ବଢୁଛି ଡେଲ୍ଟା ପ୍ଲସ ଭାରିଏଣ୍ଟ ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୨ ।୭: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଥରହର କରୁଥିବା ବେଳେ ଦିନକୁ ଦିନ ଏହାର ନୂଆ ଭାରିଏଣ୍ଟ ବିଶ୍ୱବାସୀଙ୍କ ନିଦ ହଜାଇ ସାରିଲାଣି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ହୋଇଥିବା ଖବରଦାତା ସମ୍ମିଳନୀରେ ନିତି ଆୟୋଗର ସଦସ୍ୟ(ସ୍ୱାସ୍ଥ୍ୟ) ଡାକ୍ତର ବିକେ ପଲ ସାମିଲ ହୋଇଥିଲେ । ସେଠାରେ ସେ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସୂଚନା ଦେଇଛନ୍ତି କି ଏବେସୁଦ୍ଧା ଦେଶର ପ୍ରାୟ ୧୨ ରାଜ୍ୟରେ କରୋନା ଭାଇରସର ଡେଲ୍ଟା ପ୍ଲସ ଭାରିଏଣ୍ଟରେ ୫୬ ଜଣ ସଂକ୍ରମିତ ହୋଇ ସାରିଲେଣି । ତେବେ ଏହି ଭାରିଏଣ୍ଟ ପାଇଁ ଜନସନ ଆଣିଥିବା ଭ୍ୟାକ୍ସିନ ଭଲ କାମ କରିବା କୁହାଯାଉଥିବା ବେଳେ ଏ ନେଇ କଥାବାର୍ତ୍ତା ଚାଲିଥିବା ସେ କହିଛନ୍ତି । ଏହାସହ ଯୋଜନା ଅନୁଯାୟୀ ଏହି ଭ୍ୟାକ୍ସିନର ଉତ୍ପାଦନ ହାଇଦ୍ରାବାଦ ସ୍ଥିତ ବାୟୋଲଜିକାଲ ଇ ରେ କରାଯିବ ବୋଲି ମଧ୍ୟ ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପ୍‌ଙ୍କ କାର୍‌ ତାଜମହଲ ପରିସରକୁ ଯିବା ନେଇ ବିବାଦ: ସୁପ୍ରିମ୍‌କୋର୍ଟ କହିଲେ ଭିତରକୁ ଯିବନି ଗାଡ଼ି

ନୂଆଦିଲ୍ଲୀ,୧୯।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କାର ତାଜମହଲ ପରିସରକୁ ଯାଇପାରିବ ନାହିଁ। ଏନେଇ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ବାରଣ କରାଯାଇଛି। ତାଜମହଲ ସଂରକ୍ଷଣକୁ ଦୃଷ୍ଟିରେ ରଖି...

‘ଦର୍‌ଦାମ୍‌ ବୃଦ୍ଧି, ବେକାରୀ ସମସ୍ୟା ପାଇଁ ମୋଦି ନୁହେଁ, ମୋଗଲ ସମ୍ରାଟ ଦାୟୀ’

ନୂଆଦିଲ୍ଲୀ ,୫।୭:ଏଆଇଏମଆଇଏମ ମୁଖ୍ୟ ତଥା  ଏମ୍‌ପି ଅସାଦୁଦ୍ଦିନ ଓୱାଇସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣିଥରେ ଟାର୍ଗେଟ କରିଛନ୍ତି । ଦର୍‌ଦାମ୍‌ ବୃଦ୍ଧି ଏବଂ ବେକାରୀ ଭଳି...

ପାଲିଙ୍କିରେ ବୁହାହେଲେ ବାବୁ

ଜମ୍ମୁ,୨୫ା୭(ପି.ଟି.): ଜମ୍ମୁ-କଶ୍ମୀରର ରାମବନ ଜିଲାରେ କାର୍ଯ୍ୟରତ ଜଣେ ଅଧିକାରୀଙ୍କୁ ପାଲିଙ୍କିରେ ବୋହି ଛତା ଘୋଡ଼ାଇ ନିଆଯାଉଛି। ଏହି ଫଟୋ ବୁଧବାର ସୋସିଆଲ ମିଡିଆରେ ଭାଇରାଲ ହୋଇଛି।...

ଦଶହରାରେ ଚାଇନା ସୀମାରେ ଅସ୍ତ୍ରଶସ୍ତ୍ର ପୂଜା କରିବେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୨୧।୧୦: ଚାଇନା ସୀମାରେ ନିୟୋଜିତ ଯବାନଙ୍କ ମନୋବଳ ବଢାଇବା ପାଇଁ ଏଥର ଦଶହରାରେ ବାସ୍ତବିକ ନିୟନ୍ତ୍ରଣ ରେଖ(ଏଲ୍‌ଏସି) ଗସ୍ତ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।...

ଆଇପିଏସଙ୍କ ନିଷ୍ପତ୍ତିକୁ କରାଯାଉଛି ପ୍ରଶଂସା

ଗାନ୍ଧିନଗର,୨୯ ।୭: ଗୁଜରାଟରେ ବିଷାକ୍ତ ମଦ ପିଇ ଏବେ ପର୍ଯ୍ୟନ୍ତ ୪୨ ଜଣଙ୍କ ଜୀବନ ଯାଇଥିବା ଜଣାପଡିଛି । ଏହି ବିଷାକ୍ତ ମଦ କନୁଭାଇ ନାମକ...

ଖଟ୍ଟରଙ୍କ ଆସନ ଟଳମଳ, ଏବେ ପ୍ରଶ୍ନ କିଏ ହେବ ହରିୟାଣା ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୪।୧୦: ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ଆସନର ଫଳାଫଳ ଚୁଡାନ୍ତ ପର୍ଯ୍ୟାୟ ଆଡକୁ ଅଗ୍ରସର ହେଉଛି। ଏହି ସମୟରେ ହରିୟାଣାରେ ନିର୍ବାଚନ ହୋଇଥିବା ୯୦ଟି ଆସନର...

ବିଶ୍ୱକପ୍‌କୁ ନେଇ ଉତ୍ସାହିତ ଯବାନ

ଶ୍ରୀନଗର,୧୬।୬: ବିଶ୍ୱ କପ୍‌ କ୍ରିକେଟକୁ ନେଇ ସବୁଆଡେ ଚର୍ଚ୍ଚା। ବିଶେଷ କରି ଭାରତ ପାକିସ୍ତାନ ମ୍ୟାଚକୁ ଯେମିତି କେହି ହାତଛଡା କରିବାକୁ ଚାହାଁନ୍ତି ନାହିଁ। ରବିବାର...

ସିରିଏଲ୍‌ କିଲର ଗିରଫ

ଏଲୁରୁ,୭ା୧୧: ଗତ ୨୦ ମାସ ମଧ୍ୟରେ ୧୦ ଜଣଙ୍କୁ ବିଷ ଦେଇ ହତ୍ୟା କରିଥିବା ସିରିଏଲ୍‌ କିଲର ଶିବାଙ୍କୁ ଆନ୍ଧ୍ରପ୍ରଦେଶ ପୋଲିସ ବୁଧବାର ଗିରଫ କରିଛି।...

Advertisement
Archives

Model This Week