Posted inଜାତୀୟ

ବିମୁଦ୍ରୀକରଣ ନିଷ୍ପତ୍ତି ଠିକ ଥିଲା: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨।୧ : କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତି ଠିକ ଥିଲା ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ୨୦୧୬ ନଭେମ୍ବର ୮ରେ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ ବିମୁଦ୍ରୀକରଣ ପାଇଁ କେନ୍ଦ୍ରର ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି। ସରକାରଙ୍କ ପଦକ୍ଷେପକୁ ଉପଯୁକ୍ତ ଦର୍ଶାଇ ବିମୁଦ୍ରୀକରଣ ବିରୋଧରେ ଦାଖଲ ହୋଇଥିବା ସମସ୍ତ ୫୮ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ପାଞ୍ଚ ଜଣିଆ ବିଚାରପତି ସମ୍ବିଧାନ ବେଞ୍ଚ କହିଛନ୍ତି ଯେ ଏହା କାର୍ଯ୍ୟନିର୍ବାହୀଙ୍କର ଏକ ଅର୍ଥନତିକ ନୀତି ହୋଇଥିବାରୁ ଏହି ନିଷ୍ପତ୍ତିକୁ ରଦ୍ଦ କରାଯାଇପାରିବ ନାହିଁ।

ସୁପ୍ରିମକୋର୍ଟ କହିଛନ୍ତି ଯେ ବିମୁଦ୍ରୀକରଣ ପୂର୍ବରୁ କେନ୍ଦ୍ର ଏବଂ ଆରବିଆଇ ମଧ୍ୟରେ ପରାମର୍ଶ ହୋଇଥିଲା। ସୁପ୍ରିମକୋର୍ଟ କହିଛନ୍ତି ଯେ ଏଭଳି ପଦକ୍ଷେପ ନେବାରେ ଏକ ସମନ୍ବୟ ରହିଥିଲା। ଏହାଦ୍ୱାରା କୌଣସି ବେଆଇନ କାର୍ଯ୍ୟ ହୋଇନାହିଁ।

ଏହାପୂର୍ବରୁ, ଡିସେମ୍ବର ୭ ରେ, ୨୦୧୬ ରାୟ ସହ ଜଡିତ ସମସ୍ତ ରେକର୍ଡ ସେମାନଙ୍କୁ ହସ୍ତାନ୍ତର କରିବାକୁ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ଏବଂ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ନିଷ୍ପତ୍ତି ସଂରକ୍ଷିତ ରଖାଯାଥିଲା। ଏହି ବେଞ୍ଚରେ ଜଷ୍ଟିସ ବି.ଆର. ଗବାଇ. ଏ.ଏସ.ବୋପନ୍ନା, ବି.ରାମ ସୁବ୍ରମଣ୍ୟମ,ବି.ବି. ନାଗରତ୍ନା. ଏସ.ଅବଦୁଲ ନାଜୀର ପ୍ରମୁଖ ସାମିଲ ଥିଲେ। ବେଞ୍ଚ ବରିଷ୍ଠ ଆଇନଜୀବୀ ପି ଚିଦାମ୍ବରମ ଏବଂ ଶ୍ୟାମ ଦଓ୍ବୋନ ଏବଂ ଆବେଦନକାରୀଙ୍କ ପରାମର୍ଶଦାତା ଆଟର୍ନି ଜେନେରାଲ ଆର ଭେଙ୍କଟାରମଣିଙ୍କ ସମେତ ଆରବିଆଇର ଆଇନଜୀବୀଙ୍କର ଯୁକ୍ତି ଶୁଣିଥିଲେ।

କେନ୍ଦ୍ର ଘୋଷଣା କରିଥିବା ବିମୁଦ୍ରୀକରଣକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ୫୮ ଟି ପିଟିଶନ ଦାଖଲ ହୋଇଥିଲା। ଏହି ଆବେଦନ ଉପରେ ଶୁଣାଣି ସମୟରେ ବରିଷ୍ଠ ଆଇନଜୀବୀ ଚିଦାମ୍ବରମ ଯୁକ୍ତି ଦର୍ଶାଇଥିଲେ ଯେ ବିମୁଦ୍ରୀକରଣ ତ୍ରୁଟିପୂର୍ଣ୍ଣ। ସେ ଯୁକ୍ତି ଦର୍ଶାଇତତ୍ଲେ ଯେ ସରକାର ନିଜେ ଆଇନଗତ ଟେଣ୍ଡର ସମ୍ବନ୍ଧୀୟ କୌଣସି ରିଜୋଲ୍ୟୁସନ ଆରମ୍ଭ କରିପାରିବେ ନାହିଁ। ଏହା କେବଳ ଆରବିଆଇର କେନ୍ଦ୍ରୀୟ ବୋର୍ଡର ସୁପାରିଶ କ୍ରମେ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri