Posted inଖେଳ

ଦିଲ୍ଲୀ- ପଞ୍ଜାବ ମୁକାବିଲା: ପାଓ୍ବାର ହିଟରଙ୍କ ଲଢ଼େଇ

ଦୁବାଇ,୨୦।୯ (ପି.ଟି.): ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ୱିତୀୟ ମୁକାବିଲାରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପରକୁ ଭେଟିବେ। ସ୍ଥାନୀୟ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ପାଓ୍ବାର ହିଟରଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିବ। ଆଇପିଏଲ୍‌ରେ ପ୍ରଥମ ମ୍ୟାଚ୍‌ ଖେଳିବାକୁ ଯାଉଥିବାରୁ ଉଭୟ ଦଳ ବିଜୟୀ ହୋଇ ଅଭିଯାନ ଆରମ୍ଭ କରିବାକୁ ପ୍ରୟାସ କରିବେ। ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଦିଲ୍ଲୀର ଓ କିମ୍ବଦନ୍ତୀ ଭାରତୀୟ ସ୍ପିନର ଅନିଲ କୁମ୍ବଲେ ପଞ୍ଜାବର କୋଚ୍‌ ରହିଛନ୍ତି। ଫଳରେ ଉଭୟ ଦଳରେ ଥିବା ଯୁବ ଖେଳାଳିମାନେ ସେମାନଙ୍କ ମେଣ୍ଟରଙ୍କଠାରୁ ପ୍ରେରଣା ପାଇ ଭଲ ପ୍ରଦର୍ଶନ କରିବାକୁ ଉତ୍ସାହିତ ହେବେ।
ସ୍ପିନ୍‌ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଦିଲ୍ଲୀ କ୍ୟାପିଟାଲ୍ସ ଟିକିଏ ଆଗରେ ରହିବ। ଦଳରେ ଅଭିଜ୍ଞ ରବିଚନ୍ଦ୍ରନ ଅଶ୍ୱିନ, ଅମିତ୍‌ ମିଶ୍ରା ଓ ଅକ୍ଷର ପଟେଲଙ୍କ ଭଳି ସ୍ପିନର ରହିଛନ୍ତି। ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ ) ପିଚ୍‌ରେ ସ୍ପିନ୍‌ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ପୂର୍ବାନୁମାନ କରାଯାଉଛି। ଦୁଇ ଦଳର ଅଧିନାୟକ ଲୋକେଶ ରାହୁଲ ଓ ଶ୍ରେୟାସ ଆୟାରଙ୍କୁ ଭାରତୀୟ କ୍ରିକେଟର ଭବିଷ୍ୟତ ବିବେଚନା କରାଯାଉଥିବା ବେଳେ ଦୁହିଁଙ୍କ ମଧ୍ୟରେ ଭଲ ପ୍ରତିଯୋଗିତା ଦେଖିବାକୁ ମିଳିବ। ଉଭୟ ଭାରତର ସମ୍ଭାବ୍ୟ ଅଧିନାୟକ ଭାବେ ବିବେଚିତ ହେଉଛନ୍ତି।
ବ୍ୟାଟିଂ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଦିଲ୍ଲୀର ପଲା ଭାରି ରହିବ। ଦଳରେ ପୃଥ୍ବୀ ଶ, ଆୟାର, ରିଷଭ ପନ୍ତ, ଶିଖର ଧାଓ୍ବନଙ୍କ ସମେତ ଓ୍ବେଷ୍ଟଇଣ୍ଡିଜର ସିମରନ ହେଟ୍‌ମେୟରଙ୍କ ଭଳି ବିଶ୍ୱସ୍ତରୀୟ ବ୍ୟାଟ୍ସମ୍ୟାନ ସାମିଲ ରହିଛନ୍ତି। ଏଭଳି ସ୍ଥିତିରେ ଭାରତୀୟ ଟେଷ୍ଟ ଉପ-ଅଧିନାୟକ ଆଜିଙ୍କ୍ୟ ରାହାନେ ବାଦ୍‌ ପଡିବା ସମ୍ଭାବନା ରହିଛି। ରାହାନେଙ୍କ ଷ୍ଟ୍ରାଇକ୍‌ ରେଟ୍‌ ୧୨୦ରୁ କମ୍‌ ରହିଛି। ଅନ୍ୟପଟେ ପଞ୍ଜାବ ଦଳରେ ବିଶ୍ୱ ଶ୍ରେଷ୍ଠ ପାଓ୍ବାର ହିଟର ରହିଛନ୍ତି। କ୍ରିସ୍‌ ଗେଲ, ଗ୍ଲେନ ମ୍ୟାକ୍ସଓ୍ବେଲ ଓ ନିଜେ ରାହୁଲ ଦିଲ୍ଲୀକୁ ସମସ୍ୟାରେ ପକାଇବାର କ୍ଷମତା ରଖୁଛନ୍ତି। ମାଞ୍ଚେଷ୍ଟରରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଅନ୍ତିମ ଦିନିକିଆରେ ମ୍ୟାକ୍ସଓ୍ବେଲ ୧୦୮ ରନର ଧୂଆଁଧାର ଶତକୀୟ ପାଳି ଖେଳି ଅଷ୍ଟ୍ରେଲିଆକୁ ଜିତାଇବା ସହ ସିରିଜ ବିଜୟୀ କରାଇଥିଲେ। ୟୁଏଇରେ ଗତଥର ଖେଳାଯାଇଥିବା ଆଇପିଏଲ୍‌ରେ ମ୍ୟାକ୍ସଓ୍ବେଲ ୨୦୧୪ରେ ଦମ୍‌ଦାର ପ୍ରଦର୍ଶନ କରି ୧୬ଟି ମ୍ୟାଚ୍‌ରୁ ୫୫୨ ରନ ସଂଗ୍ରହ କରିଥିଲେ। ପଞ୍ଜାବରେ ଗେଲ ଓ ରାହୁଲଙ୍କ ଭଳି ଓପନର ରହିଛନ୍ତି। ତେବେ ଗେଲଙ୍କୁ ଓପନିଂ କରିବାର ସୁଯୋଗ ଦିଆଯିବ କି ନା ତାହା ଦେଖିବାକୁ ବାକି ରହିଲା।
ବିଗ୍‌ ବାସ୍‌ ଲିଗ୍‌ରେ ସର୍ବାଧିକ ଉଇକେଟ ନେଇଥିବାର ଡାନିଏଲ ସାମ୍ସ ଓ କାଗିସୋ ରାବାଡ଼ାଙ୍କୁ ଦିଲ୍ଲୀ ଖେଳାଇବାର ସମ୍ଭାବନା ରହିଛି। ଫଳରେ ଅଭିଜ୍ଞ ଈଶାନ୍ତ ଶର୍ମାଙ୍କ ନ ଖେଳିବା ସମ୍ଭାବନା ରହିଛି। ଗତ କେତୋଟି ସଂସ୍କରଣରେ ଈଶାନ୍ତ ସେଭଳି ଆଖିଦୃଶଆ ପ୍ରଦର୍ଶନ କରିପାରି ନାହାନ୍ତି। ପଞ୍ଜାବ ପାଇଁ ମହମ୍ମଦ ସାମି ବୋଲିଂର ନେତୃତ୍ୱ ନେବେ। ତେବେ ସ୍ଲୋ ବୋଲିଂରେ ପଞ୍ଜାବ ଟିକିଏ ପଛରେ ରହିବ। ଅଶ୍ୱିନ ଯିବା ପରେ ମୁଜିବ ଜଡ୍ରାନଙ୍କ ଉପରେ ଦଳ ସ୍ପିନ୍‌ ବୋଲିଂ ପାଇଁ ନିର୍ଭର କରିବ। ଅଶ୍ୱିନ କିନ୍ତୁ ଏଥର ଦିଲ୍ଲୀ ପାଇଁ ପଡିଆକୁ ଓହ୍ଲାଇବେ। ଅମିତ୍‌ ମିଶ୍ରା ଆଇପିଏଲର ଦ୍ୱିତୀୟ ସର୍ବାଧିକ ଉଇକେଟ ହାସଲକାରୀ ବୋଲର ଭାବେ ଦିଲ୍ଲୀ ପାଇଁ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି। ଗତ ୫ଟି ମ୍ୟାଚରୁ ପଞ୍ଜାବ ୪ଟିରେ ବିଜୟୀ ହୋଇଛି। ତେବେ ଗତ ମ୍ୟାଚ୍‌ରେ ଦିଲ୍ଲୀ ପଞ୍ଜାବକୁ ହରାଇଛି।
ଦିଲ୍ଲୀ କ୍ୟାପିଟାଲ୍ସ ଦଳ:
ଶ୍ରେୟାସ ଆୟାର, ରବିଚନ୍ଦ୍ରନ ଅଶ୍ୱିନ, ଶିଖର ଧାଓ୍ବନ, ପୃଥ୍ବୀ ଶ, ସିମରନ ହେଟମେୟର, କାଗିସୋ ରାବାଡ଼ା, ଆଜିଙ୍କ୍ୟ ରାହାନେ, ଅମିତ୍‌ ମିଶ୍ରା, ରିଷଭ ପନ୍ତ (ଉଇକେଟକିପର), ଈଶନ୍ତ ଶର୍ମା, ଅକ୍ଷର ପଟେଲ, ସନ୍ଦୀପ ଲାମିଚେନ, କିମୋ ପଲ, ଡାନିଏଲ ସାମ୍ସ, ମୋହିତ ଶର୍ମା, ଅନରିଚ ନୋର୍ଜ, ଆଲେକ କାରେ, ଆଭେଶ ଖାନ, ତୁଷାର ଦେଶପାଣ୍ଡେ, ହର୍ଶାଲ ପଟେଲ, ମାର୍କସ ଷ୍ଟୋଇନିସ୍‌ ଓ ଲଲିତ ଯାଦବ।
କିଙ୍ଗ୍ସ ଏକାଦଶ ପଞ୍ଜାବ:
ଲୋକେଶ ରାହୁଲ (ଅଧିନାୟକ), ମୟଙ୍କ ଅଗ୍ରଓ୍ବାଲ, ଶେଲଡନ କଟ୍ରେଲ, କ୍ରିସ୍‌ ଗେଲ, ଗ୍ଲେନ ମ୍ୟାକ୍ସଓ୍ବେଲ, ମହମ୍ମଦ ସାମି, ମୁଜିବ ଉର ରହମାନ, କରୁନ ନାୟାର, ଜେମ୍ସ ନିଶାମ, ନିକୋଲାସ ପୁରାନ, ଈଶାନ ପୋରେଲ, ଅର୍ଶଦୀପ ସିଂ, ମୁରୁଗାନ ଅଶ୍ୱିନ, କ୍ରିଷ୍ଣାପ୍ପା ଗୋଥାମ, ହରପ୍ରୀତ ବ୍ରାର,ଦୀପକ ହୁଦା, କ୍ରିସ୍‌ ଜୋର୍ଡାନ, ସର୍ଫରାଜ ଖାନ, ମନଦୀପ ସିଂ, ଦର୍ଶନ ନାଲକାଣ୍ଡେ, ରବି ବିଷ୍ଣୋଇ, ସିମରନ ସିଂ, ଜଗଦୀଶା ସୁଚିଥ, ତେଜିନ୍ଦର ସିଂ ଓ ହାର୍ଡୁସ୍‌ ଭିଲଜୋଏନ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri