ମେକଅପ ମ୍ୟାନଙ୍କୁ ଏମିତି ଡିମାଣ୍ଡ କରିଥିଲେ ସ୍ମିତା ଯାହା ମୃତ୍ୟୁ ପରେ ହୋଇଥିଲା ପୂରଣ!

ମୁମ୍ବାଇ: ବଲିଉଡରେ ୮୦ ଦଶକରେ ରାଜ କରୁଥିଲେ ଅଭିନେତ୍ରୀ ସ୍ମିତା ପାଟିଲ । ସେ ସମୟରେ ସେ ବଲିଉଡର ଆଗଧାଡିର ନାୟିକାଙ୍କ ମଧ୍ୟରୁ ଜଣେ ଥିଲେ । ତାଙ୍କ ସମ୍ପର୍କରେ ଏମିତି ଏକ କଥା ଶୁଣାଯାଏ ଯାହା ହୁଏତ ଅନେକଙ୍କୁ ଜଣା ନ ଥିବ । ସ୍ମିତା ପାଟିଲ ଲିଜେଣ୍ଡ୍ରି ଆକ୍ଟର ରାଜ କୁମାରଙ୍କ ସହ ଫିଲ୍ମ ‘ଗଲିୟୋ କା ବାଦଶାହା’ରେ କାମ କରୁଥାଆନ୍ତି । ଏହା ସେହି ଫିଲ୍ମର ଶୁଟିଂ ସହ ଜଡିତ । କୁହାଯାଏ ଏହି ସମୟରେ ସ୍ମିତା ରାଜ କୁମାରଙ୍କୁ ସାକ୍ଷାତ୍ କରିବାକୁ ତାଙ୍କ ମେକଅପ ରୁମରେ ପହଞ୍ଚିଯାଇଥିଲେ । ସେଠାରେ ସେ ଦେଖିଥିଲେ ରାଜ କୁମାର ଶୋଇକି ମେକଅପ ନେଉଛନ୍ତି । ଆଉ ସେଠାରୁ ସ୍ମିତା ଫେରିଆସିବା ପରେ ଏକ ଇଚ୍ଛା ନେଇ ଫେରି ଆସିଥିଲେ ।
ରାଜ କୁମାରଙ୍କୁ ଦେଖିବା ପରେ ସ୍ମିତା ଇଚ୍ଛା ପ୍ରକାଶ କରିଥିଲେ କି ସେ ବି ଶୋଇକି ମେକଅପ ନେବେ । ସେ ସମୟର ଚର୍ଚ୍ଚିତ ମେକଅପ ଆର୍ଟିଷ୍ଟ ଦୀପକ ସାୱନ୍ତଙ୍କ ସାମ୍ନାରେ ସେ ଏହା କହିଥିଲେ । କାରଣ ସେହି ଫିଲ୍ମରେ ସ୍ମିତାଙ୍କ ମେକଅପ ଦାୟିତ୍ୱ ଦୀପକଙ୍କୁ ଦିଆଯାଇଥିଲା । ହେଲେ ସ୍ମିତାଙ୍କ ଡିମାଣ୍ଡକୁ ସହଜରେ ଗ୍ରହଣ କରିପାରି ନ ଥିଲେ ଦୀପକ । ସେ ସ୍ମିତାଙ୍କୁ ବହୁତ ବୁଝାଇଥିଲେ । ଦୀପକ କହିଥିଲେ ରାଜ କୁମାର ବହୁତ ଜିଦିଆ । ସେ ଯାହା ବୁଝନ୍ତି ତାହାହିଁ କରନ୍ତି । ହେଲେ ଶୋଇବା ଅପେକ୍ଷା ବସିକି ମେକଅପ ନେଲେ ଭଲ ହୋଇଥାଏ । ଶେଷରେ ସ୍ୱିତା ଦୀପକଙ୍କ କଥା ମାନି ଯାଇଥିଲେ ।
ହେଲେ ଏହାର ଖୁବ୍ କମ୍ ଦିନ ମଧ୍ୟରେ ଅର୍ଥାତ୍ ୧୯୮୬ରେ ସ୍ମିତା ପାଟିଲଙ୍କର ଅକାଳ ବିୟୋଗ ହୋଇଯାଇଥିଲା । ଯାହାକୁ କେହି ସହଜରେ ଗ୍ରହଣ କରିପାରି ନ ଥିଲେ । ଆଉ ତାଙ୍କ ଶେଷ ବିଦାୟ ଦେବାକୁ ଯାଇ ମେକଅପ ଆର୍ଟିଷ୍ଟ ଦୀପକ ଥରୁଥିବା ହାତରେ ସ୍ମିତାଙ୍କୁ ଶୋଇବା ଅମସ୍ଥାରେ ହିଁ ମେକଅପ କରିଥିଲେ । ସ୍ମିତାଙ୍କ ଶୁଟିଂ ସମୟର ଇଚ୍ଛା ପୂରଣ ହାଇଥିଲା ମୃତ୍ୟୁ ପରେ ।


Enter your email to get our daily news in your inbox.

All Right Reserved By Dharitri.Com

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri