Posted inଜାତୀୟ

ଦିଲ୍ଲୀ କୋର୍ଟରେ ବିସ୍ଫୋରଣ

ନୂଆଦିଲ୍ଲୀ,୯।୧୨: ରାଜଧାନୀର ରୋହିଣୀ କୋର୍ଟରେ ଗୁରୁବାର ସକାଳେ ଏକ ବିସ୍ଫୋରଣ ଘଟିଛି। ଏଥିରେ ଜଣେ ବ୍ୟକ୍ତି ଆହତ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ତେବେ ବିସ୍ଫୋରଣର ପ୍ରକୃତ କାରଣ ଜଣାପଡ଼ି ନାହିଁ।

ଉପଲବ୍ଧ ଥିବା ତଥ୍ୟ ଅନୁଯାୟୀ, କୋର୍ଟରୁମ୍‌ ନଂ ୧୦୨ରେ ରଖାଯାଇଥିବା ଲାପଟପ ବ୍ୟାଗରେ ବିସ୍ଫୋରଣ ଘଟିଥିଲା। ଭିଡିଓରେ ଏକ ଲାପଟପ ଚଟାଣରେ ପଡ଼ିଥିବା ଦେଖାଯାଉଥିବାରୁ ଏହାର ବ୍ୟାଟେରି କାରଣରୁ ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି। ବିସ୍ଫୋରଣ ପରେ କୋର୍ଟରେ ଚାଲିଥିବା ସମସ୍ତ ଶୁଣାଣିକୁ ତୁରନ୍ତ ବନ୍ଦ କରି ଦିଆଯାଇଥିଲା। ସୂଚନା ମିଳିବା ପରେ, ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ୬ଟି ନିଆଁ ଲିଭା ଗାଡ଼ି ପହଞ୍ଚିଥିଲା କୋର୍ଟ ପରିସରରେ।

ରୋହିଣୀ କୋର୍ଟ କମ୍ପ୍ଲେକ୍ସରେ ସକାଳ ପ୍ରାୟ ୧୦ଟା ୩୦ରେ
ଏକ ଲାପଟପ୍‌ ବ୍ୟାଗ୍‌ରେ ସାମାନ୍ୟ ତୀବ୍ରତାର ଏକ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ପଛର ପ୍ରକୃତ କାରଣ ଜାଣିବା ପାଇଁ ଫରେନ୍ସିକ ଓ କ୍ରାଇମ ଦଳ ତଦନ୍ତ କରୁଛନ୍ତି। ତେବେ ବିଡିଏସ୍‌ ଏବଂ ଏଫ୍‌ଏସ୍‌ଏଲ ବିଶେଷଜ୍ଞ ଯାଞ୍ଚ ନ କରିବା ପର୍ଯ୍ୟନ୍ତ କିଛି ସ୍ପଷ୍ଟ କୁହାଯାଇପାରିବ ନାହିଁ ବୋଲି ଆତଙ୍କବାଦୀ ନିରୋଧୀ ବିଭାଗର ଜଣେ ବରଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସକର୍ମୀଙ୍କୁ ଗୋଡ଼େଇ ପିଟିଲେ ପୋଲିସ

ଭୋପାଳ, ୨୩।୧: କୃଷି ଆଇନ ନେଇ ଦେଶରେ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ଶନିବାର ମଧ୍ୟାହ୍ନରେ କୃଷି ଆଇନକୁ ବିରୋଧ କରି କଂଗ୍ରେସକର୍ମୀମାନେ ଜବାହର ଛକରୁ...

ଟିଭି ସିରିଏଲ୍‌ର ଏହି ଅଭିନେତା କରୋନା ପଜିଟିଭ୍‌: ୩ଦିନ ଯାଏଁ ବନ୍ଦ ରହିଲା ଶୁଟିଂ

ମୁମ୍ବାଇ,୭।୭: କରୋନା ଲକ୍‌ଡାଉନ ଯୋଗୁ ୩ମାସରୁ ସମସ୍ତ ଫିଲ୍ମ ଓ ସିରିୟଲ୍‌ ଶୁଟିଂ ବନ୍ଦ ରହିଛି। କରୋନା ସଙ୍କଟ ମଧ୍ୟରେ ତଥା ଅନ୍‌ଲକ-୨ରେ ମହାରାଷ୍ଟ୍ର ସରକାର...

ପୁଣି ଉପର ମୁହାଁ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୨।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

କ୍ଷୀର ବିକୁଥିବା ମହିଳାଙ୍କ ଝିଅ ପାଇଲେ ଆଇଏସ୍‌ଏସ୍‌

ଫରିଦାବାଦ,୪ା୮: ସଂଘ ଲୋକ ସେବା ଆୟୋଗ (ୟୁପିଏସ୍‌ସି) ଭାରତୀୟ ପ୍ରଶାସନିକ ସେବା (ଆଇଏସ୍‌ଏସ୍‌) ପରୀକ୍ଷାର ରେଜଲ୍ଟ ବାହାରିଛି। ଏହି ପରୀକ୍ଷାରେ ହରିୟାଣାର ଝିଅ କଳ୍ପନା ଦେଶରେ...

ସୋନିଆଙ୍କ ସହ ଫୋନରେ କଥା ହେଲେ ଉଦ୍ଧବ

ମୁମ୍ବାଇ,୧୧।୧୧: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଚାଲିଥିବା ରାଜନୀତି ଡ୍ରାମା ସୋମବାର ସନ୍ଧ୍ୟାରେ ଶେଷ ହୋଇପାରେ। ଶିବସେନାକୁ ସମର୍ଥନ କରିବାକୁ ଯାଇ ଏନ୍‌ସିପି ନିଜର ମତ...

ଶପଥ ନେଲେ ହିମାଚଳ ରାଜ୍ୟପାଳ

ଶିମ୍‌ଲା,୧୨ା୯(ପି.ଟି.): ପୂର୍ବତନ କେନ୍ଦ୍ରମନ୍ତ୍ରୀ ବନ୍ଦାରୁ ଦତ୍ତାତ୍ରେୟ ବୁଧବାର ହିମାଚଳ ପ୍ରଦେଶର ୨୭ତମ ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି। ହିମାଚଳ ପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌...

୨୦୨୪ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଚାଲିବ ଚାଷୀ ଆନ୍ଦୋଳନ – କୃଷକ ନେତା

ନାଗପୁର,୧୭।୧: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନ ୨୦୨୪ ମେ’ ପର୍ଯ୍ୟନ୍ତ ଜାରି ରହିବ। ଏଥି ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ...

କରୋନା ସଂକ୍ରମଣ ଯୋଗୁ ବାତିଲ ହେଲା ୧୬୮ ଟ୍ରେନ୍‌

ନୂଆଦିଲ୍ଲୀ,୧୯।୩: କରୋନା କବଳରେ ସାରା ବିଶ୍ୱ। ଏବେ ଏହା ଭାରତ ପାଇଁ ଚ୍ୟାଲେଞ୍ଜ ହୋଇ ଠିଆ ହୋଇଛି। ଏବେ ଭାରତରେ ଏହା ଷ୍ଟେଜ୍‌ ୨ରେ ଥିବାରୁ...

Advertisement
Archives

Model This Week