ଛୋଟ ସହରରେ ସ୍ମାର୍ଟ ସ୍ପିକର ଚାହିଦା ବଢୁଛି

ଭୁବନେଶ୍ୱର: ଦେଶର ଅଣମେଟ୍ରୋ ଏବଂ ଛୋଟ ସହରଗୁଡ଼ିକରେ ସ୍ମାର୍ଟ ସ୍ପିକର ଚାହିଦା ଏବେ ଦ୍ରୁତ ହାରରେ ବଢୁଛି। ଏହି ସ୍ଥାନଗୁଡିକରେ ଲୋକମାନେ ସ୍ମାର୍ଟ ହୋମ୍‌, ସ୍ମାର୍ଟ ଲର୍ନିଂ ଏବଂ ସ୍ମାର୍ଟ ମ୍ୟୁଜିକ ଲାଗି ସ୍ମାର୍ଟ ସ୍ପିକରକୁ ବ୍ୟବହାର କରୁଥିବା ଜଣାପଡିଛି। ଏହି ସହରଗୁଡିକରେ ଗ୍ରାହକମାନେ ପ୍ରତିଦିନ ୨.୫ ଘଣ୍ଟାରୁ ଅଧିକ ସମୟ ସ୍ମାର୍ଟ ସ୍ପିକର ବ୍ୟବହାର କରିଥାନ୍ତି। ଆମାଜନ ଇଣ୍ଡିଆ ଏବଂ କାର୍‌ଭି ଇନ୍‌ସାଇଟ୍ସ ଦ୍ୱାରା ହୋଇଥିବା ଏକ ଅଧ୍ୟୟନ ମୁତାବକ, ପରିବାର ସଦସ୍ୟଙ୍କ ବ୍ୟବହାର ଲାଗି ପ୍ରାୟ ୮୧% ଓନର ସ୍ମାର୍ଟ ସ୍ପିକର ଲିଭିଂ ରୁମ୍‌ରେ ଲଗାଉଥିବା ନଜରକୁ ଆସିଛି। ଏଭଳି ଡିଭାଇସ ବ୍ୟବହାର ଦ୍ୱାରା ପ୍ରାୟ ୫୫% ଓନର ମ୍ୟୁଜିକ ଶୁଣିବାର ଲାଭ ଉଠାଉଛନ୍ତି। ସେହିଭଳି ସ୍ମାର୍ଟ ସ୍ପିକର ବ୍ୟବହାର ଦ୍ୱାରା ପିଲାମାନେ ନୂଆ ନୂଆ ଜିନିଷ ଶିଖିବାରେ ସହାୟକ ହେଉଛି ବୋଲି ୫୨% ଅଭିଭାବକ ସର୍ଭେରେ ନିଜର ମତ ରଖିଛନ୍ତି। ସ୍ମାର୍ଟ ହୋମ୍‌ରେ ବିଭିନ୍ନ ଡିଭାଇସ କଣ୍ଟ୍ରୋଲ ପାଇଁ ସ୍ମାର୍ଟ ସ୍ପିକର କ୍ରୟ କରୁଥିବା ପ୍ରାୟ ୫୦% ମତ ରଖିଛନ୍ତି। ଗୀତ ଶୁଣିବା, ସୂଚନା ଜାଣିବା, ଭଏସ୍‌ ଆସିଷ୍ଟାଣ୍ଟ ବ୍ୟବହାର ଦ୍ୱାରା କଥାବାର୍ତ୍ତା କରିବା, ଆଲାରାମ ଏବଂ ରିମାଇଣ୍ଡର ସେଟ୍‌ କରିବା, ସ୍ମାର୍ଟ ହୋମ୍‌ର ନିୟନ୍ତ୍ରଣ ଭଳି ବିଭିନ୍ନ କାର୍ଯ୍ୟ ଲାଗି ଲୋକମାନେ ସ୍ମାର୍ଟ ସ୍ପିକର ବ୍ୟବହାର କରୁଛନ୍ତି।
ଭାରତରେ ସ୍ମାର୍ଟ ସ୍ପିକର କନ୍‌ସେପ୍ଟ ସମ୍ପୂର୍ଣ୍ଣ ଭାବେ ନୂଆ। ଭାରତରେ ଏହା ଆରମ୍ଭ ହେବାର ଅବଧି ମାତ୍ର ୩ ବର୍ଷରୁ କମ୍‌। ହେଲେ ଅଣ ମେଟ୍ରୋ ସହରଗୁଡିକରେ ଏହାର ଆଦୃତି କାହିଁରେ କ’ଣ। ଅଣ ମେଟ୍ରୋ ସହରଗୁଡିକରେ ଏ ନେଇ ସଚେତନତା ହାର ଏବେ ୫୪%ରେ ପହଞ୍ଚିଥିବା ଅଧ୍ୟୟନରୁ ପ୍ରକାଶ ପାଇଛି। ଏହି ସହରଗୁଡିକରେ ପ୍ରାୟ ୪୩% ସ୍ମାର୍ଟ ସ୍ପିକର ମାଲିକ ନିଜର ସ୍ମାର୍ଟ ସ୍ପିକର ସହିତ ହିନ୍ଦୀରେ କଥାବାର୍ତ୍ତା ହୋଇପାରୁଛନ୍ତି। ଭଏସ୍‌ ଆସିଷ୍ଟାଣ୍ଟ ସହ ହିନ୍ଦୀରେ କଥାବାର୍ତ୍ତା ହେବା ବର୍ତ୍ତମାନ ଏକ ଟ୍ରେଣ୍ଡରେ ରୂପାନ୍ତରିତ ହୋଇଥିବା ଜଣାପଡିଛି। ସ୍ପାର୍ଟ ସ୍ପିକର ବ୍ୟବହାର କରିଥିବା ପ୍ରାୟ ୫୫% ଗ୍ରାହକ ଅନୁଭବ କରନ୍ତି ଯେ, ପୂର୍ବ ତୁଳନାରେ ସେମାନେ ସଙ୍ଗୀତକୁ ଅଧିକ ଅନୁଭବ କରିବାକୁ ସକ୍ଷମ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଆମାଜନର ଡିଭାଇସ ବିଭାଗ ମୁଖ୍ୟ ପରାଗ ଗୁପ୍ତା କହିଛନ୍ତି, ଗ୍ରାହକଙ୍କ ଜୀବନକୁ ସରଳ କରିବା ଦିଗରେ ସ୍ମାର୍ଟ ସ୍ପିକର ସହାୟକ ହେଉଛି। ଲାଇଟ ବନ୍ଦ କରିବାଠାରୁ ୟୁଟିଲିଟି ବିଲ୍‌ ପଇଠ କରିବା ଭଳି କାର୍ଯ୍ୟ ଭଏସ୍‌ କମାଣ୍ଡ ଦ୍ୱାରା ହୋଇପାରୁଛି। ଭାରତରେ ଗ୍ରାହକଙ୍କ ଲାଗି ଆଲେକ୍ସାକୁ ଅଧିକ ବ୍ୟବହାରଯୋଗ୍ୟ କରିବା ଲାଗି ନିରନ୍ତର ଉଦ୍ୟମ ଜାରି ରହିଛି। ଗତବର୍ଷ ଆମାଜନ ଇକୋ ଦେଶର ଛୋଟ ଛୋଟ ସହରରେ ନିଜର ଅଭିବୃଦ୍ଧିକୁ ଦ୍ୱିଗୁଣିତ କରିଛି। ଗ୍ରାହକଙ୍କ ଜୀବନରେ ଉନ୍ନତି ଆଣିବା ଲାଗି ଆଲେକ୍ସା ଏବଂ ଇକୋ ପ୍ରଡକ୍ଟରେ ନୂଆ ଉଦ୍ଭାବନ ଜାରି ରହିବ ବୋଲି ସେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

Gold Silver Price: ରେକର୍ଡ ଭାଙ୍ଗିଲା ସୁନା ଦର, ରୂପା ଏକାଥରେ ୮ ହଜାର…..

ନୂଆଦିଲ୍ଲୀ,୨୬।୧୨:  ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି କିନ୍ତୁ ସୁନା ଏବଂ ରୂପାର ଚମକ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ । ବର୍ଷର ଶେଷ ଦିନଗୁଡ଼ିକରେ...

୯ ଟଙ୍କା ଛୁଇଁଲାଣି ଅଣ୍ଡା ଦର: କେବେ ମିଳିବ ଆଶ୍ୱସ୍ତି, କାହିଁକି ହେଉଛି ମହଙ୍ଗା?

ଭୁବନେଶ୍ୱର,୨୬।୧୨: ଭାରତର ଅନେକ ସହରରେ ଗୋଟିଏ ଅଣ୍ଡା ଦର ୮ ଟଙ୍କା କିମ୍ବା ତା’ଠାରୁ ଅଧିକରେ ବିକ୍ରି ହେଉଥିବା ବେଳେ ଏହି ଶୀତଦିନେ ଅଣ୍ଡା ଦର...

Post Officeର ଏହି ସ୍କିମ୍‌ରେ କରନ୍ତୁ ନିବେଶ: ମିଳିବ ୧୭ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୬।୧୨: ଆଜିର ଦୁନିଆରେ ସମସ୍ତେ ଏକ ସୁରକ୍ଷିତ ଭବିଷ୍ୟତ ଚାହାଁନ୍ତି। ଯଦି ଆପଣ ଧୀରେ ଧୀରେ ଏକ ବଡ଼ ପାଣ୍ଠି ଗଠନ କରିବାକୁ ଚାହୁଁଛନ୍ତି, ତେବେ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ସରକାରୀ କର୍ମଚାରୀଙ୍କୁ ମିଳିବନି ପେନସନ, ଯଦି କରୁଥିବେ ଏହି ଭୁଲ!

ନୂଆଦିଲ୍ଲୀ,୨୫।୧୨: ସରକାରୀ କର୍ମଚାରୀମାନେ ପ୍ରାୟତଃ ଭାବନ୍ତି ଯେ ଯଦି ସେମାନେ ସମୟ ପୂର୍ୱରୁ ଇସ୍ତଫା ଦିଅନ୍ତି ତେବେ ସେମାନେ ପେନସନ ପାଇବେ କି ନାହିଁ। ସୁପ୍ରିମକୋର୍ଟ...

ଅବସରବେଳେ ଦରକାର ୧କୋଟି ଟଙ୍କା? ଏହି ଫର୍ମୂଲାରେ ୫ମାସରେ ମିଳିଯିବ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୩।୧୨:ଲୋକମାନେ ପ୍ରାୟତଃ ଅବସର ସମୟରେ କୋଟି କୋଟି ଟଙ୍କାର କର୍ପସ ପାଇବାର ସ୍ୱପ୍ନ ଦେଖନ୍ତି, କିନ୍ତୁ କେବଳ କିଛି ଲୋକ ଏହି ସୱପ୍ନକୁ ପୂରଣ କରିପାରିବେ।...

ଏପ୍ରିଲ ପରେ ବନ୍ଦ ହୋଇଯିବ ଏହି ୬ଟି ବଡ଼ ବ୍ୟାଙ୍କ? ଆକାଉଣ୍ଟ ଥିଲେ କଣ କରିବେ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାର ପୁଣିଥରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତି କରୁଛନ୍ତି। ରିପୋର୍ଟ ଅନୁଯାୟୀ ସରକାର ଛଅଟି ବଡ଼ ସରକାରୀ ବ୍ୟାଙ୍କକୁ ପରସ୍ପର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri