ଆର୍‌ଜିଏଚ୍‌ରେ ଖୋଲିନି ଡେଙ୍ଗୁ ୱାର୍ଡ

ରାଉରକେଲା,୧୬।୭(ସଙ୍ଗୀତା ଜେନା)ବର୍ଷା ମାସ ଜୁଲାଇରୁ ଅକ୍ଟୋବର ପର୍ଯ୍ୟନ୍ତ ଡେଙ୍ଗୁ ଜ୍ୱରର ପ୍ରକୋପ ଦେଖାଯାଇଥାଏ। ଚଳିତବର୍ଷ ଜୁଲାଇ ଦ୍ୱିତୀୟ ସପ୍ତାହ ଅତିକ୍ରମ ହୋଇଥିଲେ ମଧ୍ୟ ରାଉରକେଲା ସରକାରୀ ହସ୍‌ପିଟାଲ (ଆର୍‌ଜିଏଚ୍‌)ରେ ଖୋଲିନାହିଁ ଡେଙ୍ଗୁ ଓ୍ବାର୍ଡ। ଡେଙ୍ଗୁ ନିରାକରଣ ପାଇଁ ବିିବିଧ ପଦକ୍ଷେପ ଗ୍ରହଣ କରାଯାଇଥାଏ। ସହରବାସୀଙ୍କ ଜ୍ୱର ସହ ଭୀଷଣ ହାତ ଓ ଗଣ୍ଠି ବିନ୍ଧା, ଆଖି ଭିତରେ ଯନ୍ତ୍ରଣା, ଦେହରେ ଲାଲ ଦାଗ ଦେଖାଦେବା, କେତେକ କ୍ଷେତ୍ରରେ ବାନ୍ତି ହେବା, ମୁଣ୍ଡ ବିନ୍ଧା ହେବା ଆଦି ଲକ୍ଷଣ ଦେଖାଦେଲେ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ପରାମର୍ଶ କରିବାକୁ କୁହାଯାଇଥାଏ। ହେଲେ ଡେଙ୍ଗୁ ଓ୍ବାର୍ଡ ଖୋଲି ନ ଥିବାରୁ ଲୋକେ କେଉଁଠି ପରାମର୍ଶ କରିବେ ବୋଲି ପ୍ରଶ୍ନ ଉଠୁଛି। ଏହାର ପ୍ରତିକାର ସ୍ବରୁପ ପାଣି ରହୁଥିବା ପାତ୍ର, ଟାଙ୍କି, କୁଲର ଇତ୍ୟାଦିକୁ ୨/୩ ଦିନରେ ବଦଳାଇବା, ନିୟମିତ ମଶାରୀ ଟାଙ୍ଗିବା, ପୁରା ଦେହକୁ ଘୋଡାଇ ରଖିବା ଭଳି ପୋଷାକ ପିନ୍ଧିବା, ଘର ଚତୁଃପାର୍ଶ୍ୱରେ ସ୍ଥାନ ପରିଷ୍କାର କରିବା, ପାଣି ଜମା ହେବାକୁ ଦେବା ନାହିଁ ଭଳି ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଥାଏ। ଜଳାଶୟ ଓ ଅନ୍ୟ ନାଳନର୍ଦ୍ଦମାରେ କେମିକାଲ ସିଞ୍ଚନ କରାଯାଇଥାଏ। ଚଳିତବର୍ଷ ରାଉରକେଲା ମହାନଗର ନିଗମ ପକ୍ଷରୁ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଥିବାବେଳେ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ଅଦ୍ୟାବଧି ଡେଙ୍ଗୁ ୱାର୍ଡ଼ର ଶୁଭାରମ୍ଭ ହୋଇ ନ ଥିବା ଅଭିଯୋଗ ହୋଇଛି। ଆର୍‌ଜିଏଚ୍‌ ପରିସରରେ ଥିବା ରକ୍ତ ଭଣ୍ଡାର ନିକଟରେ ପ୍ରତ୍ୟେକ ବର୍ଷ କେବିନ ବ୍ଲକ ନିକଟରେ ବର୍ଷା ମାସରେ ଅସ୍ଥାୟୀ ଡେଙ୍ଗୁ ୱାର୍ଡ଼ ପରିଚାଳନା କରାଯାଉଥିବାବେଳେ ବର୍ଷର ଅନ୍ୟ ସମୟରେ ଉକ୍ତ ୱାର୍ଡ଼କୁ ଅଂଶୁଘାତ ସେଣ୍ଟର ଭାବେ ବ୍ୟବହାର କରାଯାଇଥାଏ। ତେବେ ଚଳିତବର୍ଷ ଜୁଲାଇର ଦ୍ୱିତୀୟ ସପ୍ତାହ ଅତିକ୍ରମ କରିଥିବାବେଳେ ଡାକ୍ତରଖାନା କର୍ତ୍ତୃପକ୍ଷ ୱାର୍ଡ଼ ନ ଖୋଲିବା ବୁଦ୍ଧିଜୀବୀ ମହଲରେ ଆଲୋଚନାର ଖୋରାକ ଯୋଗାଇଛି। ଏବେ ମଧ୍ୟ ଉକ୍ତ ୱାର୍ଡ଼ ଆଗରେ ଅଂଶୁଘାତର ଫଳକ ଲାଗିରହିଛି। ରୋଗୀ ଏଠାରେ ଆସି ଡେଙ୍ଗୁ ୱାର୍ଡ଼ ନ ପାଇ ଭ୍ରମରେ ରହୁଥିବା କୁହାଯାଇଛି। ୨୦୨୨ ମସିହାରେ ରାଉରକେଲା, ସୁନ୍ଦରଗଡ଼, ଝାଡଖଣ୍ଡ ସୀମାନ୍ତ, ଛତିଶଗଡ଼ ସୀମାନ୍ତ ଅଞ୍ଚଳରୁ ପ୍ରାୟ ୮୯ ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଥିଲେ। ମୃତ୍ୟୁହାର ଶୂନ ରହିଥିଲା। ସେହିପରି ୨୦୨୩ ମସିହା ଜାନୁଆରୀ ମାସ ପ୍ରଥମ ସପ୍ତାହରେ ୮ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହୋଇଥିଲେ। ଚଳିତ ବର୍ଷ ଏବେ ପର୍ଯ୍ୟନ୍ତ ଜଣେ ମଧ୍ୟ ରୋଗୀ ଆର୍‌ଜିଏଚ୍‌କୁ ଆସି ନାହାନ୍ତି। ଦୈନିକ ସାଧାରଣ ଜ୍ୱର ଓ ଅନ୍ୟ ପ୍ରକାର ରୋଗ ଲାଗି ଶତାଧିକ ରୋଗୀ ଆସୁଛନ୍ତି। ହେଲେ ଡେଙ୍ଗୁ ଲକ୍ଷଣ ସମ୍ପନ୍ନ ରୋଗୀ ପରିଲକ୍ଷିତ ହୋଇନାହାନ୍ତି ବୋଲି ନର୍ସିଂ ଅଫିସର ତଥା ୱାର୍ଡ଼ର ଇନଚାର୍ଜ ଉର୍ବଶୀ ତ୍ରିପାଠୀ କହିଛନ୍ତି। ୱାର୍ଡ଼ ନ ଖୋଲିବା ନେଇ ପଚରାଯିବାରୁ ତ୍ରିପାଠୀ କହିଛନ୍ତି, ଡେଙ୍ଗୁ ରୋଗର ସନ୍ଦେହ ହେଲେ ପ୍ରଥମେ ରକ୍ତ ପରୀକ୍ଷା କରାଯାଇଥାଏ। ପରେ ପ୍ଲେଟଲେଟ ହ୍ରାସ ପାଇଲେ ରୋଗୀଙ୍କୁ ନିଃଶୁଳ୍କ ପ୍ଲେଟଲେଟ ଦିଆଯାଇଥାଏ। ଆନୁସଙ୍ଗିକ ଚିକିତ୍ସା ସହ ମଶା ନିରୋଧୀ କେମିକାଲ ମଶାରୀ ପ୍ରଦାନ କରାଯାଇଥାଏ। ଯଥାଶୀଘ୍ର ୱାର୍ଡ଼ ଖୋଲାଯିବ। ବିଭିନ୍ନ ବ୍ଲକ ଓ ରାଉରକେଲା ପାରିପାର୍ଶ୍ୱିକ ଅଞ୍ଚଳରେ ଅଙ୍ଗନଓ୍ବାଡ଼ି କେନ୍ଦ୍ରମାନଙ୍କ ଦ୍ୱାରା ଡେଙ୍ଗୁ ରୋଗୀଙ୍କ ଅନ୍ବେଷଣ ତଥା ସଚେତନତା ଜାରି ରହିଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri