Categories: ଜାତୀୟ

ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ଗିରଫ

ନୂଆଦିଲ୍ଲୀ,୩୦।୫: ବେଆଇନ୍‌ ଅର୍ଥ କାରବାରରେ ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦର ଜୈନ ସୋମବାର ଗିରଫ ହୋଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦ୍ୱାରା ତାଙ୍କୁ ଗିରଫ କରାଯାଇଛି। ଏହା ପୂର୍ବରୁ ଏହି ମାମଲାରେ ଇଡି ତାଙ୍କୁ ଅନେକ ଥର ଜେରା କରିଥିଲା। ଶେଷରେ ଆଜି ତାଙ୍କୁ ଗିରଫ କରାଯାଇଛି।
ସୂଚନାନୁସାରେ, ୨୦୧୫-୧୬ରେ ଜୈନ ଜଣେ ସରକାରୀ ଅଧିକାରୀ ଭାବେ କାମ କରୁଥିଲେ। ଏହି ସମୟରେ ତାଙ୍କ ମାଲିକାନାରେ ଥିବା ଗୋଟିଏ କମ୍ପାନୀ ହାୱାଲା ନେଟୱର୍କ ଜରିଆରେ ପ୍ରାୟ ୪.୮୧ କୋଟି ଟଙ୍କା ଜବତ କରିଥିଲା। ଶେଲ କମ୍ପାନୀଗୁଡ଼ିକ ଦ୍ୱାରା ଏପରି କାରବାର ହୋଇଥିବା ଇଡି ତଦନ୍ତରୁ ଜାଣିବାକୁ ପାଇଛି।

Share