ସୁପର ବିଳାସପୂର୍ଣ୍ଣ ଘରର ଚାହିଦା ବଢ଼ୁଛି

ନୂଆଦିଲ୍ଲୀ,୨୮।୭: କ୍ରମାଗତ ଭାବେ ଭାରତରେ ବିଳାସପୂର୍ଣ୍ଣ ରିଅଲ ଇଷ୍ଟେଟର ସଂଖ୍ୟା ବଢୁଥିବାବେଳେ ସୁପର ବିଳାସପୂର୍ଣ୍ଣ ଘରଗୁଡ଼ିକର ଚାହିଦା ମଧ୍ୟ ଅସାଧାରଣ ବୃଦ୍ଧି ଘଟିଛି। ଏପରିକି ଧନିକ ଶ୍ରେଣୀର କ୍ରେତାମାନେ ସଫଳତା ଓ ଆକାଂକ୍ଷାକୁ ପ୍ରତିଫଳିତ କରୁଥିବା ସମ୍ପତ୍ତି ପ୍ରତି ଆକର୍ଷିତ ହେଉଛନ୍ତି। ବିଶେଷକରି ଆମେ ଯଦି କୋଲକାତା ବଜାର ସମ୍ପର୍କରେ କଥା ହେବା ତେବେ ଜାଣିବାକୁ ପାଇବା ଯେ ଫୋରମ ଆଟ୍‌ମୋସ୍ପିୟର ଓ ଚୌରଙ୍ଗୀ ରୋଡ୍‌ଠାରେ ଥିବା ୪୨ ନଂ. ଭଳି ପ୍ରକଳ୍ପ ଗତ ଦଶନ୍ଧିରେ ସୁପର ବିଳାସପୂର୍ଣ୍ଣ ଜୀବନଯାପନ ଲାଗି ସହରର ପ୍ରମୁଖ ହବ୍‌ରେ ପରିଣତ ହୋଇଛି। ଏପରିକି ଏହି ବିକାଶ ଗୁଡ଼ିକ ବିଶ୍ୱର ପ୍ରଥମ ଆବାସିକ ଭାସମାନ ଓ ସହରର ଉଚ୍ଚତମ ଆବାସିକ ଟାୱାର ପରି ଉଲ୍ଲେଖନୀୟ ବୈଶିଷ୍ଟ୍ୟ ସହ ଜୀବନଶୈଳୀକୁ ମଧ୍ୟ ନୂଆ ରୂପ ଦେଉଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ କୋଲକାତାଠାରେ ୧.୫କୋଟିରୁ ଅଧିକ ମୂଲ୍ୟର ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟର ବିକ୍ରି ଦ୍ୱିଗୁଣିତ ହୋଇଛି। ସେହିଭଳି ୨୦୧୯ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ୧୫୦ଟି ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ବିକ୍ରିକରି କୋଲକାତାଠାରେ ପ୍ରିମିୟମ ଡେଭଲପରମାନେ ଚଳିତ ବର୍ଷରେ ୩୮୦ ୟୁନିଟ୍‌ରୁ ୧୫୩% ଅଭିବୃଦ୍ଧି ହାସଲ କରିଛନ୍ତି।

ଗଲ୍‌ଫ କୋର୍ସ ରୋଡ୍‌ଠାରେ ଥିବା ଗୁରୁଗ୍ରାମର କ୍ୟାମେଲିଆରେ ୧୧୦୦୦ ବର୍ଗଫୁଟ ବିଶିଷ୍ଟ ଏକ ଅତ୍ୟାଧୁନିକ ବିଳାସପୂର୍ଣ୍ଣ ଫ୍ଲାଟ୍‌ ୧୧୪ କୋଟିରେ ବିକ୍ରିହୋଇ ଗତ କିଛି କ୍ୱାର୍ଟରରେ ଏହିପରି କାରବାର ମଧ୍ୟରୁ ଗୋଟିଏକୁ ଦର୍ଶାଇଥିଲା। ୧ମାସ ଭିତରେ ଭାରତର ସର୍ବବୃହତ୍‌ ତାଲିକାଭୁକ୍ତ ରିଏଲ ଇଷ୍ଟେଟ ଡେଭଲପର ଡିଏଲ୍‌ଏଫ୍‌ ଦ୍ରୁତ ବିକଶିତ ହୋଇଛି ଓ ଏହା କ୍ୟାମେଲିଆରେ ୯୫ କୋଟିର ଏକ ବାସସ୍ଥାନ ଆଣିଥିଲା ଯାହା ଉବେର ଲକ୍‌ଜୁରି ହୋମ୍‌ ଭାବେ ପରିଚିତ।
ବିଳାସପୂର୍ଣ୍ଣ ଓ ସୁପର ବିଳାସପୂର୍ଣ୍ଣ ଘରଗୁଡ଼ିକର ଏହି ଚାହିଦାକୁ ଦୃଷ୍ଟିଦେଇ ଡିଏଲ୍‌ଏଫ୍‌ ଗୋଆ ଓ ଗୁରୁଗ୍ରାମଠାରେ ସୁପର ବିଳାସପୂର୍ଣ୍ଣ ପ୍ରକଳ୍ପ ଆରମ୍ଭ କରିବ ବୋଲି ଘୋଷଣା କରିଛି। ଗୋଆରେ ଏହା ୫୦ କୋଟି ଓ ଅଧିକ ମୂଲ୍ୟରେ ପ୍ରକଳ୍ପ ଲଞ୍ଚ କରିବ।

କିନ୍ତୁ ଏହି ବୃଦ୍ଧି ଗୁରୁଗ୍ରାମଠାରୁ ବିସ୍ତାର ହୋଇଛି, ଯେପରି ମୁମ୍ବାଇରେ ଦେଖାଯାଇଛି ଯେ ଅଗ୍ରଣୀ ଫ୍ୟାଶନ ଡିଜାଇନର ଭ୍ରାଟିକା ଗୁପ୍ତା ୧୧୬.୪୨କୋଟି ଟଙ୍କା ମୂଲ୍ୟରେ ଥ୍ରୀ ସିକ୍ସଟି ୱେଷ୍ଟ ଟାୱାରରେ ସମୁଦ୍ର ଦୃଶ୍ୟ ବିଳାସପୂର୍ଣ୍ଣ ଘର ହାସଲ କରିବା ସହ ହେଡ୍‌ଲାଇନ ପ୍ରସ୍ତୁତ କରିଥିଲେ।

ଏହି ସୁପର ବିଳାସପୂର୍ଣ୍ଣ ଘରଗୁଡ଼ିକ ଗୁରୁଗ୍ରାମର ଡିଏଲ୍‌ଏଫ୍‌ ଗଲ୍ଫ ଲିଙ୍କ୍‌ ମଧ୍ୟରେ ଅବସ୍ଥିତ ରହିଛି। କ୍ୟାମେଲିଆସ୍‌ ପ୍ରାୟ ୧୦ରୁ୧୫ ଷ୍ଟାର୍ଟଅପ୍‌ ପ୍ରତିଷ୍ଠାତା ଏବଂ ୪୨୯ ଅଭିଜାତ ପରିବାରର ଘର । ବିଳାସପୂର୍ଣ୍ଣ ସ୍ଥାନରେ ଏହି ପ୍ରକଳ୍ପକୁ ଏକ ହେଡ୍‌ ଟର୍ନର ଭାବେ ପରିଣତ କରିଛି। ଏହାର ୧୬୦,୦୦୦ ବର୍ଗଫୁଟର ବୃହତ୍‌ କ୍ଲବ୍‌ ହାଉସ, ଯାହା ଏହାକୁ ବିଶ୍ୱର ବୃହତମ ଘରୋଇ ଆବାସିକ କ୍ଲବ ମଧ୍ୟରୁ ଅନ୍ୟତମ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ପୁଣି ଖୁସିଖବର ଦେଲେ ସୀମା ହାଇଦର: ବଢୁଛି ଚର୍ଚ୍ଚା

ଲକ୍ଷ୍ନୌ,୮।୧୨: ପାକିସ୍ତାନରୁ ପ୍ରବାସୀ ସୀମା ହାଇଦର ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ସୀମା ହାଇଦର ଏବେ ପୁଣି ଥରେ ଗର୍ଭବତୀ ଏବଂ ଷଷ୍ଠ ଥର ପାଇଁ...

ଫାଟୁଆ ରୋଗ ପାଇଁ ଆଗୁଆ ପ୍ରତିଷେଧକ, ୩୭ ହଜାର ଗୋରୁଙ୍କୁ ଟିକାକରଣ ଲକ୍ଷ୍ୟ

ଦାରିଙ୍ଗବାଡ଼ି,୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ୨୫ ଟି ପଞ୍ଚାୟତରେ ଗାଈ ଓ ବଳଦଙ୍କ ପାଇଁ ଅଣ୍ଟା ଭଡ଼ିଛି ମତ୍ସ୍ୟ ଓ...

ନେଟ୍‌ ପ୍ରାକ୍ଟିସ ପାଇଁ ବାରବାଟୀ ଯିବେ ଦୁଇ ଦଳ: ଜାଣନ୍ତୁ କେତେବେଳେ…

ଭୁବନେଶ୍ୱର, ୭ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏଥିଲାଗି...

ପାରଦ ତଳ ମୁହାଁ: ଶୀତରେ ଥରୁଛନ୍ତି ବାସହୀନ

ସୋନପୁର,୮।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ପାରଦ ତଳ ମୁହାଁ ହୋଇଛି। ପ୍ରବଳ ଶୀତ ଓ କୁହୁଡି ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ବାସହୀନ...

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଆଇଏସ୍‌ପିଏଲ୍‌ ନିଲାମରେ ଓଡ଼ିଆ ପୁଅ ରାଜେଶ

ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍‌। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍‌ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି।...

ଗୋଆ ଅଘଟଣ: ୨୫ ମୃତକଙ୍କ ମିଳିଲା ପରିଚୟ

ପଣଜୀ,୮ା୧୨(ପି.ଟି/ଏଜେନ୍ସି):ଗୋଆ ରାଜଧାନୀ ପଣଜୀରୁ ୨୫ କି.ମି. ଦୂରରେ ‘ବର୍ଚ ବାଇ ରୋମିଓ ଲେନ୍‌’ ନାଇଟ୍‌ କ୍ଲବ୍‌ ଅବସ୍ଥିତ। ବେଆଇନ ଭାବେ ନିର୍ମିତ ଏହି କ୍ଲ୍‌ବ୍‌କୁ ଭାଙ୍ଗିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri