ବାରିପଦା ଅଫିସ,୧୮ା୧୧: ଓଡ଼ିଶାରେ ହୋ ଭାଷାକୁ ସରକାରୀ ମାନ୍ୟତା ଦାବିରେ ଡ଼ିସେମ୍ବର ୧୬ରୁ ଏକ ବାଇକ୍ ରାଲି ଓ ଦସ୍ତଖତ ଅଭିଯାନ ଆରମ୍ଭ କରାଯିବ। ୭ଦିନ ବ୍ୟାପି ରାଲିରେ ଜିଲା ଓ ଉପଖଣ୍ଡସ୍ତରରେ ଦାବିପତ୍ର ପ୍ରଦାନ ପରେ ରାଲି ଭୁବନେଶ୍ୱରରେ ପହଞ୍ଚତ୍ବ। ଏଥିପାଇଁ ମୟୂରଭଞ୍ଜ ଜିଲାର ବହଳଦା ଏବଂ ବାଙ୍ଗରିପୋଷିଠାରୁ ଦୁଇଟି ବାଇକ୍ ରାଲି ବାହାରିବ ବୋଲି ଅଖିଳ ଭାରତ ହୋ ଭାଷା କ୍ରିୟାନୁଷ୍ଠାନ କମିଟିର ଜିଲା ସଭାପତି ବିର୍ସା କଣ୍ଡାକେଲ ସୂଚନା ଦେଇଛନ୍ତି। ହୋ ଭାଷା ଆନ୍ଦୋଳନକୁ ଅଧିକ ସକ୍ରିୟ କରାଯିବା ନିମନ୍ତେ କମିଟିି ତରଫରୁ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି। ବହଳଦାରୁ ରଘୁବୀର କଣ୍ଡାକେଲ ବାହିନୀ ଓ ବାଙ୍ଗରିପୋଷିରୁ ମାଣ୍ଡୋ ସରଦାର ବାହିନୀ ଏହି ଦୁଇଟି ରାଲିର ନେତୃତ୍ୱ ନେବେ। ଏହି ସମୟରେ ବିଭିନ୍ନ ସ୍ଥାନରେ ଦସ୍ତଖତ ଅଭିଯାନ ସହିତ ଜିଲା ଏବଂ ଉପଖଣ୍ଡସ୍ତରରେ ଅଧିକାରୀମାନଙ୍କୁ ଦାବିପତ୍ର ପ୍ରଦାନ କରାଯିବ। ଓଡ଼ିଶାରେ ହୋ ଭାଷାକୁ ଦ୍ୱିତୀୟ ରାଜଭାଷାର ମାନ୍ୟତା, ସରକାରୀ ସ୍ତରରେ ବିଭକ୍ତ ହୋ ଭାଷାଭାଷୀମାନଙ୍କୁ ‘ହୋ’ ଜାତି ରୂପେ ଉଲ୍ଲେଖ କରିବା, ୮୦ ପ୍ରତିଶତରୁ ଅଧିକ ହୋ ଭାଷାଭାଷୀ ଛାତ୍ରୀଛାତ୍ର ଥିବା ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ବହୁଭାଷୀ ଶିକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରି ସ୍ବତନ୍ତ୍ର ହୋ ଭାଷା ଶିକ୍ଷକ ନିଯୁକ୍ତ କରିବା, ବାରିପଦାସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ହୋ ଭାଷାରେ ସ୍ନାତକୋତ୍ତର ଏବଂ ଏହାର ଅଧୀନସ୍ଥ ମହାବିଦ୍ୟାଳୟ ଗୁଡ଼ିକରେ ହୋ ଭାଷାରେ ସ୍ନାତକ ପାଠ୍ୟକ୍ରମ ପ୍ରଚଳନ କରିବା, ହୋ ଭାଷାଭାଷୀ ପିଲାମାନଙ୍କ ପାଇଁ ସ୍ବତନ୍ତ୍ର ହୋ ଭାଷାରେ ମାର୍ଗଦର୍ଶିକା ପୁସ୍ତକ ପ୍ରଚଳନ କରିବା ଆଦି ଦାବି ରହିଛି। ଏହା ସହିତ ହୋ ଭାଷାର ସରକାରୀ ମାନ୍ୟତା, ପ୍ରଗତି, ସଂହତି ଏବଂ ପରମ୍ପରାର ସୁରକ୍ଷା ପାଇଁ ଉକ୍ତ ଅଭିଯାନକୁ ଦଳମତ ନିର୍ବିଶେଷରେ ସମସ୍ତେ ସହଯୋଗ କରିବାକୁ ଅଖିଳ ଭାରତ ହୋ ଭାଷା କ୍ରିୟାନୁଷ୍ଠାନ କମିଟିର ଲକ୍ଷ୍ୟ ରହିଛି ବୋଲି ସଭାପତି କଣ୍ଡାକେଲ କହିଛନ୍ତି।
ସ୍ମୃତି ମନ୍ଧାନାଙ୍କ ପୋଷ୍ଟ ପରେ ବଡ଼ ଖୁଲାସା କଲେ ପଲାଶ! କହିଲେ ଆକ୍ସନ ନେବି…
ନୂଆଦିଲ୍ଲୀ,୭।୧୨: କ୍ରିକେଟର ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲଙ୍କ ବିବାହ ଚର୍ଚ୍ଚାରେ ଏବେ ଫୁଲଷ୍ଟପ ପଡିଛିି। ସ୍ମୃତି ଏବଂ ପଲାଶଙ୍କ ବିବାହ ବହୁତ ଦିନ...
ବିବାହକୁ ନେଇ ଶେଷରେ ମୁହଁ ଖୋଲିଲେ ସ୍ମୃତି ମନ୍ଧାନା, କହିଲେ ପଲାଶଙ୍କ ସହ…
ନୂଆଦିଲ୍ଲୀ,୭।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ତାଙ୍କ ବିବାହକୁ ନେଇ ଚାଲିଥିବା...
ବିଲରୁ ଫେରୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ କାମୁଡିଲା ବିଲୁଆ
ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିରେ ମାତିଛି ବିଲୁଆ। ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ରୋହି ଗାଁର ସୁକୁନୁ ଜେନା(୫୮), ସୋଲି ସ୍ବାଇଁ(୬୦),ତପସ୍ବିନୀ ଜେନା(୨୫),ଶର୍ମିଲା ଜେନା(୩୫),ଗୁରୁଦେବ ରଣା(୩୮)ବିଲୁଆ...
ହ୍ୟୁମାନ ସାଗରଙ୍କ ଘରେ ପହଞ୍ଚିଲେ ଓଲିଉଡ୍ ସୁପରଷ୍ଟାର ଅନୁଭବ, ମା’ଙ୍କୁ ଭେଟି କହିଲେ…
ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ଘରେ ରବିବାର ପହଞ୍ଚିଛନ୍ତି ଓଲିଉଡ୍ ସୁପରଷ୍ଟାର ଅନୁଭବ ମହାନ୍ତି। ବଲାଙ୍ଗୀର ଜିଲା ଟିଟିଲାଗଡ଼ସ୍ଥିତ ହ୍ୟୁମାନ ସାଗରଙ୍କ ଘରେ ତାଙ୍କ...
୨୫ରୁ କୂର୍ମୀ କ୍ଷତ୍ରୀୟ ପ୍ରଦେଶ ସଂସ୍ଥାର ମହାସଭା: ଘୁମୁସର ବୀର ଚକରାଙ୍କ ଇତିହାସ ଜାଣିବେ
ଭଞ୍ଜନଗର,୭।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ନିଖିଳ ଉତ୍କଳ କୁର୍ମି କ୍ଷତ୍ରିୟ ସଂସ୍ଥାର ଦ୍ୱାଦଶତମ...
ଶୀତରେ ଥରୁଛି ଜି. ଉଦୟଗିରି: ଲୋକଙ୍କ ପାଇଁ ନିଆଁ ହିଁ ସାହା ଭରସା
ଜି.ଉଦୟଗିରି,୭।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ସବୁଜ ସୁନ୍ଦର ଚତୁଃପାର୍ଶ୍ୱରେ ପାହାଡ଼ ପର୍ବତ ଘେରି ରହିଥିବା ଜି.ଉଦୟଗିରି ଅଞ୍ଚଳ ରାଜ୍ୟର ସବୁଠାରୁ କମ ତାପମାତ୍ରା...
ଭୁବନେଶ୍ୱରରେ ପହଞ୍ଚିଲେ ଯଶପ୍ରୀତ୍ ବୁମ୍ରା
ଭୁବନେଶ୍ୱର,୭ା୧୨: ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଭାରତୀୟ କ୍ରିକେଟ୍ ଟିମ୍ର ଷ୍ଟାର ବୋଲର୍ ଯଶପ୍ରୀତ ବୁମ୍ରା। ଆସନ୍ତା ୯ ତାରିଖରେ ବାରବାଟୀରେ T-20 ଖେଳିବାକୁ ଆଗୁଆ ଆସି...
ରବିବାର ବି ଇଣ୍ଡିଗୋର ୨୨୦ରୁ ଅଧିକ ବିମାନ ରଦ୍ଦ, ସରକାରଙ୍କ ନିର୍ଦ୍ଦେଶ ରାତି ୮ଟା ସୁଦ୍ଧା ଫେରାନ୍ତୁ ଟଙ୍କା
ନୂଆଦିଲ୍ଲୀ,୭।୧୨: ଇଣ୍ଡିଗୋ ଏୟାରଲାଇନ୍ସର କାର୍ଯ୍ୟକ୍ଷମ ସଙ୍କଟ ସମାଧାନ ଏବଂ ସ୍ବାଭାବିକତା ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରହିଛି। ତଥାପି, ଏହି ସଙ୍କଟ ଲଗାତାର ଷଷ୍ଠ...
Archives


