ଭାରତୀୟ ବଂଶୋଦ୍ଭବ ଡେମ୍‌ହୁଡ୍‌

ଣସି ଏକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ରିଟେନ୍‌ ପକ୍ଷରୁ ନାଇଟ୍‌ହୁଡ୍‌ ଉପାଧିରେ ଜଣଙ୍କୁ ଭୂଷିତ କରାଯାଇଥାଏ। ପ୍ରାରମ୍ଭିକ ଅବସ୍ଥାରେ ସାମରିକ କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ କରୁଥିବା ବ୍ୟକ୍ତିଙ୍କୁ ଦିଆଯାଉଥିଲା। ପରବର୍ତ୍ତୀ ସମୟରେ ତାହା ବ୍ୟାପକତା ଲାଭ କରି ଅନ୍ୟମାନଙ୍କୁ ପ୍ରଦାନ କରାଯାଉଛି। ନାଇଟ୍‌ହୁଡ୍‌ର ମହିଳା ସମକକ୍ଷ ସମ୍ମାନ ଭାବେ ଡେମ୍‌ହୁଡ୍‌ ପ୍ରଦାନ କରାଯାଉଛି। ଡେମ୍‌ ଅର୍ଥାତ୍‌ ସମ୍ଭ୍ରାନ୍ତ ମହିଳା। ସେହି ଅନୁଯାୟୀ ଯିଏ ଏହି ସମ୍ମାନରେ ସମ୍ମାନିତ ହୋଇଥାଆନ୍ତି ସେ ଡେମ୍‌ହୁଡ୍‌ ଉପାଧି ପାଇଥାଆନ୍ତି। ନିକଟରେ ଭାରତୀୟ ବଂଶୋଦ୍ଭବ ମୀରା ସାୟଲ ସାହିତ୍ୟ ଓ ଅଭିନୟ କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବାରୁ ବ୍ରିଟେନ୍‌ର ମର୍ଯ୍ୟାଦାଜନକ ସମ୍ମାନ ତାଲିକାରେ ନିଜ ନାମ ରଖିପାରିଛନ୍ତି। ଅଭିନେତ୍ରୀ, କମେଡିଆନ୍‌ ଓ ଲେଖିକା ମୀରା ବ୍ରିଟେନ୍‌ ରାଜାଙ୍କ ଏହି ନୂଆ ବର୍ଷ ସମ୍ମାନରେ ସମ୍ମାନିତ ହେବା ପରେ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି।
୬୪ ବର୍ଷୀୟା ମୀରା ବ୍ରିଟିଶ ଏସିଆନ୍‌ କମେଡି ଯଥା ‘ଗୁଡ୍‌ନେସ୍‌ ଗ୍ରେସିଅସ୍‌ ମି’ ଏବଂ ‘ଦି କୁମାରସ୍‌ ଏଟ୍‌ ନଂ ୪୨’ ରଚନା କରିବା ସହ ଅଭିନୟ ପାଇଁ ସର୍ୱାଧିକ ପରିଚିତି ହାସଲ କରିଛନ୍ତି। ଏଥିସହିତ ବଦାନ୍ୟ କାର୍ଯ୍ୟରେ ତାଙ୍କ ଯୋଗଦାନ ଓ ସେବା ପାଇଁ ଏଭଳି ସମ୍ମାନ ପାଇପାରିିଛନ୍ତି। ସୂଚନା ଦିଆଯାଇପାରେ ଯେ, ମୀରା ପୂର୍ୱରୁ ୧୯୯୭ରେ ରାଣୀଙ୍କ ନୂଆ ବର୍ଷ ସମ୍ମାନରେ ଅର୍ଡର ଅଫ୍‌ ଦି ବ୍ରିଟିଶ ଏମ୍ପାୟାର ସଦସ୍ୟ (ଏମ୍‌ବିଇ) ହୋଇଥିଲେ ଏବଂ ୨୦୧୫ରେ କମାଣ୍ଡର୍‌ ଅଫ୍‌ ଅର୍ଡର ଅଫ୍‌ ଦି ବ୍ରିଟିଶ ଏମ୍ପାୟାର (ସିବିଇ) ହୋଇଥିଲେ।
ସେ ୧୯୬୧ରେ ଓଲଭରହାମ୍ପଟନ୍‌ରେ ଭାରତୀୟ ପଞ୍ଜାବୀ ମାତାପିତାଙ୍କ ଠାରୁ ଜନ୍ମଲାଭ କରିଥିଲେ। ତାଙ୍କ ପରିବାର ନୂଆଦିଲ୍ଲୀରୁ ବ୍ରିଟେନ୍‌କୁ ଚାଲିଯାଇଥିଲେ। ମୀରାଙ୍କ ପଢ଼ା ୱାଲସାଲ୍‌ କୁଇନ୍‌ ମେରିଜ୍‌ ହାଇସ୍କୁଲରେ ହୋଇଥିଲା। ମାଞ୍ଚେଷ୍ଟର ବିଶ୍ୱବିଦ୍ୟାଳୟରେ ଇଂଲିଶ୍‌ ସାହିତ୍ୟ ଓ ନାଟକରେ ଡିଗ୍ରୀ କରୁଥିବା ସମୟରେ ସେ ‘ଓ୍ୱାନ୍‌ ଅଫ୍‌ ଅସ୍‌’ ନାଟକର ସହ-ରଚୟିତା ଥିଲେ। ଅଭିନୟ ଲକ୍ଷ୍ୟରେ ଜଣେ ଏସୀୟ ଝିଅ କିଭଳି ଘରୁ ପଳାଇଯାଉଛି ତାହା ଉପରେ ନାଟକ ପର୍ଯ୍ୟବସିତ ଥିଲା।
ସେ ଏହି ନାଟକକୁ ନ୍ୟାଶନାଲ ଷ୍ଟୁଡେଣ୍ଟ ଡ୍ରାମା ଫେଷ୍ଟିଭାଲରେ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ। ପରେ ତାହା ଏଡିନବର୍ଗ ଇଣ୍ଟରନ୍ୟାଶନାଲ ଫେଷ୍ଟିଭାଲରେ ଅଭିନୀତ ହେବା ଲାଗି ମନୋନୀତ ହୋଇଥିଲା। ସୌଭାଗ୍ୟକୁ ସେଠାରେ ମୀରାଙ୍କ ଅଭିନୟ ଉଚ୍ଚକୋଟୀର ହେବାରୁ ସେ ପୁରସ୍କୃତ ହୋଇଥିଲେ। ତା’ ପରେ ସେ ଲେଖା ଓ ନାଟକରେ ମଜ୍ଜିଯାଇଥିଲେ। ସ୍ନାତକ ଡିଗ୍ରୀ ପରେ ନାଟକକୁ କ୍ୟାରିୟର ଭାବେ ନେଇ ସେ ୧୯୮୭ ରେ ଲିଭରପୁଲ୍‌ ରୟାଲ କୋର୍ଟ ଥିଏଟରରେ କାମ କଲେ। ସେଠାରେ ସେ କ୍ୟାରିଲ ଚର୍ଚ୍ଚିଲ୍ସଙ୍କ ନାଟକ ‘ସିରିୟସ ମନି’ରେ ଜାସିଣ୍ଟା କଣ୍ଡର୍‌ ଭୂମିକାରେ ଅଭିନୟ କରିଥିଲେ।
୧୯୯୩ରେ ସେ କମେଡି-ଡ୍ରାମା ଫିଲ୍ମ ‘ଭାଜି ଅନ୍‌ ଦ ବିଚ୍‌’ର ଚିତ୍ରନାଟ୍ୟ ଲେଖିଥିଲେ ଓ ଦୁଇ ବର୍ଷ ପରେ ‘ଚ୍ୟାନେଲ ୪’ର ରୋମାଣ୍ଟିକ୍‌ କମେଡି ଫିଲ୍ମ ‘ବିଉଟିଫୁଲ ଥିଙ୍ଗ୍‌’ରେ ଅଭିନୟ କରିଥିଲେ।
ସେ ୧୯୯୦ରେ ବିବିସିରେ ଯୋଗ ଦେଇ ନିଜର ଉତ୍କର୍ଷ ପ୍ରତିପାଦନ କରିବାରୁ ତାଙ୍କୁ ଅଭିନୟ କରିବା ଲାଗି ବହୁ ସୁଯୋଗ ମିଳିଥିଲା। ସେଠାରେ ସେ ବ୍ରଡକାଷ୍ଟର୍ସ ସ୍କେଚ କମେଡି ‘ଗୁଡ୍‌ନେସ୍‌ ଗ୍ରେସିୟସ୍‌ ମି’ ଟିମ୍‌ରେ ସାମିଲ ହୋଇ ପ୍ରସିଦ୍ଧି ଅର୍ଜନ କରିଥିଲେ।
ମୀରା ୧୯୯୬ରେ ଏହି ଶୋ’ ପାଇଁ ମୁଖ୍ୟ ଲେଖିକା ଓ ଅଭିନେତ୍ରୀ ଥିଲେ ଏବଂ ୨୦୦୨ରେ ଆଣ୍ଡ୍ରୁ ଲୟଡ୍‌ ୱେବର୍ସଙ୍କ ‘ବମ୍ୱେ ଡ୍ରିମ୍ସ’ରେ ସହ-ରଚୟିତା ହୋଇ ବଲିଉଡ୍‌କୁ ପାଶ୍ଚାତ୍ୟ ମନୋରଞ୍ଜନରେ ସ୍ଥାନ ଦେଇଥିଲେ। ଡେମ୍‌ ମୀରା ନିଜର ପ୍ରଶଂସିତ କାର୍ଯ୍ୟରେ ପ୍ରାୟତଃ ନିଜର ଭାରତୀୟ ଐତିହ୍ୟ ଓ ସଂସ୍କୃତିକୁ ସନ୍ନିବେଶିତ କରି ଉଭୟ ଲେଖା ଓ ଅଭିନୟରେ ଏକ ସ୍ୱତନ୍ତ୍ର ପଦଚିହ୍ନ ସୃଷ୍ଟି କରିଛନ୍ତି। ୨୦୦୮ରେ ମୀରା ବିବିସିର ‘ବିଉଟିଫୁଲ୍‌ ପିପୁଲ’ଠାରୁ ଆରମ୍ଭ କରି ଚର୍ଚ୍ଚିତ ଫିଲ୍ମ ‘ପାଡିଂଟନ୍‌ ୨’ (୨୦୧୭), ‘ନାଟିଭିଟି ରକ୍ସ!’ (୨୦୧୮), ୟେଷ୍ଟରଡେ (୨୦୧୯) ଏବଂ ସମ୍ପ୍ରତି ‘ଟିନ୍‌ସେଲ ଟାଉନ୍‌’ (୨୦୨୫)ରେ ଅଭିନୟ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ୨୦୧୭ ମସିହାରେ ସେ ରୟାଲ ସୋସାଇଟି ଅଫ୍‌ ଲିଟରେଚର ଫେଲୋ ଏବଂ ୨୦୨୩ରେ ସେ ବାଫ୍ଟା ଫେଲୋଶିପ୍‌ ପୁରସ୍କାର ପାଇଥିଲେ।
ସେ ତିନୋଟି ଉପନ୍ୟାସ ଲେଖିଛନ୍ତି। ତାଙ୍କ ପ୍ରଥମ ଉପନ୍ୟାସ ‘ଅନିତା ଆଣ୍ଡ୍‌ ମି’ (୧୯୯୬) ତାଙ୍କୁ ବେଟି ଟ୍ରାସ୍କ ପୁରସ୍କାର ଜିତାଇଥିଲା।
ଅନ୍ୟ ଉପନ୍ୟାସ ‘ଲାଇଫ୍‌ ଇଜ୍‌ ନଟ୍‌ ଅଲ୍‌ ହା ହା ହୀ ହୀ’ (୧୯୯୯) ଏବଂ ‘ଦ ହାଉସ୍‌ ଅଫ୍‌ ହିଡେନ୍‌ ମଦର୍ସ’ (୨୦୧୫) ସମୀକ୍ଷକଙ୍କ ଦ୍ୱାରା ବେଶ୍‌ ପ୍ରଶଂସିତ ହୋଇଥିଲା।
କେବଳ ଲେଖା କିମ୍ୱା ଅଭିନୟ ନୁହେଁ, ସାମାଜିକ କାର୍ଯ୍ୟରେ ସେ ନିଜକୁ ନିୟୋଜିତ କରି ଆସିଛନ୍ତି। ୨୦୧୨ରେ ନିଜ ପିତାଙ୍କର ଡିମେନ୍ସିଆ ରୋଗ ବିଷୟରେ ଜଣାପଡ଼ିବା ପରେ ଦାତବ୍ୟ ସଂସ୍ଥାରୁ ସେ ବହୁ ସାହାଯ୍ୟ ପାଇଥିଲେ। ତେଣୁ ୨୦୧୩ରେ ଶିଖିବା ଅକ୍ଷମତା ଏବଂ ଅଟିଜମ୍‌ ଥିବା ଇହୁଦୀ ଶିଶୁ, ଯୁବକ ଓ ପ୍ରାପ୍ତବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ ଦାତବ୍ୟ ସଂସ୍ଥା ‘କିସାରୋନ୍‌’ ସହ ନିଜକୁ ସାମିଲ କରିଥିଲେ।
ମୀରାଙ୍କ ବ୍ୟକ୍ତିଗତ ଜୀବନ କହିଲେ ୧୯୮୯ରେ ସାମ୍ୱାଦିକ ଶେଖର ଭାଟିଆଙ୍କୁ ବିବାହ କରିଥିଲେ। କିନ୍ତୁ ୨୦୦୨ରେ ସେମାନଙ୍କ ବିବାହ ବିଚ୍ଛେଦ ହୋଇଥିଲା। ସେମାନଙ୍କର ଝିଅ ମିଲି ଭାଟିଆ ରୟାଲ କୋର୍ଟ ଥିଏଟରର ଆସୋସିଏଟ୍‌ ଡାଇରେକ୍ଟର ଅଛନ୍ତି। ୨୦୦୫ ଜାନୁଆରୀରେ ମୀରା ନିଜର ଘନିଷ୍ଠ ସହଯୋଗୀ ସଞ୍ଜୀବ ଭାସ୍କରଙ୍କୁ ବିବାହ କରିଥିଲେ, ଯିଏ ‘ଦ କୁମାର୍ସ ଏଟ୍‌ ନଂ ୪୨’ରେ ତାଙ୍କର ନାତି ଚରିତ୍ରରେ ଅଭିନୟ କରିଥିଲେ। ଏହି ବିବାହରୁ ତାଙ୍କର ପୁଅଟିଏ ଅଛି।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri