ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଥାନା ପ୍ରତିଷ୍ଠା ଦାବି: ବନ୍ଦ ପାଳନକୁ ସ୍ବତଃସ୍ଫୂର୍ତ୍ତ ସମର୍ଥନ

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ):  ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ସହ ଥାନା ପ୍ରତିଷ୍ଠା ଦାବିରେ ଶୁକ୍ରବାର ବରଗଡ଼ ଜିଲା ସୋହେଲା ବ୍ଲକ ଘେଁସରେ ୬ ଘଣ୍ଟିଆ ବନ୍ଦ ପାଳନ ହୋଇଯାଇଛି । ବନ୍ଦ ପାଳନକୁ ଅଞ୍ଚଳରେ ସ୍ବତଃସ୍ଫୂର୍ତ୍ତ ସମର୍ଥନ ମିଳିଥିଲା। ବରଗଡ଼ ଜିଲା ଘେଁସ ସ୍ଥିତ ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠାର ଦୀର୍ଘ ୭୭ ବର୍ଷ ବିତି ଯାଇଥିଲେ ସୁଦ୍ଧା ସ୍ବାସ୍ଥ୍ୟକେନ୍ଦ୍ରଟିର କୌଣସି ପ୍ରକାର ଉନ୍ନତି ହୋଇ ପାରିନାହିଁ । ଯଦ୍ଦ୍ବାରା ଅଞ୍ଚଳର ଜନସାଧାରଣ ପ୍ରାଥମିକ ସ୍ବାସ୍ଥ୍ୟସେବା ମଧ୍ଯ ଠିକ୍ ଭାବରେ ପାଇ ପାରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ଚିକିତ୍ସା ପାଇଁ ବାହାରକୁ ଯାଇ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି । ଅନ୍ୟପଟେ ଘେଁସ ତଥା ଆଖପାଖ ଅଞ୍ଚଳରେ ଚୋରି, ଡକାୟତି, ହତ୍ଯାକାଣ୍ଡ, ମାରଣାନ୍ତକ ଆକ୍ରମଣ, ଲୁଟପାଟ ଭଳି ଅପରାଧିକ କାର୍ଯ୍ୟକଳାପ ଦିନକୁଦିନ ଦିନକୁଦିନ ବୃଦ୍ଧି ପାଉଥିବାରୁ ଏଠାରେ ଲୋକ ନିରାପଦ ଓ ସୁରକ୍ଷିତ ମନେ କରୁନାହାନ୍ତି । ଫଳରେ ଘେଁସ ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ମାନ୍ୟତା ପ୍ରଦାନ ଓ ଏଠାରେ ଏକ ନୂତନ ଥାନା ପ୍ରତିଷ୍ଠା ପାଇଁ ଦୀର୍ଘ ବର୍ଷ ଠାରୁ ଅଞ୍ଚଳବାସୀ ବାରମ୍ବାର ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ, ବିଭାଗୀୟ ଅଧିକାରୀ, ସାଂସଦ ଓ ବିଧାୟକଙ୍କ ଦ୍ବାରସ୍ଥ ହୋଇଥିଲେ କିନ୍ତୁ ଏପର୍ଯ୍ୟନ୍ତ ସ୍ବାସ୍ଥ୍ୟକେନ୍ଦ୍ରର ଉନ୍ନତି ହୋଇପାରି ନଥିବାବେଳେ ନୂତନ ଥାନା ମଧ୍ଯ ହୋଇ ପାରିନାହିଁ । ଏଣୁ ଘେଁସ ଠାରେ ଏକ ଥାନା ପ୍ରତିଷ୍ଠା କରାଯିବା ସହିତ ଏଠି ରହିଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କୁ ଗୋଷ୍ଠି ସ୍ବାସ୍ଥ୍ଯକେନ୍ଦ୍ରରେ ଉନ୍ନୀତ କରାଯିବା ସକାଶେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଘେଁସ ଠାରେ ଶୁକ୍ରବାର ଦିନ ସକାଳ ୬ଟାରୁ ମଧ୍ୟାହ୍ନ ୧୨ ଳଟା ପର୍ଯ୍ୟନ୍ତ ୬ଘଣ୍ଟିଆ ଦୋକାନ ବଜାର ବନ୍ଦ କରାଯାଇ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ପରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଅଞ୍ଚଳର ଏକ ପ୍ରତିନିଧି ଦଳ ପହଞ୍ଚି ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ , ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଦାବିପତ୍ର ପ୍ରଦାନ କରିଥିଲେ । ପଦ୍ମଶ୍ରୀ ହଲଧର ନାଗ, ଘେଁସ କ୍ରିୟାନୁଷ୍ଠାନ କମିଟିର ମୁରଲିଧର ଭୋଇ, ସୁବାସ ସାହୁ, ଜଗବନ୍ଧୁ ସାହୁ, ଡୋଲାମଣି ପଟେଲ, ଘେଁସ ସରପଞ୍ଚ ଗୋକୁଳଚନ୍ଦ୍ର ଦାସ, କୁଚିପାଲି ସରପଞ୍ଚ ଏସ ପଣ୍ଡା, ବେହେରାପାଲି ସରପଞ୍ଚ ସତ୍ୟଭାମା ସାହା, କଲଙ୍ଗାପାଲି ସରପଞ୍ଚ ଆନନ୍ଦ ଜାଲ, ଝର ସରପଞ୍ଚ ଅଶୋକ କୁମାର ବାରିକ, ପେଟୁପାଲି ସରପଞ୍ଚ ପ୍ରଜ୍ଞାବାଳା ସାହୁ, ପେଟୁପାଲି ସମିତିସଭ୍ଯ କୁଞ୍ଜବିହାରୀ ପ୍ରଧାନ, ବିର୍ଜାମ ସରପଞ୍ଚ ଶ୍ରଦ୍ଧାଞ୍ଜଳୀ ସାହୁ, ବରଗଡ଼ ସଂଯୁକ୍ତ କୃଷକ ସଙ୍ଗଠନର ରମେଶ ମହାପାତ୍ର, ପ୍ରେମରାଜ ସାହୁ, ଅରକ୍ଷିତ ମହାକୁର, ପ୍ରଭାତ ସାହୁ, ସୁଶାନ୍ତ ଦିଶ୍ରୀ, ପୂର୍ଣ୍ଣଚନ୍ଦ୍ର ସାହା, ଧିରେନ୍ଦ୍ର ପଣ୍ଡା, ରଞ୍ଜନ ଦେବତା, ପ୍ରକାଶଚନ୍ଦ୍ର ତ୍ରିପାଠୀ,କମଲ ପଟେଲ, ଚୈତନ୍ଯ ବାଗ, ସଞ୍ଜୀବ ଲୁହା, ସୁନୀଲ ଭୋଇ, ବିକ୍ରମ ପଟେଲ, ନରେନ୍ଦ୍ର ସାହୁ, ଗିରିଧାରୀ ସାହୁ, ପ୍ରଭାତ ବରିହା, ପ୍ରଦୀପ ମେହେର ପ୍ରମୁଖ ଯୋଗଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri