ଉନ୍ନୟନ କାର୍ଯ୍ୟରେ ହୋଇଥିବା ଦୁର୍ନୀତିର ତଦନ୍ତ ଦାବି

ପଟ୍ଟାମଣ୍ଡାଇ,୧୮ା୨(ସ୍ବ.ପ୍ର.): ପଟ୍ଟାମଣ୍ଡାଇ ମ୍ୟୁନିସିପାଲିଟି ପକ୍ଷରୁ କରାଯାଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ନଗର କଂଗ୍ରେସ କମିଟି ପକ୍ଷରୁ ଅଭିଯୋଗ ହୋଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବହୁ ଗୁପ୍ତ ରହସ୍ୟ ଲୋକଲୋଚନକୁ ଆସିବ ବୋଲି କମିଟି ପକ୍ଷରୁ କୁହାଯାଇଛି। ୨୦୨୨ ଅଗଷ୍ଟ ୩୧ ସ୍ବାୟତ୍ତ ଶାସନ ଦିବସ ପାଳନ ଅବସରରେ ରାଜ୍ୟ ସଭା ସଦସ୍ୟ ମାନସ ରଞ୍ଜନ ମଙ୍ଗରାଜ ଯୋଗଦେଇ ପଟ୍ଟାମୁଣ୍ଡାଇ ପୌର ପରିଷଦ ଦ୍ୱାରା ନିର୍ମିତ ୩ଟି ପ୍ରକଳ୍ପ ସ୍ମାର୍ଟ ପାର୍କ, ଭେଣ୍ଡିଂ ଜୋନ ଓ ପ୍ରେକ୍ଷାଳୟ ଲୋକାର୍ପଣ କରିଥିଲେ। ଇତିମଧ୍ୟରେ ୫ ମାସ ବିତିଯାଇଥିଲେ ମଧ୍ୟ ପ୍ରେକ୍ଷାଳୟ ଓ ସ୍ମାର୍ଟ ପାର୍କ କାହାରି କାମରେ ଆସୁନାହିଁ। ଭେଣ୍ଡିଂ ଜୋନ ଅଧାପନ୍ତରିଆ ହୋଇ ରହିଛି। ସେହିପରି ୨୦୧୮ ସ୍ବାୟତ୍ତ ଶାସନ ଦିବସରେ କଲ୍ୟାଣ ମଣ୍ଡପ ଉଦ୍‌ଘାଟନ ହୋଇଥିଲା। ମାତ୍ର ୫ ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ସଭା ସମିତି, ବିବାହ, ବ୍ରତ ଆଦି କାର୍ଯ୍ୟରେ ବ୍ୟବହୃତ ହେଉ ନ ଥିବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ଶିଶୁ ପାର୍କର ସମସ୍ତ ଆସବାବପତ୍ର ବ୍ୟବହାର ହୋଉ ନ ଥିବାରୁ ନଷ୍ଟ ହେବାକୁ ବସିଲାଣି। ୨୦୨୦ ମାର୍ଚ୍ଚଠାରୁ ୨୦୨୨ ଅକ୍ଟୋବର ପର୍ଯ୍ୟନ୍ତ ମୁକ୍ତା ଯୋଜନା ମାଧ୍ୟମରେ ୨୦ଟି ୱାର୍ଡରେ ୨୮୫ଟି ଜଳ ସଂରକ୍ଷଣ ପ୍ରକଳ୍ପ ବାବଦକୁ ମୋଟ ୧ କୋଟି ୧୩ ଲକ୍ଷ ୫୪ ହଜାର ୩ ଟଙ୍କା ଖର୍ଚ୍ଚ ହୋଇଛି। ମାତ୍ର ସେହି ଜଳ ଅମଳ ପ୍ରକଳ୍ପଗୁଡ଼ିକର ଏବେ ଆଉ ଚିହ୍ନବର୍ଣ୍ଣ ନାହିଁ। କେବଳ ଫଳକ ଦେବାଲ ଅଛି, ଲେଖା ଲିଭିଗଲାଣି, ଜଳ ଅମଳ ପ୍ରକଳ୍ପଗୁଡ଼ିକ ପଡ଼ି ରହିଛି। ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କ ଏଭଳି ବେଆଇନ ତଥା ମନମୁଖି କାର୍ଯ୍ୟରେ ପୌରାଞ୍ଚଳବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟି ମାକେର୍ଟ କମ୍ପ୍ଲେସ ନିକଟରେ ଏକ ବୟନିକା ବିକ୍ରୟ କେନ୍ଦ୍ର ଗୃହ ନିର୍ମାଣ କରାଯାଇଥିଲା। ସେହି ଘରେ ବୟନିକା ବିକ୍ରୟ କେନ୍ଦ୍ର ୨୦୧୯ ମାର୍ଚ୍ଚ ୬ରେ ଉଦ୍‌ଘାଟିତ ହୋଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ସରକାରୀ ଘରୁ ବୟନିକାକୁ ବନ୍ଦ କରାଇ ଜଣେ ବ୍ୟକ୍ତିଙ୍କୁ ଲିଜ ସୂତ୍ରରେ ପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ ବିଦ୍ୟୁତ୍‌ ଷ୍ଟ୍ରିଟ ଲାଇଟ ମରାମତି ପାଇଁ ଅସିଥିବା ଗାଡି ଇଲେକ୍‌ଟ୍ରିକ ଅଫିସରେ ପଡ଼ି ଖତ ଖାଉଛି।
ଏ ସମ୍ପର୍କରେ ମ୍ୟୁନିସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ସମ୍ପଦ କୁମାର ସ୍ବାଇଁଙ୍କୁ ପଚାରିବାରେ ମାକେର୍ଟ କମ୍ପ୍ଲେସ ନିକଟ ଗୃହ କାହାକୁ ଭଡା ସୂତ୍ରରେ ଦିଆଯାଇନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ। ଏହାଛଡା ୨୦୧୯ ସ୍ବାୟତ୍ତ ଶାସନ ଦିବସ ଅବସରରେ ୭୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କଚେରି ପୋଖରୀ ପୁନରୁଦ୍ଧାର କାର୍ଯ୍ୟ, ଉଠା ଦୋକାନୀମାନଙ୍କୁ ଉପଯୁକ୍ତ ଥଇଥାନ କରିବାକୁ ୧ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟରେ ମହାବୀର ବଜାରଠାରେ ଭେଣ୍ଡିଂ ଜୋନ, ୧ କୋଟି ଟଙ୍କା ବ୍ୟୟରେ ମଲ୍ଟି ଷ୍ଟୋରେଡ ମାର୍କେଟ କମ୍ପ୍ଲେକ୍ସ, ଯଜ୍ଞ ପଡିଆର ଉନ୍ନତୀକରଣ କାର୍ଯ୍ୟର ଶୁଭ ଦିଆଯାଇଥିବାବେଳେ ତାହାର ଅଗ୍ରଗତି ହେଉନାହିଁ। ସେହିଭଳି ୧ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ହୋଇଥିବା ଇକୋ-ଟଏଲେଟ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡିରହିଛି। ଏହାଛଡା ମ୍ୟୁନିସିପାଲିଟି ପକ୍ଷରୁ ବିଦ୍ୟୁତ୍‌ ସାମଗ୍ରୀ, ବକେଟ, ଡଷ୍ଟବିନ୍‌, ମଶାତେଲ, ବ୍ଲିଚିଂ, ଅଫିସ ସରଞ୍ଜାମ କିଣାରେ ବ୍ୟାପକ ଦୁର୍ନୀତି ହୋଇଛି। ସେହିପରି ମ୍ୟୁନିସିପାଲିଟି କାର୍ଯ୍ୟାଳୟର ସୌନ୍ଦର୍ଯ୍ୟକରଣ ପାଇଁ ଆସିଥିବା ଟଙ୍କା ଅନ୍ୟ କାର୍ଯ୍ୟରେ ବିନିଯୋଗ ହୋଇଥିବା ଅଭିଯୋଗ ହୋଇଛି। ଏହି ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ପଟ୍ଟାମୁଣ୍ଡାଇ ନଗର କଂଗ୍ରେସ କମିଟି ସଭାପତି ଅମୂଲ୍ୟ ପ୍ରଧାନ, ପୂର୍ବତନ କାଉନସିଲର ହିରଣ୍ୟ ରାଉତ, କଳାକାର ସେଠୀ, ସେକ୍‌ ଅମରୁଲ, ରାମଚନ୍ଦ୍ର ନାୟକ, ସନାତନ ବିଶ୍ୱାଳ, ତପନ ପାତ୍ର, ଆଲୋକ ଧଳ ପ୍ରମୁଖ ରାଜ୍ୟ ସରକାର ଓ ଜିଲା ପ୍ରଶାସନଙ୍କ ନିକଟରେ ଦାବି କରିଛନ୍ତି। ସେହିପରି ବରିଷ୍ଠ ନାଗରିକଙ୍କ ପକ୍ଷରୁ ପ୍ରଫେସର ଭରତ ଚନ୍ଦ୍ର ପାତ୍ର, କଣ୍ଡୁରୀ ଚରଣ ସ୍ବାଇଁ ଓ ସାମାଜିକ କର୍ମୀ ଗୋପୀନାଥ ତ୍ରିପାଠୀ ପ୍ରମୁଖ ତଦନ୍ତ ପାଇଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri