ୟୁଜିସି ରେଗୁଲେସନ ପ୍ରତ୍ୟାହାର ଦାବି ଜିଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା,୩।୧୧(ଉତ୍ତମ କୁମାର ଦାଶ): ସବର୍ଣ୍ଣ ସମାଜ ବିରୋଧୀ ତଥା ଛାତ୍ରୀଛାତ୍ରଙ୍କ ପ୍ରତି ଘୋର ପକ୍ଷପାତ ସୃଷ୍ଟିକାରୀ ୟୁଜିସି ରେଗୁଲେସନ ୨୦୨୬ କୁ ତୁରନ୍ତ ପ୍ରତ୍ୟାହାର ଦାବି କରିଛି କଳାହାଣ୍ଡି ବ୍ରାହ୍ମଣ ସମାଜ । ଏହାକୁ ନେଇଁ ମଙ୍ଗଳବାର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଜିଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ଜିଲା ଉପ ସଭାପତି ଗଜେନ୍ଦ୍ର ପ୍ରସାଦ ପାଢ଼ୀଙ୍କ ନେତୃତ୍ୱରେ ଆରମ୍ଭରେ ବ୍ରାହ୍ମଣ ସମାଜର ସଦସ୍ୟ ସଦସ୍ୟା ମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ପ୍ରଦର୍ଶନ କରିବା ଦାବିପତ୍ର ପ୍ରଦାନ କରିଥିଲେ। ଉଚ୍ଚ ଶିକ୍ଷା କ୍ଷେତ୍ରରେ ସାଧାରଣ ସବର୍ଣ୍ଣ ବର୍ଗର ଛାତ୍ରୀଛାତ୍ରଙ୍କ ପ୍ରତି ପକ୍ଷପାତ ସୃଷ୍ଟିକାରୀ କାରି ଏହି ୟୁଜିସି ରେଗୁଲେଲେସନ ଭାରତୀୟ ସମ୍ବିଧାନର ଧାରା ୧୪ ସମାନତା ଅଧିକାରକୁ କ୍ଷୁର୍ଣ୍ଣ କରୁଛି ଏବଂ ସାମାଜିକ ସଦଭାବନା ରକ୍ଷା ଦିଗରେ ପ୍ରତିବନ୍ଧକ ସୃଷ୍ଟି କରିବ । ଏହା ସବର୍ଣ୍ଣ ସମାଜ ଛାତ୍ରୀ ଛାତ୍ରଙ୍କ ପ୍ରତି ଅବିଚାର ତେଣୁ ଏହି କଳା ଆଇନ୍ କୁ ତୁରନ୍ତ ପ୍ରତ୍ୟାହାର କରିବାକୁ ବ୍ରାହ୍ମଣ ସମାଜ ଦାବି କରିଛି। ଦାବି ପତ୍ର ପ୍ରଦାନ ସମୟରେ ପର୍ଶୁରାମ ସେନାର ଜିଲା ସଂଯୋଜକ ପ୍ରଶାନ୍ତ ଠାକୁର, ପ୍ରଜ୍ଞା ବାହିନୀର ଜିଲା ସଂଯୋଜିକା ସ୍ନେହଲତା ଷଡ଼ଙ୍ଗୀ,ବ୍ରାହ୍ମଣ ସମାଜର ଜିଲା ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର,
ଭବାନୀପାଟଣା ନଗର କମିଟି ଉପ ସଭାପତି ଆଦିତ୍ୟ ମିଶ୍ର,ସମ୍ପାଦକ ଶେଷଦେବ ମିଶ୍ର, ସମାଜର ସଭ୍ୟ ବରିଷ୍ଠ ଓକିଲ ସନ୍ତୋଷ ପଣ୍ଡା, ନିହାର ରଞ୍ଜନ ମିଶ୍ର, ବରିଷ୍ଠ ସଭ୍ୟ ଦେବୀ ପ୍ରସାଦ ଦାଶ, ଚକ୍ରଧର ଦାଶ , ସୁଦେଷ୍ଣା ପଣ୍ଡା, ଗୀତାଞ୍ଜଳି ବେହେରା, ଅର୍ଚ୍ଚନା ମିଶ୍ର, ସବିତା ଶତପଥୀ, ଶଶାଙ୍କ ଦାଶ, ସନ୍ତୋଷ ଦାଶ, ଉମା ଶଙ୍କର ମୁଣ୍ଡ, ଲକ୍ଷ୍ମୀ ନାରାୟଣ ପଣ୍ଡା,ଗୋପବନ୍ଧୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share