ମୟୂରଭଞ୍ଜ ଜିଲାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ ଦାବିି: ସରିଲା ବାରିପଦାରୁ ଦିଲ୍ଲୀ ପଦଯାତ୍ରା

ବାରିପଦା ଅଫିସ,୨୩ା୨: ମୟୂରଭଞ୍ଜ ଜିଲାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ ଦାବିିକୁ ନେଇ ଜିଲା ଆଦିବାସୀ ଛାତ୍ର ସଙ୍ଗଠନ(ମାସା ଆର୍ମି) ପକ୍ଷରୁ ବାରିପଦାରୁ ରାଷ୍ଟ୍ରପତି ଭବନ ଦିଲ୍ଲୀ ଅଭିମୁଖେ ପଦଯାତ୍ରା ଶେଷ ହୋଇଛି। ସଙ୍ଗଠନର ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡିଙ୍କ ସହ କର୍ମକର୍ତ୍ତାମାନେ ଦୀର୍ଘ ୪୭ଦିନ ଧରି ଚାଲି ଚାଲି ଦିଲ୍ଲୀରେ ପହଞ୍ଚତ୍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ। ଅଖଣ୍ଡ ମୟୂରଭଞ୍ଜକୁ ପୁଣିଥରେ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହି ପଦଯାତ୍ରାରେ ସଭାପତି ମାରାଣ୍ଡିଙ୍କ ସହ ଲକ୍ଷ୍ମୀକାନ୍ତ ବାସ୍କେ, ଟିକା ବାଦଲ ମାରାଣ୍ଡି, କରୁଣାକର ସୋରେନ, ସାଉନା ମୁର୍ମୁ ପ୍ରମୁଖ ସାମିଲ ଥିଲେ ।