ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ନେଇ ଜୋର୍‌ ଧରିଲା ଦାବି

ଅମରପାଲି,୧୧ା୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନକୁ ନେଇ ବିଭିନ୍ନ ଗ୍ରାମ ମଧ୍ୟରେ ଦାବି ଜୋର ଧରିଛି। ନିଜ ନିଜ ଅଞ୍ଚଳରେ ବିଦ୍ୟାଳୟ ସ୍ଥାପନ ପାଇଁ ଜମି ଯୋଗାଇଦେବାକୁ ଗ୍ରାମବାସୀ ପ୍ରଶାସନର ଦ୍ୱାରସ୍ଥ ହେଉଛନ୍ତି।

ଜଟେସିଂହା ଓ ହିଲୁଙ୍ଗ ଗ୍ରାମବାସୀ ନିଜ ନିଜ ଅଞ୍ଚଳରେ ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ଜମି ଯୋଗାଇଦେବାକୁ ତହସିଲଦାରଙ୍କ ନିକଟରେ ଦାବି ଜଣାଇଥିଲେ। ଏହି କ୍ରମରେ ବୁଧବାର ମେଣ୍ଡାମାଳ, ଅମୂଲ୍ୟମଣି ରାଣୀପୁର, ଲୁଚାବନ୍ଦ ଓ ଡାହୁଣିପାଲି ଗ୍ରାମର ଶତାଧିକ ଲୋକ ବୀରମହାରାଜପୁର ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଅମୂଲ୍ୟମଣି ରାଣୀପୁରଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଯାଉ ଏବଂ ଏଥିପାଇଁ ଆବଶ୍ୟକ ଜମି ଯୋଗାଇ ଦିଆଯାଉ ବୋଲି ସେମାନେ ଦାବି କରିଥିଲେ।

ଏ ନେଇ ରଞ୍ଜନ କୁମାର ମହାକୁର, ପଦାର୍ଥ ଜଗଦଲାଙ୍କ ସମେତ ଶତାଧିକ ଗ୍ରାମବାସୀ ବୀରମହାରାଜପୁର ତହସିଲଦାର ସୁଚିସ୍ମିତା ପାଣିଗ୍ରାହୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ଏଥିସହିତ ବୀରମହାରାଜପୁର ଉପଜିଲାପାଳଙ୍କୁ ମଧ୍ୟ ଏକ ଦାବିପତ୍ର ଦିଆଯାଇଛି।

Dharitri – Odisha’s No.1 Odia Daily

Share