Posted inଜାତୀୟ

ଲଦାଖକୁ ରାଜ୍ୟ ମାନ୍ୟତା ଦାବି: ଓ୍ବାଙ୍ଗ୍‌ଚୁକ୍‌ଙ୍କ ଅନଶନ ୧୯ ଦିନରେ

ନୂଆଦିଲ୍ଲୀ,୨୫।୩: ଲଦାଖକୁ ରାଜ୍ୟ ମାନ୍ୟତା ଦାବିରେ ମାଗାସେସେ ପୁରସ୍କାର ବିଜେତା ଶିକ୍ଷାବିତ୍‌ ତଥା ଜଳବାୟୁ କର୍ମୀ ସୋନମ ଓ୍ବାଙ୍ଗ୍‌ଚୁକ୍‌ଙ୍କ ଅନଶନ ରବିବାର ୧୯ ଦିନରେ ପହଞ୍ଚତ୍ଛି। ଏଥିସହିତ ଉକ୍ତ କେନ୍ଦ୍ରଶାସିତ ଅଞ୍ଚଳର ଅନନ୍ୟ ପରିବେଶର ସୁରକ୍ଷା ପାଇଁ ପଦକ୍ଷେପ ନେବା ନିମନ୍ତେ ସେ ଦାବି କରିଛନ୍ତି। ତାଙ୍କ ଅନ୍ୟ ଦାବି ମଧ୍ୟରେ ରହିଛି, ସମ୍ବିଧାନର ଷଷ୍ଠ ଅନୁଚ୍ଛେଦ କାର୍ଯ୍ୟକାରୀ କରିବା, ଲେହ ଏବଂ କାର୍ଗିଲ ଜିଲା ପାଇଁ ଅଲଗା ଲୋକ ସଭା ଆସନ, ନିଯୁକ୍ତି ପ୍ରକ୍ରିୟା ଏବଂ ଲଦାଖ ପାଇଁ ସ୍ବତନ୍ତ୍ର ଲୋକସେବା ଆୟୋଗ।

ଦୀର୍ଘଦିନ ହେଲା ଅନଶନରେ ବସିବା ଯୋଗୁ ସେ ଦୁର୍ବଳ ହୋଇଗଲେଣି। ଅନଶନ ବନ୍ଦ କରିବା ପାଇଁ ସମର୍ଥକମାନଙ୍କ ନିବେଦନ ସତ୍ତ୍ୱେ ଆଉ ୩ ଦିନ ବସିରହିବେ ବୋଲି ଓ୍ବାଙ୍ଗ୍‌ଚୁକ୍‌ ଶନିବାର କହିଥିଲେ। ଯୋଜନା ଅନୁଯାୟୀ ୨୧ ଦିନ ଅନଶନ ଜାରି ରଖିବା ପାଇଁ ସେ ପ୍ରତିବଦ୍ଧ। ତାଙ୍କ ସମର୍ଥନରେ ହଜାର ହଜାର ଲୋକ ସାମିଲ ହୋଇଛନ୍ତି। ଓ୍ବାଙ୍ଗ୍‌ଚୁକ୍‌ ଅନଶନ ଭାଙ୍ଗିବା ପରେ ମଧ୍ୟ ସ୍ଥାନୀୟ ଲୋକେ ପାଳିକରି ଅନଶନ ଜାରି ରଖିବେ ବୋଲି କହିଛନ୍ତି।

ଶନିବାର ୨,୦୦୦ ଲୋକ ତାଙ୍କ ଲେହସ୍ଥିତ ଅନଶନ ସ୍ଥଳକୁ ଆସି ସମର୍ଥନ ଜଣାଇଥିଲେ। ବୁଧବାର ହଜାର ହଜାର ଲୋକ ଓ୍ବାଙ୍ଗ୍‌ଚୁକ୍‌ଙ୍କ ସମର୍ଥନରେ କାର୍ଗିଲରେ ଶୋଭାଯାତ୍ରା କରିଥିଲେ। ୨୦୧୯ ଅଗଷ୍ଟରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ସହ ଏହାକୁ ଜମ୍ମୁ-କଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିଥିଲେ। ସମ୍ବିଧାନର ଷଷ୍ଠ ଅନୁଚ୍ଛେଦ ଅନୁଯାୟୀ ଲଦାଖକୁ ରାଜ୍ୟ ମାନ୍ୟତା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ପୂରଣ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଜାହାଜ ସୁରକ୍ଷିତ ଛାଡିବାକୁ ଦୁଇଟି ସର୍ତ୍ତ ରଖିଲା ଇରାନ

ନୂଆଦିଲ୍ଲୀ,୧୬।୩: ଗଲ୍ଫ ଅଞ୍ଚଳରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ କୂଟନୈତିକ ସ୍ତରରେ ବଡ଼ ଧରଣର ଆଲୋଚନା ଆରମ୍ଭ ହୋଇଛି। ହର୍ମୁଜ…

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

ଓଡ଼ିଶା ରାଜ୍ୟସଭା ନିର୍ବାଚନ: ଭାଜପାର ଦବଦବା; ବିଜେଡି ଗୋଟିଏରେ ବିଜୟୀ

ଭୁବନେଶ୍ୱର,୧୬।୩: ଓଡ଼ିଶାରେ ସୋମବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ବଡ଼ ସଫଳତା ହାସଲ କରିଛି। ରାଜ୍ୟର ୪ଟି ଆସନ ମଧ୍ୟରୁ ଭାଜପା…

ରାଜ୍ୟ ସଭା ନିର୍ବାଚନରେ ବିଜୟୀ ହେଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଜିତିଛନ୍ତି। ଚତୁର୍ଥ ଆସନ ପାଇଁ ହୋଇଥିବା କଡ଼ା ମୁକାବିଲାରେ ଭାଜପା…

ବିଶ୍ୱରେ ଚାଲିଛି ଯୁଦ୍ଧ, ଭାରତରେ ହ୍ରାସ ପାଇଲା ବେକାରୀ ହାର

ନୂଆଦିଲ୍ଲୀ,୧୬।୩: ବିଶ୍ୱ ଅର୍ଥନୀତିରେ ଯୁଦ୍ଧ ଓ ଅସ୍ଥିରତା ମଧ୍ୟରେ ଭାରତରୁ ଆସିଛି ଏକ ଆଶ୍ୱସ୍ତିକର ଖବର। ଦେଶରେ ବେକାରୀ ହାରରେ ସାମାନ୍ୟ ହ୍ରାସ ଘଟିଥିବା ପରିସଂଖ୍ୟାନ ମନ୍ତ୍ରଣାଳୟ…

ପାରିବାରିକ କଳହର କରୁଣ ପରିଣତି, ଶାଶୁ-ଶଳାଙ୍କୁ ଛୁରୀ ଭୁସିଲେ ଜ୍ବାଇଁ

ଲକ୍ଷ୍ନୌ,୧୬ା୩: ଉତ୍ତରପ୍ରଦେଶ ବରେଲି ଜିଲାର ଇଜ୍ଜତନଗର ପୋଲିସ ଷ୍ଟେସନ ଅଞ୍ଚଳର ରାହପୁରା ଚୌଧୁରୀ ଅଞ୍ଚଳରେ ସୋମବାର ଏକ ପାରିବାରିକ ବିବାଦର ସମାଧାନ ପାଇଁ ଏକ ବୈଠକ ବସିଥିଲା…

ଖୁସିଖବର: ଯୁଦ୍ଧ ମଧ୍ୟରେ ଭାରତରେ ପହଞ୍ଚିଲା ଏତେ ମେଟ୍ରିକ ଟନ୍‌ ଗ୍ୟାସ, ଏବେ କମିଯିବ…

ନୂଆଦିଲ୍ଲୀ,୧୬।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ଅନେକ ଦେଶର ଜାହାଜ ହର୍ମୁଜ ପ୍ରଣାଳୀ ପାର୍‌ କରିପାରିନଥିଲେ, କିନ୍ତୁ ଦୁଇଟି ଭାରତୀୟ ଜାହାଜକୁ ଅନୁମତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri