ମାରାତ୍ମକ ଡେଲ୍ଟା ଭାଇରସ ବଦଳୁଛି ବାରମ୍ବାର: ସତର୍କ କଲା ଡବ୍ଲୁଏଚ୍‌ଓ

ଜେନେଭା,୩ ।୭: ଭାରତରେ ପ୍ରଥମ କରି ଦେଖାଯାଇଥିବା ଡେଲ୍ଟା ଭାଇରସ ଏବେ ବିଶ୍ୱର କିଛି ଦେଶକୁ ବ୍ୟାପି ସାରିଲାଣି । ଏହା ଖୁବ୍ ମାରାତ୍ମକ ହୋଇଥିବା ବେଳେ ଏବେ ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) ଚେତାବନୀ ଦେଇଛି । ଡବ୍ଲୁଏଚ୍‌ଓର ମହାନିର୍ଦ୍ଦେଶକ କହିଛନ୍ତି ବିଶ୍ୱ ବର୍ତ୍ତମାନ କୋଭିଡ-୧୯ ମହାମାରୀର ଅତ୍ୟନ୍ତ କଠିନ ସମୟ ଦେଇ ଗତି କରୁଛି । ଏବେ ଡେଲ୍ଟା ଭାଇରସ ସବୁଠାରୁ ମାରାତ୍ମକ ହୋଇଥିବା ବେଳେ ଏହା ଲଗାତାର ରୂପ ବଦଳାଇ ଚାଲିଛି ଏବଂ ଏହି ଭାରିଏଣ୍ଟ ଅଧିକ ସଂକ୍ରାମକ । ଯେଉଁ ଦେଶରେ କମ୍ ଲୋକଙ୍କୁ ଟିକା ଦିଆଯାଇଛି ସେଠାରେ ପୁଣିଥରେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଲାଣି । ଏବେ ଡେଲ୍ଟା ଭାରିଏଣ୍ଟ ପ୍ରାୟ ୯୮ ଦେଶକୁ ବ୍ୟାପିସାରିଥିବା ସେ କହିଛନ୍ତି । ଏହା ମାରାତ୍ମକ ହୋଇଥିବାରୁ ଆମକୁ ଅଧିକ ସତର୍କ ରହିବା ଦରକାର ବୋଲି ସେ କହିଛନ୍ତି । ତେଣୁ ଆସନ୍ତା ବର୍ଷେ ମଧ୍ୟରେ ସମସ୍ତ ଦେଶ ଅତିକମରେ ୭୦ ପ୍ରତିଶତ ଟିକା ଦେବାର ଲକ୍ଷ୍ୟ ରଖୁ ବୋଲି ସେ ମତ ରଖିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଲହର ସହିତ କରୋନା ମହାମାରୀ ଶେଷ ମୁହାଁ …

ନୂଆଦିଲ୍ଲୀ,୧୪ା୨: ଦେଶରେ ବ୍ୟାପିଥିବା କରୋନା ମହାମାରୀର ତୃତୀୟ ଲହର ଏବେ ଶେଷ ମୁହାଁ ହେବାରେ ଲାଗିଛି। ଏହା ସହିତ ଦେଶ କରୋନା ମହାମାରୀ କବଳରୁ ମୁକୁଳିବାର...

ହସିବ ଓଡ଼ିଶା…ଫେରିବ ଖୁସିର ଦିନ

ଭୁବନେଶ୍ୱର,୨୮।୪(ବ୍ୟୁରୋ): ବାତ୍ୟା ହେଉ କି ବନ୍ୟା। ଦୃଢତାର ସହ ମୁକାବିଲା କରିବାରେ କେବେ ପଛଘୁଞ୍ଚା ଦେଇନି ଓଡ଼ିଶା। ଯେତେ ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ବି ଭାଙ୍ଗିପଡ଼ିନାହାନ୍ତି...

ମାଆବାପା ପଜିଟିଭ୍‌ ହେଲେ କର୍ମଚାରୀଙ୍କୁ ୧୫ ଦିନ ସ୍ବତନ୍ତ୍ର ଛୁଟି

ନୂଆଦିଲ୍ଲୀ, ୧୦।୬(ପି.ଟି.): କୌଣସି କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କର ମାଆବାପା, କିମ୍ବା ତାଙ୍କ ଉପରେ ନିର୍ଭରଶୀଳ ପରିବାର ସଦସ୍ୟ ଯଦି କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୁଅନ୍ତି, ତେବେ...

ଓଡ଼ିଶାରେ ସଫଳ ହେଲା ପ୍ଲାଜମା ଥେରାପି

ଭୁବନେଶ୍ୱର,୧୯।୭(ବ୍ୟୁରୋ): ରାଜ୍ୟରେ ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ପ୍ଲାଜମା ଥେରାପି ସଫଳ ହୋଇଛି। ୬ ଜଣ ଗୁରୁତର ରୋଗୀଙ୍କ ମଧ୍ୟରୁ ଯେଉଁମାନେ ବର୍ତ୍ତମାନ ପ୍ଲାଜମା...

ସାରା ରାତି ଅନ୍ଧାରରେ ପାକିସ୍ତାନ

ଇସଲାମାବାଦ୍‌,୧୦।୧: ପାକିସ୍ତାନ ଶନିବାର ରାତି ସାରା ଅନ୍ଧାରରେ ରହିଛି। ବିଦ୍ୟୁତ୍‌ ଯୋଗାଣ ବାଧାପ୍ରାପ୍ତ ହେବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଫଳରେ ରାଜଧାନୀ ଇସଲାମାବାଦଠାରୁ ଆରମ୍ଭ...

ଚାଇନାର ଆତଙ୍କବାଦୀ ପ୍ରେମ: ରୌଫଙ୍କୁ ବ୍ଲାକଲିଷ୍ଟ କରିବାକୁ ଜାତିସଂଘରେ ଭାରତର ପ୍ରସ୍ତାବ ନେଇ ଉଠାଇଲା ଆପତ୍ତି…

ବେଙ୍ଗାଲୁରୁ,୧୧।୫ : ପାକିସ୍ତାନୀ ଆତଙ୍କବାଦୀ ଅବଦୁଲ ରୌଫ ଅଜହରଙ୍କୁ ବିଶ୍ୱ ଆତଙ୍କବାଦୀ ଭାବରେ ଘୋଷଣା କରିବାକୁ ଭାରତର ପ୍ରସ୍ତାବକୁ ଚାଇନା ବିରୋଧ କରିଛି। ସାଂଘାଇ ସହଯୋଗ...

ସରକାର ନୁହେଁ, ଅଦାଲତ ଭରସା

ନୂଆଦିଲ୍ଲୀ,୧ା୫: ନୋଭେଲ କରୋନା ଭାଇରସ୍‌ର ଦ୍ୱିତୀୟ ଲହର ଭାରତକୁ ଆଣିଛି ମହାବିପତ୍ତି। ୧୦ରୁ ଊର୍ଦ୍ଧ୍ୱ ରାଜ୍ୟରେ ଅଣାୟତ୍ତ ସ୍ଥିତି। ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ। ହସ୍ପିଟାଲରେ ଶଯ୍ୟାଠୁ ନେଇ...

ତାଲିବାନ ଉପରେ ଏୟାରଷ୍ଟ୍ରାଇକ୍‌…

କାବୁଲ,୧।୮: ତାଲିବାନ ବିରୋଧରେ ଆଫଗାନିସ୍ତାନ ବାୟୁସେନା ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ତାଲିବାନ ଉପରେ ଏୟାରଷ୍ଟ୍ରାଇକ୍‌ କରାଯାଇଛି। ପୃଥକ ପୃଥକ ଆକ୍ରମଣରେ ଆଫଗାନିସ୍ତାନ...

Advertisement
Archives

Model This Week