ଛୋଟ ସହରରେ ସ୍ମାର୍ଟ ସ୍ପିକର ଚାହିଦା ବଢୁଛି

ଭୁବନେଶ୍ୱର: ଦେଶର ଅଣମେଟ୍ରୋ ଏବଂ ଛୋଟ ସହରଗୁଡ଼ିକରେ ସ୍ମାର୍ଟ ସ୍ପିକର ଚାହିଦା ଏବେ ଦ୍ରୁତ ହାରରେ ବଢୁଛି। ଏହି ସ୍ଥାନଗୁଡିକରେ ଲୋକମାନେ ସ୍ମାର୍ଟ ହୋମ୍‌, ସ୍ମାର୍ଟ ଲର୍ନିଂ ଏବଂ ସ୍ମାର୍ଟ ମ୍ୟୁଜିକ ଲାଗି ସ୍ମାର୍ଟ ସ୍ପିକରକୁ ବ୍ୟବହାର କରୁଥିବା ଜଣାପଡିଛି। ଏହି ସହରଗୁଡିକରେ ଗ୍ରାହକମାନେ ପ୍ରତିଦିନ ୨.୫ ଘଣ୍ଟାରୁ ଅଧିକ ସମୟ ସ୍ମାର୍ଟ ସ୍ପିକର ବ୍ୟବହାର କରିଥାନ୍ତି। ଆମାଜନ ଇଣ୍ଡିଆ ଏବଂ କାର୍‌ଭି ଇନ୍‌ସାଇଟ୍ସ ଦ୍ୱାରା ହୋଇଥିବା ଏକ ଅଧ୍ୟୟନ ମୁତାବକ, ପରିବାର ସଦସ୍ୟଙ୍କ ବ୍ୟବହାର ଲାଗି ପ୍ରାୟ ୮୧% ଓନର ସ୍ମାର୍ଟ ସ୍ପିକର ଲିଭିଂ ରୁମ୍‌ରେ ଲଗାଉଥିବା ନଜରକୁ ଆସିଛି। ଏଭଳି ଡିଭାଇସ ବ୍ୟବହାର ଦ୍ୱାରା ପ୍ରାୟ ୫୫% ଓନର ମ୍ୟୁଜିକ ଶୁଣିବାର ଲାଭ ଉଠାଉଛନ୍ତି। ସେହିଭଳି ସ୍ମାର୍ଟ ସ୍ପିକର ବ୍ୟବହାର ଦ୍ୱାରା ପିଲାମାନେ ନୂଆ ନୂଆ ଜିନିଷ ଶିଖିବାରେ ସହାୟକ ହେଉଛି ବୋଲି ୫୨% ଅଭିଭାବକ ସର୍ଭେରେ ନିଜର ମତ ରଖିଛନ୍ତି। ସ୍ମାର୍ଟ ହୋମ୍‌ରେ ବିଭିନ୍ନ ଡିଭାଇସ କଣ୍ଟ୍ରୋଲ ପାଇଁ ସ୍ମାର୍ଟ ସ୍ପିକର କ୍ରୟ କରୁଥିବା ପ୍ରାୟ ୫୦% ମତ ରଖିଛନ୍ତି। ଗୀତ ଶୁଣିବା, ସୂଚନା ଜାଣିବା, ଭଏସ୍‌ ଆସିଷ୍ଟାଣ୍ଟ ବ୍ୟବହାର ଦ୍ୱାରା କଥାବାର୍ତ୍ତା କରିବା, ଆଲାରାମ ଏବଂ ରିମାଇଣ୍ଡର ସେଟ୍‌ କରିବା, ସ୍ମାର୍ଟ ହୋମ୍‌ର ନିୟନ୍ତ୍ରଣ ଭଳି ବିଭିନ୍ନ କାର୍ଯ୍ୟ ଲାଗି ଲୋକମାନେ ସ୍ମାର୍ଟ ସ୍ପିକର ବ୍ୟବହାର କରୁଛନ୍ତି।
ଭାରତରେ ସ୍ମାର୍ଟ ସ୍ପିକର କନ୍‌ସେପ୍ଟ ସମ୍ପୂର୍ଣ୍ଣ ଭାବେ ନୂଆ। ଭାରତରେ ଏହା ଆରମ୍ଭ ହେବାର ଅବଧି ମାତ୍ର ୩ ବର୍ଷରୁ କମ୍‌। ହେଲେ ଅଣ ମେଟ୍ରୋ ସହରଗୁଡିକରେ ଏହାର ଆଦୃତି କାହିଁରେ କ’ଣ। ଅଣ ମେଟ୍ରୋ ସହରଗୁଡିକରେ ଏ ନେଇ ସଚେତନତା ହାର ଏବେ ୫୪%ରେ ପହଞ୍ଚିଥିବା ଅଧ୍ୟୟନରୁ ପ୍ରକାଶ ପାଇଛି। ଏହି ସହରଗୁଡିକରେ ପ୍ରାୟ ୪୩% ସ୍ମାର୍ଟ ସ୍ପିକର ମାଲିକ ନିଜର ସ୍ମାର୍ଟ ସ୍ପିକର ସହିତ ହିନ୍ଦୀରେ କଥାବାର୍ତ୍ତା ହୋଇପାରୁଛନ୍ତି। ଭଏସ୍‌ ଆସିଷ୍ଟାଣ୍ଟ ସହ ହିନ୍ଦୀରେ କଥାବାର୍ତ୍ତା ହେବା ବର୍ତ୍ତମାନ ଏକ ଟ୍ରେଣ୍ଡରେ ରୂପାନ୍ତରିତ ହୋଇଥିବା ଜଣାପଡିଛି। ସ୍ପାର୍ଟ ସ୍ପିକର ବ୍ୟବହାର କରିଥିବା ପ୍ରାୟ ୫୫% ଗ୍ରାହକ ଅନୁଭବ କରନ୍ତି ଯେ, ପୂର୍ବ ତୁଳନାରେ ସେମାନେ ସଙ୍ଗୀତକୁ ଅଧିକ ଅନୁଭବ କରିବାକୁ ସକ୍ଷମ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଆମାଜନର ଡିଭାଇସ ବିଭାଗ ମୁଖ୍ୟ ପରାଗ ଗୁପ୍ତା କହିଛନ୍ତି, ଗ୍ରାହକଙ୍କ ଜୀବନକୁ ସରଳ କରିବା ଦିଗରେ ସ୍ମାର୍ଟ ସ୍ପିକର ସହାୟକ ହେଉଛି। ଲାଇଟ ବନ୍ଦ କରିବାଠାରୁ ୟୁଟିଲିଟି ବିଲ୍‌ ପଇଠ କରିବା ଭଳି କାର୍ଯ୍ୟ ଭଏସ୍‌ କମାଣ୍ଡ ଦ୍ୱାରା ହୋଇପାରୁଛି। ଭାରତରେ ଗ୍ରାହକଙ୍କ ଲାଗି ଆଲେକ୍ସାକୁ ଅଧିକ ବ୍ୟବହାରଯୋଗ୍ୟ କରିବା ଲାଗି ନିରନ୍ତର ଉଦ୍ୟମ ଜାରି ରହିଛି। ଗତବର୍ଷ ଆମାଜନ ଇକୋ ଦେଶର ଛୋଟ ଛୋଟ ସହରରେ ନିଜର ଅଭିବୃଦ୍ଧିକୁ ଦ୍ୱିଗୁଣିତ କରିଛି। ଗ୍ରାହକଙ୍କ ଜୀବନରେ ଉନ୍ନତି ଆଣିବା ଲାଗି ଆଲେକ୍ସା ଏବଂ ଇକୋ ପ୍ରଡକ୍ଟରେ ନୂଆ ଉଦ୍ଭାବନ ଜାରି ରହିବ ବୋଲି ସେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନରୁ ଏସବୁ ଜିନିଷ କିଣେ ଭାରତ, ଯୁଦ୍ଧ ଭିତରେ ବଢିଯିବ ଖଜୁରୀ, ପିସ୍ତା ଓ ଫଳ…

ନୂଆଦିଲ୍ଲୀ,୧।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନାର ପ୍ରଭାବ କେବଳ ସେହି ଅଞ୍ଚଳରେ ସୀମିତ ନୁହେଁ, ବରଂ ସମଗ୍ର ବିଶ୍ୱ ଅର୍ଥନୀତିରେ ଅନୁଭୂତ ହେଉଛି। ଇସ୍ରାଏଲୀ ଏବଂ ଆମେରିକା ଆକ୍ରମଣ…

ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ପେଟ୍ରୋଲ ଦରରେ ନିଆଁ! ଭାରତରେ ମହଙ୍ଗା ହେବ…

ନୂଆଦିଲ୍ଲୀ,୧।୩: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସଂଘର୍ଷ ବିଶ୍ୱବ୍ୟାପୀ ହଇଚଇ ସୃଷ୍ଟି କରିଛି, ଏବଂ ଏହା ଭାରତର ଅର୍ଥନୀତି ଉପରେ ସିଧାସଳଖ ପ୍ରଭାବ ପକାଇବ ବୋଲି ଆଶଙ୍କା…

LPG Price Hike: ହୋଲି ପୂର୍ବରୁ ବଡ଼ ଝଟକା! ଆଜିଠୁ ମହଙ୍ଗା ହେଲା ଗ୍ୟାସ୍ ସିଲିଣ୍ଡର, ନୂଆ ମୂଲ୍ୟ…

ନୂଆଦିଲ୍ଲୀ, ୧।୩: ସାଧାରଣ ଲୋକଙ୍କ ପାଇଁ ବଡ଼ ଝଟକା। ହୋଲି ପୂର୍ବରୁ ୧ ମାର୍ଚ୍ଚରେ ୨୦୨୬ରେ ଏଲପିଜି ଦର ଅପଡେଟ୍ କରାଯାଇଛି। ହୋଲି ପୂର୍ବରୁ ମଧ୍ୟ ଗ୍ରାହକମାନେ…

ଖାମନେଇ ନା ଡୋନାଲ୍ଡ ଟ୍ରମ୍ପ, କାହାର ଟ୍ରେଜେରୀରେ ଅଛି ଅଧିକ ଟଙ୍କା?

ନୂଆଦିଲ୍ଲୀ,୨୮।୨:ଆମେରିକା ଏବଂ ଇସ୍ରାଏଲର ଇରାନ ଉପରେ ଆକ୍ରମଣ ପରେ, ଇରାନ ଏକ ପ୍ରତିଆକ୍ରମଣ ଆରମ୍ଭ କରିଛି। ଇରାନ ଏକକାଳୀନ ଇସ୍ରାଏଲ ଏବଂ ଅନ୍ୟ ସାତଟି ଦେଶ ଉପରେ…

ସୁନାରେଟ୍‌ରେ ବଡ଼ ବିସ୍ଫୋରଣ! ଯୁଦ୍ଧ ଭିତରେ ୨୩ହଜାର ବଢିଯିବ ଦର

ନୂଆଦିଲ୍ଲୀ,୨୮।୨: ଆମେରିକା ଇରାନ ଉପରେ ଆକ୍ରମଣ କରିଛି। ଏହି ସମୟରେ, ଇସ୍ରାଏଲ ମଧ୍ୟ ମଧ୍ୟପ୍ରାଚ୍ୟ ଦେଶ ବିରୋଧରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଇରାନ ଆକ୍ରମଣ କରି ପ୍ରତିଶୋଧ…

Sahara Refund: ଆଉ ୫୦ ହଜାର ନୁହେଁ, ଏବେ ୧୦ ଲକ୍ଷ ଟଙ୍କା ଯାଏ ଫେରସ୍ତ ପାଇଁ କରନ୍ତୁ ଆବେଦନ,୪୫ ଦିନରେ ଆସିବ ଟଙ୍କା; ଜାଣନ୍ତୁ…

ନୂଆଦିଲ୍ଲୀ,୨୭।୨: ସାହାରା ଇଣ୍ଡିଆରେ ଟଙ୍କା ରଖିଥିବା ନିବେଶକମାନଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି କେନ୍ଦ୍ର ସରକାର। ଏବେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା ନିବେଶକମାନେ ନିଜ…

ବାରମ୍ୱାର ଟ୍ରାଫିକ ନିୟମ ଭାଙ୍ଗୁଛନ୍ତି କି? ସରକାର ଆଣିଲେ କଡ଼ା ନିୟମ…

ନୂଆଦିଲ୍ଲୀ,୨୭।୨: ଏହି ଖବର ଗାଡି ଚାଳନା ନିୟମକୁ ହାଲୁକା ଭାବରେ ନେଉଥିବା ଯେକୌଣସି ବ୍ୟକ୍ତିଙ୍କ ପାଇଁ ଏକ ଗମ୍ଭୀର ଚେତାବନୀ। ଏବେ, ଗାଡି ଚାଳନା କେବଳ ଷ୍ଟିଅରିଂ…

୧ ମାର୍ଚ୍ଚରୁ ବନ୍ଦ ହୋଇଯିବ ଏମାନଙ୍କର ହ୍ବାଟ୍ସଆପ! ଲକ୍ଷ ଲକ୍ଷ ବ୍ୟବହାରକାରୀଙ୍କୁ ପ୍ରଭାବିତ କରିବ ନୂଆ ନିୟମ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ,୨୭।୨: SIM-Binding ନିୟମ ସମ୍ପର୍କରେ ଚିତ୍ର ଏବେ ସ୍ପଷ୍ଟ ହେବାରେ ଲାଗିଛି। ରିପୋର୍ଟ ଅନୁଯାୟୀ, କେନ୍ଦ୍ର ସରକାର ସ୍ପଷ୍ଟ ଭାବରେ ସୂଚିତ କରିଛନ୍ତି ଯେ ମେସେଜିଂ ଆପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri