ପୁରୀ ଅଫିସ, ୪ା୧୧: କେନ୍ଦ୍ର ସରକାର ଭାରତମାଳା ଯୋଜନାରେ ଉପକୂଳ ରାଜପଥ ନିର୍ମାଣ ଘୋଷଣା କରିଛନ୍ତି। ମାତ୍ର ଗତ ୬ବର୍ଷ ହେଲା ଏହି ପ୍ରକଳ୍ପ ଆଗକୁ ବଢୁନାହିଁ। ତେଣୁ ଖୁବ୍ଶୀଘ୍ର ଭାରତମାଳା ପରିଯୋଜନା କାର୍ଯ୍ୟକାରୀ କରିବା ଦାବିରେ ଉପକୂଳ ରାଜପଥ ନିର୍ମାଣ ମିଳିତ କ୍ରିୟାନୁଷ୍ଠାନ ମହାମଞ୍ଚ ଆସନ୍ତା ୧୫ ତାରିଖରେ ପୁରୀରୁ ଭୁବନେଶ୍ୱର ପଦଯାତ୍ରା କରିବ। ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୬ ତାରିଖରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କିତ ଦାବିପତ୍ର ପ୍ରଦାନ କରାଯିବ। ଏଥିସହ ୧୭ ତାରିଖଠାରୁ ଚନ୍ଦ୍ରଶେଖରପୁରସ୍ଥିତ କେନ୍ଦ୍ରୀୟ ଆଞ୍ଚଳିକ ପରିବେଶ ମନ୍ତ୍ରଣାଳୟଠାରେ ସତ୍ୟାଗ୍ରହ ଆରମ୍ଭ ହେବ ବୋଲି ମହାମଞ୍ଚର ଆବାହକ ଟୁନା ସ୍ବାଇଁ କହିଛନ୍ତି।
ସ୍ବାଇଁ କହିଛନ୍ତି, ଏହି ରାଜପଥ ନିର୍ମାଣ କରାଗଲେ ଉପକୂଳବର୍ତ୍ତୀ ଜିଲାଗୁଡ଼ିକର ଅର୍ଥନୀତି ସୁଦୃଢ ସାଙ୍ଗକୁ ଜୀବନ ଜୀବିକା, ଯାତାୟାତ, ପରିବହନ, ପର୍ଯ୍ୟଟନ କ୍ଷେତ୍ରରେ ଦ୍ରୁତ ବିକାଶ ଓ ସମୃଦ୍ଧି ହେବ। ଏଥିସହ ଉପକୂଳବାସୀଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଏକକ ସଂଯୋଗୀକରଣ ରାଜପଥ ନିର୍ମାଣ ଦ୍ୱାରା ଯାତାୟାତ ଦୂରତା ଓ ସମୟ କମିବା ସହିତ ଖର୍ଚ୍ଚ ମଧ୍ୟ କମିବ। ପରିବହନ ସୁଗମ ହେବ, ଯାନବାହନ ମେଣ୍ଟେନାନ୍ସ ଖର୍ଚ୍ଚ କମିବ, ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ଉପକୂଳ ରାଜପଥ ହେଲେ ବାତ୍ୟା ସମୟରେ ନିରାପଦ ସ୍ଥାନକୁ ଧନଜୀବନ ସ୍ଥାନାନ୍ତର ପ୍ରକ୍ରିୟା ସୁଗମ ହେବ। ରାଜ୍ୟ ସରକାର ସାତପଡ଼ା-ଦୀଘା ଉପକୂଳ ରାଜପଥ ନିର୍ମାଣ ପାଇଁ ସହମତି ପ୍ରକାଶ କରିଛନ୍ତି। କିନ୍ତୁ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ଏହାକୁ ସବୁଜ ସଙ୍କେତ ଦେଉନାହିଁ । ତେଣୁ ମହାମଞ୍ଚ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବ।
Posted inଆମ ଜିଲା ଖବର, ପୁରୀ View All
ବରଗଡ଼ରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା
ବରଗଡ଼,୩୧ା୮(ପ୍ରେମାନନ୍ଦ ଖମାରୀ): ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ବରଗଡ଼ ଜିଲା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ ଏବଂ ରେଡ୍ ଓ୍ବାର୍ନିଂ ଜାରି କରାଯାଇଛି।…
ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ
ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…
ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ
କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…
ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର
ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…
ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ
ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…
ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍ ଗଲେ ଯୁବକ
ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…
ଶାଳକଙ୍କୁ ଏସିଡ୍ ଫିଙ୍ଗି ବନ୍ଧା ହେଲେ ଭିଣୋଇ
ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…
ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…
ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…
Archives

