ପୁରୁଷ ବନ୍ଧୁ ବିନା ମହାବିଦ୍ୟାଳୟରେ ପ୍ରବେଶ ମନା

ଜଗତ୍‌ସିଂହପୁର ଅଫିସ, ୨୪ା୧:ଜଗତ୍‌ସିଂହପୁର ଜିଲାର ଏକ ପୁରାତନ ମହାବିଦ୍ୟାଳୟକୁ ପ୍ରବେଶ କରିବାକୁ ହେଲେ ବାଳିକାମାନଙ୍କୁ ଅତି କମ୍‌ରେ ସେମାନଙ୍କର ଜଣେ ପୁରୁଷ ବନ୍ଧୁ ବାଛିବାକୁ ପଡ଼ିବ। ଗତ ୨୦ ତାରିଖରୁ ସାମାଜିକ ଗଣମାଧ୍ୟମରେ ଏଭଳି ମିଥ୍ୟା ନୋଟିସ୍‌ ଭାଇରାଲ ହୋଇଛି। ଏହି ନୋଟିସ୍‌ ମହାବିଦ୍ୟାଳୟ ପକ୍ଷରୁ ଜାରି କରାଯାଇ ନାହିଁ ବୋଲି ମହାବିଦ୍ୟାଳୟ ଅଧ୍ୟକ୍ଷ କହିଛନ୍ତି। ମହାବିଦ୍ୟାଳୟକୁ ବଦନାମ କରିବା ପାଇଁ ତାଙ୍କ ଦସ୍ତଖତକୁ ଟାମ୍ପରିଂ କରାଯାଇ ଉକ୍ତ ନୋଟିସ୍‌କୁ ଭାଇରାଲ କରାଯାଇଥିବା ଅଧ୍ୟକ୍ଷ କହିଛନ୍ତି। ତାଙ୍କ କହିବାନୁଯାୟୀ, ମହାବିଦ୍ୟାଳୟର ଉନ୍ନତି ସାଙ୍ଗକୁ ଛାତ୍ରୀଛାତ୍ରଙ୍କ ଶୈକ୍ଷିକ ବିକାଶ ପାଇଁ ସେ ବଦ୍ଧ ପରିକର। ମାତ୍ର କୌଣସି ବ୍ୟକ୍ତି ମହାବିଦ୍ୟାଳୟର ପ୍ରତିଷ୍ଠା, ଭାବମୂର୍ତ୍ତି ଓ ତାଙ୍କ ବ୍ୟକ୍ତିତ୍ୱକୁ ନଷ୍ଟ କରିବା ପାଇଁ ଏଭଳି ହୀନ କାର୍ଯ୍ୟ କରିଛନ୍ତି। ଭାଇରାଲ ନୋଟିସ୍‌ ଉପରେ ସେ କହିଛନ୍ତି, ମହାବିଦ୍ୟାଳୟ ପକ୍ଷରୁ ଦିଆଯାଉଥିବା ଚିଠିର ଲେଟର ହେଡ୍‌ ଓ ଭାଇରାଲ ହୋଇଥିବା ଲେଟର ହେଡ୍‌ ଅଲଗା ରହିଛି। ଏହାଛଡ଼ା ମହାବିଦ୍ୟାଳୟ ପକ୍ଷରୁ କୌଣସି ନୋଟିସ୍‌ ହେଲେ ସେଥିରେ ଚିଠି ନମ୍ବର ପଡ଼ିଥାଏ। କିନ୍ତୁ ଭାଇରାଲ ନୋଟିସ୍‌ରେ ତାହା ନାହିଁ। କେହି ତାଙ୍କ ଦସ୍ତଖତକୁ ନୋଟିସ୍‌ ବୋର୍ଡ କିମ୍ବା ଅନ୍ୟ ମାଧ୍ୟମରେ ସଂଗ୍ରହ କରି ଏଭଳି ମିଥ୍ୟା ନୋଟିସ୍‌ ପ୍ରସ୍ତୁତ କରିଥାଇ ପାରନ୍ତି ବୋଲି ଅଧ୍ୟକ୍ଷ କହିଛନ୍ତି। ଏହା ଜାଣିଲା ପରେ ସେ ମହାବିଦ୍ୟାଳୟ ସଭାପତିଙ୍କ ସହ ଯୋଗାଯୋଗ କରିଥିଲେ। ସଭାପତିଙ୍କ ପରାମର୍ଶକ୍ରମେ ସେ ରବିବାର ଜଗତ୍‌ସିଂହପୁର ଥାନା ଆଇଆଇସି ଓ ଗୋଇନ୍ଦା ବିଭାଗ ସହ ମୋବାଇଲ ଯୋଗେ ଯୋଗାଯୋଗ କରିଛନ୍ତି। ମହାବିଦ୍ୟାଳୟ ଓ ତାଙ୍କୁ ବଦନାମ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଅଧ୍ୟକ୍ଷ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ଉକ୍ତ ଭାଇରାଲ ନୋଟିସ୍‌ରେ ଉଲ୍ଲେଖ ଥିଲା କୌଣସି ବାଳିକା ତାଙ୍କ ପୁରୁଷ ବନ୍ଧୁଙ୍କ ସହ ସଦ୍ୟ ଫଟୋ ଉଠାଇଥିବା ଦରକାର। ମହାବିଦ୍ୟାଳୟ ଭିତରକୁ ପ୍ରବେଶ କରିବାକୁ ହେଲେ ଏହା ଦେଖାଇବାକୁ ପଡ଼ିବ। ପ୍ରେମ ସମ୍ପର୍କକୁ ବ୍ୟାପକ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଫେବୃୟାରୀ ୧୪ ସୁଦ୍ଧା ପ୍ରତ୍ୟେକ ବାଳିକା ସେମାନଙ୍କର ପୁରୁଷ ବନ୍ଧୁଙ୍କ ସହ ଫଟୋ ପ୍ରସ୍ତୁତ କରିବା ବାଧ୍ୟତାମୂଳକ। ସାମାଜିକ ଗଣମାଧ୍ୟମରେ ଏଭଳି ଚିନ୍ତାଜନକ ନୋଟିସ୍‌ ଭାଇରାଲ ହେଲା ପରେ ସାରା ଜିଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁନିୟର ମହିଳା ହକି: ଓ୍ବେଲ୍ସକୁ ହରାଇଲା ଭାରତ

ସାଣ୍ଟିଆଗୋ, ୮ା୧୨: ଏଫ୍‌ଆଇଏଚ୍‌ ଜୁନିୟର ମହିଳା ହକି ବିଶ୍ୱକପ୍‌ର ୯ମ ସ୍ଥାନ ପାଇଁ ହୋଇଥିବା ଏକ କ୍ଲାସିଫିକେଶନ ମ୍ୟାଚ୍‌ରେ କ୍ୱାର୍ଟରଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଥିବା ଭାରତ...

ଏକାଠି ହେଲେ ହଳଦିଆ ତୈଳିକ ବୈଶ୍ୟ ସମାଜ ସଭ୍ୟ, ବିଭିନ୍ନ ସମସ୍ୟା ନେଇ

ଦିଗପହଣ୍ଡି,୮ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ଓ ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ଏକ ଆଲୋଚନା ସଭା ସାନଖେମୁଣ୍ଡି ବ୍ଲକ ଜିଉରା ଗ୍ରାମ...

ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା ଏମିତି ଏକ ଜନ୍ତୁ, ତା’ପରେ…

ଭଞ୍ଜନଗର,୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ସୋରାଦେବୀ ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଅଜଣା ଜନ୍ତୁକୁ ଧକ୍କା ଦେଇ ଜଣେ...

ଏହି ଷ୍ଟାର ଫୁଟ୍‌ବଲ ଖେଳାଳିଙ୍କୁ ବ୍ଲାକ୍‌ମେଲ କରି ଜେଲଗଲେ ମହିଳା

ସିଓଲ,୮ା୧୨: ଫୁଟବଲ ଷ୍ଟାର ସନ୍‌ ହିଅଙ୍ଗ ମିନ୍‌ଙ୍କୁ ବ୍ଲାକ୍‌ମେଲ କରିଥିବା ଅଭିଯୋଗରେ ଦକ୍ଷିଣ କୋରିଆର ଏକ କୋର୍ଟ ଜଣେ ମହିଳାଙ୍କୁ ୪ବର୍ଷ ଜେଲ ଦଣ୍ଡ କରିଛି।...

ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଲେ

ଭୁବନେଶ୍ୱର,୧୨।୮: ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଦେଲେ। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସହିଦ୍‌ନଗରରେ। ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି।...

ଭୟାବହ ଅଗ୍ନିକାଣ୍ଡ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ କଲେ ଫଳ ଦୋକାନୀ, ତହସିଲଦାର କଲେ ଆଲୋଚନା

ବଲାଙ୍ଗୀର, ୮।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ବସଷ୍ଟାଣ୍ଡ ସମ୍ମୁଖ ତଥା ଜିଲାପାଳ କାର୍ଯ୍ୟାଳୟ ନିକଟ ଫଳ ମାର୍କେଟରେ ସୋମବାର ଅପରାହ୍ନ ପ୍ରାୟ ୩ଟା ସମୟରେ...

ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାକୁ ଗ୍ରହଣ କରିବେନି ବୋଲି ଏକାଠି ହେଲେ୭ ଗ୍ରାମବାସୀ  

ପଟ୍ଟାଙ୍ଗି,୮।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତର ଫାଟୁସିନେରୀ ଗ୍ରାମ ନିକଟ ଓଡିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ପଞ୍ଚାୟତର ୭ଟି...

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri