ବାରିପଦା ଅଫିସ,୧୮ା୧୧: ଓଡ଼ିଶାରେ ହୋ ଭାଷାକୁ ସରକାରୀ ମାନ୍ୟତା ଦାବିରେ ଡ଼ିସେମ୍ବର ୧୬ରୁ ଏକ ବାଇକ୍ ରାଲି ଓ ଦସ୍ତଖତ ଅଭିଯାନ ଆରମ୍ଭ କରାଯିବ। ୭ଦିନ ବ୍ୟାପି ରାଲିରେ ଜିଲା ଓ ଉପଖଣ୍ଡସ୍ତରରେ ଦାବିପତ୍ର ପ୍ରଦାନ ପରେ ରାଲି ଭୁବନେଶ୍ୱରରେ ପହଞ୍ଚତ୍ବ। ଏଥିପାଇଁ ମୟୂରଭଞ୍ଜ ଜିଲାର ବହଳଦା ଏବଂ ବାଙ୍ଗରିପୋଷିଠାରୁ ଦୁଇଟି ବାଇକ୍ ରାଲି ବାହାରିବ ବୋଲି ଅଖିଳ ଭାରତ ହୋ ଭାଷା କ୍ରିୟାନୁଷ୍ଠାନ କମିଟିର ଜିଲା ସଭାପତି ବିର୍ସା କଣ୍ଡାକେଲ ସୂଚନା ଦେଇଛନ୍ତି। ହୋ ଭାଷା ଆନ୍ଦୋଳନକୁ ଅଧିକ ସକ୍ରିୟ କରାଯିବା ନିମନ୍ତେ କମିଟିି ତରଫରୁ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି। ବହଳଦାରୁ ରଘୁବୀର କଣ୍ଡାକେଲ ବାହିନୀ ଓ ବାଙ୍ଗରିପୋଷିରୁ ମାଣ୍ଡୋ ସରଦାର ବାହିନୀ ଏହି ଦୁଇଟି ରାଲିର ନେତୃତ୍ୱ ନେବେ। ଏହି ସମୟରେ ବିଭିନ୍ନ ସ୍ଥାନରେ ଦସ୍ତଖତ ଅଭିଯାନ ସହିତ ଜିଲା ଏବଂ ଉପଖଣ୍ଡସ୍ତରରେ ଅଧିକାରୀମାନଙ୍କୁ ଦାବିପତ୍ର ପ୍ରଦାନ କରାଯିବ। ଓଡ଼ିଶାରେ ହୋ ଭାଷାକୁ ଦ୍ୱିତୀୟ ରାଜଭାଷାର ମାନ୍ୟତା, ସରକାରୀ ସ୍ତରରେ ବିଭକ୍ତ ହୋ ଭାଷାଭାଷୀମାନଙ୍କୁ ‘ହୋ’ ଜାତି ରୂପେ ଉଲ୍ଲେଖ କରିବା, ୮୦ ପ୍ରତିଶତରୁ ଅଧିକ ହୋ ଭାଷାଭାଷୀ ଛାତ୍ରୀଛାତ୍ର ଥିବା ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ବହୁଭାଷୀ ଶିକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରି ସ୍ବତନ୍ତ୍ର ହୋ ଭାଷା ଶିକ୍ଷକ ନିଯୁକ୍ତ କରିବା, ବାରିପଦାସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ହୋ ଭାଷାରେ ସ୍ନାତକୋତ୍ତର ଏବଂ ଏହାର ଅଧୀନସ୍ଥ ମହାବିଦ୍ୟାଳୟ ଗୁଡ଼ିକରେ ହୋ ଭାଷାରେ ସ୍ନାତକ ପାଠ୍ୟକ୍ରମ ପ୍ରଚଳନ କରିବା, ହୋ ଭାଷାଭାଷୀ ପିଲାମାନଙ୍କ ପାଇଁ ସ୍ବତନ୍ତ୍ର ହୋ ଭାଷାରେ ମାର୍ଗଦର୍ଶିକା ପୁସ୍ତକ ପ୍ରଚଳନ କରିବା ଆଦି ଦାବି ରହିଛି। ଏହା ସହିତ ହୋ ଭାଷାର ସରକାରୀ ମାନ୍ୟତା, ପ୍ରଗତି, ସଂହତି ଏବଂ ପରମ୍ପରାର ସୁରକ୍ଷା ପାଇଁ ଉକ୍ତ ଅଭିଯାନକୁ ଦଳମତ ନିର୍ବିଶେଷରେ ସମସ୍ତେ ସହଯୋଗ କରିବାକୁ ଅଖିଳ ଭାରତ ହୋ ଭାଷା କ୍ରିୟାନୁଷ୍ଠାନ କମିଟିର ଲକ୍ଷ୍ୟ ରହିଛି ବୋଲି ସଭାପତି କଣ୍ଡାକେଲ କହିଛନ୍ତି।
କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍ର ପ୍ରଥମ ବିଜୟ
କୋଲକାତା,୨ା୪: ହେନରିଚ୍ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍(ଏସ୍ଆର୍ଏଚ୍) ୬୫ ରନରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ପରାସ୍ତ…
ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?
ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…
ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ
ବୋକାଜାନ୍,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…
ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’
ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…
ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ
ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…
ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…
ଭୁବନେଶ୍ୱର,୨।୪: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…
ବିଚ୍ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର
ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…
ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…
ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…
Archives

