ବିପ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର,୬ା୫(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନରେ ହାରିବା ଭୟରେ ବିଜେପୁର ଓ ପଦ୍ମପୁର ଭଳି ହିଂସା ରାଜନୀତି ଭାଜପା ଆପଣାଇଥିବା ବିଜେଡି ଅଭିଯୋଗ କରିଛି। ଭାଜପା କର୍ମକର୍ତ୍ତା ବିପ୍ର ବନଛୋର ଓ ସେମାନଙ୍କ ସମର୍ଥକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିଜେଡି ର ଏକ ପ୍ରତିନିଧି ଦଳ ଶୁକ୍ରବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ନିକଟରେ ଫେରାଦ ହୋଇଛି। ଗତ ୨ ତାରିଖରେ ଗୌଡ଼ପଡ଼ାର ବିଜେଡି କର୍ମୀ ଗୋବିନ୍ଦ ଝରା ପ୍ରଚାର କରୁଥିବା ବେଳେ ଭାଜପା କର୍ମୀ ବିପ୍ର ବନଛୋର ଓ ଦଳର ସମର୍ଥକ ଗୋବିନ୍ଦଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏ ସମ୍ପର୍କିତ ଫଟୋ ଓ ଭିଡିଓ ସିଇଓଙ୍କୁ ବିଜେଡି ପ୍ରତିନିଧି ଦଳ ହସ୍ତାନ୍ତର କରିଛି। ବିଜେଡି ମୁଖପାତ୍ର ଲେନିନ ମହାନ୍ତିଙ୍କ ନେତୃତ୍ୱରେ ୪ ଜଣିଆ ପ୍ରତିନିଧି ଦଳ ସିଇଓଙ୍କୁ ଭେଟି ଉପନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତ।