ଜୋର୍‌ ଧରିଲା ଏନ୍‌ଏସି ଘୋଷଣା ଦାବି, ଦାରିଙ୍ଗବାଡ଼ିର ବିକାଶ ପାଇଁ…

ଦାରିଙ୍ଗବାଡ଼ି,୩ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତର ବିକାଶ ପାଇଁ ଅଞ୍ଚଳବାସୀ ଅଣ୍ଟା ଭିଡ଼ିଛନ୍ତି।

ବୁଧବାର ଦାରିଙ୍ଗବାଡ଼ି ପଞ୍ଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଛି। ଦାରିଙ୍ଗବାଡ଼ିକୁ ବିଜ୍ଞାପିତ ପରିଷଦ(ଏନ୍‌ଏସି) ଅଞ୍ଚଳ ମାନ୍ୟତା ଦାବିରେ ରାଜ୍ୟ ସରକାରଙ୍କୁ ଜଣାଇବା ପାଇଁ ଏହି ସ୍ବତନ୍ତ୍ର ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ପଞ୍ଚାୟତ ଉନ୍ନୟନ ଅଧିକାରୀ ସୁରେଶ ଚନ୍ଦ୍ର ପଣ୍ଡାଙ୍କ ସମେତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରୋଶନ କୁମାର ରଥ, ଏଡିଇଓ ସଖିଲତାବାଳା, ବରିଷ୍ଠ ନାଗରିକ ସଂଘର ସଭାପତି ରମେଶ ଚନ୍ଦ୍ର ସାହୁ, ବଣିକ ସଂଘର ସଭାପତି ଲଡ଼ୁ କିଶୋର ସାହୁ, ଓକିଲ ସଂଘର ସଭାପତି ପ୍ରଦୀପ କୁମାର ସାହୁ,ହୋଟେଲ ସଂଘର ସମ୍ପାଦକ ଦିଲୀପ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ରହିଥିଲେ।

ଏହି ଅବସରରେ ସରପଞ୍ଚ ଏବଂ ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଦାରିଙ୍ଗବାଡ଼ିରେ ଭୋଟର ସଂଖ୍ୟା ୮ ହଜାର ଉପରକୁ ବୃଦ୍ଧି ପାଇବା ସହ ଜନସଂଖ୍ୟା ମଧ୍ୟ ଏନ୍‌ଏସି ପାଇଁ ଆବଶ୍ୟକତା ସଂଖ୍ୟାଠାରୁ ଅଧିକ ରହିଛନ୍ତି। ତେବେ ଦାରିଙ୍ଗବାଡ଼ିର ବିକାଶ କେବଳ ପଞ୍ଚାୟତ ଓ ପଞ୍ଚାୟତ ସମିତି ଅଧୀନରେ ଉନ୍ନୟନ କାର୍ଯ୍ୟ ହେଉଥିଲେ ମଧ୍ୟ ତାହା ନିଅଣ୍ଟିଆ ହେଉଛି। ଯଦି ଦାରିଙ୍ଗବାଡ଼ିକୁ ରାଜ୍ୟ ଓ କେନ୍ଦ୍ର ସରକାର ଏହାକୁ ବିଜ୍ଞାପିତ ପରିଷଦ ଅଞ୍ଚଳ ଭାବେ ଘୋଷଣା କରନ୍ତି ତେବେ ଦାରିଙ୍ଗବାଡ଼ିର ପରିମଳ ବ୍ୟବସ୍ଥାର ସୁଧାର ଆସିବା ସମେତ ଡ୍ରେନେଜ୍‌ ବ୍ୟବସ୍ଥା ସହ ସହରର ସୌନ୍ଦର୍ଯ୍ୟକରଣ ପିଇବା ପାଣିର ବ୍ୟବସ୍ଥା ସହ ରାସ୍ତାଘାଟର ବିକାଶ ହୋଇପାରିବ ବୋଲି କୁହାଯାଇଥିବା ସହ ପର୍ଯ୍ୟଟନକ୍ଷେତ୍ରର ଆହୁରି ବିକାଶ ହୋଇପାରିବ ବୋଲି କୁହାଯାଇଥିଲା। ଏହି ସ୍ବତନ୍ତ୍ର ଗ୍ରାମସଭାରେ ଅନ୍ୟମାନଙ୍କ ମଧ୍ୟରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ବହୁ ମହିଳା ସଦସ୍ୟା ଯୋଗଦେବା ସହ ଭାଜପା ମଣ୍ଡଳ ସଭାପତି ମିଟୁ ସାହୁ, ସବୁଜ ବୈଦ୍ୟ ସଂଗଠନର ସମ୍ପାଦକ ଦୀନବନ୍ଧୁ ମହାରଣା, ଅଜିତ କୁମାର ସାହୁ, ସରୋଜ ସାହୁ, ରଞ୍ଜନ କୁମାର ସାହୁ, ଅରୁଣ ପ୍ରଧାନଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ। ସର୍ବସମ୍ମତିକ୍ରମେ ବିଜ୍ଞାପିତ ପରିଷଦ ଅଞ୍ଚଳ କରାଯିବା ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନା କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri