ଏକ କଠିନ ପ୍ରଶ୍ନର ଉତ୍ତର ଦେଇ ଡେନମାର୍କର ଭିକ୍ଟୋରିଆ କଜେର ହେଲେ ମିସ୍‌ ୟୁନିଭର୍ସ ୨୦୨୪ର ଓ୍ବିନର

ମେକ୍ସିକୋ ସିଟି,୧୭।୧୧: ମିସ ୟୁନିଭର୍ସ ୨୦୨୪ ଘୋଷଣା ହୋଇଛି ଏବଂ ଚଳିତ ବର୍ଷର ମିସ ୟୁନିଭର୍ସର ବିଜେତା ହେଉଛି ମିସ ଡେନମାର୍କ, ଯାହାଙ୍କ ନାମ ଭିକ୍ଟୋରିଆ କଜେର୍‌ ଥିଲଭିଗ (Victoria Kjr Theilvig)। ପ୍ରଥମ ରନର୍‌ ଅପ ନାଇଜେରିଆର ଚିଡିମ୍ମା ଆଡେଟସିନା, ଦ୍ୱିତୀୟ ରନର୍‌ ଅପ ମେକ୍ସିକୋର ମାରିଆ ଫର୍ନାଣ୍ଡା ବେଲ୍ଟ୍ରାନ, ତୃତୀୟ ରନର୍‌ ଅପ ଥାଇଲ୍ୟାଣ୍ଡର ଓପମ୍‌ଲ ସୁଚାତା ଚୁଆଙ୍ଗସ୍ରି ଏବଂ ଚତୁର୍ଥ ରନର୍‌ ଅପ ଭେନେଜୁଏଲର ଇଲିଆନା ମାର୍କେଜ ଥିଲେ। ମିସ ୟୁନିଭର୍ସ ୨୦୨୪ ବିୟୁଟି କଣ୍ଟେଷ୍ଟର ୭୩ତମ ସଂସ୍କରଣ ମେକ୍ସିକୋର ଆରେନା ସିଡିଏମଏକ୍ସ, ମେକ୍ସିକୋ ସିଟିରେ ଅନୁଷ୍ଠିତ ହୋଇଥିଲା । ମିସ ୟୁନିଭର୍ସ ୨୦୨୪ ର ଗ୍ରାଣ୍ଡ ଫିନାଲରେ ଭାରତର ରିୟା ସିଙ୍ଗା ମଧ୍ୟ ଅଂଶଗ୍ରହଣ କରିଥିଲେ, ଯିଏ ଶ୍ରେଷ୍ଠ ୩୦ରେ ସ୍ଥାନ ପାଇଥିଲେ, କିନ୍ତୁ ଶ୍ରେଷ୍ଠ ୧୨ରେ ପ୍ରବେଶ କରିପାରି ନ ଥିଲେ। ସୂଚନାଯୋଗ୍ୟ, ଚଳିତ ବର୍ଷ ୧୨୫ ଟି ଦେଶରୁ ପ୍ରତିଯୋଗୀମାନେ ଏଥିରେ ଭାଗ ନେଇଥିଲେ। ଗତ ବର୍ଷର ମିସ ୟୁନିଭର୍ସ ବିଜେତା ନିକାରାଗୁଆର ଶେନିସ ପାଲାସିଓସ ଚଳିତ ବର୍ଷର ମିସ ୟୁନିଭର୍ସ ବିଜେତା ଭିକ୍ଟୋରିଆ କେଜର୍‌ ଥେଲଭିଗଙ୍କୁ ବିଜେତା ଭାବରେ ମୁକୁଟ ପିନ୍ଧାଇଥିଲେ।

ସୂଚନାଯୋଗ୍ୟ, ଏଥର ମିସ ୟୁନିଭର୍ସର ମୁକୁଟ ଅତ୍ୟନ୍ତ ସ୍ବତନ୍ତ୍ର, ଯାହାର ନାମ ‘ଲୁମିଏରେ ଦେ ଇନଫିନି’ ( Lumire de l’Infini) ରଖାଯାଇଛି। ଏହାର ଅର୍ଥ ଆଲୋକର ଅସୀମତା (Light of Infinity । ଏହି ମିସ ୟୁନିଭର୍ସ ମୁକୁଟ ମହିଳା ସଶକ୍ତିକରଣର ପ୍ରତିନିଧିତ୍ୱ କରେ ଏବଂ ଏହା ହୀରା ସହିତ ୨୩ ଟି ସୁବର୍ଣ୍ଣ ମୋତି ସହିତ ସୁସଜ୍ଜିତ। ସୂଚନା ଅନୁସାରେ ଏହି ସୁବର୍ଣ୍ଣ ମୋତି ଦକ୍ଷିଣ ସାଗର (Golden South Sea pearls) ରୁ ଅଣାଯାଇଛି ଏବଂ ପାରମ୍ପାରିକ କୌଶଳ ବ୍ୟବହାର କରି ଏହାକୁ ୨ ବର୍ଷ ମଧ୍ୟରେ ଫିଲିପାଇନ୍ସ କାରିଗରମାନେ ପ୍ରସ୍ତୁତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାଞ୍ଚଳରେ ଉପମୁଖ୍ୟମନ୍ତ୍ରୀ: କୃଷି ଋଣ ଛାଡ଼ ସହ କ୍ଷତିପୂରଣ ପାଇ ଦାବି କଲେ ବିପନ୍ନ

ତିହିଡି଼, ୫।୮(ସଞ୍ଜିତ ବଳ): ତିହିଡି଼ ବ୍ଲକର ବନ୍ୟାଞ୍ଚଳକୁ ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗସ୍ତ କରିଛନ୍ତି । ବାରସର ପଞ୍ଚାୟତର ତିଆଡ଼ିସାହି ଓ ଗୋବିନ୍ଦପୁର ପଞ୍ଚାୟତର ତଳହଂସପାଟ…

ରାସ୍ତାକଡ଼ରେ ବିତୁଛି ନୀଳାଚଳଙ୍କ ଜୀବନ, ଘର ଖଣ୍ଡିଏ ପାଇଁ ସରକାରଙ୍କୁ କଲେ ନିବେଦନ

ଗଞ୍ଜାମ,୫।୮ (ବିଦ୍ୟାଧର ସାହୁ ): ଗରିବ ଜନ ସାଧାରଣଙ୍କ ପାଇଁ ସରକାର କେତେ କଣ ଯୋଜନା କରିଛନ୍ତି । କିନ୍ତୁ କିଛି ଯୋଜନା ଲୋକଙ୍କ ପାଖରେ ପହଞ୍ଚି…

୨୦୨୭ ବିଶ୍ୱକପ ପାଇଁ ସୁନୀଲ ଗାଭାସ୍କର ବାଛିଲେ ଭାରତୀୟ ଦଳ; ବାଦ ପଡ଼ିଲେ ବଡ଼ ବଡ଼ ନାମ

ନୂଆଦିଲ୍ଲୀ,୫।୮: ଆସନ୍ତା ବର୍ଷ (୨୦୨୭) ହେବାକୁ ଥିବା ଏକଦିବସୀୟ ବିଶ୍ୱକପ ପାଇଁ ଭାରତୀୟ ଦଳରେ କିଏ ସ୍ଥାନ ପାଇବ ସେ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ…

NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ, ସୁପ୍ରିମକୋର୍ଟରେ ଯୋଜନାର ରୂପରେଖା ପ୍ରଦାନ କଲେ ସରକାର

ନୂଆଦିଲ୍ଲୀ,୫।୮: ଜାତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷା, NEET-UGର ଢାଞ୍ଚାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଚାଲିଛି। କେନ୍ଦ୍ର ସରକାର ଏକ ସତ୍ୟପାଠ ମାଧ୍ୟମରେ ସୁପ୍ରିମକୋର୍ଟକୁ ଏହା ଜଣାଇ…

ଆନନ୍ଦପୁର ରିଂ ରୋଡ଼ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ପଞ୍ଚାୟତରାଜ ମନ୍ତ୍ରୀ, ଦାବି ଜଣାଇଲେ ସ୍ଥାନୀୟ ଲୋକେ

ବଞ୍ଚୋ, ୫।୮:(ପ୍ରଦୋଷ ବିଶ୍ୱାଳ ): ଆନନ୍ଦପୁର ନିର୍ବାଚନମଣ୍ଡଳୀର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ତଥା ଆନନ୍ଦପୁର ରିଂ ରୋଡ଼କୁ ଆଜି ଓଡ଼ିଶା ସରକାରଙ୍କ ପଞ୍ଚାୟତରାଜ ଏବଂ ପାନୀୟ ଜଳ…

‘ବନ୍ଦେ ମାତରମ୍‌ ନ ଗାଇଲେ କ’ଣ ଆକାଶ ଛିଣ୍ଡି ପଡିବ?’ ରୋକ୍‌ଠୋକ୍‌ ଶୁଣାଇଦେଲେ କୋଲକାତା ହାଇକୋର୍ଟ

କୋଲକାତା,୫।୮: କୋଲକାତା ହାଇକୋର୍ଟ ମଙ୍ଗଳବାର ଦିନ ମଦ୍ରାସାଗୁଡ଼ିକରେ ‘ବନ୍ଦେ ମାତରମ୍’ର ଛଅଟିଯାକ ପଦ ଗାଇବା ବାଧ୍ୟତାମୂଳକ କରିବା ବିରୋଧରେ ଦାୟର ଏକ ଜନସ୍ୱାର୍ଥ ମାମଲା (PIL)ର ଶୁଣାଣି…

ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ତାତିଲେ Gen-G: ଏହି ଦାବିକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରୀଛାତ୍ର

କେନ୍ଦୁଝର,୫।୮ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଐତିହ୍ୟ ସମ୍ପନ୍ନ ଧରଣୀ ଧର ସୟଂ ଶାସିତ ମହାବିଦ୍ୟାଳୟର ସୁରକ୍ଷା ଦାବି ଜୋର୍‌ ଧରିଛି। ଜିଲାର ଏକ ମାତ୍ର ସାଧାରଣ…

୭୫ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ ପାଇଁ ରହିଛନ୍ତି ଜଣେ ମହିଳା ସୂପରଭାଇଜର-ସିଡ଼ିପିଓ: ଖାଲି ପଦବୀ ପୂରଣ ଦାବି

କର୍ଲାମୁଣ୍ଡା,୫।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୧୨ଟି ପଞ୍ଚାୟତରେ ରହିଛି ୬୨ଟି ରାଜସ୍ବ ଗ୍ରାମ। ଶିଶୁ, ଗର୍ଭବତୀ, ପ୍ରସୂତୀ, କିଶୋରୀ ବାଳିକାମାନଙ୍କ ପାଇଁ ସରକାରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri