‘ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ବାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି’

ଭୁବନେଶ୍ୱର, ୨।୪(ସୁନିତ୍‌ ମିଶ୍ର):ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ବାମୀ ଦୁର୍ଗାପ୍ରସାଦ ଛୁରିଆଙ୍କୁ ବେଆଇନ ଭାବେ ବରଗଡ଼ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ପଦବୀରେ ନିଯୁକ୍ତି ଦିଆଯାଇଛି। ନିୟନ୍ତ୍ରିତ ବଜାର କମିଟି ରାଜ୍ୟ ସମବାୟ ସଂସ୍ଥାର ପରିଧି ଅନ୍ତର୍ଭୁକ୍ତ। ଏହି କମିଟିର ସମ୍ପାଦକ ପଦ ପାଇଁ ରାଜ୍ୟ ସମବାୟ ସଂସ୍ଥାର ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥାଏ। ଯଦି କୌଣସି ବାହାର ସଂସ୍ଥାର କର୍ମଚାରୀ ଏହାର ଦାୟିତ୍ୱ ନିଅନ୍ତି, ତେବେ ସେ ସର୍ବାଧିକ ୬ ବର୍ଷ ପାଇଁ ପଦବୀରେ ରହିବାର ନିୟମ ଅଛି। କିନ୍ତୁ ବିଧାୟିକାଙ୍କ ଚାପ ଫଳରେ ତାଙ୍କ ସ୍ବାମୀ ୯ ବର୍ଷ କାଳ ଏହି ପଦବୀ ମାଡ଼ି ବସିଛନ୍ତି। କେବଳ ସେତିକି ନୁହେଁ ପଦ୍ମପୁର ଓ ଅତାବିରା ଭଳି ୨ଟି ପଡ଼ୋଶୀ ନିୟନ୍ତ୍ରିତ ବଜାର କମିଟିର ମଧ୍ୟ ଦୁର୍ଗାପ୍ରସାଦ ନିର୍ଦ୍ଦେଶକ ଅଛନ୍ତି। ଏହାର ସୁଯୋଗ ନେଇ ସରକାରୀ ଦଳ ଉପରୋକ୍ତ କମିଟିଗୁଡ଼ିକର ଦୁରୁପଯୋଗ କରୁଥିବାରୁ ଦୁର୍ଗାପ୍ରସାଦଙ୍କୁ ଅବିଳମ୍ବେ ସମ୍ବଲପୁର ଓ ବରଗଡ଼ ଜିଲା ବାହାରକୁ ବଦଳି କରାଯାଉ। ଏଥିସହିତ ତାଙ୍କ ବିରୋଧରେ ମକଦ୍ଦମା ଦାୟର ପାଇଁ ଭାଜପା ପକ୍ଷରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।
ବିଜେଡିର ନିର୍ବାଚନ ବିଜୟ ପାଇଁ ଶାସନ କଳ ଓ ପ୍ରଶାସନିକ ବ୍ୟବସ୍ଥାର ଦୁରୁପଯୋଗ ଏକମାତ୍ର ଆୟୁଧ ସାଜିଛି ବୋଲି ଭାଜପା ଅଭିଯୋଗ କରିଛି। ସାଧାରଣ ନିର୍ବାଚନ ପାଇଁ ୧୬ ମାର୍ଚ୍ଚରେ ବିଜ୍ଞାପନ ପ୍ରକାଶ ପାଇଲା। ନିୟମ ଅନୁଯାୟୀ ସେହିଦିନଠାରୁ ଆଦର୍ଶ ଆଚରଣବିଧି ଲାଗୁ ହେବା କଥା। କିନ୍ତୁ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ୨୭ ମାର୍ଚ୍ଚରେ ଗ୍ରାମପଞ୍ଚାୟତ ବିକାଶ ଯୋଜନାକୁ ନିଜ ସାଇଟ୍‌ରେ ଅପ୍‌ଲୋଡ କରିଛିି। ଏହା ଫଳରେ ଶାସକ ଦଳ ଭୋଟରଙ୍କୁ ପ୍ରଲୋଭିତ କରି ବାରମ୍ବାର ଆଦର୍ଶ ଆଚରଣବିଧିର ଖୋଲା ଉଲ୍ଲଂଘନ କରୁଛିି ବୋଲି ଭାଜପା ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ସୋମବାର ଦାବିପତ୍ର ପ୍ରଦାନ କରିଛିି।

Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri