Posted inଜାତୀୟ

ମିଳିଲାନି ଆମ୍ବୁଲାନ୍ସ, ବ୍ୟାଗରେ ଶିଶୁର ମୃତଦେହକୁ ଧରି ୯୦ କିଲୋମିଟର ଯାତ୍ରା କଲେ ବ୍ୟକ୍ତି

ତେହେରାନ,୧୬।୬: ମହାରାଷ୍ଟ୍ରର ନାସିକ ସିଭିଲ ହସ୍ପିଟାଲରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଆମ୍ବୁଲାନ୍ସ ସେବା ନ ମିଳିବାରୁ ଜଣେ ଆଦିବାସୀ ବ୍ୟକ୍ତି ସଖାରାମ କାଭାର ତାଙ୍କ ନବଜାତ ଝିଅର ମୃତଦେହକୁ ଏକ କ୍ୟାରି ବ୍ୟାଗରେ ନେଇ ୯୦ କିଲୋମିଟର ବସରେ ଯାତ୍ରା କରିଛନ୍ତି।

ପିଟିଆଇ ରିପୋର୍ଟ ଅନୁଯାୟୀ, ସଖାରାମ କାଭାର କହିଛନ୍ତି, “ସ୍ୱାସ୍ଥ୍ୟ ବ୍ୟବସ୍ଥାର ଅବହେଳା ଓ ଉଦାସୀନତା ଯୋଗୁଁ ମୁଁ ମୋ ସନ୍ତାନକୁ ହରାଇଛି।”

କାଭାର କହିଛନ୍ତି ଯେ ଜୁନ ୧୧ରେ ତାଙ୍କ ୨୬ ବର୍ଷୀୟ ପତ୍ନୀ ଖୋଦାଲା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚସି)ରେ ପ୍ରସବ ବେଦନା ଅନୁଭବ କରିଥିଲେ। ଏହା ତାଙ୍କର ତୃତୀୟ ସନ୍ତାନ ଥିଲା। ସେ ଆମ୍ବୁଲାନ୍ସ ପାଇଁ ଫୋନ କରିଥିଲେ, କିନ୍ତୁ କୌଣସି ପ୍ରତିକ୍ରିୟା ମିଳିନଥିଲା। ସେ ଆଶା କର୍ମୀଙ୍କୁ ମଧ୍ୟ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେମାନେ ଉପସ୍ଥିତ ନଥିଲେ। ୧୦୮ ନମ୍ବରରେ କଲ କରିଥିଲେ ମଧ୍ୟ କୌଣସି ସାହାଯ୍ୟ ମିଳିନଥିଲା। ପରେ ସେ ଏକ ବ୍ୟକ୍ତିଗତ ଗାଡ଼ିର ବ୍ୟବସ୍ଥା କରି ତାଙ୍କ ପତ୍ନୀଙ୍କୁ ଖୋଦାଲା ପିଏଚସିକୁ ନେଇଥିଲେ।

ପିଏଚସିରେ ଏକ ଘଣ୍ଟା ଅପେକ୍ଷା କରାଇଥିଲା

କାଭାର ଅଭିଯୋଗ ଅନୁଯାୟୀ, ଖୋଦାଲା ପିଏଚସିରେ ପହଞ୍ଚିବା ପରେ ତାଙ୍କ ପତ୍ନୀଙ୍କୁ ଏକ ଘଣ୍ଟା ଅପେକ୍ଷା କରାଯାଇଥିଲା। ପରେ ତାଙ୍କୁ ମୋଖାଡା ସିଭିଲ ହସ୍ପିଟାଲକୁ ରେଫର କରାଯାଇଥିଲା। ମୋଖାଡା ସିଭିଲ ହସ୍ପିଟାଲର ଡାକ୍ତରମାନେ ଗର୍ଭସ୍ଥ ଶିଶୁର ହୃଦସ୍ପନ୍ଦନ ନ ମିଳିବାରୁ ତାଙ୍କ ପତ୍ନୀଙ୍କୁ ନାସିକ ସିଭିଲ ହସ୍ପିଟାଲକୁ ନେବାକୁ ପରାମର୍ଶ ଦେଇଥିଲେ।

ଆସେ ଗାଁରୁ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା ହୋଇଥିଲା, ଯାହା ତାଙ୍କ ପତ୍ନୀଙ୍କୁ ସନ୍ଧ୍ୟା ବେଳା ନାସିକ ସିଭିଲ ହସ୍ପିଟାଲକୁ ନେଇଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ, ଜୁନ ୧୨ରେ କାଭାରଙ୍କ ପତ୍ନୀ ଏକ ମୃତ ଶିଶୁକୁ ଜନ୍ମ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲା ଇସ୍ରୋ: ଏଣିକି ବିନା ମୋବୋଇଲ୍‌ ଟାଓ୍ବାରରେ ଆସିବ ନେଟଓ୍ବର୍କ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପୁଣି ଥରେ ବିଶ୍ୱ ସମ୍ମୁଖରେ ନିଜର ଶକ୍ତି ଏବଂ ଆତ୍ମବିଶ୍ୱାସ ପ୍ରଦର୍ଶନ କରିଛି। ଏକ କମ ବଜେଟ,...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ଓଡ଼ିଶାରେ ବଢୁଛି ଶୀତର ପ୍ରକୋପ: ୩ ଦିନରେ ଏସବୁ ଜିଲାରେ ହ୍ରାସ ପାଇବ ପାରଦ

ଭୁବନେଶ୍ୱର,୨୩।୧୨: ରାଜ୍ୟରେ ଶୀତର ଲହରି ଜାରି ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସହରର ତାପମାତ୍ରା ଗତ ୩ ଦିନ ମଧ୍ୟରେ ଗୁରୁତର ଭାବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri