ବିପର୍ଯ୍ୟସ୍ତ କଲଭର୍ଟ କାର୍ଯ୍ୟ କରିବାକୁ ଦାବି

ନାଉଗାଁ,୧୧ା୪(ସ୍ବ.ପ୍ର.): ନାଉଗାଁ ବ୍ଲକ ଅନ୍ତର୍ଗତ କୋକିଢ଼ିହ-ତେଲସରା ରାସ୍ତାଟି ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ଏହି ରାସ୍ତାଟି ୧୨ କି.ମି. ଦୈର୍ଘ୍ୟ ହୋଇଥିବା ବେଳେ ବର୍ତ୍ତମାନ ଏହାର ସମ୍ପ୍ରସାରଣ ଓ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏହି ରାସ୍ତା ଦେଇ ଚାଷ ଜମିରୁ ବର୍ଷାଦିନେ ଗୋବରୀ ନଦୀକୁ ଜଳ ନିଷ୍କାସନ ପାଇଁ ବିଭିନ୍ନ ସ୍ଥାନରେ ୧୭ଟି କଲଭର୍ଟ ରହିଛି। ଉକ୍ତ କଲଭର୍ଟଗୁଡ଼ିକ ମଧ୍ୟରୁ ଅଧିକାଂଶ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଅଧିକାଂଶ କଲଭର୍ଟ ପୋତିହୋଇଯିବା ଯୋଗୁ ବର୍ଷାଦିନେ ଚାଷଜମିରୁ ଜଳ ନିଷ୍କାସନ ହୋଇପାରୁନାହିଁ। ଫଳରେ ଚାଷୀ କ୍ଷତିଗ୍ରସ୍ତ ହେଉଥିବାର ଜଣାଯାଇଛି। ଗଙ୍ଗଦାହାଟ ନିକଟରେ ଉକ୍ତ ରାସ୍ତାରେ ଥିବା କଲଭର୍ଟଟିକୁ ଉକ୍ତ ବଜାରର କେତେଜଣ ଦୋକାନୀ ଜବରଦଖଲ କରି ରଖିଥିବାରୁ ତାହା ପୋତି ହୋଇଗଲାଣି। ଏଥିଯୋଗୁ କଲଭର୍ଟଟି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଥିବା ବେଳେ ଜଳ ନିଷ୍କାସନ ହୋଇପାରୁନାହିଁ। ସେହିପରି ତେଣ୍ଟୋଇ ନିକଟରେ ଥିବା କଲଭର୍ଟଟି ଦବି ରାସ୍ତା ଉପରେ ଖାଲ ହୋଇଥିବା ଦେଖିବାକୁ ମିଳିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ରାସ୍ତାଟି ପୂର୍ବରୁ ୩.୭୫ ମିଟର ପ୍ରସ୍ଥ ରହିଥିଲା। ପୂର୍ତ୍ତ ବିଭାଗ ପକ୍ଷରୁ ସମ୍ପ୍ରସାରଣ ଓ ପୁନଃ ନିର୍ମାଣ ଫଳରେ ଉକ୍ତ ରାସ୍ତାର ପ୍ରସ୍ଥ ୫.୭୫ କରାଯାଉଛି। ତାହା ସହିତ ରାସ୍ତାର ଦୁଇପାର୍ଶ୍ୱରେ ୧ ମିଟର ଲେଖାଏ ପାଦଚଲା ରାସ୍ତା ନିର୍ମାଣ କରାଯିବ। ଏହି ରାସ୍ତା ନିର୍ମାଣ ପରେ ରାସ୍ତା ଚଉଡ଼ା ହୋଇ ୭.୭୫ ମିଟର ହେବ। ରାସ୍ତା ଚଉଡା ହେବା ଫଳରେ ପୂର୍ବରୁ ନିର୍ମିତ କଲଭର୍ଟଗୁଡ଼ିକ ରାସ୍ତା ଭିତରେ ବା ଅଣଓସାରିଆ ହୋଇ ରହିଯିବ। ଉକ୍ତ ରାସ୍ତାର ଦୁଇପାର୍ଶ୍ୱରେ କୋରୁଅ, ତିରୁଣା, ବାଂଶ, ନାଉଗଁା, ଡେରିକି ଆଦି ପଞ୍ଚାୟତର ଗ୍ରାମଗୁଡିକ ରହିଥିବାବେଳେ ଚାଷଜମି ରହିଛି। ବର୍ତ୍ତମାନ ରାସ୍ତା ନିର୍ମାଣ ସମୟରେ ଉକ୍ତ କଲଭର୍ଟ କାମ କରା ନ ଗଲେ ଜଳ ନିଷ୍କାସନରେ ବାଧା ଉପୁଜିବ। ତେଣୁ ବିପର୍ଯ୍ୟସ୍ତ ଥିବା କଲଭର୍ଟଗୁଡ଼ିକର କାର୍ଯ୍ୟ କରିବା ପାଇଁ ବିଷ୍ଣୁଚରଣ ବେହେରା, ରଞ୍ଜିତ ପଣ୍ଡା, ପକୁରାମ ଜେନା, ନିରଞ୍ଜନ ସାହୁ ପ୍ରମୁଖ ପ୍ରଶାସନ ନିକଟରେ ଦାବି କରିଛନ୍ତି। କଲଭର୍ଟ ନିର୍ମାଣ ବିଷୟରେ ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ବଳରାମ ସ୍ବାଇଁଙ୍କୁ ପଚାରିବାରେ ଯେଉଁ କଲଭର୍ଟଗୁଡିକ ବିପଯର୍‌ୟସ୍ତ ଅବସ୍ଥାରେ ଅଛି ଓ ସେଥିରେ ଜଳ ନିଷ୍କାସନ ହୋଇପାରୁନାହିଁ ସେଗୁଡିକୁ ଚିହ୍ନଟ କରାଯାଇ କାମ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri