କାର୍ଯ୍ୟକାଳ ବୃଦ୍ଧିକୁ ଅସ୍ୱୀକାର

କେରଳ ସରକାରଙ୍କ ସ୍ଵତନ୍ତ୍ର ଅଧିକାରୀ (ବାହ୍ୟ ସହଯୋଗ)ଭାବେ ରାଷ୍ଟ୍ରଦୂତ ଭେନୁ ରାଜାମୋନିଙ୍କ ଦୁଇ ବର୍ଷ କାର୍ଯ୍ୟକାଳ ଅପ୍ରତ୍ୟାଶିତ ଭାବରେ ଶେଷ ହୋଇଛି। ସେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଦୁଇ ସପ୍ତାହର କାର୍ଯ୍ୟକାଳ ବୃଦ୍ଧିକୁ ପ୍ରତ୍ୟାଖ୍ୟାନ କରିବା ପରେ ଏଭଳି ଘଟିଛି। ଏହି ସମ୍ପ୍ରସାରଣ ୩୦ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ଜାରି ରହିିବାକୁ ସ୍ଥିର ହୋଇଥିଲା। ସୂତ୍ରରୁ ପ୍ରକାଶ, ରାଜାମୋନି କେରଳ ରାଜ୍ୟପାଳଙ୍କୁ ୧୭ ସେପ୍ଟେମ୍ବର ୨୦୨୩ ସୁଦ୍ଧା ତାଙ୍କ ସେବା ବନ୍ଦ କରିବାକୁ ଅନୁମତି ମାଗିଥିଲେ। ଏକ ସରକାରୀ କାର୍ଯ୍ୟ ଶେଷ କରିବାକୁ ଉଦ୍ଦିଷ୍ଟ କାର୍ଯ୍ୟକାଳ ବୃଦ୍ଧି ଆଉ ପ୍ରାସଙ୍ଗିକ ନୁହେଁ ଏବଂ ତାଙ୍କର ଅଧିକ ୨ ସପ୍ତାହ ଦାୟିତ୍ୱରେ ରହିବା ଅନାବଶ୍ୟକ ବୋଲି ରାଜାମୋନିଙ୍କ ନିଷ୍ପତ୍ତିରୁ ପ୍ରତିପାଦିତ ହେଉଛି। କିନ୍ତୁ ତାଙ୍କର ଏହି ଅପ୍ରତ୍ୟାଶିତ ସିଦ୍ଧାନ୍ତ ଉପରେ କଳ୍ପନାଜଳ୍ପନା ଲାଗିରହିଛି । ରାଜାମୋନି ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବିଶେଷକରି ୟୁକ୍ରେନରୁ ଛାତ୍ରୀଛାତ୍ରଙ୍କୁ ଦେଶକୁ ଫେରାଇଆଣିବା, ଭିଏତ୍‌ନାମର କୋଚି ଏବଂ ହୋ ଚି ମିନି ସହର ମଧ୍ୟରେ ସିଧାସଳଖ ବିମାନ ସଂଯୋଗ ସ୍ଥାପନ କରିବା ଏବଂ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଓ ବିଦେଶୀ କୂଟନୀତିଜ୍ଞଙ୍କ ମଧ୍ୟରେ ସିଧାସଳଖ ବୈଠକ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହାସହ ନରୱେ, ବ୍ରିଟେନ, ଆମେରିକା ଏବଂ କ୍ୟୁବା ଭଳି ଦେଶକୁ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଗସ୍ତ ପାଇଁ ବ୍ୟବସ୍ଥା କରିଥିଲେ। କେରଳ ସରକାରରେ ଅବସ୍ଥାପିତ ହେବା ପୂର୍ବରୁ ରାଜାମୋନି ତାଙ୍କର ୩୪ ବର୍ଷ କ୍ୟାରିୟରରେ ଅନେକ ପ୍ରତିଷ୍ଠିତ ପଦବୀରେ ଅବସ୍ଥାପିତ ହୋଇଥିଲେ। ସେ ଦୁବାଇରେ ଭାରତର କନସୁଲ ଜେନେରାଲ, କେରଳକୁ ବିଶ୍ୱ ବ୍ୟାଙ୍କ ଏବଂ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ ଦେଉଥିବା ସହାୟତାର ତଦାରଖ ପାଇଁ ଯୁଗ୍ମ ସଚିବ ଏବଂ ରାଷ୍ଟ୍ରପତିଭବନରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପ୍ରେସ ସଚିବ ଥିଲେ। ସେ ମଧ୍ୟ ନେଦରଲାଣ୍ଡରେ ଭାରତର ରାଷ୍ଟ୍ରଦୂତ ଥିଲେ।

ବିବାଦ ଭିତରେ ଦାୟିତ୍ୱ

ଚଳିତବର୍ଷ ପ୍ରାରମ୍ଭରେ କର୍ନାଟକରେ ଆଇଏଏସ୍‌ ଅଧିକାରୀ ରୋହିଣୀ ସିନ୍ଧୁରୀ ଏବଂ ଆଇପିଏସ୍‌ ଅଧିକାରୀ ଡି. ରୁପା ମୌଡଗିଲ ମଧ୍ୟରେ ଚର୍ଚ୍ଚିତ ବିବାଦ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିଲା। ଏବେ ଉଭୟ ବରିଷ୍ଠ ଅଧିକାରୀ ସରକାରୀ କାର୍ଯ୍ୟ ଆରମ୍ଭ କରିଛନ୍ତି। ପ୍ରଶାସନିକ ସୌହାର୍ଦ୍ଦ୍ୟ ଫେରାଇଆଣିବା ପାଇଁ ସେମାନଙ୍କୁ ନୂତନ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ରୋହିଣୀ ସିନ୍ଧୁରୀ କର୍ନାଟକ ଗେଜେଟିଅର ବିଭାଗରେ ମୁଖ୍ୟ ସମ୍ପାଦକ ପଦବୀ ଗ୍ରହଣ କରିଛନ୍ତି। ଏହି ସମୟରେ ଆଇପିଏସ୍‌ ଅଧିକାରୀ ଡି.ରୁପା ମୌଡଗିଲଙ୍କୁ ଆଭ୍ୟନ୍ତରୀଣ ସୁରକ୍ଷା ବିଭାଗ (ଆଇଏସ୍‌ଡି)ରେ ପୋଲିସ ମହା ନିରୀକ୍ଷକ (ଆଇଜିପି) ପଦବୀକୁ ବଦଳି କରାଯାଇଛି। ଫେବୃୟାରୀରେ ଏହି ଦୁଇ ଅଧିକାରୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ସେହି ସମୟରେ ରୁପା କର୍ନାଟକ ରାଜ୍ୟ ହସ୍ତତନ୍ତ ବିକାଶ ନିଗମର ପରିଚାଳନା ନିର୍ଦ୍ଦେଶକ ଥିଲେ । ମୁଜରାଇ ବିଭାଗ କମିଶନର ଭାବରେ କାର୍ଯ୍ୟ କରୁଥିବା ରୋହିଣୀ ସିନ୍ଧୁରୀଙ୍କ ବିରୋଧରେ ରୁପା ଗୁରୁତର ଅଭିଯୋଗ ଆଣିଥିଲେ। ସେତେବେଳେ ସିନ୍ଧୁରୀ ଏହି ଅଭିଯୋଗକୁ ଅସ୍ବୀକାର କରି ଏଗୁଡ଼ିକୁ ଭିତ୍ତିହୀନ ବୋଲି କହିଥିଲେ। ଏହି ଦୁଇ ଅଧିକାରୀ ସେମାନଙ୍କର ନୂତନ ଭୂମିକାକୁ କିଭଳି ସଞ୍ଚାଳନ କରିବେ ତାହା ଦେଖିବାକୁ ବାକି ରହିଛି। ତେବେ ରୋହିଣୀ କର୍ନାଟକ ହାଇକୋର୍ଟରେ ରୁପାଙ୍କ ବିରୋଧରେ ଆପରାଧିକ ମାନହାନି ମକଦ୍ଦମା ଦାଏର କରିବା ପରେ ବିବାଦ ଏବେ ନ୍ୟାୟିକ ପରିସରରେ। ସମ୍ପ୍ରତି ଏହି ମାମଲାର ନିରପେକ୍ଷ ଏବଂ ପୁଙ୍ଖାନୁପୁଙ୍ଖ ଯାଞ୍ଚର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ କୋର୍ଟ ଏହି ମାମଲା ବନ୍ଦ କରିବାକୁ ମନା କରି ଦେଇଛନ୍ତି।

ଭଲ କାମରେ ବାଧା

ପ୍ରଶାସନିକ ନିୟନ୍ତ୍ରଣ ବଜାୟ ରଖିବା ପାଇଁ ବଦଳି ଏକ ଅତ୍ୟାବଶ୍ୟକ ସାଧନ। ତେବେ ବହୁତ ଭଲ ପ୍ରଦର୍ଶନ କରୁଥିବା ବାବୁମାନଙ୍କୁ ବାରମ୍ବାର ବଦଳି କରିବା ବିଷୟ ଦେଖିବାକୁ ମିଳୁଛି। ନିକଟରେ ଉତ୍ତରପ୍ରଦେଶର ମିର୍ଜାପୁରର ଜିଲା ମାଜିଷ୍ଟ୍ରେଟ ଦିବ୍ୟା ମିତ୍ତଲଙ୍କ ବଦଳି ଏହାର ଏକ ଦୃଷ୍ଟାନ୍ତ ହୋଇପାରେ। ନିୟମିତ ଜଳ ଯୋଗାଣରୁ ବଞ୍ଚିତ ଏକ ଗାଁର ବାସିନ୍ଦାଙ୍କ ଜୀବନ ବଦଳାଇବା ପାଇଁ ସେ ସଫଳତାର ସହ ସେମାନଙ୍କ ଘରକୁ ପାଇପ ଜଳ ଯୋଗାଣକୁ ସୁଗମ କରିଥିଲେ। ଏଥିରେ ଗ୍ରାମବାସୀମାନେ ଖୁସି ହୋଇ ପାଇପ ଜଳର ଯୋଗାଣକୁ ନେଇ ଏକ ଉତ୍ସବ ପାଳନ କରିଥିଲେ। ତେବେ ଦିବ୍ୟାଙ୍କୁ ବସ୍ତି ଜିଲାକୁ ବଦଳି କରାଯିବା ପରେ ତାଙ୍କ ଅସମ୍ପୂର୍ଣ୍ଣ କାର୍ଯ୍ୟ ସରକାରଙ୍କ ଫାଇଲ ତଳେ ରହିଗଲା। କୌତୂହଳର ବିଷୟ, ସେହି ମୂଲ୍ୟବାନ ପାଇପଲାଇନକୁ ଅସାମାଜିକ ବ୍ୟକ୍ତିମାନେ ଭାଙ୍ଗି ଦେବା ଦ୍ୱାରା ଗ୍ରାମବାସୀ ପୁନର୍ବାର ଘରୋଇ ଟ୍ୟାଙ୍କର୍‌ ଉପରେ ନିର୍ଭରଶୀଳ ହୋଇଛନ୍ତି। କୁହାଯାଉଛି, ସ୍ଥାନୀୟ ରାଜନୈତିକ ନେତାମାନେ ଦିବ୍ୟାଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରି ନ ଥିଲେ। ସେମାନେ ଯେଉଁ କାମ କରି ପ୍ରଶଂସା ସାଉଁଟି ଥାଆନ୍ତେ ସେ ତାହାକୁ ଛଡ଼ାଇନେଉଥିବା ଭୟ ସେମାନଙ୍କ ମନରେ ସୃଷ୍ଟି ହୋଇଥିଲା। ଅନେକେ ସେମାନଙ୍କ ଲୋକପ୍ରିୟ ଜିଲାପାଳଙ୍କୁ ହଠାତ୍‌ ବଦଳି କରିବା ପଛରେ ରାଜନୈତିକ ଉଦ୍ଦେଶ୍ୟ ଥିବା ସନ୍ଦେହ କରୁଛନ୍ତି। ଏହା ଜିଲାରେ ଚାଲିଥିବା ଦୀର୍ଘକାଳୀନ ପ୍ରକଳ୍ପର କାର୍ଯ୍ୟାନ୍ବୟନରେ ବାଧା ସୃଷ୍ଟି କରିବା ସହ ବାସିନ୍ଦା ତଥା ଅନ୍ୟାନ୍ୟ ଜିଲା ଅଧିକାରୀଙ୍କୁ ମଧ୍ୟ ନିରୁତ୍ସାହିତ କରିଛି। ତେବେ ଆଶା କରାଯାଏ, ଯୁବ ଜିଲାପାଳଙ୍କୁ ଯେଉଁଠାରେ ନିଯୁକ୍ତି ଦିଆଗଲେ ବି ସେ ଭଲ କାମ ଜାରି ରଖିବେ ।

  • ଦିଲୀପ ଚେରିଏନ୍‌
    Email: dilipcherian@gmail.com

Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri