Posted inଜାତୀୟ

ଅବକାରୀ ନୀତି ଯୋଗୁ ଦିଲ୍ଲୀ ସରକାରଙ୍କ ୨,୦୦୨ କୋଟି କ୍ଷତି

ନୂଆଦିଲ୍ଲୀ,୨୬।୨: ଦିଲ୍ଲୀର ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ସରକାର ବେଳର ଅବକାରୀ ନୀତିରେ ଅନେକ ଭୁଲ ନିଷ୍ପତ୍ତି ଯୋଗୁ ରାଜ୍ୟ ସରକାରଙ୍କୁ ୨,୦୦୨.୬୮ କୋଟି ଟଙ୍କାର ରାଜସ୍ବ କ୍ଷତି ସହିବାକୁ ପଡ଼ିଛି। ମଙ୍ଗଳବାର ଦିଲ୍ଲୀ ବିଧାନସଭାରେ ଉପସ୍ଥାପନ କରାଯାଇଥିବା କଣ୍ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି)ଙ୍କ ରିପୋର୍ଟରୁ ଏହା ଜଣାପଡ଼ିଛି। ୨୦୨୧ ନଭେମ୍ବରରେ ଏହି ତ୍ରୁଟିପୂର୍ଣ୍ଣ ଅବକାରୀ ନୀତି କାର୍ଯ୍ୟକାରୀ ହୋଇଥିବାବେଳେ ୨୦୨୨ ସେପ୍ଟେମ୍ବରରେ ଏହାକୁ ପ୍ରତ୍ୟାହାର କରିନିଆଯାଇଥିଲା। ଏହି ନୀତିରେ ଅନିୟମିତତା ଓ ଲାଞ୍ଚ କାରବାର ଅଭିଯୋଗରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ସମେତ ଅନ୍ୟ ନେତାମାନଙ୍କୁ ଜେଲ୍‌ ଯିବାକୁ ପଡ଼ିଥିଲା। ଗତ ମାସରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଆପ୍‌ ହାରିଯିବାର ଏହା ପ୍ରମୁଖ କାରଣ ଥିଲା।
ପ୍ରବଳ ହଟ୍ଟଗୋଳ ମଧ୍ୟରେ ସିଏଜି ରିପୋର୍ଟ ଉପସ୍ଥାପନ କରାଯାଇଥିବାବେଳେ ଗୃହରେ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗରେ ବିରୋଧୀ ଦଳ ନେତା ଆତିଶୀଙ୍କ ସମେତ ୨୧ ଆପ୍‌ ବିଧାୟକଙ୍କୁ ୨୮ ତାରିଖ ପର୍ଯ୍ୟନ୍ତ ନିଲମ୍ବନ କରାଯାଇଛି। ଆପ୍‌ର ଏକମାତ୍ର ବିଧାୟକ ଅମନତୁଲ୍ଲା ଖାନ୍‌ ମଙ୍ଗଳବାର ଅନୁପସ୍ଥିତ ଥିବାରୁ ତାଙ୍କୁ ନିଲମ୍ବନ କରାଯାଇ ନାହିଁ। ରିପୋର୍ଟ ଅନୁଯାୟୀ, ମ୍ୟୁନିସିପାଲିଟିର ସ୍ପଷ୍ଟ ହୋଇ ନ ଥିବା ସ୍ଥାନରେ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆ ନ ଯିବାରୁ ୯୪୧.୫୩ କୋଟି ଟଙ୍କା କ୍ଷତି ହୋଇଥିବାବେଳେ ଲାଇସେନ୍ସ ଫେରାଯାଇଥିବା ୧୯ଟି ଜୋନ୍‌ ପାଇଁ ଟେଣ୍ଡର ଜାରି କରା ନ ଯିବାରୁ ୮୯୦.୧୫ କୋଟି କ୍ଷତି ସହିବାକୁ ପଡ଼ିଥିଲା। ଲାଇସେନ୍ସ ସରେଣ୍ଡର ଫଳରେ ସେହିସବୁ ଜୋନ୍‌ରୁ କୌଣସି ଅବକାରୀ ରାଜସ୍ବ ମିଳି ନ ଥିଲା। ଏହା ବ୍ୟତୀତ କୋଭିଡ୍‌-୧୯ ନାଁରେ ଲାଇସେନ୍ସଧାରୀଙ୍କ ଦେୟକୁ ଛାଡ଼ କରାଯିବାରୁ ୧୪୪ କୋଟି ଟଙ୍କା କ୍ଷତି ହୋଇଥିଲା। ସେହିପରି ଜୋନାଲ ଲାଇସେନ୍ସଧାରୀଙ୍କଠାରୁ ସିକ୍ୟୁରିଟି ଜମା ସଂଗ୍ରହ କରିବାରେ ତ୍ରୁଟି ଯୋଗୁ ୨୭ କୋଟି କ୍ଷତି ହୋଇଥିଲା। ଦିଲ୍ଲୀ ଅବକାରୀ ବିଭାଗ ଦିଲ୍ଲୀ ଅବକାରୀ ନିୟମାବଳୀ, ୨୦୧୦ର ରୁଲ୍‌ ୩୫କୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରି ନ ଥିଲା ବୋଲି ରିପୋର୍ଟରେ କୁହାଯାଇଛି। ଏହି କାରଣରୁ କେତେଜଣ ବେଶ୍‌ ଲାଭବାନ ହୋଇଥିଲେ। ଅନେକେ ମଦ ପାଇକାରୀ ବ୍ୟବସାୟୀ ବ୍ୟୁରୋ ଅଫ୍‌ ଇଣ୍ଡିଆନ୍‌ ଷ୍ଟାଣ୍ଡାର୍ଡସ୍‌ (ବିଆଇଏସ୍‌) ନିୟମାବଳୀ ଅନୁପାଳନ ଯାଞ୍ଚର ବାଧ୍ୟତାମୂଳକ ଗୁଣବତ୍ତା ପରୀକ୍ଷା କରି ନ ଥିଲେ। ଅବକାରୀ ନୀତିକୁ ବିରୋଧର ଅନ୍ୟତମ କାରଣ ହେଲା ସେଥିରେ ହୋଲ୍‌ସେଲର ମାର୍ଜିନକୁ ୫%ରୁ ୧୨%କୁ ବଢ଼ାଯାଇଥିଲା। ଏହି ୧୨ ପ୍ରତିଶତରୁ ଅଧା ହୋଲ୍‌ସେଲରମାନେ ଆପ୍‌ ନେତାଙ୍କୁ ଲାଞ୍ଚ ଭାବେ ଦେଇଥିଲେ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୂର୍ବରୁ କହିଥିଲା।
ମଙ୍ଗଳବାର ବାଚସ୍ପତି ବିଜେନ୍ଦର ଗୁପ୍ତା ୨୧ ଆପ୍‌ ବିଧାୟକଙ୍କୁ ୩ ଦିନ ପାଇଁ ନିଲମ୍ବନ କରିଛନ୍ତି। ଏହା ପୂର୍ବରୁ ଉପରାଜ୍ୟପାଳ ଭି.କେ. ସାକ୍ସେନାଙ୍କ ଭାଷଣ ବେଳେ ସ୍ଲୋଗାନ ଦେବାରୁ ଆତିଶୀ ଏବଂ ପୂର୍ବତନ ଦିଲ୍ଲୀ ମନ୍ତ୍ରୀ ଗୋପାଳ ରାୟଙ୍କ ସମେତ ୧୨ ଜଣ ଆପ୍‌ ବିଧାୟକଙ୍କୁ ନିଲମ୍ବନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୧୦୫ ଦିନ ପରେ ପାକିସ୍ତାନର ବଡ଼ ବିଜୟ: ଶେଷରେ…

ନୂଆଦିଲ୍ଲୀ,୫।୮: ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ପାକିସ୍ତାନ ୱେଷ୍ଟଇଣ୍ଡିଜକୁ ୮ ଉଇକେଟ୍‌ରେ ପରାସ୍ତ କରିଛି। ଚତୁର୍ଥ ଇନିଂସ୍‌ରେ ମାତ୍ର ୭୪ ରନ୍‌ରେ ଲକ୍ଷ୍ୟ ପିଛା କରି ପାକିସ୍ତାନ ସହଜରେ…

ଆଜି ୨ ଶକ୍ତିଶାଳୀ ଗ୍ରହଙ୍କ ଗୋଚର; ୫ ରାଶି ହଠାତ୍‌ ବନିଯିବେ ଧନୀ!

ଗୁରୁବାର ୬ ଅଗଷ୍ଟ ୨୦୨୬ ଦିନଟି ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ଅତ୍ୟନ୍ତ ଖାସ୍ ବୋଲି କୁହାଯାଉଛି। ଏହି ଦିନ ଶ୍ରାବଣ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଅଟେ।…

‘ଆମେ ପୂର୍ବରୁ ସତର୍କ କରିଥିଲୁ’: ଦିଲ୍ଲୀରୁ ହାସିନାଙ୍କ ବଡ଼ ବୟାନ, ଦେହାଲିଗଲା ବାଂଲାଦେଶ!

ଢାକା,୬।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ନୂଆଦିଲ୍ଲୀରୁ କରିଥିବା ଭର୍ଚୁଆଲ ପ୍ରେସ କନଫରେନ୍ସକୁ ନେଇ ବାଂଲାଦେଶ ଭାରତ ବିରୋଧରେ କଡ଼ା ପ୍ରତିବାଦ ଜଣାଇଛି। ଢାକାର ଦାବି…

ଟି-୨୦ର ନୂଆ ‘ରେକର୍ଡ କିଙ୍ଗ୍‌’ ହେବେ ବୈଭବ ସୂର୍ଯ୍ୟବଂଶୀ! ଖେଳାଳିଙ୍କ ବିସ୍ଫୋରକ ବୟାନକୁ ନେଇ ହଲଚଲ

ନୂଆଦିଲ୍ଲୀ, ୬।୮: ଜୋସ ବଟଲର ଟି-୨୦ କ୍ରିକେଟ ଇତିହାସର ସବୁଠାରୁ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି। ୱେଲ୍ସ ଫାୟାର ବିପକ୍ଷ ମ୍ୟାଚରେ ମାଞ୍ଚେଷ୍ଟର ସୁପର ଜାୟାଣ୍ଟସ…

ମହାକାଶରେ ହୋଇପାରେ ଜୋରଦାର ବିସ୍ଫୋରଣ! ଭାରତର ୨୦ରୁ ୨୨ ସାଟେଲାଇଟ୍‌ ଉପରେ…

ନୂଆଦିଲ୍ଲୀ,୬।୮: ଲୋକ ସଭାରେ ସରକାର ଜଣାଇଛନ୍ତି ଯେ ଭାରତର ଲୋ ଅର୍ଥ ଅରବିଟ୍ (LEO)ରେ କାର୍ଯ୍ୟରତ ୨୨ଟି ସକ୍ରିୟ ସାଟେଲାଇଟ୍ (ଉପଗ୍ରହ) ମଧ୍ୟରୁ ୨୦ଟି ଉପରେ ଧକ୍କା…

ବଡ଼ ଦୁର୍ଘଟଣା: ଭୁଶୁଡ଼ି ପଡ଼ିଲା ଶହେ ବର୍ଷ ପୁରୁଣା କୋଠା, ଗୋଟିଏ ପରିବାରର ୬ ମୃତ

ଲକ୍ଷ୍ନୌ,୬।୮: ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ଏକ ବଡ଼ ଦୁର୍ଘଟଣା ଘଟିଛି। ନଗର କୋତବାଲି ଅନ୍ତର୍ଗତ ମହୁଲି ନିକଟରେ ଏକ ଶହେ ବର୍ଷ ପୁରୁଣା ଜର୍ଜର ଘର ହଠାତ୍‌ ଭୁଶୁଡ଼ି…

ଶେଖ ହାସିନାଙ୍କ ପରେ ମୁହଁ ଖୋଲିଲେ ତାଙ୍କ ପୁଅ, ଭାରତକୁ ନେଇ ଦେଲେ ଚମକାଇବା ଭଳି ବୟାନ!

ଢାକା,୬ା୮: ସତ୍ତା ହରାଇବା ଏବଂ ଦେଶ ଛାଡ଼ିବାର ପ୍ରାୟ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ସାର୍ବଜନୀନ ଭାବେ ସାମ୍ନାକୁ ଆସିଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ…

ପ୍ରବଳ ବର୍ଷାକୁ ନେଇ ଆଲର୍ଟ ଜାରି କଲା ପାଣିପାଗ ବିଭାଗ: ଆସନ୍ତା ୩ ଘଣ୍ଟାରେ…

ଭୁବନେଶ୍ୱର,୬।୮: ରାଜଧାନୀ ସମେତ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା। ଭୁବନେଶ୍ୱରରେ ରାତି ସାରା ଅବିଶ୍ରାନ୍ତ ପ୍ରବଳ ବର୍ଷା ହୋଇଛି। ସକାଳ ୫ଟା ୩୦ ସୁଦ୍ଧା ୯୭.୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri