ସବୁଠି ଓଡ଼ିଆ ପାଣିପାଇପ୍‌ ମିସ୍ତ୍ରିଙ୍କ ଚାହିଦା

କେନ୍ଦ୍ରାପଡ଼ା ଅଫିସ, ୭।୮: କେନ୍ଦ୍ରାପଡା ଜିଲାରେ ପାଣିପାଇପ୍‌ ମିସ୍ତ୍ରିଙ୍କ ସଂଖ୍ୟା ସର୍ବାଧିକ । ଜିଲାର ଲକ୍ଷେରୁ ଊର୍ଦ୍ଧ୍ୱ କୁଶଳୀ କାରିଗର ଦେଶ ବିଦେଶରେ ଅଛନ୍ତି । ଦି ଇଣ୍ଡିଆନ ପ୍ଲମ୍ବିଂ ସ୍କିଲ୍‌ କାଉନସିଲର ସର୍ଭେ ଅନୁଯାୟୀ ଦେଶରେ କାର୍ଯ୍ୟରତ ପାଣିପାଇପ୍‌ ମିସ୍ତ୍ରିଙ୍କ ମଧ୍ୟରୁ ଓଡ଼ିଆ ଭାଷାଭାଷୀ ସଂଖ୍ୟା ୭୦ ଭାଗ । ଏଥିମଧ୍ୟରୁ ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ସର୍ବାଧିକ ମିସ୍ତ୍ରି ଅଛନ୍ତି ା ତେବେ ଏହି କୁଶଳୀ କାରିଗରଙ୍କ ତଥ୍ୟ ଜିଲା ପ୍ରଶାସନ ନିକଟରେ ନାହିଁ ା ଦେଶ ବିଦେଶରେ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ଉଦ୍ଧାର ଅଥବା ସହଯୋଗ ପାଇଁ ଜିଲା ପ୍ରଶାସନ ହାତଟେକି ଦେଉଛି ା ଏମାନଙ୍କ ଡାଟାବେସ୍‌ ପ୍ରସ୍ତୁତି ସହ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ଟୋଲ୍‌ ଫ୍ରି ନମ୍ବର ଦିଆଗଲେ ଜିଲାବାସୀ ଉପକୃତ ହୋଇପାରିବେ ା ଦେଶ ବିଦେଶରେ ରହୁଥିବା ପାଣିପାଇପ୍‌ ମିସ୍ତ୍ରିଙ୍କ ଚିହ୍ନଟ ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଇଛି ା
ଏ ସମ୍ପର୍କରେ ଆଇନଜୀବୀ ତଥା ଶ୍ରମିକ ନେତା ରଶ୍ମିରଞ୍ଜନ ରାଉତରାୟ କହିଛନ୍ତି, ୧୯୪୭ରେ କୋଲକାତା ହାଇକୋର୍ଟରେ ଦିନେଶ ଚନ୍ଦ୍ର ଗୁହା ନାମକ ଜଣେ ବ୍ୟକ୍ତି ଏକ ମକଦ୍ଦମା ଦାଏର କରିଥିଲେ ା ଏଥିରେ କୋଲକାତା ମ୍ୟୁନିସିପାଲିଟିର ଲାଇସେନ୍ସପ୍ରାପ୍ତ ପାଣିପାଇପ୍‌ ମିସ୍ତ୍ରି ନିଯୁକ୍ତ ହୋଇ ନ ଥିବା ଦର୍ଶାଇ ଓଡ଼ିଶାର ପାଣିପାଇପ୍‌ ମିସ୍ତ୍ରିଙ୍କୁ ବିରୋଧ କରିଥିଲେ। ସେତେବେଳେ ପଟ୍ଟାମୁଣ୍ଡାଇର କୁଶଳୀ ମିସ୍ତ୍ରିଙ୍କ ଅନୁଭବ ଆଗରେ ପାଠପଢ଼ା ଡିଗ୍ରୀ ହାର ମାନିଥିଲା ା ବାସ୍ତବରେ ୧୯୩୦ରେ କେତେଜଣ ଯୁବକ ବ୍ରିଟିଶ କମ୍ପାନୀରେ ରହି କାର୍ଯ୍ୟ କରୁଥିଲେ ା ଦେଶ ବିଭାଜନ ପରେ ଏହି କମ୍ପାନୀରେ ଥିବା ମୁସଲମାନ ସମ୍ପ୍ରଦାୟ ଲୋକ ପୂର୍ବ ପାକିସ୍ତାନକୁ ପଳାଇ ଯିବା ପରେ କୋଲକାତାରେ ଓଡ଼ିଆ ମିସ୍ତ୍ରିଙ୍କ ଆଧିପତ୍ୟ ବଢ଼ିଥିଲା ା ଏପରି କି ୧୯୭୦ରୁ ଅଦ୍ୟାବଧି ଜିଲାର ଏହି କୁଶଳୀ କାରିଗର ଆରବ, କୁଏଟ୍‌ ଆଦି ଦେଶରେ ସର୍ବାଧିକ ଗ୍ରହଣୀୟ ହୋଇଛନ୍ତି। ୨୦୧୦ରୁ ପଟ୍ଟାମୁଣ୍ଡାଇଠାରେ ଷ୍ଟେଟ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ପ୍ଲମ୍ବିଂ ଟେକ୍ନୋଲୋଜି (ଏସ୍‌ଆଇପିଟି) ଆରମ୍ଭ ପରେ କୁଶଳୀଙ୍କ ସଂଖ୍ୟା ଅଧିକ ହେଉଛି ବୋଲି ସେ ପ୍ରକାଶ କରିଛନ୍ତି ା ଜିଲାର ଏକ ବେସରକାରୀ ସଂସ୍ଥାର ଆକଳନ ଅନୁଯାୟୀ, ୨୦୧୧ ଜନଗଣନା ଅନୁଯାୟୀ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ସହିତ ଆଳି, ରାଜନଗର, ରାଜକନିକା ଓ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳର ୫,୩୬,୦୨୬ ଜଣଙ୍କ ମଧ୍ୟରୁ ୫୧ ପ୍ରତିଶତ ଜିଲା ବାହାରେ କାର୍ଯ୍ୟରତ ଅଛନ୍ତି ା ଏମାନଙ୍କ ମଧ୍ୟରୁ ୬୭ ଭାଗ ପାଣିପାଇପ୍‌ ମିସ୍ତ୍ରି ଭାବେ କାର୍ଯ୍ୟ କରୁଛନ୍ତି ା ତେବେ ଏହି କୁଶଳୀ ଶ୍ରମିକଙ୍କ ଡାଟାବେସ୍‌ ନ ଥିବାରୁ ସରକାରୀ ପ୍ରୋତ୍ସାହନ ମିଳିପାରୁନାହିଁ ା ପଟ୍ଟାମୁଣ୍ଡାଇର ନରେନ୍ଦ୍ର ରାଉତ କହିଛନ୍ତି, ଏଠାକାର କୁଶଳୀ କାରିଗରମାନେ ଦେଶ ବିଦେଶରେ ମଧ୍ୟସ୍ଥ, ଠିକାଦାର, ବିଲଡରଙ୍କ ଜରିଆରେ ପାଣିପାଇପ୍‌ କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି। ବହୁ ସମୟରେ ଏହି ଶ୍ରମିକଙ୍କ ନିର୍ଯାତନା ଖବର ଆସିଥାଏ ା ସେହିପରି ଭିଜା, ପାସପୋର୍ଟ ଆଦି ସମସ୍ୟା ରହିଛି। ଏହି ସମୟରେ ପ୍ରଶାସନ ପକ୍ଷରୁ ସାହାଯ୍ୟର ଆବଶ୍ୟକତା ଥିବାବେଳେ ପରିଚୟ ଓ କାର୍ଯ୍ୟସ୍ଥଳୀର ତଥ୍ୟ ଅଭାବରୁ ଯୋଗାଯୋଗ ସମ୍ଭବ ହେଉନାହିଁ। ଏଥିସହିତ ଶ୍ରମ ବିଭାଗ ପକ୍ଷରୁ ଡାଟାବେସ୍‌ ପ୍ରସ୍ତୁତ କରାଯାଇ ଏକ ଟୋଲ୍‌ ଫ୍ରି ନମ୍ବର ଦେଲେ ଜିଲା ବାହାରେ ରହୁଥିବା ଶ୍ରମିକଙ୍କ ସମସ୍ୟା କିଛି ଲାଘବ ହୋଇପାରିବ ବୋଲି ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲ କହିଛନ୍ତି, ୨୦୧୯ରେ ଡାଟାବେସ୍‌ ପ୍ରସ୍ତୁତି ପାଇଁ ପଦକ୍ଷେପ ନିଆଯାଇଛି ା ପାଣିପାଇପ୍‌ ମିସ୍ତ୍ରି ଅଥବା ଶ୍ରମିକ ଜିଲା ବାହାରକୁ ଯାଉଥିବା ସମୟରେ ଶ୍ରମ ବିଭାଗ କାର୍ଯ୍ୟାଳୟରେ ନିଜର ନାମ ପଞ୍ଜୀକୃତ କରାଇବା ବ୍ୟବସ୍ଥା ହୋଇଛି ା ଏଥିସହ ପଟ୍ଟାମୁଣ୍ଡାଇ ବ୍ଲକ ଚାହାପଡାସ୍ଥିତ ଏସ୍‌ଆଇପିଟିରୁ ପୁରାତନ ଓ ନୂତନ ଶିକ୍ଷାର୍ଥୀଙ୍କ ପରିଚୟ ମଗା ଯାଇଥିବା ଏଡିଏମ୍‌ ସାମଲ ସୂଚନା ଦେଇଛନ୍ତି ା

 


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri