ବାଣୀପଦାରେ ପାଉଁଶ ନ ପକାଇବାକୁ ଦାବି

ମଙ୍ଗୁଳି-ଜଗତପୁର, ୨୫।୪(ଡି.ଏନ୍‌.ଏ.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଧୀନ ବାଣୀପଦା ପଞ୍ଚାୟତର ସୀମାନ୍ତରେ ଦୀର୍ଘ ମାସ ହେବ ଚୌଦ୍ୱାରସ୍ଥିତ ଏକ ଘରୋଇ କମ୍ପାନୀରୁ ବାହାରୁଥିବା କୋଇଲା ପାଉଁଶ ପକାକୁ ବିରୋଧ କରି ଏଠାରେ ନ ପକାଇବାକୁ ଦାବି ହୋଇଛି। ଏ ନେଇ ସ୍ଥାନୀୟ ସମିତି ସଭ୍ୟ, ସରପଞ୍ଚ ଓ ଗ୍ରାମବାସୀ ସୋମବାର ଅତିରିକ୍ତ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ରରେ ଉଲ୍ଲେଖ ଅଛି ଯେ, ସ୍ଥାନୀୟ ଘରୋଇ କମ୍ପାନୀର ବର୍ଜ୍ୟବସ୍ତୁ ଯାହାକି କୋଇଲା ପୋଡ଼ିଗଲା ପରେ ପାଉଁଶକୁ ଆମ ଗ୍ରାମର ସୀମାନ୍ତରେ ପ୍ରତିଦିନ ଡମ୍ଫରରେ ଆଣି ପକାଯାଉଛି। ଏହି ସବୁ ସ୍ଥାନକୁ ଗ୍ରାମସଭା ଦ୍ୱାରା ଶିଳ୍ପ ପ୍ରତିଷ୍ଠା ପାଇଁ ସରକାରଙ୍କ ଇଡ୍‌କୋକୁ ଦିଆଯାଇଥିଲା। ଏଠାରେ ଶିଳ୍ପ ହେବା ପରିବର୍ତ୍ତେ କମ୍ପାନୀର ବର୍ଜ୍ୟବସ୍ତୁ ଢାଳିବା ପାଇଁ ଅନୁମତି ଦିଆଯାଇଛି। ଏହି କୋଇଲା ପାଉଁଶ ସାମାନ୍ୟ ପବନ ହେଲେ ଉଡି ଚାଷ ଜମି, ପୋଖରୀ, ରାସ୍ତାଘାଟ ଏବଂ ଖାଦ୍ୟ ପଦାର୍ଥରେ ମିଶୁଛି। ଯାହାର ପରିଣାମ ସ୍ବରୂପ ଚାଷ ଜମିରେ ଫସଲ ହାନି ଶହ ଲୋକମାନେ ନାନାଧି ରୋଗର ଶିକାର ହେଉଛନ୍ତି। ବର୍ଷାଦିନେ ଉକ୍ତ ପାଉଁଶରୁ ବାହାରୁଥିବା ବିଷାକ୍ତ ପାଣି ଫସଲ ନଷ୍ଟ କରିବା ସହ ଛତିଶାପାଟରେ ମିଶିବା ଦ୍ୱାରା ଗୃହପାଳିତ ପଶୁ ସେହି ପାଣିକୁ ପିଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟମୁଖେ ପଡୁଛନ୍ତି। ବିଗତ କିଛି ମାସ ତଳେ ଛତିଶା ପାଟରେ ମାଛ ମଡ଼କ ତାହାର ଜ୍ୱଳନ୍ତ ଉଦାହରଣ। ଏଣୁ ଏହାକୁ ତୁରନ୍ତ ବନ୍ଦ କରିବା ପାଇଁ ଇଡ୍‌କୋକୁ ନିଦ୍ଦେଶ ଦିଅନ୍ତୁ। ଏ ନେଇ ତହସିଲଦାର କହିଛନ୍ତି, ଆର୍‌ଆଇଙ୍କୁ ସ୍ପଟକୁ ଯାଇ ତଦନ୍ତ କରି ୭ଦିନ ମଧ୍ୟରେ ରିପୋର୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆର୍‌ଆଇ ରିପୋର୍ଟ ଆସିବା ପରେ ଯଦି ସେପରି ସତ୍ୟ ଥାଏ, ତେବେ ଇଡ୍‌କୋ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଅଭିଯୋଗର ନିଷ୍କର୍ଷ ବାହାର କରାଯିବ। ଏହି ଦାବିପତ୍ର ପ୍ରଦାନ ବେଳେ ସମିତିଭ୍ୟ ସୁରେନ୍ଦ୍ର ସାମଲ, ସରପଞ୍ଚ ଦିଲୀପ ଭୋଇ, ସୁବାସ ମହନ୍ତ, ସନାତନ ସାମଲ, ସୁବାସ ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

କମାଲ ଦେଖାଇଲେ ଶିଶୁ ବୈଜ୍ଞାନିକ, ଜିଲାପାଳ କହିଲେ…

ବରଗଡ଼,୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପଡ଼ିଆରେ ଶନିବାର ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଛି। ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri