Posted inଖେଳ

ବିଜୟରୁ ଦିଲ୍ଲୀର ଆରମ୍ଭ

ମୁମ୍ବାଇ,୧୦।୪: ଇଣ୍ଡିଆନ ପ୍ରିମୟର ଲିଗ (ଆଇପିଏଲ୍‌)ର ଗତ ସଂସ୍କରଣ ରନର୍ସଅପ୍‌ ଦିଲ୍ଲୀ କ୍ୟାପିଟାଲ୍ସ ଏଥର ବିଜୟରୁ ଅଭିଯାନ ଆରମ୍ଭ କରିଛି। ଆଇପିଏଲ୍‌ ୧୪ତମ ସଂସ୍କରଣର ଦ୍ୱିତୀୟ ମ୍ୟାଚ୍‌ରେ ନୂଆ ଅଧିନାୟକ ରିଷଭ ପନ୍ତଙ୍କ ନେତୃତ୍ୱରେ ଦିଲ୍ଲୀ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସକୁ ୮ ବଲ ବାକି ରଖି ୭ ଉଇକେଟରେ ପରାସ୍ତ କରିଛି। ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇ ଦିଲ୍ଲୀ ୨ ପଏଣ୍ଟ ହାସଲ କରିଛି। ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଟସ୍‌ ଜିତି ଦିଲ୍ଲୀ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୨୦ ଓଭରରେ ୭ ଉଇକେଟ ହରାଇ ୧୮୮ ରନର ସଂଗ୍ରହ କରିଥିଲା। ଜବାବରେ ଦିଲ୍ଲୀ ୧୮.୪ ଓଭରରେ ୩ ଉଇକେଟ ହରାଇ ୧୯୦ ରନ କରି ବିଜୟ ହାସଲ କରିଛି। ଅଧିନାୟକ ଭାବେ ପନ୍ତ ତାଙ୍କ ପ୍ରଥମ ଆଇପିଏଲ ମ୍ୟାଚ୍‌ରେ ବିଜୟ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି। ଉଭୟ ଟସ୍‌ ଓ ମ୍ୟାଚ୍‌ରେ ପନ୍ତ ନିଜ ଗୁରୁ ଧୋନୀଙ୍କୁ ହରାଇଛନ୍ତି। ଏଥିସହ ଚେନ୍ନାଇ ବିପକ୍ଷରେ ଦିଲ୍ଲୀ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି। ଗତ ସଂସ୍କରଣରେ ଶ୍ରେୟାସ ଆୟାରଙ୍କ ନେତୃତ୍ୱରେ ଦିଲ୍ଲୀ ଦୁଇଟି ଯାକ ମ୍ୟାଚ୍‌ରେ ଚେନ୍ନାଇକୁ ହରାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ଧାରଣାସ୍ଥଳରୁ ରାହୁଲ କଲେ ବଡ଼ ଘୋଷଣା, ଏବେଠୁ ମୁଁ… ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୧।୭: ମଙ୍ଗଳବାର ନିଟ୍ (NEET) ପେପର ଲିକ୍ ମାମଲାରେ କକରୋଚ ଜନତା ପାର୍ଟି ଏବଂ ଦେଶବାସୀଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏଥିରେ ଏବେ କଂଗ୍ରେସ ନେତା…

ଥମୁନି ଦାଦନ ଦୁଃଖ, ସର୍ଦ୍ଦାର, ମାଲିକଙ୍କ ବିରୋଧରେ ତେଜିଲା କାର୍ଯ୍ୟାନୁଷ୍ଠାନ ଦାବି

ନୂଆପଡ଼ା,୨୧ା୭ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦାଦନ ଦୁଃଖ ଥମିବା ନାଁ ନେଉନାହିଁ। ସରକାରୀସ୍ତରରେ ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ବିଭିନ୍ନ…

୪ରେ ଗଞ୍ଜାମ ଗସ୍ତରେ ଆସିବେ ରାଷ୍ଟ୍ରପତି: ତପ୍ତପାଣିଠାରେ ମା’ କନ୍ଧୁଣୀ ଦେବୀଙ୍କ କରିବେ ଦର୍ଶନ

ଛତ୍ରପୁର, ୨୧।୭ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଆସନ୍ତା ଅଗଷ୍ଟ ୪ ତାରିଖରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଞ୍ଜାମ ଜିଲା ଗସ୍ତରେ ଆସୁଛନ୍ତି। ଭୁବନେଶ୍ୱରରୁ ଏକ…

ପ୍ଲଟିଂ ହେଉଥିବା ଅଞ୍ଚଳରେ ଲାଗୁଛି ଷ୍ଟ୍ରିଟ୍ ଲାଇଟ୍‌: ଆବଶ୍ୟକ ସ୍ଥାନରେ ନାହିଁ, ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ହଟାଇବାକୁ….

ପୁରୁଷୋତ୍ତମପୁର, ୨୧।୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ସହରରେ ଆବଶ୍ୟକ ସ୍ଥାନରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ଦାବିରେ ଦିବ୍ୟାଙ୍ଗ ଯୁବ ଆଇନଜୀବୀ ସନ୍ତୋଷ…

୪ ମାସ ହେଲା ମିଳୁନି ଭତ୍ତା: ଅନ୍ଦୋଳନ ପାଇଁ ସଜବାଜ ହିତାଧିକାରୀ

ଭଞ୍ଜନଗର,୨୧।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକର କିଛି ହିତାଧିକାରୀ ବିଗତ ୪ ମାସ ହେଲା ବକେୟା ଭତ୍ତା ଅର୍ଥ ପାଇ ପାରିନାହାନ୍ତି। ଫଳରେ ଉକ୍ତ ହିତାଧିକାରୀ ମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri