ପୁରୁଷ ବନ୍ଧୁ ବିନା ମହାବିଦ୍ୟାଳୟରେ ପ୍ରବେଶ ମନା

ଜଗତ୍‌ସିଂହପୁର ଅଫିସ, ୨୪ା୧:ଜଗତ୍‌ସିଂହପୁର ଜିଲାର ଏକ ପୁରାତନ ମହାବିଦ୍ୟାଳୟକୁ ପ୍ରବେଶ କରିବାକୁ ହେଲେ ବାଳିକାମାନଙ୍କୁ ଅତି କମ୍‌ରେ ସେମାନଙ୍କର ଜଣେ ପୁରୁଷ ବନ୍ଧୁ ବାଛିବାକୁ ପଡ଼ିବ। ଗତ ୨୦ ତାରିଖରୁ ସାମାଜିକ ଗଣମାଧ୍ୟମରେ ଏଭଳି ମିଥ୍ୟା ନୋଟିସ୍‌ ଭାଇରାଲ ହୋଇଛି। ଏହି ନୋଟିସ୍‌ ମହାବିଦ୍ୟାଳୟ ପକ୍ଷରୁ ଜାରି କରାଯାଇ ନାହିଁ ବୋଲି ମହାବିଦ୍ୟାଳୟ ଅଧ୍ୟକ୍ଷ କହିଛନ୍ତି। ମହାବିଦ୍ୟାଳୟକୁ ବଦନାମ କରିବା ପାଇଁ ତାଙ୍କ ଦସ୍ତଖତକୁ ଟାମ୍ପରିଂ କରାଯାଇ ଉକ୍ତ ନୋଟିସ୍‌କୁ ଭାଇରାଲ କରାଯାଇଥିବା ଅଧ୍ୟକ୍ଷ କହିଛନ୍ତି। ତାଙ୍କ କହିବାନୁଯାୟୀ, ମହାବିଦ୍ୟାଳୟର ଉନ୍ନତି ସାଙ୍ଗକୁ ଛାତ୍ରୀଛାତ୍ରଙ୍କ ଶୈକ୍ଷିକ ବିକାଶ ପାଇଁ ସେ ବଦ୍ଧ ପରିକର। ମାତ୍ର କୌଣସି ବ୍ୟକ୍ତି ମହାବିଦ୍ୟାଳୟର ପ୍ରତିଷ୍ଠା, ଭାବମୂର୍ତ୍ତି ଓ ତାଙ୍କ ବ୍ୟକ୍ତିତ୍ୱକୁ ନଷ୍ଟ କରିବା ପାଇଁ ଏଭଳି ହୀନ କାର୍ଯ୍ୟ କରିଛନ୍ତି। ଭାଇରାଲ ନୋଟିସ୍‌ ଉପରେ ସେ କହିଛନ୍ତି, ମହାବିଦ୍ୟାଳୟ ପକ୍ଷରୁ ଦିଆଯାଉଥିବା ଚିଠିର ଲେଟର ହେଡ୍‌ ଓ ଭାଇରାଲ ହୋଇଥିବା ଲେଟର ହେଡ୍‌ ଅଲଗା ରହିଛି। ଏହାଛଡ଼ା ମହାବିଦ୍ୟାଳୟ ପକ୍ଷରୁ କୌଣସି ନୋଟିସ୍‌ ହେଲେ ସେଥିରେ ଚିଠି ନମ୍ବର ପଡ଼ିଥାଏ। କିନ୍ତୁ ଭାଇରାଲ ନୋଟିସ୍‌ରେ ତାହା ନାହିଁ। କେହି ତାଙ୍କ ଦସ୍ତଖତକୁ ନୋଟିସ୍‌ ବୋର୍ଡ କିମ୍ବା ଅନ୍ୟ ମାଧ୍ୟମରେ ସଂଗ୍ରହ କରି ଏଭଳି ମିଥ୍ୟା ନୋଟିସ୍‌ ପ୍ରସ୍ତୁତ କରିଥାଇ ପାରନ୍ତି ବୋଲି ଅଧ୍ୟକ୍ଷ କହିଛନ୍ତି। ଏହା ଜାଣିଲା ପରେ ସେ ମହାବିଦ୍ୟାଳୟ ସଭାପତିଙ୍କ ସହ ଯୋଗାଯୋଗ କରିଥିଲେ। ସଭାପତିଙ୍କ ପରାମର୍ଶକ୍ରମେ ସେ ରବିବାର ଜଗତ୍‌ସିଂହପୁର ଥାନା ଆଇଆଇସି ଓ ଗୋଇନ୍ଦା ବିଭାଗ ସହ ମୋବାଇଲ ଯୋଗେ ଯୋଗାଯୋଗ କରିଛନ୍ତି। ମହାବିଦ୍ୟାଳୟ ଓ ତାଙ୍କୁ ବଦନାମ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଅଧ୍ୟକ୍ଷ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ଉକ୍ତ ଭାଇରାଲ ନୋଟିସ୍‌ରେ ଉଲ୍ଲେଖ ଥିଲା କୌଣସି ବାଳିକା ତାଙ୍କ ପୁରୁଷ ବନ୍ଧୁଙ୍କ ସହ ସଦ୍ୟ ଫଟୋ ଉଠାଇଥିବା ଦରକାର। ମହାବିଦ୍ୟାଳୟ ଭିତରକୁ ପ୍ରବେଶ କରିବାକୁ ହେଲେ ଏହା ଦେଖାଇବାକୁ ପଡ଼ିବ। ପ୍ରେମ ସମ୍ପର୍କକୁ ବ୍ୟାପକ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଫେବୃୟାରୀ ୧୪ ସୁଦ୍ଧା ପ୍ରତ୍ୟେକ ବାଳିକା ସେମାନଙ୍କର ପୁରୁଷ ବନ୍ଧୁଙ୍କ ସହ ଫଟୋ ପ୍ରସ୍ତୁତ କରିବା ବାଧ୍ୟତାମୂଳକ। ସାମାଜିକ ଗଣମାଧ୍ୟମରେ ଏଭଳି ଚିନ୍ତାଜନକ ନୋଟିସ୍‌ ଭାଇରାଲ ହେଲା ପରେ ସାରା ଜିଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri