ଗଣତନ୍ତ୍ର, ଗଣମାଧ୍ୟମ ଓ ଯୁବପିଢ଼ି

ଜଗତ୍‌ସିଂହପୁର,୧।୧୦ (ପ୍ରମୋଦ କୁମାର ନାୟକ): ଗୋଟିଏ ନିର୍ଦ୍ଦିଷ୍ଟ ବୟସକୁ ଯୁବକ କୁହାଯାଇ ନ ପାରେ। ଜାଣିବା ଓ ଶିଖିତ୍ବାର ଇଚ୍ଛା ଥିବା ଯାଏ ଅର୍ଥାତ୍‌ ପ୍ରଶ୍ନ ପଚାରୁଥିବା ପର୍ଯ୍ୟନ୍ତ ଜଣଙ୍କୁ ଯୁବକ ବୋଲି କୁହାଯାଇପାରିବ। ପ୍ରଶ୍ନ ପଚାରିବାର ଶକ୍ତି କେବଳ ମଣିଷଙ୍କଠାରେ ଥାଏ। ସଭ୍ୟ ସମାଜରେ ଯେତେ ପ୍ରକାର ଶାସନ ବ୍ୟବସ୍ଥା ରହିଛି ସବୁଠାରୁ ଗଣତନ୍ତ୍ର ହେଉଛି ସର୍ବୋତ୍କୃଷ୍ଟ। ପ୍ରଶ୍ନ ପଚାରିବା ହେଉଛି ଏହାର ମଞ୍ଜି। ମାତ୍ର ଏବେ ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ପ୍ରଶ୍ନ ପଚାରିବା ଉପରେ ବାରଣ କରାଯାଉଛି। ଯେଉଁଠି ପ୍ରଶ୍ନ କରିହେଉନି ସେଠି ଗଣତନ୍ତ୍ର ନାହିଁ। ସେହିପରି ୫ ବର୍ଷରେ ଥରେ ଭୋଟ ଦେଇଦେଲେ ଗଣତନ୍ତ୍ର ପ୍ରତିଷ୍ଠା ହୋଇଗଲା ବୋଲି ଭାବିବା ଉଚିତ ନୁହେଁ। ତେଣୁ ପ୍ରଶ୍ନ କରିବାର ପୂର୍ଣ୍ଣ ଅଧିକାରକୁ ଗଣତନ୍ତ୍ର ବୋଲି କୁହାଯିବ। ତେବେ ଦୁର୍ନୀତିରେ ନ ଥିବା ଯାଏ ପ୍ରଶ୍ନ କରିବା ସମ୍ଭବ ହୋଇଥାଏ ବୋଲି ଧରିତ୍ରୀର ୫୦ବର୍ଷ ଉପଲକ୍ଷେ ଜଗତ୍‌ସିଂହପୁରରେ ଶନିବାର ଆୟୋଜିତ ‘ଗଣମାଧ୍ୟମ, ଗଣତନ୍ତ୍ର, ଯୁବପିଢ଼ି’ ଶୀର୍ଷକ ଆଲୋଚନାଚକ୍ରରେ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ସମ୍ପାଦକ ତଥାଗତ ସତପଥୀ କହିଛନ୍ତି। ସେ ଆହୁରି କହିଛନ୍ତି, ଗଣମାଧ୍ୟମ ପ୍ରଶ୍ନ ପଚାରିବାକୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବୋଲି ମନେ କରିଆସୁଛି। ଏହି ଅଭିଯାନରେ ସମସ୍ତେ ସାମିଲ ହେବା ଉଚିତ। କିନ୍ତୁ ଗଣମାଧ୍ୟମ ଏବେ ଗୋଟେ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି। ମିଛ ଖବର ପ୍ରକାଶ କରିବାକୁ କୌଣସି ଗଣମାଧ୍ୟମ ଚିନ୍ତା କରେ ନାହିଁ। କିନ୍ତୁ ଗଣମାଧ୍ୟମ ଗାତରେ ପଶିଛି। ସତ୍ୟ ଅସତ୍ୟ ଦୋଛକିରେ ଫସିଯାଇଛି। କାରଣ ସତ କିଏ କହୁଛି ତାହା ଜାଣିବା କଷ୍ଟକର ହୋଇପଡ଼ିଛି। ଆମ ପାଇଁ ଯାହା ସତ୍ୟ ତାହା ଅନ୍ୟମାନଙ୍କ ପାଇଁ ମିଛ ହୋଇପାରେ। ସତ୍ୟର ଏକ ବାସ୍ତବ ରୂପରେଖ ଦେବା କଷ୍ଟକର ହୋଇପଡୁଛି। ତଥାପି ସତ୍ୟ ଖବର ପରିବେଷଣ ପାଇଁ ପ୍ରୟାସ ଜାରି ରହିବା ଉଚିତ ଏବଂ ଧରିତ୍ରୀ ଏ ଦିଗରେ ଯଥେଷ୍ଟ ଯତ୍ନବାନ ବୋଲି ସମ୍ପାଦକ ସତପଥୀ କହିଛନ୍ତି।
ଜଗତ୍‌ସିଂହପୁରସ୍ଥିତ ଆଦିକବି ସାରଳା ଦାସ ସଂସ୍କୃତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଶ୍ରୀଜଗନ୍ନାଥ ମହିମା ପ୍ରଚାରକ ବାବା ସତ୍ୟାନନ୍ଦ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଆଲୋଚ୍ୟ ବିଷୟକୁ ଉପସ୍ଥାପନ କରିଥିଲେ। ଧରିତ୍ରୀ ହେଉଛି ଭୂଦେବୀ। ସେ ସର୍ବଦା କଲ୍ୟାଣମୟୀ। ସେହିପରି ଧରିତ୍ରୀ ଖବରକାଗଜ ନିଜର ସ୍ବତନ୍ତ୍ରତା ବଜାଇ ରଖି ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଯାଉଛି। ଗଣମାଧ୍ୟମ ବାସ୍ତବରେ ଜନତାଙ୍କ ପାଇଁ କାର୍ଯ୍ୟ କରେ। ଏହି ଦୃଷ୍ଟିରୁ ଧରିତ୍ରୀ ଅଗଣିତ ପାଠକମହଲରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଯେତେବେଳେ ଗଣମାଧ୍ୟମ ସତ୍ୟ ଓ ନିରପେକ୍ଷ ନୀତି ଅବଲମ୍ବନ କରିବା ପାଇଁ ସଂକଳ୍ପବଦ୍ଧ ହୋଇ ଅଗ୍ରସର ହେବ, ସେତେବେଳେ ଗଣତନ୍ତ୍ର ତା’ର ଶରଣାପନ୍ନ ହେବ। ଗଣତନ୍ତ୍ର ସଫଳତା କ୍ଷେତ୍ରରେ ଯୁବଶକ୍ତି ହେଉଛି ଶ୍ରେଷ୍ଠ ଶକ୍ତି। ମାତ୍ର ଏବେ ଯୁବଗୋଷ୍ଠୀକୁ ଧ୍ୱଂସ କରିବା ପାଇଁ ଉଦ୍ୟମ ଚାଲିଛି। ଯୁବଗୋଷ୍ଠୀ ବୁଝି ନ ପାରି ବିପଥଗାମୀ ହେଉଛନ୍ତି। ନୈତିକତା ଓ ଆଧ୍ୟାତ୍ମିକତାଠାରୁ ଦୂରେଇ ଯାଉଛ ବୋଲି ବାବା ସତ୍ୟାନନ୍ଦ କହିଛନ୍ତି। ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସାହିତି୍ୟକ ତଥା ଅବସରପ୍ରାପ୍ତ ପ୍ରଫେସର ଡ.ବୈଷ୍ଣବ ସାମଲ ଯୋଗଦେଇ କହିଛନ୍ତି, ଏ ମାଟିର ସନ୍ତାନମାନଙ୍କ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିବାଦ ହେଉଛି ଧରିତ୍ରୀର ସ୍ବର। ସତ୍ୟର ପ୍ରତିଷ୍ଠା ଓ ଜନକଲ୍ୟାଣ ଗଣମାଧ୍ୟମର ଲକ୍ଷ୍ୟ ହେବା ଉଚିତ। ଯୁବ ଗୋଷ୍ଠୀ ପ୍ରଥମେ ନିଜକୁ ଚିହ୍ନନ୍ତୁ, ନିଜକୁ ଚିହ୍ନିଲେ ଗଣତନ୍ତ୍ରର ପ୍ରକୃତ ରୂପକୁ ଚିହ୍ନପାରିବେ। ଗଣତନ୍ତକୁ ଚିହ୍ନଲେ ସେମାନେ ଛଳନା ଓ ପ୍ରତାରଣାକୁ ଭୁଲି ଜଗତ ପାଇଁ କାମ କରିବେ। ଧରିତ୍ରୀର ଜିଲା ପ୍ରତିନିଧି ପ୍ରମୋଦ କୁମାର ନାୟକ ସଭା ପରିଚାଳନା କରିଥିଲେ। ସଭା ପ୍ରାରମ୍ଭରେ ଦୁଃଖୀରାମ ସ୍ବାଇଁ କଳା ପ୍ରତିଷ୍ଠାନର କଳାକାରମାନଙ୍କ ଦ୍ୱାରା ଧରିତ୍ରୀ ପାଇଁ ସ୍ବତନ୍ତ୍ର ସଙ୍ଗୀତ ନୃତ୍ୟ ମାଧ୍ୟମରେ ପରିବେଷଣ କରାଯାଇଥିଲା। ଏହି ଅବସରରେ ଜିଲାର ବିଭିନ୍ନ ମହାବିଦ୍ୟାଳୟରେ ଆୟୋଜିତ ‘ଗଣମାଧ୍ୟମ, ଗଣତନ୍ତ୍ର ଓ ଯୁବପିଢ଼ି’ ଶୀର୍ଷକ ବକ୍ତୃତା ପ୍ରତିଯୋଗିତାର କୃତୀ ଛାତ୍ରୀଛାତ୍ରମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଜଗତ୍‌ସିଂହପୁରର ବିଭିନ୍ନ ସାମାଜିକ, ସାଂସ୍କୃତିକ ସଂଗଠନ ପକ୍ଷରୁ ଧରିତ୍ରୀ ସମ୍ପାଦକ ସତପଥୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୂର୍ବାହ୍ନରେ ଧରିତ୍ରୀ ସମ୍ପାଦକଙ୍କୁ ମା’ ଶାରଳାଙ୍କ ପୀଠରେ ପଣ୍ଡା ଓ ସେବାୟତମାନଙ୍କ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri