ଫ୍ୟାଶନରେ ଡେନିମ୍‌ ଶଟ୍ସ

ଖରାଦିନେ ଶଟର୍‌ସ ପିନ୍ଧିବାକୁ ଅନେକେ ପସନ୍ଦ କରିଥାନ୍ତି। ଖାସ୍‌ କରି ଡେନିମ୍‌ ଶଟର୍‌ସ। କାରଣ ଏହାକୁ ପିନ୍ଧିଲେ ଯେମିତି କମ୍ଫର୍ଟେବଲ୍‌ ଲାଗେ ସେମିତି ସ୍ମାର୍ଟ ଲୁକ୍‌ ବି ମିଳେ। ସେହିପରି ଏହା ସହିତ ଯେକୌଣସି ଟପ୍ସକୁ ପେୟାର୍‌ କରି ମଧ୍ୟ ପିନ୍ଧି ହୁଏ। ତେବେ କେଉଁ ଟପ୍ସକୁ କେମିତି ପିନ୍ଧିଲେ ଡେନିମ୍‌ ଶଟର୍‌ସ ସହ ତାହା ପରଫେକ୍ଟ ମ୍ୟାଚ୍‌ କରିବ, ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ପେପ୍ଲମ୍‌ ଟପ୍ସ ଓ ଡେନିମ୍‌ ଶଟର୍‌ସ: କଳା ରଙ୍ଗର ସ୍ଲିଭ୍‌ଲେସ୍‌ ପେପ୍ଲମ୍‌ ଟପ୍ସ ସହ ଲାଇଟ୍‌ ବ୍ଲୁ କଲର୍‌ର ଡେନିମ୍‌ ଶଟର୍‌ସ ଖୁବ୍‌ ସୁନ୍ଦର ଦେଖାଯାଇଥାଏ। ଏହା ସହିତ ମ୍ୟାଚିଂ ଫୁଟ୍‌ଓ୍ବେର୍‌ ପିନ୍ଧିଲେ ଆହୁରି ଭଲ ମାନିଥାଏ। ଖରାଦିନେ କଳା ରଙ୍ଗର ଚଷମା ସହ ଏହି ଗେଟ୍‌ଅପ୍‌ ଯୁବତୀଙ୍କୁ ଷ୍ଟାଇଲିଶ୍‌ ଲୁକ୍‌ ଦେଇଥାଏ।

ଫ୍ଲୋରାଲ୍‌ ଟପ୍ସ ଓ ଡେନିମ୍‌ ଶଟର୍‌ସ: ଖରାଦିନେ ଫ୍ଲୋରାଲ୍‌ ପ୍ରିଣ୍ଟ ଆଉଟ୍‌ଫିଟ୍‌ କୁଲ୍‌ ଲୁକ୍‌ ଦେଇଥାଏ। ଯୁବତୀମାନେ ଚାହିଁଲେ ଡେନିମ୍‌ ଶଟର୍‌ସ ସହ ଫ୍ଲୋରାଲ୍‌ ପ୍ରିଣ୍ଟ ଥିବା ଟପ୍ସକୁ ମଧ୍ୟ ପେୟାର୍‌ କରିପାରିବେ। ଉଭୟ ସ୍ଲିଭ୍‌ ଲେସ୍‌ ହେଉ ଅବା ଫୁଲ୍‌ ସ୍ଲିଭ୍‌ ବାଲା ଫ୍ଲୋରାଲ୍‌ ଟପ୍ସ ଡେନିମ୍‌ ଶଟର୍‌ସ ସହ ଭଲ ମାନିଥାଏ।

ବ୍ଲେଜର୍‌ ଓ ଡେନିମ୍‌ ଶଟର୍‌ସ: ବ୍ଲେଜର୍‌ ପିନ୍ଧିଲେ ସୋବର୍‌ ଲୁକ୍‌ ମିଳେ। ଆଉ ଡେନିମ୍‌ ଶଟର୍‌ସ ସହ ଏହାକୁ ପେୟାର୍‌ କଲେ ଲୁକ୍‌ ଟିକେ ଡିଫରେଣ୍ଟ ଲାଗେ। ତେବେ ବ୍ଲେଜର୍‌ ପିନ୍ଧିଲାବେଳେ ଆପଣ ଚାହିଁଲେ ପ୍ରଥମେ କୌଣସି ମ୍ୟାଚିଂ ଶାର୍ଟ କିମ୍ବା ଟି-ଶାର୍ଟ ପିନ୍ଧି, ତା’ଉପରେ ବ୍ଲେଜର୍‌ ପିନ୍ଧିପାରିବେ। ଏହା ସହିତ ପାଦରେ ହିଲ୍‌ କିମ୍ବା ସୁ ବି ଟ୍ରାଏ କରିପାରିବେ। ସେହିପରି ହାତରେ ପତଳା ବ୍ରେସ୍‌ଲେଟ୍‌ ପିନ୍ଧିବା ସହ ଛୋଟ କ୍ଲଚ୍‌ ଧରିଲେ ଷ୍ଟାଇଲିଶ୍‌ ଲାଗେ।

ସ୍ରଗ୍‌ ଓ ଡେନିମ୍‌ ଶଟର୍‌ସ: କମ୍ଫର୍ଟେବଲ୍‌ ଲୁକ୍‌ ଦିଏ ସ୍ରଗ୍‌। ଆଉ ଶଟର୍‌ସ ସହ ସ୍ରଗ୍‌କୁ ପେୟାର୍‌ କଲେ କ୍ଲାସି ଲୁକ୍‌ ମିଳେ। ତେବେ ସ୍ରଗ୍‌ ଚୟନ କଲାବେଳେ ସବୁବେଳେ ଦେଖିବେ ଏହାର ଫ୍ୟାବ୍ରିକ୍‌ ଯେତେ ହାଲ୍‌କା ହୋଇଥିବ; ନ ହେଲେ ଖରାଦିନେ ପିନ୍ଧି ହେବ ନାହିଁ। ସେହିପରି ଫ୍ଲୋରାଲ୍‌ ପ୍ରିଣ୍ଟବାଲା ସ୍ରଗ୍‌ ହେଉ ଅବା ଲାଇଟ୍‌ କଲର୍‌ର ସ୍ରଗ୍‌ ବି ଶଟର୍‌ସ ସହ ଭଲ ମାନିଥାଏ।

ଢିଲା ଶାର୍ଟ ଓ ଡେନିମ୍‌ ଶଟର୍‌ସ: ଡେନିମ୍‌ ଶଟର୍‌ସ ସହ ଶାର୍ଟର କମ୍ବିନେଶନ ବି ପରଫେକ୍ଟ ମ୍ୟାଚ୍‌ କରିଥାଏ। ଆଉ ଖରାଦିନେ ଆପଣ ଚାହିଁଲେ ଶଟର୍‌ସ ସହ ଢିଲା ଶାର୍ଟକୁ ମଧ୍ୟ ପେୟାର କରିପାରିବେ। ଏହିଦିନେ ଷ୍ଟ୍ରାଇପ୍‌ ଶାର୍ଟର ଡିମାଣ୍ଡ ଯୁବପିଢିଙ୍କ ଭିତରେ ବହୁତ ରହିଥାଏ। ତାକୁ ମ୍ୟାଚ୍‌ କରି ଆପଣ ପାଦରେ ଚାହିଁଲେ ସ୍ନିକର୍ସ ସୁ ମଧ୍ୟ ଟ୍ରାଏ କରିପାରିବେ।

ଢିଲା ହାଫ୍‌ ସ୍ଲିଭ୍‌ ଟି-ଶାର୍ଟ ଓ ଡେନିମ୍‌ ଶଟର୍‌ସ: ଖରାଦିନେ ଟି-ଶାର୍ଟ ପିନ୍ଧିବା ଅନେକଙ୍କର ପସନ୍ଦ। ଖାସ୍‌ କରି ଟିକେ ଢିଲା ଟି-ଶାର୍ଟ ପିନ୍ଧିଲେ କମ୍ଫଟେବଲ୍‌ ଲାଗେ। ଆଉ ଡେନିମ୍‌ ଶଟର୍‌ସ ସହ ଏହାକୁ ପେୟାର କରି ପିନ୍ଧିଲେ ସ୍ମାର୍ଟ ଲୁକ୍‌ ମିଳେ। ଖାସ୍‌ କରି ହାଫ୍‌ ସ୍ଲିଭ୍‌ ବାଲା ଢିଲା ଟି-ଶାର୍ଟ ଡେନିମ୍‌ ଶଟର୍‌ସ ସହ ଭଲ ମାନିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ସତ ହେବ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ! ବର୍ଷ ଆରମ୍ଭରୁ ୬ରାଶି…

୨୦୨୬ ବର୍ଷ ପାଇଁ ବଡ଼ ଭବିଷ୍ୟବାଣୀ କରିଯାଇଛନ୍ତି ବାବା ଭେଙ୍ଗା । କିଛି ରାଶିରେ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି ବର୍ଷ ୨୦୨୬ । ବୃଷ,...

କେମିତି ରହିବ ୨୦୨୬ରେ ଶନିଙ୍କ ଚାଲି? ଏସବୁ ରାଶି ରହିବେ ସତର୍କ, ଖରାପ ଟାଇମ୍‌ ଆରମ୍ଭ…

ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ କର୍ମର ଦାତା ଏବଂ ନ୍ୟାୟର ଦେବତା ଭାବରେ ବିବେଚନା କରାଯାଏ। ତାଙ୍କୁ ନଅଟି ଗ୍ରହ ମଧ୍ୟରେ...

ଶାମ୍ବ ଦଶମୀରେ ଖୋଲିବ ଏହି ୩ ରାଶିର ଭାଗ୍ୟ, ସବୁ କ୍ଷେତ୍ରରେ ମିଳିବ ସଫଳତା

 ଆଜି ପବିତ୍ର ଶାମ୍ବ ଦଶମୀ । ପୌଷ ଶୁକ୍ଳ ଦଶମୀ ତିଥିରେ ଶାମ୍ବ ଦଶମୀ ପାଳନ କରାଯାଇଥାଏ । ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କର ପୂଜା କରାଯାଇଥାଏ...

ନୂଆବର୍ଷ ୨୦୨୬ରୁ ଏହି ୩ ରାଶିର ଭଲ ଦିନ ଆରମ୍ଭ: ସୃଷ୍ଟି ହେଉଛି ଚତୁର୍ଗ୍ରହୀ ଯୋଗ, ଘଟିବ…

୨୦୨୬ର ପ୍ରଥମ ଦିନ ଜ୍ୟୋତିଷ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ଦିନରେ ଏକ ଶକ୍ତିଶାଳୀ ଚତୁର୍ଗ୍ରହୀ ଯୋଗ ସୃଷ୍ଟି ହେଉଛି। ଜାନୁଆରୀ ୧, ୨୦୨୬...

ଜାନୁଆରୀ ୧୧ ସୁଦ୍ଧା ଏହି ୩ ରାଶିର ହେବାକୁ ଯାଉଛି ବଡ଼ ପରିବର୍ତ୍ତନ, ଗ୍ରହଙ୍କ ରାଜା ‘ସୂର୍ଯ୍ୟ’ କଲେ ନକ୍ଷତ୍ର ଗୋଚର

ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟ, ଯାହାକୁ ସୂର୍ଯ୍ୟ ଦେବତା ଏବଂ ଗ୍ରହମାନଙ୍କର ରାଜା ଉଭୟ ଭାବରେ ବିବେଚନା କରାଯାଏ, ୨୦୨୫ରେ ତାଙ୍କର ଶେଷ ଗୋଚର ସମାପ୍ତ କରିଛି।...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

ସୃଷ୍ଟି ହେବ ଗଜକେଶରୀ ଯୋଗ, ଏହି ୨ ରାଶିର ବ୍ୟକ୍ତିଙ୍କର କ୍ୟାରିଅରରେ ହେବ ଉନ୍ନତି

ଗ୍ରହ ଏବଂ ନକ୍ଷତ୍ର ମଣ୍ଡଳର ଗତିକୁ ଆଧାର କରି ୨୦୨୬ ମସିହାର ପ୍ରଥମ କିଛି ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri