କବିସୂର୍ଯ୍ୟଙ୍କ ସାହିତ୍ୟକୃତୀକୁ ୟୁନେସ୍କୋରେ ସ୍ଥାନିତ ଦାବି

ଦିଗପହଣ୍ଡି,୨୪ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ସ୍ଥାନୀୟ ବଜାର ଗାନ୍ଧୀ ଛକଠାରେ କବିସୂର୍ଯ୍ୟ ବଳଦେବ ରଥଙ୍କ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ତଥା ଆଇନଜୀବୀ ଅଶେଷ ନାଥ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଆଇନଜୀବୀ ହରପ୍ରସାଦ ରଥ ସଂଯୋଜନା କରିଥିଲେ। ଐତିହାସିକ ତଥା ଗବେଷକ ଡଃ. ଅନନ୍ତରାମ କର, ସୁସାହିତି୍ୟକ ଡଃ. ସୁରେନ୍ଦ୍ର ନାଥ ପାଣିଗ୍ରାହୀ, ଅବସରପ୍ରାପ୍ତ ଆଇଏଏସ୍‌ ଡଃ. ବାଳକୃଷ୍ଣ ପଣ୍ଡା, ଗୋପାଳପୁର ମହାବିଦ୍ୟାଳୟର ଅଧ୍ୟାପକ ଡଃ. ରାଜେନ୍ଦ୍ର କୁମାର ମହାପାତ୍ର, ଚିକିଟି ମହାବିଦ୍ୟାଳୟର ଅଧ୍ୟାପକ ଡଃ. ସଞ୍ଜୟ କୁମାର ପଣ୍ଡା, ବଡ଼ଖେମୁଣ୍ଡି ରାଜପୁତ୍ର ସିଦ୍ଧାନ୍ତ ଗଙ୍ଗଦେବ, ଏନ୍‌ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର, ବିଶିଷ୍ଟ ଲୋକକଳା ବିଶେଷଜ୍ଞ ସନ୍ତୋଷ କୁମାର ପାଢ଼ୀ, ଚିତ୍ରଶିଳ୍ପୀ ଅମର ନାୟକ, ବିଚିତ୍ର ବର୍ଣ୍ଣାଳୀ ନାଟ୍ୟ ସଂସଦର ମୁଖ୍ୟ ପରିଚାଳକ ଆଲୋକ ବିଷୋୟୀ, ଶିକ୍ଷାବିତ୍‌ ବିଜୟ ପଣ୍ଡା, ଉପାଧ୍ୟକ୍ଷା ପ୍ରତିନିଧି କେ. କୁନା, କାଉନସିଲର ଦୀପକ ମିଶ୍ର, ନୀଳମାଧବ ଗୌଡ଼, ସୁଶାନ୍ତ କୁମାର ପାତ୍ର, ସରପଞ୍ଚ ମନୋରଞ୍ଜନ ଗୌଡ଼, ପୂର୍ବତନ ସରପଞ୍ଚ ବିଦ୍ୟାଧର ମହାପାତ୍ର, କବି ବୃନ୍ଦାବନ ପଣ୍ଡା, ପରିଷଦର କାର୍ଯ୍ୟକର୍ତ୍ତା ରାଧାକାନ୍ତ ମହାଙ୍କୁଡ, ଚିତ୍ରସେନ ଗୌଡ଼, ସନ୍ତୋଷ କୁମାର ସେଠୀ, ସନ୍ତୋଷ କୁମାର ପାତ୍ର, ଉଜ୍ଜଳ ମହାନ୍ତି, କେ. ସଞ୍ଜୀବ କୁମାର ରେଡ୍ଡୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ତତ୍କାଳୀନ ବଡ଼ଖେମୁଣ୍ଡି ରାଜ୍ୟର ବିଜୟନଗର ଗଡ଼ରେ ଜନ୍ମିତ କବିସୂର୍ଯ୍ୟ ବଳଦେବଙ୍କ ଜୀବନୀ, ରଚନାବଳୀ ସାହିତ୍ୟକୃତୀକୁ ୟୁନେସ୍କୋରେ ସ୍ଥାନିତ ପାଇଁ ସଭାରେ ମତପ୍ରକାଶ ପାଇଥିଲା। କବିସୂର୍ଯ୍ୟଙ୍କ ଜନ୍ମସ୍ଥାନକୁ ନେଇ ଲୋକଙ୍କୁ ଭ୍ରମିତ କରା ନ ଯାଇ ସମସ୍ତ ଐତିହ୍ୟ ପୂର୍ଣ୍ଣ ସ୍ଥାନର ବିକାଶ ଦିଗରେ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଅତିଥିବୃନ୍ଦ ମତ ପ୍ରକାଶ କରିଥିଲେ। ସ୍ମୃତି ପରିଷଦ ପକ୍ଷରୁ କବିସୂର୍ଯ୍ୟଙ୍କ ଜନ୍ମସ୍ଥାନ ଖାମରିଗାଁ ପଞ୍ଚାୟତ ବିଜୟନଗରଗଡ଼ରୁ ଅଣାଯାଇଥିବା ଜ୍ୟୋତିକୁ ବିଭିନ୍ନ ସ୍ଥାନରେ ସମ୍ପୃକ୍ତ ଗ୍ରାମବାସୀ ସମ୍ବର୍ଦ୍ଧିତ କରିବା ପରେ ତାହା ଦିଗପହଣ୍ଡିର ସନ୍ଥ ଅରକ୍ଷିତ ଛକଠାରେ ପହଞ୍ଚିଥିଲା। ସେଠାରୁ ଏକ ବିରାଟ ପଟୁଆରରେ ଜ୍ୟୋତିକୁ ପାଛୋଟି ନିଆଯାଇ ଦିଗପହଣ୍ଡି ରାଜବାଟୀ ସମ୍ମୁଖସ୍ଥ କବିସୂର୍ଯ୍ୟଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଅବସରରେ ବକ୍ତୃତା ପ୍ରତିଯୋଗିତାର କୃତୀ ଛାତ୍ରୀଛାତ୍ର ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବା ବ୍ୟକ୍ତି ବିଶେଷଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା। କବିସୂର୍ଯ୍ୟଙ୍କ ତୈଳଚିତ୍ରକୁ ଅତିଥିବୃନ୍ଦଙ୍କ ଉପସ୍ଥିତିରେ ଉନ୍ମୋଚନ କରାଯାଇଥିଲା। ସ୍ମୃତି ପରିଷଦ ସମ୍ପାଦକ ଆଇନଜୀବୀ କୁରେଶୁ ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଶେଷରେ ବରିଷ୍ଠ ଖବରଦାତା ଗୋପାଳକୃଷ୍ଣ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। ଆଲୋକ ବିଷୋୟୀ, ନ୍ୟାୟଶ୍ରୀ ପ୍ରଦୀପ କୁମାର ରଥ ଏବଂ ନୃତ୍ୟ ପ୍ରଶିକ୍ଷକ ସୁନୀଲ ସେଠୀଙ୍କ ସଂଯୋଜନାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରାଚୀନ ବନବାଦ୍ୟ ଢୁମ୍ପା, ଓଡ଼ିଶୀ ନୃତ୍ୟ ଏବଂ ଶିଶୁ କଳାକାରଙ୍କ ଦ୍ବାରା ପରିବେଷିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦର୍ଶକ ବିଭୋର ହୋଇଥିଲେ। ଆଦିକନ୍ଦ ସାହୁ, ତାରାପ୍ରସାଦ ପଟ୍ଟନାୟକ, ରମେଶ ଚନ୍ଦ୍ର ଜେନା, ନିରୂପମା ପଟ୍ଟନାୟକ, ଶ୍ୟାମସୁନ୍ଦର ଦୋରା, ବିଜୟ କୁମାର ପ୍ରଧାନ, କାଳୁଚରଣ ପାଣିଗ୍ରାହୀ, ଆଇନଜୀବୀ ପରେଶ ଚନ୍ଦ୍ର ରଥ, ମନୋରଞ୍ଜନ ପଣ୍ଡା, ସୀମାଞ୍ଚଳ କର, ବିନାୟକ ଦାସ, ସୀମାଞ୍ଚଳ ପଣ୍ଡା, ସନ୍ତୋଷ କୁମାର ସାହୁ, ଗୁଣ୍ଡିଚା ପାଇକଙ୍କ ସମେତ ଆଖପାଖ ଅଞ୍ଚଳର ସହସ୍ରାଧିକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ପୂର୍ବତନ ସରପଞ୍ଚ ଶାଗୁ ମାଝୀ, କ୍ଷତିପୂରଣ ପାଇଁ ଦାବି

ଥୁଆମୂଳ ରାମପୁର, ୨୫ା୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଧୂଳିଗୁଡ଼ା ଛକ ନିକଟରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ପୂର୍ବତନ…

ନକ୍‌ଆଉଟ ପ୍ରତିଯୋଗିତା: ଖଣ୍ଡାଧାର ଟାଇଟନ ଦଳ ଚାମ୍ପିୟନ

ଲହୁଣିପଡ଼ା,୨୫ା୧(ଦାଶରଥି ପଣ୍ଡା): ସୁନ୍ଦରଗଡ ଜିଲା ଲହୁଣିପଡ଼ା କ୍ରିକେଟ ଖେଳ ପଡ଼ିଆଠାରେ ଲହୁଣୀପଡ଼ା ସ୍ପୋର୍ଟସ ଆସୋସିଏଶନ ପକ୍ଷରୁ ଚାଲିଥିବା ୧୭ତମ ପାଞ୍ଚଦିନିଆ ନକ୍‌ଆଉଟ କ୍ରିକେଟ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ…

୨୭ରୁ ମହାରାଜା ରାଜେନ୍ଦ୍ର ନାରାୟଣ ସିଂଦେଓ ମେମୋରିଆଲ ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ, ବଲାଙ୍ଗୀର ବିଧାୟକ…

ବଲାଙ୍ଗୀର, ୨୫।୧ : ଆସନ୍ତା ୨୭ ଜାନୁଆରୀ ଠାରୁ ୧ ଫେବୃୟାରୀ ପର୍ଯ୍ୟନ୍ତ ମହାରାଜା ରାଜେନ୍ଦ୍ର ସିଂଦେଓ ମେମୋରିଆଲ ସର୍ବଭାରତୀୟ ଫୁଟବଲ ଟୁର୍ଣାମେଣ୍ଟ ବଲାଙ୍ଗୀର ଗାନ୍ଧୀ ଷ୍ଟାଡ଼ିୟମ୍‌…

ଗୋପାଳପୁର ମହୋତ୍ସବ ପାଇଁ ମା’ ତାରାତାରିଣୀଙ୍କୁ ନିମନ୍ତ୍ରଣ, ପ୍ରଥମଥର ପାଇଁ…

ପୁରୁଷୋତ୍ତମପୁର,୨୫/୧(ସବିତା ମିଶ୍ର): ଗୋପାଳପୁର ମହୋତ୍ସବକୁ ଆଉ ମାତ୍ର ଦୁଇ ଦିନ ବାକି ରହିଛି । ଗଞ୍ଜାମ ଜିଲାର ଗୋପାଳପୁର ଠାରେ ହେବାକୁଥିବା ବେଳାଭୂମି ମହୋତ୍ସବ ଲାଗି ପ୍ରଶାସନ…

ATMରୁ ଟଙ୍କା ବାହାରିଲାନାହିଁ, ହେଲେ ଆକାଉଣ୍ଟରୁ କଟିଲା ଟଙ୍କା? ମନେ ରଖନ୍ତୁ RBIର ଏହି ନିୟମ… 

ନୂଆଦିଲ୍ଲୀ,୨୫।୧:ଆମର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ, ଆମକୁ ପ୍ରାୟତଃ ନଗଦ ଟଙ୍କା ଆବଶ୍ୟକ ହୁଏ। ହେଲେ ସବୁବେଳେ ନଗଦ ଟଙ୍କା ରଖିବା କଷ୍ଟକର। ତେଣୁ ଆମେ…

ସରକାରଙ୍କ ବଡ଼ ଘୋଷଣା, ରୋହିତ ଶର୍ମା ଏବଂ ହରମନପ୍ରୀତ କୌରଙ୍କୁ ପଦ୍ମ ପୁରସ୍କାର

ନୂଆଦିଲ୍ଲୀ,୨୫।୧:  ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ, ଭାରତ ସରକାର ପଦ୍ମ ପୁରସ୍କାର ପାଇଁ ମନୋନୀତ ୧୩୧ ଜଣଙ୍କ ତାଲିକା ପ୍ରକାଶ କରିଛନ୍ତି । ୧୩୧ ଜଣଙ୍କ ମଧ୍ୟରେ ୯…

ସୂଚନା ଫଳକରେ ପିଟି ହେଲା ବାଇକ୍‌: ଚାଲିଗଲା ଜଣଙ୍କ ଜୀବନ, ଜଣେ ଗୁରୁତର

ଲାଞ୍ଜିଗଡ଼,୨୫।୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ନିକଟରେ ଏକ ବାଇକ୍‌ ଭାରସାମ୍ୟ ହରାଇ ସୂଚନା ଫଳକରେ ପିଟି…

ଟ୍ରମ୍ପଙ୍କ ଭୟରେ ବଙ୍କରରେ ଲୁଚିଲେ ଖାମେନେଇ; ଜାଣନ୍ତୁ ଏବେ କାହା ହାତରେ ଇରାନର ଦାୟିତ୍ୱ…?

ତେହରାନ,୨୫।୧: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏଭଳି ସମୟରେ ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇ ତେହରାନରେ ନିର୍ମିତ…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri