ସ୍ବାସ୍ଥ୍ୟକେନ୍ଦ୍ର ଆମ୍ବୁଲାନ୍ସ ସେବା ପୁନଃ ଆରମ୍ଭ ଦାବି

ରସୁଲପୁର,୧୩ା୩(ଡି.ଏନ.ଏ.):ରସୁଲପୁର ବ୍ଲକ ଅନ୍ତର୍ଗତ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରିହାତି ଆମ୍ବୁଲାନ୍ସ ସେବାକୁ ପୁନଃ ଆରମ୍ଭ କରିବା ପାଇଁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି। ରୋଗୀଙ୍କ ପାଇଁ ୧୦୮ ଆମ୍ବୁଲାନ୍ସ ସେବା ସନ୍ତୋଷଜନକ ହୋଇପାରୁ ନ ଥିବାରୁ ଏଭଳି ଦାବି କରାଯାଉଛି। ୨୦୧୩ରେ ୧୦୮ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଥିଲା। ପରେ ୨୦୧୮ ଅଗଷ୍ଟରୁ ଯାଜପୁର ଜିଲାର ବିଭିନ୍ନ ସରକାରୀ ଡାକ୍ତରଖାନାରେ କାର୍ଯ୍ୟକ୍ଷମ ଥିବା ଆମ୍ବୁଲାନ୍ସ ସେବାକୁ ବନ୍ଦ କରିଦିଆଯାଇଛି। ରୋଗୀଙ୍କୁ ନିଃଶୁଳ୍କ ଆମ୍ବୁଲାନ୍ସ ସେବା ପହଞ୍ଚାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ମାତ୍ର ୧୦୮ ଆମ୍ବୁଲାନ୍ସ ଦ୍ୱାରା ରୋଗୀଙ୍କୁ ସମୟୋଚିତ ସେବା ପହଞ୍ଚାଯାଇ ପାରୁନାହିଁ ବୋଲି ଅଭିଯୋଗ ହେଉଛି। ନିଃଶୁଳ୍କ ଆମ୍ବୁଲାନ୍ସ ସେବା ପ୍ରଦାନ ଆଳରେ ରୋଗୀଙ୍କୁ ମହଙ୍ଗା ସେବା ଉପାୟକୁ ପ୍ରୋତ୍ସାହିତ କରାଯାଉଛି ବୋଲି ରୋଗୀ ସମ୍ପର୍କୀୟ ଅଭିଯୋଗ କରିଛନ୍ତି।
ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀଙ୍କୁ ଉନ୍ନତ ଚିକିତ୍ସାସେବା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟ ଓ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଛି। ଏହିଭଳି ରୋଗୀଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ମାଗଣାରେ ସୁପାରିସ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି। ହେଲେ ଏହି ଆମ୍ବୁଲାନ୍ସ ଠିକ୍‌ ସମୟରେ ପହଞ୍ଚତ୍ପାରୁନାହିଁ। ସ୍ଥାନୀୟ ଅଞ୍ଚଳ ପାଇଁ ଉଦ୍ଦିଷ୍ଟ ଆମ୍ବୁଲାନ୍ସ ଅନ୍ୟ କାମରେ ନିୟୋଜିତ ହୋଇଯାଇଥିଲେ, ଜିଲାର ଅନ୍ୟ ଅଞ୍ଚଳ ଆମ୍ବୁଲାନ୍ସକୁ ବ୍ୟବହାର କରାଯାଇଥାଏ। ଏଭଳି ସ୍ଥିତି ରୋଗୀଙ୍କୁ ଆମ୍ବୁଲାନ୍ସ ସେବା ଠିକ୍‌ ସମୟରେ ପହଞ୍ଚାଇବାରେ ବାଧକ ସୃଷ୍ଟି କରୁଛି। ଏହାଛଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ୧୦୮ ଆମ୍ବୁଲାନ୍ସ ଯୋଗେ ରୋଗୀଙ୍କୁ କେବଳ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇପାରିବ ବୋଲି ଆମ୍ବୁଲାନ୍ସ କର୍ମଚାରୀଙ୍କ ପକ୍ଷରୁ କୁହାଯାଉଛି। ଫଳରେ ଜଣେ ଗୁରୁତର ରୋଗୀଙ୍କୁ ଉନ୍ନତ ଚିକିତ୍ସା ଠିକ୍‌ ସମୟରେ ମିଳିବାରେ ଅସୁବିଧା ହେଉଛି। ଡାକ୍ତରଖାନାରେ କମ୍‌ ଖର୍ଚ୍ଚର ଆମ୍ବୁଲାନ୍ସ ସେବା ବନ୍ଦ ହୋଇଯିବା ଫଳରେ ରୋଗୀ ସମ୍ପର୍କୀୟ ଘରୋଇ ଆମ୍ବୁଲାନ୍ସକୁ ଭରସା କରିବାକୁ ଏକପ୍ରକାର ବାଧ୍ୟ ହେଉଛନ୍ତି। ଗରିବ ରୋଗୀମାନେ ମାଗଣା ଆମ୍ବୁଲାନ୍ସ ସେବାର ଦ୍ୱନ୍ଦ୍ୱ ଭିତରକୁ ପଶିବାକୁ ଚାହୁଁନାହାନ୍ତି। ସେମାନେ ଘରୋଇ ଗାଡ଼ି ବ୍ୟବହାର କରି ଅଧିକ ଖର୍ଚ୍ଚାନ୍ତ ହୋଇ ନିଜସ୍ବ ପସନ୍ଦର ଡାକ୍ତରଖାନା ଯାଉଛନ୍ତି।
୨୦୦୯ରୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ଏମ୍‌ପିଙ୍କ ହାତପାଣ୍ଠିରୁ ଗୋଟିଏ ଲେଖାଏ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିଲା। ଉକ୍ତ ଆମ୍ବୁଲାନ୍ସରେ ରୋଗୀ କଲ୍ୟାଣ ସମିତି ପାଣ୍ଠିରୁ କମ୍‌ ଦରମାରେ ଜଣେ ଲେଖାଏ ଚାଳକଙ୍କୁ ନିଯୁକ୍ତି ଦିଆଯାଇଥିଲା। ସେତେବେଳେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ୨୪ ଘଣ୍ଟିଆ ଆମ୍ବୁଲାନ୍ସ ସେବା ଉପଲବ୍ଧ ହେଉଥିଲା। ରୋଗୀ ସମ୍ପର୍କୀୟମାନେ କେବଳ ଆମ୍ବୁଲାନ୍ସର ଇନ୍ଧନ ଖର୍ଚ୍ଚ ପୈଠ କରି ଡାକ୍ତରଙ୍କ ପରାମର୍ଶକ୍ରମେ ଯେକୌଣସି ଡାକ୍ତରଖାନାକୁ ରୋଗୀଙ୍କୁ ସ୍ଥାନାନ୍ତର କରିପାରୁଥିଲେ। ୧୦୮ ଆମ୍ବୁଲାନ୍ସ ସେବା ଆଳରେ ଡାକ୍ତରଖାନା ଆମ୍ବୁଲାନ୍ସ ସେବାକୁ ବନ୍ଦ କରିଦିଆଗଲା। ବିଭିନ୍ନ ଡାକ୍ତରଖାନାରେ ଥିବା ଆମ୍ବୁଲାନ୍ସଗୁଡ଼ିକ ପଡ଼ି ନଷ୍ଟ ହେଉଥିବା ଲକ୍ଷ୍ୟ କରାଯାଉଛି। ତେଣେ ସରକାରୀ ଆମ୍ବୁଲାନ୍ସରେ ଗୋଟିଏ ଦିନରେ ୬ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ପୂର୍ବରୁ ଜଣେ ଚାଳକଙ୍କୁ ନେଇ ଡାକ୍ତରଖାନାରୁ ରୋଗୀଙ୍କୁ ଯେଉଁ ସେବା ମିଳୁଥିଲା ସେହି ଗୁଣବତ୍ତାର ସେବା ୧୦୮ ଆମ୍ବୁଲାନ୍ସରୁ ମିଳିପାରୁନାହିଁ। ଏଭଳି ସ୍ଥିତିକୁ ମୁକାବିଲା ପାଇଁ ଡାକ୍ତରଖାନା ଆମ୍ବୁଲାନ୍ସ ସେବା ପୁନଃ ଆରମ୍ଭ କରିବା ଏକ ଶ୍ରେଷ୍ଠ ବିକଳ୍ପ ବୋଲି କୁହାଯାଉଛି।
ଏ ସମ୍ପର୍କରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ସୁଧୀର କୁମାର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ଡାକ୍ତରଖାନାରେ ଆମ୍ବୁଲାନ୍ସ ସେବାକୁ ପୁଣି ଆରମ୍ଭ କରିବା ନେଇ କୌଣସି ପ୍ରସ୍ତାବ ନାହିଁ। ସ୍ବାସ୍ଥ୍ୟସେବାକୁ ବିକେନ୍ଦ୍ରୀକରଣ କରିବାକୁ ଲକ୍ଷ୍ୟ ରଖାଯାଇ ଯୋଜନା ପ୍ରସ୍ତୁତ ହେଉଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଜିଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ ବହୁ ଉନ୍ନତମାନର ରୋଗୀସେବା ଉପଲବ୍ଧ ପାଇଁ ପଦକ୍ଷେପ ନିଆଯାଉଛି। ସବୁ ରୋଗୀ କଟକ ବଡ଼ ଡାକ୍ତରଖାନା ଓ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯିବାର ଆବଶ୍ୟକତା ନାହିଁ ବୋଲି ସେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri