Posted inଖେଳ

ପଡ଼ିଆରେ ତ୍ୱରିତ ନିଷ୍ପତ୍ତି ଉପରେ ଡେନର୍ବିଙ୍କ ଗୁରୁତ୍ୱ

ଭୁବନେଶ୍ୱର, ୧୭।୧୦(କ୍ରୀଡ଼ା ପ୍ରତିନିଧି): ପ୍ରଥମଥର ପାଇଁ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ଖେଳିବାକୁ ସୁଯୋଗ ପାଇଥିବା ଭାରତୀୟ ଦଳ ସୋମବାର ଏହାର ଶେଷ ମ୍ୟାଚ୍‌ ଶକ୍ତିଶାଳୀ ବ୍ରାଜିଲ ବିପକ୍ଷରେ ଖେଳିବ। ଗ୍ରୁପ୍‌ ଏ’ରେ କ୍ରମାଗତ ୨ଟି ମ୍ୟାଚ୍‌ ହାରି ଭାରତୀୟ ଦଳ ନକ୍‌ଆଉଟ ଦୌଡ଼ରୁ ବାଦ୍‌ ପଡ଼ି ସାରିଛି। ଅଭିଜ୍ଞତାର ଅଭାବ ପଡ଼ିଆ ମଧ୍ୟରେ ସ୍ପଷ୍ଟ ବାରି ହୋଇଯାଇଛି। ତେଣୁ ଆଗାମୀ ମ୍ୟାଚ୍‌ରେ ଖେଳାଳିମାନେ ବିନା ଚାପରେ ଖେଳିବା ସହ ପଡ଼ିଆ ମଧ୍ୟରେ ଉତ୍ତମ ବୁଝାମଣା ଏବଂ ତ୍ୱରିତ ନିଷ୍ପତ୍ତି ନେବା ଉପରେ ଗୁରୁତ୍ୱ ଦେବେ ବୋଲି ମୁଖ୍ୟ କୋଚ୍‌ ଥୋମାସ ଡେନର୍ବି ଆଶାପ୍ରକାଶ କରିଛନ୍ତି।

”ବ୍ରାଜିଲ ବିପକ୍ଷ ମ୍ୟାଚ୍‌ରେ ଆମକୁ କିଛି ହରାଇବାର ନାହିଁ। ତେଣୁ ବିନା ଚାପରେ ଥଣ୍ଡା ମନରେ ଆତ୍ମବିଶ୍ୱାସର ସହ ଖେଳିବାକୁ ପିଲାମାନଙ୍କୁ ପରାମର୍ଶ ଦିଆଯାଇଛି। ବ୍ରାଜିଲ ଏକ ଶକ୍ତିସମ୍ପନ୍ନ ଦଳ। ଏହି ଦଳ ନକ୍‌ଆଉଟ ପର୍ଯ୍ୟାୟରେ ପ୍ରବେଶ ପାଇଁ ପ୍ରୟାସ ଲଢ଼ିବ। ତେଣୁ ମ୍ୟାଚ୍‌ରେ ନିଶ୍ଚିତ ସମସ୍ତ ଶକ୍ତି ପ୍ରୟୋଗ କରିବ। ଏହି ଗେମ୍‌ ଆମ ପାଇଁ ସମ୍ମାନ ସଦୃଶ। ବ୍ରାଜିଲ ବିପକ୍ଷରେ ଆମେ ଦୃଢ଼ ରକ୍ଷଣଭାଗ ଉପରେ ଅଧିକ ଗୁରୁତ୍ୱ ଦେବୁ। ତେବେ ଫୁଟ୍‌ବଲ କେବଳ ରକ୍ଷଣଭାଗକୁ ନେଇ ଖେଳାଯାଏନାହିଁ ବୋଲି ଆମେ ଜାଣିଛୁ। ତେଣୁ ଯଦି ଆମେ ଗୋଲ ଦେଇପାରିବୁ ତେବେ ବହୁତ ଭଲ ହେବ। ଗୋଲ ଦେଇ ଟୁର୍ନାମେଣ୍ଟ ଶେଷ କରିପାରିଲେ ଆମ ପାଇଁ ଭଲ। ଟୁର୍ନାମେଣ୍ଟରୁ ପିଲାମାନେ ଅନେକ କିଛି ଶିଖିଛନ୍ତି। ଆଗକୁ ଆଉ ଏକ ବଡ଼ ପରୀକ୍ଷା ଅଛି।

ଏହି ପରିସ୍ଥିତିକୁ ସାମ୍ନା କଲେ ସେମାନେ ଅଧିକ ପରିପକ୍ୱ ହେବେ। ପରିସ୍ଥିତି ଅନୁଯାୟୀ ପଡ଼ିଆରେ ତ୍ୱରିତ ନିଷ୍ପତ୍ତି ନେବା ଏବଂ ଉତ୍ତମ ବୁଝାମଣା ରଖିବା ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ। ବ୍ରାଜିଲରେ ପିଲାମାନେ ବହୁତ ଛୋଟବେଳୁ ଫୁଟ୍‌ବଲ ଖେଳିବା ଆରମ୍ଭ କରିଥାନ୍ତି। ଏହା ଦଳକୁ ଅନେକ ଫାଇଦା ଦେଇଥାଏ। ତେବେ ଆମର ଷ୍ଟାର୍ଟିଂ ଇଲେଭେନ ମଧ୍ୟ ବିପକ୍ଷ ଦଳକୁ ମୁକାବିଲା କରିବାରେ ସକ୍ଷମ, ଏହା ଦେଖାଇବାର ସମୟ ଆସିଛି“ ବୋଲି ଡେନର୍ବି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri