁ ନାମଲେଖା ପାଇଁ ମନୋନୀତ କରାଯାଏ। ଗୋଟିଏ ଏମ୍‌ବିବିଏସ୍‌ ଏବଂ ଅନ୍ୟଟି ବିଡିଏସ୍‌। ଉଭୟ ଶିକ୍ଷାର ଅବଧି ୫ ବର୍ଷ ଓ ହାଉସ୍‌ ସର୍ଜନ ୬ ମାସ। ଗୋଟିଏ ସାଧାରଣ ଡାକ୍ତରୀ ଚିକିତ୍ସା ଓ ଅନ୍ୟଟି ଦନ୍ତ ଚିକିତ୍ସା। ବିଡିଏସ୍‌ ଶିକ୍ଷା ଅବଧି ସମୟରେ ନିମ୍ନ ବିଷୟଗୁଡ଼ିକ ଶିକ୍ଷାର୍ଥୀ ଶିକ୍ଷାଲାଭ କରନ୍ତ। ଯଥା – (୧) ଆନାଟୋମି, (୨) ଫିଜିଓଲୋଜି ଓ ବାୟୋକେମେଷ୍ଟ୍ରି, (୩) ଡେଣ୍ଟାଲ୍‌ ଆନାଟୋମି, (୪) ଜେନେରାଲ ପାଥୋଲୋଜି ଓ ମାଇକ୍ରୋ ବାୟୋଲୋଜି, (୫)ଜେନେରାଲ ଓ ଡେଣ୍ଟାଲ ଫାର୍ମାକୋଲୋଜି ଏବଂ ଥେରାପିୟୁଟିକ୍ସ, (୬) ଡେଣ୍ଟାଲ ମ୍ୟାଟେରିଆଲ୍‌, (୭) ପ୍ରି-କ୍ଲିନିକାଲ୍‌ କଞ୍ଜରଭେଟିଭ୍‌, (୮) ଜେନେରାଲ ମେଡିସିନ, (୯) ଜେନେରାଲ ସର୍ଜରି, (୧୦) ଓରାଲ୍‌ ପାଥୋଲୋଜି ଓ ଓରାଲ୍‌ ମାଇକ୍ରୋବାୟୋଲୋଜି, (୧୧) ଓରାଲ ମେଡିସିନ ଏବଂ ରେଡିଓଲୋଜି, (୧୨) ପେଡିଆଟ୍ରିକ୍‌ ଓ ପ୍ରିଭେଣ୍ଟିଭ୍‌ ଡେଣ୍ଟିଷ୍ଟ୍ର, (୧୩) ଅର୍ଥୋଡେଣ୍ଟିକ୍ସ ଓ ଡେଣ୍ଟୋଫେସିଆଲ୍‌ ଅର୍ଥୋପେଡିକ୍ସ, (୧୪) ପେରିଓଡଣ୍ଟାଲୋଜି, (୧୫) ପ୍ରୋଥୋଡଣ୍ଟିକ୍ସ ଓ କ୍ରାଉନ୍‌ ଏବଂ ବ୍ରିଜ୍‌, (୧୬) କଞ୍ଜରଭେଟିଭ୍‌ ଡେଣ୍ଟିଷ୍ଟ୍ରି ଓ ଏଣ୍ଡୋଡଣ୍ଟିକ୍ସ, (୧୭) ଓରାଲ୍‌ ଓ ମାକ୍ସୋଫେସିଆଲ୍‌ ସର୍ଜରି, (୧୮) କମ୍ୟୁନିଟି ଡେଣ୍ଟିଷ୍ଟ୍ରି। ଏହି ୧୮ଟି ଯାକ ବିଷୟରେ ପ୍ରତିଟିରେ ୨୦୦ ନମ୍ବର ଲେଖା ମୋଟ୍‌ ୩୬୦୦ ନମ୍ବର ପ୍ରଶ୍ନର ଉତ୍ତର ପରୀକ୍ଷାର୍ଥୀମାନେ ଦିଅନ୍ତି। ଶିକ୍ଷାଲାଭକରି ପରୀକ୍ଷାରେ କୃତକାର୍ଯ୍ୟ ହେଲାପରେ ୬ମାସ ହାଉସ୍‌ ସର୍ଜନଭାବେ କାର୍ଯ୍ୟକରନ୍ତ। ଏ ସମସ୍ତ ସରିଲା ପରେ ପରୀକ୍ଷାର୍ଥୀ ବିଶ୍ୱବିଦ୍ୟାଳୟରୁ କୃତକାର୍ଯ୍ୟର ପ୍ରମାଣପତ୍ର ହାସଲ କରନ୍ତ। ଏମ୍‌ବିବିଏସ୍‌ ପାଠ ପଢ଼ିବା ପାଇଁ ଶିକ୍ଷାର୍ଥୀମାନେ ନିମ୍ନଲିଖିତ ବିଷୟମାନ ୫ ବର୍ଷରେ ପଢ଼ନ୍ତ। ଯଥା- (୧) ଆନାଇସ୍ଥେଓଲୋଜି, (୨) ଡର୍ମାଟୋଲୋଜି, (୩) ଅପ୍‌ଥାମୋଲୋଜି, (୪) ଫର୍ମାକୋଲୋଜି, (୫) ଫିଜିଓଲୋଜି, (୬) ଆନାଟୋମି, (୭) ବାୟୋକେମିଷ୍ଟ୍ରି,(୮)ଇଏନ୍‌ଟି, (୯) ଫରେନ୍‌ସିକ୍‌ ମେଡିସିନ୍‌, (୧୦) ମାଇକ୍ରୋ ବାୟୋଲୋଜି, (୧୧) ଅବ୍‌ଷ୍ଟ୍ରେଟିକ୍ସ ଓ ଗାଇନାକୋଲୋଜି, (୧୨) ଅର୍ଥପେଡିକ୍ସ, (୧୩) ପାଥୋଲୋଜି, (୧୪) ପେଡିଆଟ୍ରିକ୍ସ, (୧୫) ସାଇକ୍ରିଆଟି, (୧୬) ସର୍ଜରି, (୧୭) କମ୍ୟୁନିଟି ହେଲ୍‌ଥ, (୧୮) ଜେନେରାଲ ମେଡିସିନ, (୧୯) ଜେନିଟିକ୍ସ, (୨୦) ମେଡିଏସନ। ଏ ସମସ୍ତ ବିଷୟ ମଧ୍ୟ ୨୦୦ ନମ୍ବର ଲେଖା ମୋଟ ୪୦୦୦ ନମ୍ବରରୁ ଶିକ୍ଷାର୍ଥୀମାନେ ନିର୍ଦ୍ଦିଷ୍ଟ ନମ୍ବର ରଖିଲେ ଉତ୍ତୀର୍ଣ୍ଣ ସହ ୬ ମାସ ହାଉସ୍‌ ସର୍ଜନ ହିସାବରେ କାର୍ଯ୍ୟ କରିସାରିଲା ପରେ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରନ୍ତ।
ରୋଗୀ ଓ ରୋଗ ପରସ୍ପର ପରିପୂରକ। ସମାଜରେ ପ୍ରତିଦିନ ନୂଆ ନୂଆ ରୋଗରେ ଲୋକମାନେ ଆକ୍ରାନ୍ତ ହେଉଛନ୍ତି। ସ୍ବାସ୍ଥ୍ୟସେବାକୁ ବିଭିନ୍ନ ସରକାର ଅବହେଳାକରି ଚାଲୁଥିବା ବେଳେ ଗତ ଭାଜପା ସରକାର ସମୟରୁ କେନ୍ଦ୍ର ସରକାର ସ୍ବାସ୍ଥ୍ୟସେବା ପ୍ରତି ବଜେଟରେ ଅଧିକ ବ୍ୟୟବରାଦ କରିଛନ୍ତି। ସାଧାରଣ ଲୋକମାନଙ୍କୁ ଉନ୍ନତ ସେବା ଯୋଗାଇବା ପାଇଁ ସରକାର ବଦ୍ଧପରିକର। ନୀତି ଆୟୋଗ ମଧ୍ୟ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ନିର୍ଦ୍ଦେଶାବଳୀକୁ ଗୁରୁତ୍ୱର ସହ ସରକାରୀ କାର୍ଯ୍ୟକ୍ରମରେ ସ୍ଥାନିତକରି ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତ।
ନିଶାଦ୍ରବ୍ୟ ସେବନ କରୁଥିବାରୁ ଲୋକମାନେ ମୁଖ ଗହ୍ବର କ୍ୟାନ୍‌ସରରେ ଆକ୍ରାନ୍ତ ହେଉଛନ୍ତ। ନିଶାଦ୍ରବ୍ୟ ସେବନରେ ବିହାର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଓଡ଼ିଶାର ସ୍ଥାନ ଦ୍ୱିତୀୟ। ମୁଖ ଗହ୍ବର କ୍ୟାନ୍‌ସର ଦ୍ୱାରା ଲୋକମାନେ ଠିକ୍‌ ସ୍ବାସ୍ଥ୍ୟସେବା ନ ପାଇ ଅଦିନରେ ମୃତ୍ୟୁବରଣ କରୁଛନ୍ତି। ସରକାର ଏ ଦିଗରେ ସଚେତନ ହେବା ଦରକାର। ଉଭୟ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠକୁ ବିଚାରକଲେ ଜଣେ ବିଡିଏସ୍‌ ଡିଗ୍ରୀଧାରୀ ସ୍ପେଶିଆଲିଷ୍ଟ ହିସାବରେ ପରିଗଣିତ । ଗାଁ ଗହଳିର ଲୋକମାନେ ଗୁଟ୍‌କା ସେବନ ଦ୍ୱାରା କ୍ୟାନ୍‌ସରରେ ଆକ୍ରାନ୍ତହୋଇ ପ୍ରଥମେ ନିକଟସ୍ଥ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଯାଆନ୍ତ। ମାତ୍ର ସେଠାରୁ କୌଣସି ସୁବିଧା ନ ପାଇ ସରକାରୀ କ୍ୟାନ୍‌ସର ପ୍ରତିଷ୍ଠାନ ସହ କିମ୍ବା କେତେକ ବେସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରୁଛନ୍ତ। ମାତ୍ର ଦିନକୁ ଦିନ କ୍ୟାନ୍‌ସର ରୋଗୀଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛ। ସରକାର ଡାକ୍ତରଖାନାର ପାରିପାର୍ଶ୍ୱିକ ସୁବିଧା ପାଇଁ ବହୁ କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ପ୍ରତି ପ୍ରାଇମେରି ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଜଣେ ଦନ୍ତ ସର୍ଜନଙ୍କୁ ନିଯୁକ୍ତି ଦେବା ସହିତ ୧୦ରୁ ୧୫ ଲକ୍ଷ ଟଙ୍କାର ଚିକିତ୍ସା ସରଞ୍ଜାମ ଯୋଗାଇ ଦେଲେ ରୋଗୀମାନେ ସହଜରେ ସେବା ପାଇବା ସହ ମୃତ୍ୟୁ ମୁଖରୁ ବର୍ତ୍ତିଯାଆନ୍ତେ। ଆହୁରି ମଧ୍ୟ ପ୍ରତି ପ୍ରାଇମେରି ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଦନ୍ତ ସର୍ଜନ କେତେକ ରୋଗର ପ୍ରାଥମିକ ଚିକିତ୍ସା କରିପାରିବେ। ମାତ୍ର ଏ ବିଷୟ ସ୍ବାସ୍ଥ୍ୟ ସଚିବ, ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଓ ଡିଏମ୍‌ଇଟି ସରକାରଙ୍କୁ ପ୍ରକୃତ ତଥ୍ୟ ଜଣାଇବା ଆବଶ୍ୟକ। ମାତ୍ର ଏ ସମସ୍ତ ଅଧିକାରୀ ଏମ୍‌ବିବିଏସ୍‌ ଡିଗ୍ରୀଧାରୀ ହୋଇଥିବାରୁ ବିଡିଏସ୍‌ ଡିଗ୍ରୀଧାରୀ ନିଯୁକ୍ତି ପାଇଁ ଅନ୍ତରାୟ ସୃଷ୍ଟି କରନ୍ତ।
ପ୍ରତି ପ୍ରାଇମେରି ସ୍ବାସ୍ଥ୍ୟକେନ୍ଦ୍ରରେ ଯଦି ଜଣେ ଜଣେ ଦନ୍ତ ସର୍ଜନଙ୍କୁ ନିଯୁକ୍ତି ଦିଆଯାଇପାରନ୍ତା ତେବେ ଡାକ୍ତର ଅଭାବ ଦେଖାଯାଆନ୍ତା ନାହିଁ। କାରଣ ଏମ୍‌ବିବିଏସ୍‌ ଡିଗ୍ରୀଧାରୀମାନେ ପ୍ରତିବର୍ଷ ନିଯୁକ୍ତି ପାଉଥିଲା ବେଳେ ବିଡିଏସ୍‌ ଡିଗ୍ରୀଧାରୀମାନଙ୍କୁ ସରକାର ପ୍ରତିବର୍ଷ ନିଯୁକ୍ତି ନ ଦେଇ ବେକାର କରି ଘରେ ବସାନ୍ତି। ଏ ସମସ୍ତ ବିଷୟ ସରକାର ବିଚାରକୁ ନେଇ ୨ ପ୍ରକାର ଶିକ୍ଷାର୍ଥୀଙ୍କ ଶିକ୍ଷା ଓ ଅଭିଜ୍ଞତାକୁ ପାଥେୟକରି ସରକାର ନିଯୁକ୍ତି ଦେଲେ ରାଜ୍ୟରେ ଡାକ୍ତର ଅଭାବ ଦୂର ହୋଇପାରିବ ଓ ଗ୍ରାମାଞ୍ଚଳର ରୋଗୀମାନେ ଯଥାଶୀଘ୍ର ସେବା ପାଇପାରିବେ। ଦୀର୍ଘଦିନ ଧରି ୨ ପ୍ରକାର ଶିକ୍ଷାର୍ଥୀଙ୍କ ମଧ୍ୟରେ ଲାଗି ରହିଥିବା ତଫାତ୍‌କୁ ଦୂରକରିବା ପାଇଁ ସରକାର ସମାନୁପାତରେ ସମସ୍ତଙ୍କୁ ନିଯୁକ୍ତି ଦେବା ଆବଶ୍ୟକ ।
ଏହାବାଦ୍‌ ମଧ୍ୟ ଗୋଟିଏ ବ୍ରିଜ୍‌ କୋର୍ସ ଦ୍ୱାରା ଆଉ ୧ ବର୍ଷ ଦନ୍ତ ସର୍ଜନଙ୍କୁ ଶିକ୍ଷା ଦେଲେ ସେମାନେ ଏକସଙ୍ଗେ ଜଣେ ଜଣେ ସ୍ପେଶିଆଲିଷ୍ଟ ହିସାବରେ ଏକା ଦରମାରେ ଡାକ୍ତରଖାନାରେ କାର୍ଯ୍ୟ କରିପାରିବେ। ଏହା ହୋଇପାରିଲେ ଦୀର୍ଘଦିନରୁ ଦନ୍ତ ସର୍ଜନମାନଙ୍କ ନିଯୁକ୍ତି ପାଇଁ ଲାଗି ରହିଥିବା ଅବ୍ୟବସ୍ଥାର ପଥ ପରିଷ୍କାର ହୋଇପାରନ୍ତା।
ରାଜ୍ୟରେ ସ୍ବାସ୍ଥ୍ୟ ଅନୁଷ୍ଠାନ ଆଇସିଏମ୍‌ଆର୍‌, ଭୁବନେଶ୍ୱରଠାରେ କାର୍ଯ୍ୟ କରୁଛ। ଉକ୍ତ ଅନୁଷ୍ଠାନରେ ନାମଲେଖା ପାଇଁ ସର୍ବଭାରତୀୟ ସ୍ତରରେ ଏକ ପ୍ରବେଶିକା ପରୀକ୍ଷା କରାଯାଇ ଯୋଗ୍ୟତା ହାସଲ କରିଥିବା ଉଭୟ ବିଡିଏସ୍‌ ଓ ଏମ୍‌ବିବିଏସ୍‌ ଡିଗ୍ରୀଧାରୀ ଡାକ୍ତରମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ଏମ୍‌ପିଏଚ୍‌ରେ ଶିକ୍ଷାଦାନ କରାଯାଏ । ପ୍ରତିବର୍ଷ ଉକ୍ତ ଅନୁଷ୍ଠାନରୁ ୧୫ ଜଣ ସ୍ନାତକୋତ୍ତର ଡିଗ୍ରୀଧାରୀ ଉତ୍ତୀର୍ଣ୍ଣ ହେଉଥିଲେ ମଧ୍ୟ ରାଜ୍ୟ ସରକାର ସେମାନଙ୍କୁ ନିଯୁକ୍ତି ନ ଦେବାରୁ ବାଧ୍ୟହୋଇ ସେମାନେ ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ବାସ୍ଥ୍ୟ ବୈଜ୍ଞାନିକ ଭାବେ ନିଯୁକ୍ତି ପାଇ ଓଡ଼ିଶା ଛାଡୁଛନ୍ତ। ଏ କ୍ଷେତ୍ରରେ ସରକାର ନଜର ଦେବାର ଆବଶ୍ୟକତା ଦେଖାଦେଇଛି।
ମୋ: ୯୦୯୦୩୨୫୮୦୨


Enter your email to get our daily news in your inbox.

All Right Reserved By Dharitri.Com

ହୃଦ୍‌ଘାତରେ ଚାଲିଗଲା ଡାକ୍ତରଙ୍କ ଜୀବନ

ଖଡିଆଳ,୧୩ା୧୦ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଚଲାନପଡ଼ା ଗ୍ରାମର ଆୟୁଷ ଡାକ୍ତର ଚିତ୍ତରଞ୍ଜନ ରାଉତ (୫୫)ଙ୍କ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ବୋଡ଼େନ ବ୍ଲକ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ମାଲାମାଲ ହେବେ ୩ ରାଶି: ମିଳିବ ଫଇଦା ହିଁ ଫାଇଦା, ଧନ ସହ ଘରକୁ ଆସିବ ଖୁସିଖବର

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ସହ ମଙ୍ଗଳଙ୍କ ନକ୍ଷତ୍ର ଗୋଚର ମଧ୍ୟ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଏହି…

ଅମାନତ ଟଙ୍କାକୁ ନେଇ ଟଣାଓଟରା, ଯନ୍ତ୍ରୀ-ଛାୟା ଠିକାଦାର ମୁହାଁମୁହିଁ

କଟକ ସଦର, ୧୩।୧୦ (ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ୍‌ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅମାନତ ରାଶି ଉଠାଣକୁ ନେଇ ଯନ୍ତ୍ରୀ ଓ ଛାୟା ଠିକାଦାରଙ୍କ…

କାନ୍ଦୁଲ ଜଙ୍ଗଲକୁ ଯାଇଥିଲେ ବେତେସା: ହଠାତ୍‌ ଆକ୍ରମଣ କଲା ମହୁମାଛି, ଆଉ ତା’ପରେ…

ମୋହନା,୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ମହୁମାଛି ଆକ୍ରମଣରେ ଜଣେ ୫୨ ବର୍ଷୀୟ ବ୍ୟକ୍ତି ଗୁରୁତର ହୋଇପଡ଼ିଛନ୍ତି। ଗୁରୁତର ବ୍ୟକ୍ତି ହେଉଛନ୍ତି କଟାମା ପଞ୍ଚାୟତ ଅନ୍ତର୍ଗତ…

ପାଣିପାଗ ବିଭାଗର ବଡ଼ ଅପ୍‌ଡେଟ୍‌: ୧୦ ଜିଲାରୁ ଫେରିଗଲା ମୌସୁମୀ, ଜାଣନ୍ତୁ…

ଭୁବନେଶ୍ୱର,୧୩।୧୦: ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁପ୍ରତ୍ୟାହାର ଜାରି ରହିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ୧୦ ଜିଲାରୁ ମୌସୁମୀ ବାୟୁ ସଂପୂର୍ଣ୍ଣ ବିଦାୟ ନେଇଥିବା ପାଣିପାଗ ବିଭାଗ ପକ୍ଷରୁ…

ଭିଜିଲାନ୍ସ ଜାଲରେ ସଇଁତଳା RI: ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ବଲାଙ୍ଗୀର, ୧୩।୧୦(ସୁନିଲ କୁମାର ମହାନ୍ତି): ଲାଞ୍ଚ ନେବା ଅଭିଯୋଗରେ ବଲାଙ୍ଗୀର ଜିଲା ସଇଁତଳା ରାଜସ୍ବ ସର୍କଲର ରାଜସୱ ନିରୀକ୍ଷକ (RI) ଆଲନ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ମାଡ଼ିବସିଛି।…

କେତେ ଟଙ୍କା ପାଆନ୍ତି ରାଜ୍ୟପାଳ? ମାସିକ ୩.୫ ଲକ୍ଷ ଦରମା ସହ ଜାଣନ୍ତୁ ତାଙ୍କୁ ମିଳୁଥିବା ସମସ୍ତ ସରକାରୀ ସୁବିଧା

ନୂଆଦିଲ୍ଲୀ,୧୩।୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଟି ରାଜ୍ୟ ପାଇଁ ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଏହାଦ୍ୱାରା ଅନେକ ସାମ୍ୱିଧାନିକ ପଦବୀରେ ପରିବର୍ତ୍ତନ ଘଟିଛି। ସିକିମର ପୂର୍ୱତନ ରାଜ୍ୟପାଳ…

ଭୟୂରଭଞ୍ଜରେ ଲଜ୍ଜା, ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର

ଉଦଳା,୧୩।୧୦: ଭୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?