ଉପସ୍ବାସ୍ଥ୍ୟକେନ୍ଦ୍ର ଗୃହ ଭଙ୍ଗା, ଗଛ କଟାକୁ ବିରୋଧ

ନାଉଗଁା,୨୩ା୧୧(ସ୍ବ.ପ୍ର): ନାଉଗଁା ତହସିଲ ଅନ୍ତର୍ଗତ ଜାମୁଗଁାସ୍ଥିତ ଉପସ୍ବାସ୍ଥ୍ୟକେନ୍ଦ୍ର ଭଙ୍ଗା ଓ ଏହାର ନିକଟରେ ଥିବା ଗଛା କଟାକୁ ବନ୍ଦ କରିବା ଦାବିରେ ମଙ୍ଗଳବାର ଗ୍ରାମବାସୀଙ୍କ ପକ୍ଷରୁ ପ୍ରତିବାଦ କରାଯାଇଛି। ଏ ନେଇ ତହସିଲ ପ୍ରଶାସନ ପକ୍ଷରୁ ଗଛ କଟାକୁ ସ୍ଥଗିତ ରଖାଯାଇଛି। ଏ ସମ୍ପର୍କରେ ୨ ଦିନ ପରେ ଗ୍ରାମବାସୀଙ୍କ ସହ ଆଲୋଚନା ହେବ ବୋଲି ନିଷ୍ପତ୍ତି ହୋଇଛି।
ଜାମୁଗଁା ଉପସ୍ବାସ୍ଥ୍ୟକେନ୍ଦ୍ରର ଗୃହ ଭାଙ୍ଗିରୁଜି ଯାଇଛି। ଏହାର ନୂତନ ଗୃହ ନିର୍ମାଣ ପାଇଁ ଜିଲା ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ଏ ନେଇ ଟେଣ୍ଡର କରାଯାଇଛି। ଏବେ ନୂତନ ଗୃହ ନିର୍ମାଣ ପାଇଁ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ସ୍ବାସ୍ଥ୍ୟକେନ୍ଦ୍ରର ଗୃହ ଭଙ୍ଗାଯାଇ ସେଠାରେ ନୂତନ କେନ୍ଦ୍ର କରିବାକୁ ଯୋଜନା କରାଯାଇଛି। ଏ ନେଇ ପ୍ରଶାସନ ପକ୍ଷରୁ ମଙ୍ଗଳବାର ଉକ୍ତ କେନ୍ଦ୍ର ଓ ନିକଟରେ ଥିବା ୨ ବଡ଼ ଚାକୁଣ୍ଡା ଗଛକୁ କଟାଯିବା ପାଇଁ ଉଦ୍ୟମ କରାଯାଇଥିଲା। ଏହାକୁ ଗ୍ରାମବାସୀ ବିରୋଧ କରିଛନ୍ତି।
ଗ୍ରାମବାସୀ ଅନୁପ ମହାନ୍ତିଙ୍କ ସୂଚନା ମୁତାବକ, ପୂର୍ବରୁ ଏହି ଉପସ୍ବାସ୍ଥ୍ୟ କେନ୍ଦ୍ରର ମରାମତି ପାଇଁ ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ୨୦୧୯-୨୦ ଆର୍ଥିକ ବର୍ଷରେ ୧ ଲକ୍ଷ ୫୦ ହଜାର ଟଙ୍କା ଓ ୨୦୨୦-୨୧ ଆର୍ଥିକ ବର୍ଷରେ ପଞ୍ଚାୟତ ପକ୍ଷରୁ ୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଇଥିଲା। ୨ ବର୍ଷରେ ମରାମତି ନାମରେ ୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ବର୍ତ୍ତମାନ ଏହି କେନ୍ଦ୍ରକୁ କାହିଁକି ଭଙ୍ଗାଯାଉଛି। ସେହିପରି ସରକାରୀ ସ୍ଥାନରେ ଥିବା ଗଛକୁ ବିନା କାରଣରେ ପ୍ରଶାସନ ପକ୍ଷରୁ କଟାଯିବାକୁ ଉଦ୍ୟମ କରାଯାଉଛି। ନୂତନ ଉପସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ ପାଇଁ ପୂର୍ବରୁ ସ୍ଥାନୀୟ ସରପଞ୍ଚ ଓ ରାଜସ୍ବ ନିରୀକ୍ଷକ ଅନ୍ୟ ଏକ ସ୍ଥାନ ଚିହ୍ନଟ କରିଥିଲେ। ମାତ୍ର ଏବେ ପୂରୁଣା ସ୍ବାସ୍ଥ୍ୟକେନ୍ଦ୍ର ଗୃହ ଭାଙ୍ଗି ସେଠାରେ ନୂତନ କରିବାକୁ ଉଦ୍ୟମ କରାଯାଉଥିବାରୁ ବିରୋଧ କରାଯାଉଛି ବୋଲି ଗ୍ରାମର ଅନୁୁପ ମହାନ୍ତି, ଦୀଲିପ ପାଢୀ, ଜୀବନ ଜ୍ୟୋତି ପରିଡା,ରିତୁରାଜ ମହାନ୍ତି ପ୍ରମୁଖ କହିଛନ୍ତି। ଖବରପାଇ ଘଟଣାସ୍ଥଳରେ ତହସିଲଦାର ଜେ.କଳ୍ପନା ଓ ଥାନାଧିକାରୀ ଅନିରୁଦ୍ଧ ନାୟକ ପହଞ୍ଚତ୍ ଗ୍ରାମବାସୀ ବୁଝାଶୁଝା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ନାଡ଼ାପାଟାଙ୍ଗ, ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଦାବିପତ୍ର

ବାଲିଗୁଡ଼ା, ୬।୧୨(ସଞ୍ଜୟ ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଉପଜିଲାପାଳଙ୍କ ଜରିଆରେ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ ପାଇଁ ତତ୍ପର:  ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ…

ଦାରିଙ୍ଗବାଡି,୬।୧୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ଓ ପ୍ରାଥମିକ...

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

୨୩ରୁ ଭଞ୍ଜନଗରରେ ଖୋଲିବ ଧାନ ମଣ୍ଡି: ୨୪ ଘଣ୍ଟିଆ ନଜର ରଖିବ…

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ ହେବ। ତେଣୁ ଏହା ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri