Posted inଜାତୀୟ

ଅରବିନ୍ଦ କେଜ୍‌ରିଓ୍ବାଲ ଗିରଫ ହେବା ପଛରେ କଂଗ୍ରେସର ହାତ!

ନୂଆଦିଲ୍ଲୀ,୨୩।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମନି ଲଣ୍ଡରିଂ ଆଇନ୍‌(ପିଏମ୍‌ଏଲ୍‌ଏ) ଅନୁଯାୟୀ ଗିରଫ କରାଯାଇଛି। କୋର୍ଟ ତାଙ୍କୁ ମାର୍ଚ୍ଚ ୨୬ ଯାଏ ଇଡି ରିମାଣ୍ଡରେ ପଠାଇଛି। ଏହାକୁ ସମସ୍ତ ବିରୋଧୀ ଦଳ ଗଣତନ୍ତ୍ରର ହତ୍ୟା ବୋଲି ଅବିହିତ କରୁଛନ୍ତି। ଏପରିକି ଦେଶରେ ଅଘୋଷିତ ଜରୁରୀକାଳିନ ପରିସ୍ଥିତି ଲାଗୁ ହୋଇଥିବା କହୁଛନ୍ତି। କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଅନେକେ ଅଭିଯୋଗ ଲଗାଉଛନ୍ତି। ସେହିଭଳି କଂଗ୍ରେସ ମଧ୍ୟ ଅଭିଯୋଗ କରୁଥିବା ଦେଖାଯାଇଛି। ତେବେ କହିବାକୁ ଗଲେ କଂଗ୍ରେସ ବିରୋଧରେ ଆନ୍ଦୋଳନ କରି ରାଜନୈତିକ ଶିଡି ଚଢ଼ିଛନ୍ତି କେଜ୍‌ରିଓ୍ବାଲ। ଏହାକୁ ରାଜନୈତିକ ଅଭିସନ୍ଧି କହିପାରିବା କାରଣ ଏହି କଂଗ୍ରେସ ହିଁ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀର କେଜ୍‌ରିଓ୍ବାଲ ସରକାରଙ୍କ ବିରୋଧରେ ଅଭିଯୋଗ କରିଥିଲା। ଆସନ୍ତୁ ସବିଶେଷ ଜାଣିବା…

୨୦୨୨ ଜୁନ୍‌ ୩ର କଥା। ଯେତେବେଳେ କଂଗ୍ରେସ ଦିଲ୍ଲୀ ସରକାରଙ୍କ ମଦ ନୀତି ମାମଲାକୁ ନେଇ ଅଭିଯୋଗ କରିଥିଲା। ଦିଲ୍ଲୀ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅନିଲ ଚୌଧୁରୀ ନିଜେ ଉପରାଜ୍ୟପାଳ ବି କେ ସକ୍‌ସେନା ଏବଂ ପୋଲିସ କମିଶନରଙ୍କୁ ଭେଟି ଏ ସଂକ୍ରାନ୍ତରେ ଅଭିଯୋଗ କରିଥିଲେ। କେବଳ ଏହା ନୁହେଁ ସେତେବେଳେ ନିଜ ଅଭିଯୋଗର ନକଲ ଟୁଇଟରରେ ଶେୟାର କରିଥିଲେ। ମାମଲାର ଯାଞ୍ଚ ଆରମ୍ଭ ହେବା ପରେ କଂଗ୍ରେସ ଏହାକୁ ନିଜର ବିଜୟ ବୋଲି କହିଥିଲା। ହେଲେ ଏବେ କଂଗ୍ରେସର ସ୍ବର ବଦଳିଛି। ଦଳ ଏହି ମଦ ଦୁର୍ନୀତି ମାମଲାରେ କେଜ୍‌ରିଓ୍ବାଲଙ୍କୁ ଗିରଫ କରାଯିବା ଗଣତନ୍ତ୍ର ପ୍ରତି ବିପଦ ବୋଲି କହୁଛି।

Delhi congress Tweet

ସେତେବେଳେ କଂଗ୍ରେସ ନେତା ଅଜୟ ମାକନ ମଦ ଦୁର୍ନୀତି ମାମଲାରେ କେଜ୍‌ରିଓ୍ବାଲଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ। ଏଥିନେଇ ସେ ଖବରଦାତା ସମ୍ମିଳନୀ ରଖି କହିଥିଲେ ଯେ, ମଦ ଘୋଟାଲା ମାମଲାରେ ଅତିକମ୍‌ରେ ୧୦୦ କୋଟି ଲାଞ୍ଚ ନିଆଯାଇଥିଲା। କଂଗ୍ରେସକୁ ହରାଇବା ଲାଗି ସେ ଏହି ଘୋଟାଲ କରିଥିଲେ। ଏଣୁ କେଜ୍‌ରିଓ୍ବାଲଙ୍କ ସହ ତାଙ୍କର ମନ୍ତ୍ରୀଙ୍କୁ ଆସନରେ ବସିବାର ନୈତିକ ଅଧିକାର ନାହିଁ ବୋଲି ସେ କହିଥିଲେ।

କଂଗ୍ରେସର ପୂର୍ବ ଏମ୍‌ପି ସନ୍ଦୀପ ଦୀକ୍ଷିତ କିଛି ଦିନ ପୂର୍ବେ କେଜ୍‌ରିଓ୍ବାଲ ଜେଲ ଯିବେ ବୋଲି ଭବିଷ୍ୟବାଣୀ କରିଥିଲେ। ହେଲେ ତାଙ୍କୁ ଗିରଫ କରାଯିବା ପରେ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଅରବିନ୍ଦର ସିଂ ଲଭଲିଙ୍କ ସହ ଅନେକ ନେତା ମୁଖ୍ୟମନ୍ତ୍ରୀ ନିବାସରେ ପହଞ୍ଚି କେଜ୍‌ରିଓ୍ବାଲଙ୍କୁ ସମର୍ଥନ ଦେଇଥିଲେ। କେବଳ ଏତିକି ନୁହେଁ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧି ଟୁଇଟ୍‌ କରି କେନ୍ଦ୍ର ସରକାର ଏବଂ ମୋଦିଙ୍କୁ କଟାକ୍ଷ କରିଛନ୍ତି।

Rahul Gandhi Tweet

ଗୋଟିଏ ପଟେ କିଛି କଂଗ୍ରେସ ନେତା କେଜ୍‌ରିଓ୍ବାଲ ଏବଂ ଏଏପିକୁ ସମର୍ଥନ କରୁଥିବା ବେଳେ କିଛି ଚୁପ୍‌ ରହିଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ କେଜ୍‌ରିଓ୍ବାଲଙ୍କୁ ଗିରଫ କରିବା ପରେ କଂଗ୍ରେସ ତାଙ୍କ ସହ ଥିବାର ଦେଖାଯାଉଥିଲେ ହେଁ ମନରେ ଆଉ କିଛି ଅଛି। ଯେତେବେଳେ କେନ୍ଦ୍ରରେ ୟୁପିଏ ସରକାର ଥିଲା, ସେତେବେଳେ କେଜ୍‌ରିଓ୍ବାଲ ଅନ୍ନା ହଜାରେଙ୍କ ନେତୃତ୍ୱରେ ବଡ଼ ଆନ୍ଦୋଳନ କରି କଂଗ୍ରେସ ଉପରେ ହେରଫେର, ଘୋଟାଲା ଭଳି ଅଭିଯୋଗ ଆଣିଥିଲେ। ସେବେ କଂଗ୍ରେସକୁ ଦୁର୍ନୀତିର ଗଙ୍ଗା ବୋଲି ମଧ୍ୟ କେଜ୍‌ରିଓ୍ବାଲ କହିଥିଲେ। ହେଲେ ରାଜନୈତିକ ସ୍ଥିତିକୁ ଦେଖି ଉଭୟ INDIA ମେଣ୍ଟର ଅଂଶ।


Enter your email to get our daily news in your inbox.

All Right Reserved By Dharitri.Com

କାଶୀ, ଅଯୋଧ୍ୟା ପରେ ଆମେ ମଥୁରା ଆଡ଼କୁ ଯିବୁ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୨୭ା୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ଥରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଏହି ଲୋକମାନେ ରାମ ଏବଂ...

ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା, ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ବି ମିଳିଲା ନାହିଁ ଜାମିନ୍‌

ରାଞ୍ଚି,୨୭।୪: ଜମି ଦୁର୍ନୀତି ମାମଲାରେ ଜେଲରେ ଥିବା ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା। ତାଙ୍କୁ ନିଜ ବଡ଼ବାପା ରାଜାରାମ ସୋରେନଙ୍କ ଅନ୍ତିମ...

ପୁଣି ଆହତ ହେଲେ ମମତା ବାନାର୍ଜୀ, ହେଲିକପ୍ଟର ଚଢ଼ିବା ବେଳେ ଗୋଡ଼ ଖସିଲା…

କୋଲକାତା,୨୭।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଆହତ ହୋଇଛନ୍ତି । ଦୁର୍ଗାପୁରରେ ହେଲିକପ୍ଟର ଚଢିବା ସମୟରେ ଗୋଡ ଖସିଯିବା ଯୋଗୁ ସେ ପଡିଯାଇଥିଲେ ।...

‘କଂଗ୍ରେସ ମୁସଲମାନଙ୍କ ଭୋଟ୍‌ ଚାହୁଁଛି ହେଲେ ପ୍ରାର୍ଥୀ ନୁହେଁ’

ନୂଆଦିଲ୍ଲୀ,୨୭।୪: ଲୋକ ସଭା ନିର୍ବାଚନରେ କଂଗ୍ରେସ ମୁସଲମାନ ପ୍ରାର୍ଥୀଙ୍କୁ ଟିକେଟ ନ ଦେବାରୁ ଦଳ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ କଂଗ୍ରେସ ନେତା ଆରିଫ...

ଧନଞ୍ଜୟ ସିଂଙ୍କୁ ଝଟକା: ଜାମିନ ମଞ୍ଜୁର, ହେଲେ ଲଢିପାରିବେନି ନିର୍ବାଚନ

ପ୍ରୟାଗରାଜ,୨୭।୪: ଆହ୍ଲାବାଦ ହାଇକୋର୍ଟ ଜୈନପୁରର ପୂର୍ବତନ ଏମପି ଧନଞ୍ଜୟ ସିଂଙ୍କ ଜାମିନକୁ ଅନୁମୋଦନ କରିଛନ୍ତି କିନ୍ତୁ ତାଙ୍କ ଦଣ୍ଡାଦେଶ ଶୁଣାଣିକୁ ମନା କରି ଦେଇଛନ୍ତି। ଏହି...

ରେଳ ବିଭାଗର ବଡ଼ ନିଷ୍ପତ୍ତି: ବନ୍ଦେ ଭାରତ-ଶତାବ୍ଦୀରେ ମିଳିବ ନାହିଁ…

ନୂଆଦିଲ୍ଲୀ,୨୭।୪: ନିକଟରେ ଭାରତୀୟ ରେଳବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ବନ୍ଦେ ଭାରତ, ରାଜଧାନୀ, ଶତାବ୍ଦୀ ଭଳି ପ୍ରିମିୟମ ଟ୍ରେନ୍‌ରେ ଯାତ୍ରା କରିବା ବେଳେ...

‘ଜୟ ଶ୍ରୀରାମ’ ଲେଖି ପରୀକ୍ଷାରେ ପାସ୍‌, ମିଳିଛି ୬୦% ମାର୍କ

ଲକ୍ଷ୍ନୌ,୨୭।୪: ପରୀକ୍ଷା ଖାତାରେ କିଛି ଛାତ୍ରୀଛାତ୍ର ଗୀତ କିମ୍ବା ଫିଲ୍ମ ସମ୍ପର୍କରେ ଲେଖିଥିବା ମାମଲା ନିଶ୍ଚୟ ଶୁଣିଥିବେ। ଆଉ ଏହି ପରୀକ୍ଷା ଖାତା ଭାଇରାଲ ହେବା...

ଏଏପି ବିଧାୟକ ଅମାନତୁଲ୍ଲାଙ୍କୁ ବଡ ଆଶ୍ୱସ୍ତି, ମିଳିଲା ଜାମିନ

ନୂଆଦିଲ୍ଲୀ,୨୭।୪: ଶନିବାର (ଏପ୍ରିଲ ୨୭ରେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଆମ ଆଦମୀ ପାର୍ଟି (ଏଏପି) ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri