କୂଳ ଖାଉଛି ଚିତ୍ରୋତ୍ପଳା, ପଥର ପ୍ୟାକିଂ ଦାବି

ମାର୍ଶାଘାଇ,୨୦ା୫(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ରାଘବପୁର ପଞ୍ଚାୟତର ନରସିଂହପୁର ଗାଁ ନିକଟରେ ପ୍ରବାହିତ ଚିତ୍ରୋତ୍ପଳା ନଦୀ କୂଳ ଖାଇବାରେ ଲାଗିଛି। ଏଥିଯୋଗୁ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି। ବର୍ଷାଦିନେ ଚିତ୍ରୋତ୍ପଳା ନଦୀରେ ବନ୍ୟା ଜଳ ଆସିଲେ କୂଳ ଖାଇ ବଡ ବଡ ଅତଡ଼ା ଖସୁଛି। ଫଳରେ ଗାଁଲୋକଙ୍କ ଉର୍ବର ଚାଷ ଜମି ନଦୀ ଗର୍ଭରେ ଲୀନ ହୋଇଗଲାଣି। ଅତଡା ଖାଇବା ଦ୍ୱାରା ବନ୍ୟା ନିୟନ୍ତ୍ରଣ ବନ୍ଧ ନିକଟକୁ ମାଡି ଆସିଲାଣିି। ଆଗକୁ ବର୍ଷାଦିନ ଆସୁଥିବାରୁ ନଦୀରେ ଜଳପତ୍ତନ ବୃଦ୍ଧି ପାଇଲେ ବନ୍ଧ ଭାଙ୍ଗି ଯିବାର ଆଶଙ୍କା ପ୍ରକାଶ ପାଇଛି। ଫଳରେ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ କଳାତିପାତ କରୁଛନ୍ତି। ତୁରନ୍ତ ନଦୀକୂଳରେ ଅତଡା ଖାଉଥିବା ସ୍ଥାନରେ ଜଳସମ୍ପଦ ବିଭାଗ ପକ୍ଷରୁ ପଥର ପ୍ୟାକିଂ କରିବାକୁ ଗାଁର ପ୍ରଶାନ୍ତ ପରିଡା, ଖଗେଶ୍ୱର ସାହୁ, ଧର୍ମପଦ ପରିଡା, ସରୋଜକାନ୍ତ ମଲ୍ଲିକ. ପୂର୍ବତନ ସରପଞ୍ଚ ନୀଳକଣ୍ଠ ବେହେରା ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖାଦ୍ୟ ପାଇଁ ଡହଳବିକଳ ଗୋରୁ, କୁକୁର

କଟକ ଅଫିସ,୧୪ା୪: ଜନଶୂନ୍ୟ ରାସ୍ତାରେ ବୁଲୁଛନ୍ତି ଗୋରୁ ଓ କୁକୁର। ଖାଦ୍ୟ ପାଇଁ ଏମାନେ ଡହଳ ବିକଳ ହେଉଛନ୍ତି। ଏପରି କି ଖାଦ୍ୟାଭାବ ଯୋଗୁ କେତେକ...

ପ୍ରସ୍ତାବିତ ସ୍ଥାନରେ ମିନି ଷ୍ଟାଡିୟମକୁ କ୍ରୀଡ଼ାବିତ୍‌ଙ୍କ ବିରୋଧ

ରାୟଗଡ଼ା ଅଫିସ,୩୦ା୧- ରାୟଗଡ଼ା ସହରରେ ମିନି ଷ୍ଟାଡିୟମ ନିର୍ମାଣକୁ ନେଇ ବିବାଦ ଲାଗିରହିଛି। ଆମ୍ବଗୁଡାଠାରେ ପ୍ରସ୍ତାବିତ ମିନି ଷ୍ଟାଡିୟମ ସ୍ଥାନ ନିରୁପଣକୁ ନେଇ ବିବାଦ ସୃଷ୍ଟି ହୋଇଛି।...

ପ୍ରଥମ ଦିନରେ ୬୩୩ଜଣଙ୍କୁ ଧରାଗଲା ଚାଲାଣ: ଏଣିକି ଅନ୍‌ଲାଇନରେ ଲର୍ନିଂ ଲାଇସେନ୍ସ, ଫିଟ୍‌ନେସ

ଭୁବନେଶ୍ୱର,୩।୧୨:(ବ୍ୟୁରୋ): ଆଗକୁ ଆଉ ଲର୍ନିଂ ଲାଇସେନ୍ସ କାଗଜରେ ଦିଆଯିବ ନାହିଁ। ଏଥର ଏହା ଅନ୍‌ଲାଇନ ମାଧ୍ୟମରେ ମିଳିବ। ଆର୍‌ଟିଓ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ସେହିପରି...

ଭୁବନେଶ୍ୱରରେ ପଜିଟିଭ, କବିସୂର୍ଯ୍ୟନଗରରେ ନେଗେଟିଭ

କବିସୂର୍ଯ୍ୟନଗର,୧୬ା୮(ଡି.ଏନ୍‌.ଏ.)- କବିସୂର୍ଯ୍ୟନଗରର ଜଣେ ବ୍ୟବସାୟୀଙ୍କ କୋଭିଡ୍‌-୧୯ ରିପୋର୍ଟ ଭୁବନେଶ୍ୱରରେ ପଜିଟିଭ ଆସିଥିବାବେଳେ କବିସୂର୍ଯ୍ୟନଗରରେ ନେଗେଟିଭ ଆସିଛି। ପରିବାରର ଅନ୍ୟ ସଦସ୍ୟଙ୍କ ରିପୋର୍ଟ ମଧ୍ୟ ନେଗେଟିଭ ଆସିଛି।...

ଗ୍ୟାସ୍‌ ଚୁଲାରୁ ନିଆଁ ଲାଗି ମହିଳା ଗୁରୁତର

ରାୟଗଡ଼ା ଅଫିସ,୨୩।୧: ରାୟଗଡ଼ା ଥେରୁବାଲି ଝୁପୁଡ଼ି ସାହିର ପରଦେଶୀ ନନ୍ଦଙ୍କ ସ୍ତ୍ରୀ ଲଳିତା ଲଳିତା ଗୁରୁବାର ସକାଳେ ରୋଷେଇ କରିବା ସମୟରେ ଗ୍ୟାସ ଚୁଲାର ପାଇପ...

ବିଚାରାଧୀନ ବନ୍ଦୀଙ୍କ ସ୍ବାବ୍‌ ନମୁନା ପରୀକ୍ଷା ପାଇଁ ଗଲା

ଦେବଗଡ,୧୩।୫(ଡି.ଏନ.ଏ.)-କରୋନା ସଂକ୍ରମଣ ରୋକିବା ନିମନ୍ତେ ଦେବଗଡ଼ ସ୍ବତନ୍ତ୍ର ଉପକାରାଗାରର ବିଚାରାଧୀନ ବନ୍ଦୀଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଉଛି। ଅନ୍ତେବାସୀଙ୍କୁ ସାନିଟାଇଜର, ସାବୁନ...

କୋରାପୁଟରେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୨୬।୨(ବ୍ୟୁରୋ)/ବୈପାରୀଗୁଡ଼ା(ଡି.ଏନ.ଏ.): ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କୋରାପୁଟ ଜିଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଜୟପୁରରେ ପହଞ୍ଚିବା ପରେ ସେଠାରୁ...

ଦୁଗ୍ଧଚାଷୀଙ୍କ ପେଟରେ କରୋନା ଲାତ

ସାକ୍ଷୀଗୋପାଳ, ୧୬ା୪(ଡି.ଏନ.ଏ): କରୋନା ଯୋଗୁ ସମସ୍ତଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ଗୋପାଳନ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ସତ୍ୟବାଦୀ ବ୍ଲକ ଓ...

Advertisement
Archives

Model This Week