Posted inଜାତୀୟ

ବିମୁଦ୍ରୀକରଣ ନିଷ୍ପତ୍ତି ଠିକ ଥିଲା: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨।୧ : କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତି ଠିକ ଥିଲା ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ୨୦୧୬ ନଭେମ୍ବର ୮ରେ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ ବିମୁଦ୍ରୀକରଣ ପାଇଁ କେନ୍ଦ୍ରର ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି। ସରକାରଙ୍କ ପଦକ୍ଷେପକୁ ଉପଯୁକ୍ତ ଦର୍ଶାଇ ବିମୁଦ୍ରୀକରଣ ବିରୋଧରେ ଦାଖଲ ହୋଇଥିବା ସମସ୍ତ ୫୮ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ପାଞ୍ଚ ଜଣିଆ ବିଚାରପତି ସମ୍ବିଧାନ ବେଞ୍ଚ କହିଛନ୍ତି ଯେ ଏହା କାର୍ଯ୍ୟନିର୍ବାହୀଙ୍କର ଏକ ଅର୍ଥନତିକ ନୀତି ହୋଇଥିବାରୁ ଏହି ନିଷ୍ପତ୍ତିକୁ ରଦ୍ଦ କରାଯାଇପାରିବ ନାହିଁ।

ସୁପ୍ରିମକୋର୍ଟ କହିଛନ୍ତି ଯେ ବିମୁଦ୍ରୀକରଣ ପୂର୍ବରୁ କେନ୍ଦ୍ର ଏବଂ ଆରବିଆଇ ମଧ୍ୟରେ ପରାମର୍ଶ ହୋଇଥିଲା। ସୁପ୍ରିମକୋର୍ଟ କହିଛନ୍ତି ଯେ ଏଭଳି ପଦକ୍ଷେପ ନେବାରେ ଏକ ସମନ୍ବୟ ରହିଥିଲା। ଏହାଦ୍ୱାରା କୌଣସି ବେଆଇନ କାର୍ଯ୍ୟ ହୋଇନାହିଁ।

ଏହାପୂର୍ବରୁ, ଡିସେମ୍ବର ୭ ରେ, ୨୦୧୬ ରାୟ ସହ ଜଡିତ ସମସ୍ତ ରେକର୍ଡ ସେମାନଙ୍କୁ ହସ୍ତାନ୍ତର କରିବାକୁ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ଏବଂ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ନିଷ୍ପତ୍ତି ସଂରକ୍ଷିତ ରଖାଯାଥିଲା। ଏହି ବେଞ୍ଚରେ ଜଷ୍ଟିସ ବି.ଆର. ଗବାଇ. ଏ.ଏସ.ବୋପନ୍ନା, ବି.ରାମ ସୁବ୍ରମଣ୍ୟମ,ବି.ବି. ନାଗରତ୍ନା. ଏସ.ଅବଦୁଲ ନାଜୀର ପ୍ରମୁଖ ସାମିଲ ଥିଲେ। ବେଞ୍ଚ ବରିଷ୍ଠ ଆଇନଜୀବୀ ପି ଚିଦାମ୍ବରମ ଏବଂ ଶ୍ୟାମ ଦଓ୍ବୋନ ଏବଂ ଆବେଦନକାରୀଙ୍କ ପରାମର୍ଶଦାତା ଆଟର୍ନି ଜେନେରାଲ ଆର ଭେଙ୍କଟାରମଣିଙ୍କ ସମେତ ଆରବିଆଇର ଆଇନଜୀବୀଙ୍କର ଯୁକ୍ତି ଶୁଣିଥିଲେ।

କେନ୍ଦ୍ର ଘୋଷଣା କରିଥିବା ବିମୁଦ୍ରୀକରଣକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ୫୮ ଟି ପିଟିଶନ ଦାଖଲ ହୋଇଥିଲା। ଏହି ଆବେଦନ ଉପରେ ଶୁଣାଣି ସମୟରେ ବରିଷ୍ଠ ଆଇନଜୀବୀ ଚିଦାମ୍ବରମ ଯୁକ୍ତି ଦର୍ଶାଇଥିଲେ ଯେ ବିମୁଦ୍ରୀକରଣ ତ୍ରୁଟିପୂର୍ଣ୍ଣ। ସେ ଯୁକ୍ତି ଦର୍ଶାଇତତ୍ଲେ ଯେ ସରକାର ନିଜେ ଆଇନଗତ ଟେଣ୍ଡର ସମ୍ବନ୍ଧୀୟ କୌଣସି ରିଜୋଲ୍ୟୁସନ ଆରମ୍ଭ କରିପାରିବେ ନାହିଁ। ଏହା କେବଳ ଆରବିଆଇର କେନ୍ଦ୍ରୀୟ ବୋର୍ଡର ସୁପାରିଶ କ୍ରମେ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାରୀଙ୍କୁ ଜାମିନ, ପୀଡ଼ିତାଙ୍କ ସହ ଅନ୍ୟାୟ

ନୂଆଦିଲ୍ଲୀ,୨୫ା୧୨: ଭାରତ କେବଳ ଏକ ମୃତ ଅର୍ଥନୀତିରେ ପରିଣତ ହୋଇଯାଇଛି ତାହା ନୁହେଁ, ବରଂ ଏକ ମୃତ ସମାଜ ପାଲଟିଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର...

ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁଧବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସହ...

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri