ଅଭାବୀ ସଂସାରର ଚାହିଦା ମେଣ୍ଟାଉଛି ପାଣି ସାରୁ

ମହାକାଳପଡ଼ା,୧୮ା୬(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ବହୁ ଅଭାବୀ ଲୋକମାନଙ୍କର ଚାହିଦା ମେଣ୍ଟାଉଛି ପାଣି ସାରୁ। ଏହି ସାରୁକୁ ଅଭାବୀ ଶ୍ରେଣୀର ଲୋକେ ମୁଖ୍ୟ ଖାଦ୍ୟ ରୂପେ ଗ୍ରହଣ କରିଥାନ୍ତି। ଏହି ପାଣି ସାରୁକୁ ସ୍ଥାନୀୟ ବ୍ୟବସାୟୀମାନେ ନିକଟ ପାରାଦୀପ ଅଞ୍ଚଳର ଅଠରବାଙ୍କୀ, ଘନଗଳିଆ, ସାର କାରଖାନା ନିକଟ ମହାନଦୀ ପାର୍ଶ୍ୱ ବଣବୁଦାରୁ ସଂଗ୍ରହ କରନ୍ତି। ସେହିପରି ବ୍ଲକର ଲୁଣା, ଗୋବରୀ, ରାମଚଣ୍ଡୀ ଗଳିଆ ନଦୀପାର୍ଶ୍ୱ ବଣବୁଦା ମୂଳେ ଏହି ସାରୁ ମିଳେ। ଏହି ସାରୁଗୁଡ଼ିକ କାଠଗଣ୍ଡି ଭଳି ଦେଖିବାକୁ ମୋଟା। ଏହାର ଫୁଲ ଖୁବ୍‌ ସ୍ବାଦିଷ୍ଠ। ଆମିଷ, ନିରାମିଷ ଆଦି ଖାଦ୍ୟ ପ୍ରସ୍ତୁତିରେ ମୁଖ୍ୟ ଭୂମିକା ତୁଲାଇଥାଏ। ଏଥିରେ ପ୍ରଚୁର ପରିମାଣରେ ଜୀବସାର ରହିଥିବାରୁ ଭିଟାମିନ ଅଭାବ ପୂରଣ କରିଥାଏ। ବ୍ୟବସାୟୀମାନେ ଏହି ପାଣି ସାରୁକୁ କିଲୋ ପ୍ରତି ୩୦ରୁ ୪୦ ଟଙ୍କାରେ ବିକ୍ରି କରିଥାନ୍ତି। ବ୍ଲକର ବଙ୍ଗୀୟ ଅଧ୍ୟୁଷିତ ଅଞ୍ଚଳର ରାମନଗର, ଖରିନାସୀ, ଜମ୍ବୁ, ବେଣାକନ୍ଧା, ଜଗରୀ ଜୋର, ତନ୍ତିଆପାଳ, ବତିଘର ଖୋଳା ହାଟ ଆଦିରେ ବହୁଳ ଭାବେ ବିକ୍ରୟ ହୋଇଥାଏ। ବିଶେଷକରି ଅଭାବୀ ଶ୍ରେଣୀର ଶ୍ରମିକମାନେ ଅଧିକ ପରିମାଣରେ କିଣ କିଣି କରିଥାନ୍ତି। ବର୍ଷା ଋତୁକୁ ଛାଡ଼ିଦେଲେ ଅବଶିଷ୍ଟ ସବୁ ଋତୁମାନଙ୍କରେ ଏହା ଉପଲବ୍ଧ ହୋଇଥାଏ। ଏହି ଗଛର ପତ୍ର, କାଣ୍ଡ, ଫୁଲ ବିଭିନ୍ନ ବ୍ୟଞ୍ଜନରେ ବ୍ୟବହାର କରାଯାଏ। ତେବେ ଏହି ଅଞ୍ଚଳର ବାଲିଆ, ଦୋରସା, ପଟୁ ମିଶ୍ରିତ ପଙ୍କୁଆ ମାଟିର ଉର୍ବରତାରେ ଖୁବ୍‌କମ୍‌ ଦିନରେ ଗଛଟି ହୃଷ୍ଟପୁଷ୍ଟ ହୋଇ ବିକ୍ରି ଉପଯୋଗୀ ହୋଇଥାଏ। ସ୍ଥାନୀୟ ଭାଷାରେ ଏହାକୁ କଚୁ ବୋଲି କୁହାଯାଇଥାଏ। ଏହି ପାଣି ସାରୁ ପ୍ରତି ଆଗ୍ରହ ପ୍ରକାଶ କରି ସ୍ଥାନୀୟ ବଙ୍ଗୀୟ ଅଧ୍ୟୁଷିତ ଅଞ୍ଚଳର ଚାଷୀମାନେ ନିଜ ବାଡି ବଗିଚା ପୋଖରୀ ହୁଡାରେ ଚାଷ କରିବା ଆରମ୍ଭ କଲେଣି। ଉଦ୍ୟାନ ବିଭାଗ ପକ୍ଷରୁ ଉପଯୁକ୍ତ ତାଲିମ, ଚାଷ ପ୍ରତି ପ୍ରୋତ୍ସାହନ ରାଶି ଯୋଗାଇ ଦେବାର ବ୍ୟବସ୍ଥା କରାଗଲେ ସ୍ଥାନୀୟ ଚାଷୀମାନେ ଆତ୍ମନିର୍ଭରଶୀଳ ହେବା ସହ ଅନେକ ଯୁବତୀଯୁବକ ସିଧାସଳଖ ଲାଭ ଉଠାଇ ପାରିବେ। ଏହି ପାଣି ସାରୁ ଚାଷ ପାଇଁ ଆମ ଅଞ୍ଚଳର ଜଳବାୟୁ ବେଶ୍‌ ଅନୁକୂଳ ବୋଲି ସାମାଜିକ କର୍ମୀ ସୁବାସ ଚନ୍ଦ୍ର ସ୍ବାଇଁ କହିଛନ୍ତି। ଏହି ପାଣି ସାରୁ ଅଧିକ ମାତ୍ରାରେ କୋଲକାତା, କାନ୍ଥି ଆଦି ସ୍ଥାନକୁ ଚାଲାଣ କରାଯାଉଛି ବୋଲି ସ୍ଥାନୀୟ ବ୍ୟବସାୟୀ କହିଛନ୍ତି। ସେଠାରେ କିଲୋ ପ୍ରତି ୧୦୦ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହେଉଛି ବୋଲି ଜଣେ ବ୍ୟବସାୟୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri