Posted inଜାତୀୟ

ମୂଲ୍ୟହୀନ ହୋଇ ପଡ଼ିଲା ମମତା; ପୁଅ ଚାପୁଡାରେ ଚାଲିଗଲା ମା’ର ଜୀବନ

ନୂଆଦିଲ୍ଲୀ,୧୭।୩ : ପୁଅ ଚାପୁଡ଼ାରେ ଚାଲି ଯାଇଛି ୭୬ ବର୍ଷୀୟା ମା’ର ଜୀବନ। ଏହି ଘଟଣା ଦ୍ୱାରକାରେ ଘଟିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଅବତାର କୌର ନାମକ ଜଣେ ମହିଳାଙ୍କୁ ସୋମବାର ଚାପୁଡା ମାରିଥିଲେ ପୁଅ। ଏହାପରେ ଚେତା ହରାଇ ତଳେ ପଡ଼ିଯାଇଥିଲେ ମହିଳା ଜଣଙ୍କ। ସମ୍ପୂର୍ଣ୍ଣ ଘଟଣା କଏଦ ହୋଇଛି ପାଖରେ ଲାଗିଥିବା ସିସିଟିଭିରେ।

ଭିଡିଓ ଭାଇରାଲ ହେବା ପରେ ପୋଲିସ ନିଜ ଆଡ଼ୁ ମାମଲା ରୁଜୁ କରିବା ସହ ୪୫ ବର୍ଷୀୟ ପୁଅକୁ ଆଇପିସି ଧାରା ୩୦୪ରେ ବିନ୍‌ଦାପୁର ପୋଲିସ ଗିରଫ କରିଛି। ପୋଲିସ ଅନୁଯାୟୀ, ଘଟଣା ପୂର୍ବରୁ ମୃତକ ମହିଳା ଓ ପଡ଼ୋଶୀଙ୍କ ମଧ୍ୟରେ ଗାଡ଼ି ପାର୍କିଂକୁ ନେଇ ବିବାଦ ହୋଇଥିଲା। ଏ ନେଇ ପିସିଆର ଭ୍ୟାନକୁ ଡାକିଥିଲେ ପଡ଼ୋଶୀ। ହେଲେ ପୋଲିସ ପହଞ୍ଚିବା ପୂର୍ବରୁ ଘଟଣାର ସମାଧାନ ହୋଇସାରିଥିବା ଅଭିଯୋଗକାରୀ କହିଥିଲେ। ଏହାପରେ ମହିଳାଙ୍କ ସହ ଯୁକ୍ତିତର୍କ କରିଥିଲେ ପୁଅ ରଣବୀର ଓ ତାଙ୍କ ସ୍ତ୍ରୀ। ରଣବୀର ଉତ୍ୟକ୍ତ ହୋଇ ମା’ଙ୍କୁ ଚାବୁଡ଼ା ମାରିଥିଲେ। ମହିଳାଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା। ହେଲେ ସେଠାରେ ମୃତ ଘୋଷଣା କରିଥିଲେ ଡାକ୍ତର।


Enter your email to get our daily news in your inbox.

All Right Reserved By Dharitri.Com

ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୨ ପାଇଲଟ ମୃତ

ବାନ୍ଦିପୋରା,୧୧।୩: ଉତ୍ତର କାଶ୍ମୀର ବାନ୍ଦିପୋରା ଜିଲାର ଗୁରେଜ ସେକ୍ଟରରେ ଶୁକ୍ରବାର ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨ ଜଣ ପାଇଲଟଙ୍କ...

ଖୁସି ଖବର: କରୋନାକୁ ହରାଇବ କୋର୍ବେଭାକ୍ସ୍‌ ଭାକ୍ସିନ୍‌…

ନୂଆଦିଲ୍ଲୀ,୧୭।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି...

ଜଷ୍ଟିସ୍‌ ତାହିଲରମଣିଙ୍କ ବିରୋଧରେ ଅନିୟମିତତା ଅଭିଯୋଗ: ତଦନ୍ତ ଲାଗି ସିବିଆଇକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧ା୧୦: ଗୋଇନ୍ଦା ବ୍ୟୁରୋ (ଆଇବି) ରିପୋର୍ଟ ଆଧାରରେ ମାଡ୍ରାସ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଭି.କେ. ତାହିଲରମଣିଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ...

ସମସ୍ତ କରୋନା ମୃତକଙ୍କୁ କରାଯିବ ଚିହ୍ନଟ: କେନ୍ଦ୍ର ସରକାର …

ନୂଆଦିଲ୍ଲୀ,୨୦।୬: ଦେଶରେ କରୋନା ସଂକ୍ରମଣରେ ଆକ୍ରାନ୍ତ ଯୋଗୁ ଘଟିଥିବା ସମସ୍ତ ମୃତକଙ୍କୁ ଚିହ୍ନଟ କରାଯିବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ଦାଖଲ ହୋଇଥିବା ୧୮୩...

୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭାଜପା କାଉସିଲର ଗିରଫ

ନୂଆଦିଲ୍ଲୀ,୫।୧୨-ଗୋଟିଏ ଘର ତିଆରିକୁ ଅନୁମତି ଦେବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଭାଜପା କାଉସିଲର ମନୋଜ ମାହାଲାୱତଙ୍କୁ ଶୁକ୍ରବାର ସିବିଆଇ...

ବାହାରେ ଛେପ ପକାଇବା ଦଣ୍ଡନୀୟ ଅପରାଧ: ଦେବାକୁ ପଡ଼ିବ ଜରିମାନା !

ଅହମଦାବାଦ, ୧୫।୩: କରୋନା ସଂକ୍ରମଣ ନେଇ ଗୁଜରାଟ ସରକାରଙ୍କ ପକ୍ଷରୁ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବାହାରେ ଛେପ ପକାଇବାକୁ ସରକାରଙ୍କ ପକ୍ଷରୁ ଲୋକଙ୍କୁ ବାରଣ...

ଘରେ ଘରେ ଟିକା ନ ପହଞ୍ଚିଲେ କରୋନା ସହ ଲଢ଼ିବା ଅସମ୍ଭବ…

ନୂଆଦିଲ୍ଲୀ,୧୨।୫: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଲଗାତାର ପ୍ରଧାନମନ୍ତ୍ରୀ...

ଆଧାରକାର୍ଡରେ ନା ଦେଖି ଆଡ୍‌ମିଶନ କରିବାକୁ ମନା କଲା ସ୍କୁଲ

ବୁଦାଉନ(ୟୁପି),୪।୪: ଆଧାରକାର୍ଡରେ ନାମ ଦେଖି ଜଣେ କୁନି ଝିଅକୁ ଆଡ୍‌ମିଶନ ଦେବାକୁ ମନା କରି ଦେଇଛି ଉତ୍ତରପ୍ରଦେଶର ଏକ ସରକାରୀ ସ୍କୁଲ। ତେବେ ଆଧାରକାର୍ଡରେ ନାମ...

Advertisement
Archives

Model This Week