କବିସୂର୍ଯ୍ୟଙ୍କ ସାହିତ୍ୟକୃତୀକୁ ୟୁନେସ୍କୋରେ ସ୍ଥାନିତ ଦାବି

ଦିଗପହଣ୍ଡି,୨୪ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ସ୍ଥାନୀୟ ବଜାର ଗାନ୍ଧୀ ଛକଠାରେ କବିସୂର୍ଯ୍ୟ ବଳଦେବ ରଥଙ୍କ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ତଥା ଆଇନଜୀବୀ ଅଶେଷ ନାଥ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଆଇନଜୀବୀ ହରପ୍ରସାଦ ରଥ ସଂଯୋଜନା କରିଥିଲେ। ଐତିହାସିକ ତଥା ଗବେଷକ ଡଃ. ଅନନ୍ତରାମ କର, ସୁସାହିତି୍ୟକ ଡଃ. ସୁରେନ୍ଦ୍ର ନାଥ ପାଣିଗ୍ରାହୀ, ଅବସରପ୍ରାପ୍ତ ଆଇଏଏସ୍‌ ଡଃ. ବାଳକୃଷ୍ଣ ପଣ୍ଡା, ଗୋପାଳପୁର ମହାବିଦ୍ୟାଳୟର ଅଧ୍ୟାପକ ଡଃ. ରାଜେନ୍ଦ୍ର କୁମାର ମହାପାତ୍ର, ଚିକିଟି ମହାବିଦ୍ୟାଳୟର ଅଧ୍ୟାପକ ଡଃ. ସଞ୍ଜୟ କୁମାର ପଣ୍ଡା, ବଡ଼ଖେମୁଣ୍ଡି ରାଜପୁତ୍ର ସିଦ୍ଧାନ୍ତ ଗଙ୍ଗଦେବ, ଏନ୍‌ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର, ବିଶିଷ୍ଟ ଲୋକକଳା ବିଶେଷଜ୍ଞ ସନ୍ତୋଷ କୁମାର ପାଢ଼ୀ, ଚିତ୍ରଶିଳ୍ପୀ ଅମର ନାୟକ, ବିଚିତ୍ର ବର୍ଣ୍ଣାଳୀ ନାଟ୍ୟ ସଂସଦର ମୁଖ୍ୟ ପରିଚାଳକ ଆଲୋକ ବିଷୋୟୀ, ଶିକ୍ଷାବିତ୍‌ ବିଜୟ ପଣ୍ଡା, ଉପାଧ୍ୟକ୍ଷା ପ୍ରତିନିଧି କେ. କୁନା, କାଉନସିଲର ଦୀପକ ମିଶ୍ର, ନୀଳମାଧବ ଗୌଡ଼, ସୁଶାନ୍ତ କୁମାର ପାତ୍ର, ସରପଞ୍ଚ ମନୋରଞ୍ଜନ ଗୌଡ଼, ପୂର୍ବତନ ସରପଞ୍ଚ ବିଦ୍ୟାଧର ମହାପାତ୍ର, କବି ବୃନ୍ଦାବନ ପଣ୍ଡା, ପରିଷଦର କାର୍ଯ୍ୟକର୍ତ୍ତା ରାଧାକାନ୍ତ ମହାଙ୍କୁଡ, ଚିତ୍ରସେନ ଗୌଡ଼, ସନ୍ତୋଷ କୁମାର ସେଠୀ, ସନ୍ତୋଷ କୁମାର ପାତ୍ର, ଉଜ୍ଜଳ ମହାନ୍ତି, କେ. ସଞ୍ଜୀବ କୁମାର ରେଡ୍ଡୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ତତ୍କାଳୀନ ବଡ଼ଖେମୁଣ୍ଡି ରାଜ୍ୟର ବିଜୟନଗର ଗଡ଼ରେ ଜନ୍ମିତ କବିସୂର୍ଯ୍ୟ ବଳଦେବଙ୍କ ଜୀବନୀ, ରଚନାବଳୀ ସାହିତ୍ୟକୃତୀକୁ ୟୁନେସ୍କୋରେ ସ୍ଥାନିତ ପାଇଁ ସଭାରେ ମତପ୍ରକାଶ ପାଇଥିଲା। କବିସୂର୍ଯ୍ୟଙ୍କ ଜନ୍ମସ୍ଥାନକୁ ନେଇ ଲୋକଙ୍କୁ ଭ୍ରମିତ କରା ନ ଯାଇ ସମସ୍ତ ଐତିହ୍ୟ ପୂର୍ଣ୍ଣ ସ୍ଥାନର ବିକାଶ ଦିଗରେ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଅତିଥିବୃନ୍ଦ ମତ ପ୍ରକାଶ କରିଥିଲେ। ସ୍ମୃତି ପରିଷଦ ପକ୍ଷରୁ କବିସୂର୍ଯ୍ୟଙ୍କ ଜନ୍ମସ୍ଥାନ ଖାମରିଗାଁ ପଞ୍ଚାୟତ ବିଜୟନଗରଗଡ଼ରୁ ଅଣାଯାଇଥିବା ଜ୍ୟୋତିକୁ ବିଭିନ୍ନ ସ୍ଥାନରେ ସମ୍ପୃକ୍ତ ଗ୍ରାମବାସୀ ସମ୍ବର୍ଦ୍ଧିତ କରିବା ପରେ ତାହା ଦିଗପହଣ୍ଡିର ସନ୍ଥ ଅରକ୍ଷିତ ଛକଠାରେ ପହଞ୍ଚିଥିଲା। ସେଠାରୁ ଏକ ବିରାଟ ପଟୁଆରରେ ଜ୍ୟୋତିକୁ ପାଛୋଟି ନିଆଯାଇ ଦିଗପହଣ୍ଡି ରାଜବାଟୀ ସମ୍ମୁଖସ୍ଥ କବିସୂର୍ଯ୍ୟଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଅବସରରେ ବକ୍ତୃତା ପ୍ରତିଯୋଗିତାର କୃତୀ ଛାତ୍ରୀଛାତ୍ର ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବା ବ୍ୟକ୍ତି ବିଶେଷଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା। କବିସୂର୍ଯ୍ୟଙ୍କ ତୈଳଚିତ୍ରକୁ ଅତିଥିବୃନ୍ଦଙ୍କ ଉପସ୍ଥିତିରେ ଉନ୍ମୋଚନ କରାଯାଇଥିଲା। ସ୍ମୃତି ପରିଷଦ ସମ୍ପାଦକ ଆଇନଜୀବୀ କୁରେଶୁ ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଶେଷରେ ବରିଷ୍ଠ ଖବରଦାତା ଗୋପାଳକୃଷ୍ଣ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। ଆଲୋକ ବିଷୋୟୀ, ନ୍ୟାୟଶ୍ରୀ ପ୍ରଦୀପ କୁମାର ରଥ ଏବଂ ନୃତ୍ୟ ପ୍ରଶିକ୍ଷକ ସୁନୀଲ ସେଠୀଙ୍କ ସଂଯୋଜନାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରାଚୀନ ବନବାଦ୍ୟ ଢୁମ୍ପା, ଓଡ଼ିଶୀ ନୃତ୍ୟ ଏବଂ ଶିଶୁ କଳାକାରଙ୍କ ଦ୍ବାରା ପରିବେଷିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦର୍ଶକ ବିଭୋର ହୋଇଥିଲେ। ଆଦିକନ୍ଦ ସାହୁ, ତାରାପ୍ରସାଦ ପଟ୍ଟନାୟକ, ରମେଶ ଚନ୍ଦ୍ର ଜେନା, ନିରୂପମା ପଟ୍ଟନାୟକ, ଶ୍ୟାମସୁନ୍ଦର ଦୋରା, ବିଜୟ କୁମାର ପ୍ରଧାନ, କାଳୁଚରଣ ପାଣିଗ୍ରାହୀ, ଆଇନଜୀବୀ ପରେଶ ଚନ୍ଦ୍ର ରଥ, ମନୋରଞ୍ଜନ ପଣ୍ଡା, ସୀମାଞ୍ଚଳ କର, ବିନାୟକ ଦାସ, ସୀମାଞ୍ଚଳ ପଣ୍ଡା, ସନ୍ତୋଷ କୁମାର ସାହୁ, ଗୁଣ୍ଡିଚା ପାଇକଙ୍କ ସମେତ ଆଖପାଖ ଅଞ୍ଚଳର ସହସ୍ରାଧିକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ପହିଲାରୁ ATM ବ୍ୟବହାର ହୋଇଯିବ ମହଙ୍ଗା, ଜାଣିରଖନ୍ତୁ ନୂଆ ନିୟମ, ନଚେତ…

ନୂଆଦିଲ୍ଲୀ,୨୨।୩: ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏପ୍ରିଲ ୧ ତାରିଖରୁ ATMରୁ ଟଙ୍କା ଉଠାଣ,…

କ୍ୟୁବାରେ ଘୋଟିଗଲା ଘନ ଅନ୍ଧାର, ଦେଶବ୍ୟାପୀ ବ୍ଲାକ ଆଉଟ, ଏଥିପାଇଁ ଟ୍ରମ୍ପ ଦାୟୀ?

ହାଭାନା,୨୨।୩: ଶନିବାର ଦିନ, କ୍ୟୁବାର ସମ୍ପୂର୍ଣ୍ଣ ବିଦ୍ୟୁତ ଗ୍ରୀଡ ପୁଣି ଥରେ ଭାଙ୍ଗି ପଡ଼ିଲା, ଯାହା ଫଳରେ ସାରା ଦେଶରେ ପ୍ରାୟ ୧୧ ନିୟୁତ ଲୋକ ଅନ୍ଧାରରେ…

ଏଣିକି ୨ମିନିଟ୍‌ରେ ମିଳିବ ସିଲିଣ୍ଡର, ବୁକିଂ କରିବା ପୂର୍ୱରୁ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ଏବେ ସାରା ଭାରତର ପରିବାରର ରୋଷେଇ ଘରେ ପଡ଼ିବା ଆରମ୍ଭ ହୋଇଛି। ଯେହେତୁ ଭାରତ ଏହାର ପ୍ରାୟ 60 ପ୍ରତିଶତ…

ମୋଟା ହେଲେ କଟିଯିବ ଦରମା, ଫିଟନେସ ପାଇଁ ଆସିପାରେ ନୂଆ ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୨।୩: ଏୟାର ଇଣ୍ଡିଆ ଏହାର କ୍ୟାବିନ କ୍ରୁ ପାଇଁ ଏକ ନୂତନ ସ୍ବାସ୍ଥ୍ୟ ଏବଂ ଫିଟନେସ ନୀତି ପ୍ରଚଳନ କରିବାକୁ ପ୍ରସ୍ତୁତ ହେଉଛି, ଯାହା କେବଳ ସେମାନଙ୍କ…

ଟ୍ରକରୁ କରୁଥିଲେ ଡିଜେଲ ଚୋରି: ମହଙ୍ଗା ପଡ଼ିଲା…

କୋରାପୁଟ,୨୨।୩(ଅମିତାଭ ବେହେରା ): କୋରାପୁଟ ସଦର ଥାନା ପୋଲିସ ଡିଜେଲ ଚୋରି ଘଟଣାରେ ୧୧ ଜଣଙ୍କୁ ଗିରଫ କରିଥିବା ନେଇ ରବିବାର ମଧ୍ୟାହ୍ନରେ ସ୍ଥାନୀୟ ସଦର ଥାନା…

ରାତିରେ ଲାଗିଲା ନିଆଁ: ଜୀବନ୍ତ ଜଳିଲେ ଗୋରୁ

ବନ୍ତ,୨୨।୩(କିଶୋର କୁମାର ସେଠି):ଭଦ୍ରକ ଜିଲା ବନ୍ତ ତହସିଲ ଅନ୍ତର୍ଗତ ଓଡ଼ଙ୍ଗ ପଞ୍ଚାୟତର ଏରଝାଟିଆ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ବିଦ୍ୟୁତ୍‌ ସର୍ଟଶର୍କିଟ…

ନନ୍ଦପୁର ପରେ ପାଡୁଆ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ: ଶନିବାର ରାତିରେ ୧ ବୋଲେରୋ ୨ଟି ବାଇକ ଚୋରି

ନନ୍ଦପୁର/ପାଡୁଆ, ୨୨।୩ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଥାନା ଅଞ୍ଚଳରେ ଦିନକୁ ଦିନ ଗାଡ଼ି ଚୋରି ସଂଖ୍ୟା ବଢିବାରେ ଲାଗିଛି।…

ଆରବ ସାଗରରେ ପରମାଣୁ ବୁଡ଼ାଜାହାଜ ମୁତୟନ କଲା ବ୍ରିଟେନ, ସାରା ବିଶ୍ୱର ବଢିଲା ଚିନ୍ତା!

ଲଣ୍ଡନ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିନି ସପ୍ତାହ ଧରି ସଂଘର୍ଷ ଜାରି ରହିଛି। ପ୍ରତିଶୋଧ ସ୍ବରୂପ, ଇରାନ ମଧ୍ୟପ୍ରାଚ୍ୟର ଦେଶଗୁଡ଼ିକୁ, ବିଶେଷକରି ୟୁଏଇକୁ ଟାର୍ଗେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri