ବସ୍‌ଷ୍ଟାଣ୍ଡ ପାଇଁ ବଜାର ଉଚ୍ଛେଦ

ପରଜଙ୍ଗ, ୨୬ା୧୨(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ବଜାରରେ ବସ୍‌ଷ୍ଟାଣ୍ଡ ନିର୍ମାଣ ଲାଗି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଶାସନ ପକ୍ଷରୁ ପୂର୍ବରୁ ଏଥିଲାଗି ନୋଟିସ୍‌ ଜାରି କରାଯାଇଥିବାବେଳେ ଶନିବାର ବିଧିବଦ୍ଧ ଭାବେ ଦୋକାନ ଭଙ୍ଗାଯାଇଛି। ତେବେ କ୍ଲବ ନାମରେ ଚାଲିଥିବା ଦୁଇମହଲା ବିଶିଷ୍ଟ ଏକ ବଡ଼ ଦୋକାନକୁ ଉଚ୍ଛେଦରୁ ବାଦ୍‌ ଦେବାକୁ ପ୍ରଶାସନ ମସୁଧା କରୁଥିବା ବ୍ୟବସାୟୀମାନେ ଅଭିଯୋଗ କରିଥିଲେ। ଏହାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଦୀର୍ଘ ୪ ଘଣ୍ଟାର ବୁଝାଶୁଝା ପରେ ଦୋକାନ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଥିଲା।
ପରଜଙ୍ଗର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ପରିଚିତ ମୁଖ୍ୟ ବଜାରର ଗୋଟିଏ ପାର୍ଶ୍ୱରେ ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯିବାକୁ ନିଷ୍ପତ୍ତି ହୋଇଛି। ଏଥିଲାଗି ୨୪ ତାରିଖ ସୁଦ୍ଧା ଦୋକାନ ଘର ଖାଲି କରିବାକୁ ପ୍ରଶାସନ ପକ୍ଷରୁ ନୋଟିସ୍‌ ଜାରି କରାଯାଇଥିଲା। ସରକାରୀ ଛୁଟି ସତ୍ତ୍ୱେ ତହସିଲଦାର ଖଗେଶ୍ୱର ପାତ୍ରଙ୍କ ନେତୃତ୍ୱରେ ଅତିରିକ୍ତ ତହସିଲଦାର ସଞ୍ଜୟ ମାଝି, କାମାକ୍ଷାନଗର ଆଇଆଇସି ସୁନୀଲ କୁମାର କର, ପରଜଙ୍ଗ ଥାନାର ପୋଲିସ ଫୋର୍ସ ଶନିବାର ସକାଳେ ବଜାର ଭାଙ୍ଗିବା ପାଇଁ ଜେସିବି ନେଇ ଆସିଥିଲେ। ଅନ୍ୟ ସମସ୍ତ ଦୋକାନୀ ପୂର୍ବରୁ ସାମଗ୍ରୀ ଖାଲି କରିଦେଇଥିବାବେଳେ କ୍ଲବ ନାମରେ ଚାଲିଥିବା ଦୋକାନର ଜିନିଷ ଖାଲି କରି କରାଯାଇ ନ ଥିଲା। ଉକ୍ତ ଦୋକାନକୁ ଉଚ୍ଛେଦ ପ୍ରକ୍ରିୟାରୁ ବାଦ୍‌ ଦେବାକୁ ପ୍ରଶାସନ ମସୁଧା କରୁଥିବା ଅନ୍ୟ ବ୍ୟବସାୟୀମାନେ ଅଭିଯୋଗ ଆଣିଥିଲେ। ଫଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଦୀର୍ଘ ୪ଘଣ୍ଟା ଧରି ବୁଝାଶୁଝା କରିବା ପରେ ସମ୍ପୃକ୍ତ ଦୋକାନୀ ସାମଗ୍ରୀ ବାହାର କରିଥିଲେ। ଏହାପରେ ଦୋକାନ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଥିଲା। କ୍ଲବର ଅବଶିଷ୍ଟ ଅଂଶ ରବିବାର ଭଙ୍ଗା ନ ଗଲେ ରାସ୍ତାରୋକୋ କରାଯିବ ବୋଲି ବ୍ୟବସାୟୀମାନେ ଚେତାବନୀ ଦେଇଛନ୍ତି।
ଅନ୍ୟପଟେ ଉଚ୍ଛେଦ ପରେ ୩୦ରୁ ଊର୍ଦ୍ଧ୍ୱ ବ୍ୟବସାୟୀ ପରିବାର ରୋଜଗାର ହରାଇଛନ୍ତି। ତୁରନ୍ତ ସେମାନଙ୍କୁ ଥଇଥାନ ନ କଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସ୍ଥାନୀୟ ବଣିକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ବେଆଇନ ଇଟାଭାଟି ଉଚ୍ଛେଦ କଲା ପ୍ରଶାସନ

ପରଜଙ୍ଗ,୧୮ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ଗ୍ରାମ ଝରାସାଇ ନିକଟରେ ହୋଇଥିବା ଏକ ବେଆଇନ ଇଟାଭାଟି ସହିତ ଗଢ଼ା ହୋଇଥିବା କିଛି ଇଟାକୁ ପ୍ରଶାସନ…

ଉଜ୍ଜ୍ୱଳା ଗ୍ୟାସ ହଡ଼ପ କରିଛନ୍ତି ବିତରକ, ୮ ବର୍ଷ ହେଲା ମହିଳାଙ୍କୁ ଠକୁଛନ୍ତି….

ପରଜଙ୍ଗ,୧୬।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କଣ୍ଢେଇଖୋଲ ଗ୍ରାମର ରାଶନକାର୍ଡଧାରୀ ଖୁଜାରୀ କାଣ୍ଡି (୬୨) ୨୦୧୮ରେ ଉଜ୍ଜ୍ୱଳା ଗ୍ୟାସ ଯୋଜନାରେ ସରାଙ୍ଗସ୍ଥିତ ଅଗ୍ନି ଭାରତ ଗ୍ୟାସ…

ଜଙ୍ଗଲରେ ବ୍ୟାପିଲାଣି ନିଆଁ, ରୋକିବା ପାଇଁ ଅଣ୍ଟାଭିଡ଼ିଲେ ଜିଲାପରିଷଦ ସଭ୍ୟ

ପରଜଙ୍ଗ,୧୨ା୩(ନିଗମାନନ୍ଦ ଦଳବେହେରା): ଦିନକୁ ଦିନ ଖରାର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଢେଙ୍କାନାଳ ବନଖଣ୍ଡର ମହାବିରୋଡ୍‌ ବନାଞ୍ଚଳରେ ଥିବା ଜଙ୍ଗଲଗୁଡ଼ିକରେ ନିଆଁ ଲାଗିବା ଆରମ୍ଭ ହୋଇଛି। ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri