ଡେମୋନଷ୍ଟ୍ରେଟରଙ୍କ ପରଲୋକ: ଅଞ୍ଚଳରେ ଖେଳିଗଲା ଶୋକ ଶୋକର ଛାୟା

ବଡ଼ଗାଁ,୨୭।୧୧(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଡେମୋନଷ୍ଟ୍ରେଟର ତଥା କଣ୍ଟିଆମୁରା ଗ୍ରାମର ବାସିନ୍ଦା ମନୋଜ ମହାନ୍ତିଙ୍କ ପରଲୋକ ଘଟିଛି। ରାୟପୁରଠାରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ଅପରାହ୍ନରେ ତାଙ୍କର ଦେହାନ୍ତ ହୋଇଛି। ସେ ଗତ କିଛି ମାସ ଧରି କର୍କଟ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ଚାକିରି କାଳର ଆଉ ମାତ୍ର ଦୁଇବର୍ଷ ବାକି ଥିବାବେଳେ ତାଙ୍କର ଏଭଳି ଅକାଳ ବିୟୋଗ ସହକର୍ମୀ, ବନ୍ଧୁବାନ୍ଧବ, ପରିବାରବର୍ଗ ଓ ଅଞ୍ଚଳବାସୀଙ୍କୁ ଗଭୀର ମର୍ମାହତ କରିଛି।

ମନୋଜ ଜଣେ ମେଳାପୀ, ମିଷ୍ଟଭାଷୀ ଓ ଶାନ୍ତ ସ୍ବଭାବର ବ୍ୟକ୍ତି ଭାବେ ସମସ୍ତଙ୍କ ନିକଟରେ ପରିଚିତ ଥିଲେ। ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବଡ଼ଗାଁ ଓ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗରେ ଶିକ୍ଷା ମହଲ ସମେତ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି।

 

Dharitri – Odisha’s No.1 Odia Daily

 

Share