ବିପର୍ଯ୍ୟସ୍ତ କଲଭର୍ଟ କାର୍ଯ୍ୟ କରିବାକୁ ଦାବି

ନାଉଗାଁ,୧୧ା୪(ସ୍ବ.ପ୍ର.): ନାଉଗାଁ ବ୍ଲକ ଅନ୍ତର୍ଗତ କୋକିଢ଼ିହ-ତେଲସରା ରାସ୍ତାଟି ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ଏହି ରାସ୍ତାଟି ୧୨ କି.ମି. ଦୈର୍ଘ୍ୟ ହୋଇଥିବା ବେଳେ ବର୍ତ୍ତମାନ ଏହାର ସମ୍ପ୍ରସାରଣ ଓ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏହି ରାସ୍ତା ଦେଇ ଚାଷ ଜମିରୁ ବର୍ଷାଦିନେ ଗୋବରୀ ନଦୀକୁ ଜଳ ନିଷ୍କାସନ ପାଇଁ ବିଭିନ୍ନ ସ୍ଥାନରେ ୧୭ଟି କଲଭର୍ଟ ରହିଛି। ଉକ୍ତ କଲଭର୍ଟଗୁଡ଼ିକ ମଧ୍ୟରୁ ଅଧିକାଂଶ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଅଧିକାଂଶ କଲଭର୍ଟ ପୋତିହୋଇଯିବା ଯୋଗୁ ବର୍ଷାଦିନେ ଚାଷଜମିରୁ ଜଳ ନିଷ୍କାସନ ହୋଇପାରୁନାହିଁ। ଫଳରେ ଚାଷୀ କ୍ଷତିଗ୍ରସ୍ତ ହେଉଥିବାର ଜଣାଯାଇଛି। ଗଙ୍ଗଦାହାଟ ନିକଟରେ ଉକ୍ତ ରାସ୍ତାରେ ଥିବା କଲଭର୍ଟଟିକୁ ଉକ୍ତ ବଜାରର କେତେଜଣ ଦୋକାନୀ ଜବରଦଖଲ କରି ରଖିଥିବାରୁ ତାହା ପୋତି ହୋଇଗଲାଣି। ଏଥିଯୋଗୁ କଲଭର୍ଟଟି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଥିବା ବେଳେ ଜଳ ନିଷ୍କାସନ ହୋଇପାରୁନାହିଁ। ସେହିପରି ତେଣ୍ଟୋଇ ନିକଟରେ ଥିବା କଲଭର୍ଟଟି ଦବି ରାସ୍ତା ଉପରେ ଖାଲ ହୋଇଥିବା ଦେଖିବାକୁ ମିଳିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ରାସ୍ତାଟି ପୂର୍ବରୁ ୩.୭୫ ମିଟର ପ୍ରସ୍ଥ ରହିଥିଲା। ପୂର୍ତ୍ତ ବିଭାଗ ପକ୍ଷରୁ ସମ୍ପ୍ରସାରଣ ଓ ପୁନଃ ନିର୍ମାଣ ଫଳରେ ଉକ୍ତ ରାସ୍ତାର ପ୍ରସ୍ଥ ୫.୭୫ କରାଯାଉଛି। ତାହା ସହିତ ରାସ୍ତାର ଦୁଇପାର୍ଶ୍ୱରେ ୧ ମିଟର ଲେଖାଏ ପାଦଚଲା ରାସ୍ତା ନିର୍ମାଣ କରାଯିବ। ଏହି ରାସ୍ତା ନିର୍ମାଣ ପରେ ରାସ୍ତା ଚଉଡ଼ା ହୋଇ ୭.୭୫ ମିଟର ହେବ। ରାସ୍ତା ଚଉଡା ହେବା ଫଳରେ ପୂର୍ବରୁ ନିର୍ମିତ କଲଭର୍ଟଗୁଡ଼ିକ ରାସ୍ତା ଭିତରେ ବା ଅଣଓସାରିଆ ହୋଇ ରହିଯିବ। ଉକ୍ତ ରାସ୍ତାର ଦୁଇପାର୍ଶ୍ୱରେ କୋରୁଅ, ତିରୁଣା, ବାଂଶ, ନାଉଗଁା, ଡେରିକି ଆଦି ପଞ୍ଚାୟତର ଗ୍ରାମଗୁଡିକ ରହିଥିବାବେଳେ ଚାଷଜମି ରହିଛି। ବର୍ତ୍ତମାନ ରାସ୍ତା ନିର୍ମାଣ ସମୟରେ ଉକ୍ତ କଲଭର୍ଟ କାମ କରା ନ ଗଲେ ଜଳ ନିଷ୍କାସନରେ ବାଧା ଉପୁଜିବ। ତେଣୁ ବିପର୍ଯ୍ୟସ୍ତ ଥିବା କଲଭର୍ଟଗୁଡ଼ିକର କାର୍ଯ୍ୟ କରିବା ପାଇଁ ବିଷ୍ଣୁଚରଣ ବେହେରା, ରଞ୍ଜିତ ପଣ୍ଡା, ପକୁରାମ ଜେନା, ନିରଞ୍ଜନ ସାହୁ ପ୍ରମୁଖ ପ୍ରଶାସନ ନିକଟରେ ଦାବି କରିଛନ୍ତି। କଲଭର୍ଟ ନିର୍ମାଣ ବିଷୟରେ ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ବଳରାମ ସ୍ବାଇଁଙ୍କୁ ପଚାରିବାରେ ଯେଉଁ କଲଭର୍ଟଗୁଡିକ ବିପଯର୍‌ୟସ୍ତ ଅବସ୍ଥାରେ ଅଛି ଓ ସେଥିରେ ଜଳ ନିଷ୍କାସନ ହୋଇପାରୁନାହିଁ ସେଗୁଡିକୁ ଚିହ୍ନଟ କରାଯାଇ କାମ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?