ଭୁବନେଶ୍ୱର,୧୨।୭: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ତିଖିରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଚାମେଲୀ ଓଝା ନିଜର ବିଭିନ୍ନ ଦାବି ପୂରଣ ଦାବିରେ ଭୁବନେଶ୍ୱର ଲୋୟର ପିଏମଜିଠାରେ ଆମରଣ ଅନଶନ ଆରମ୍ଭ କରିଛନ୍ତି।
ଚାମେଲୀ ଓଝାଙ୍କ ଅଭିଯୋଗ ଅନୁଯାୟୀ, ମହାକାଳପଡ଼ା ବ୍ଲକରେ ବିକାଶମୂଳକ କାର୍ଯ୍ୟରେ ପ୍ରଶାସନିକ ଅବହେଳା ସହ ପଞ୍ଚାୟତର କାର୍ଯ୍ୟରେ ଅଯଥା ହସ୍ତକ୍ଷେପ କରାଯାଉଛି। ସେ ମହାକାଳପଡ଼ା ବିଡିଓ ଓ ଆଇଆଇସିଙ୍କ ବିରୋଧରେ ନିୟମ ଓ କ୍ଷମତାର ଅପବ୍ୟବହାର ଅଭିଯୋଗ ଆଣି ସେମାନଙ୍କ ବିରୋଧରେ ତୁରନ୍ତ ବିଭାଗୀୟ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ତାଙ୍କ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆମରଣ ଅନଶନ ଜାରି ରଖିବେ ବୋଲି ଚାମେଲୀ ଓଝା ସ୍ପଷ୍ଟ କରିଛନ୍ତି। ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତି ଓ ପ୍ରଶାସନିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଅନ୍ୟପକ୍ଷରେ, ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ ଏହି ଅଭିଯୋଗ ଉପରେ କୌଣସି ପ୍ରତିକ୍ରିୟା ମିଳିନାହିଁ।